ଚାଣକ୍ୟ ନୀତି : ଆପଣନ୍ତୁ ଏହି ୪ଟି ନୀତି ! ଜୀବନରେ କେବେ ହେଲେ ଦୁଃଖ, କଷ୍ଟ ଆପଣଙ୍କୁ ସ୍ପର୍ଶ କରିପାରିବନାହିଁ !

ସଫଳତା ପ୍ରାପ୍ତ କରିବା ପାଇଁ ବହୁତଗୁଡିଏ ମାର୍ଗ ରହିଛି । କେବଳ ବ୍ୟକ୍ତିଙ୍କୁ ସେହି ମାର୍ଗ ବିଷୟରେ ଜାଣିବା ଦରକାର, କେଉଁ ମାର୍ଗରେ ଚାଲିବା ଉଚିତ ଏବଂ ତା’ପାଇଁ କେଉଁ ମାର୍ଗଟି ଉପଯୁକ୍ତ ଅଟେ । ଆଚାର୍ଯ୍ୟ ଚାଣକ୍ୟଙ୍କ ସମସ୍ତ ଉପଦେଶ ମନୁଷ୍ୟର ଦୈନନ୍ଦିନ ଜୀବନ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ଆଚାର୍ଯ୍ୟ ଚାଣକ୍ୟ ନିଜର ଅନୁଭୂତିକୁ “ଚାଣକ୍ୟ ନୀତି” ଗ୍ରନ୍ଥରେ ସ୍ଥାନତିତ କରିଛନ୍ତି । ଯେଉଁମାନେ ଆଚାର୍ଯ୍ୟଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ, ସେହିପରି ବ୍ୟକ୍ତିମାନଙ୍କ ଜୀବନରେ ଦୁଃଖ ଓ କଷ୍ଟ କେବେ ହେଲେ ସ୍ପର୍ଶ କରିପାରେ ନାହିଁ । ଆଜି ଆପଣଙ୍କୁ ଏହି ଅନୁଛେଦରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହିପରି କିଛି ଉପଦେଶ ବିଷୟରେ କହିବୁ, ଯାହା ଆପଣଙ୍କୁ କେବେହେଲେ ଅସଫଳତାର ମାର୍ଗ ଦେଖାଇବ ନାହିଁ । ତେବେ ଆସନ୍ତୁ ଜାଣିବା, ଯାହା ଦ୍ୱାରା ଆମେ ସଫଳତାର ଶୀର୍ଷରେ ପହଞ୍ଚି ପାରିବା ଏବଂ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିପାରିବ ।

୧) ବୃକ୍ଷ ଯେପରି ଖରା, ବର୍ଷା ଓ ଶୀତାକୁ ସହ୍ୟ କରିବା ସତ୍ତ୍ୱେ ମଧ୍ୟ ସିଧା ହୋଇରହିଥାଏ, ମନୁଷ୍ୟ ମଧ୍ୟ ସର୍ବଦା ସେହିପରି ଅର୍ଥାତ ଆବଶ୍ୟକତା ଠାରୁ ଅଧିକ ସଚେତନ ବା ସାବଧାନ ହେବା ଠିକ ନୁହେଁ ।

୨) ଭୟକୁ କେବେ ହେଲେ ନିଜ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ । କାରଣ ମନରେ ଭୟ ଆସିଗଲେ, ଜୀବନର ଚଲାପଥ ଅଧିକ କଠିନ ହୋଇଯାଏ । ତେଣୁ ସର୍ବଦା ସାହସର ସହିତ କାର୍ଯ୍ୟ କରନ୍ତୁ ଏବଂ କାହାରିକୁ ଭୟ କରନ୍ତୁ ନାହିଁ ।

୩) ମନୁଷ୍ୟ ମାତ୍ରକେ କିଛି ନା କିଛି ଭୁଲ ହୋଇଥାଏ । ଯେଉଁମାନେ ନିଜ ଭୁଲକୁ ବୁଝିପାରନ୍ତି ଓ ନିଜ ଭୁଲକୁ ସ୍ୱୀକାର କରିନ୍ତି, ସେମାନେ ହିଁ ଜୀବନରେ ସଫଳତା ହାସଲ କରନ୍ତି । ଅର୍ଥାତ ନିଜ ଭୁଲକୁ ସ୍ଵୀକାର କରିବା ହିଁ ସବୁଠାରୁ ବଡ ସଫଳତା ବୋଲି ଚଣକ୍ୟ କହିଛନ୍ତି ।

Google

୪) ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସେହି କାର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ଜାଣିବା ଦରକାର ଓ ସେହି କାର୍ଯ୍ୟ ବିଷୟରେ ତଦାରଖ କରିବା ମଧ୍ୟ ଦରକାର ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*