ରାକ୍ଷୀ ସାବନ୍ତ କହିଲେ ବଲିଉଡ଼ର ଅଧିକାଂଶ କଳାକାର ଡ୍ରଗ୍ସ ନେବାର କାରଣ ? ଏବଂ ସେହି କଳାକାରମାନଙ୍କ ପାଇଁ ଡ୍ରଗ୍ସର

ରାକ୍ଷୀ ସାବନ୍ତ କହିଲେ ବଲିଉଡ଼ର ଅଧିକାଂଶ କଳାକାର ଡ୍ରଗ୍ସ ନେବାର କାରଣ ? ଏବଂ ସେହି କଳାକାରମାନଙ୍କ ପାଇଁ ଡ୍ରଗ୍ସର ମହତ୍ଵ କଣ ? ଆସନ୍ତୁ ଜାଣିବ…

ବଲିଉଡ଼ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ଡ୍ରଗ୍ସକୁ ନେଇ ଖୁବ୍ ଜୋରଜର ଚର୍ଚ୍ଚା ଚାଲିଛି । ଇଣ୍ଡଷ୍ଟ୍ରିର ୮୦ ପ୍ରତିଶତ କଳାକାର ଡ୍ରଗ୍ସ ମାମଲାରେ ଜଡିତ ଥିବାର ସୂଚନା ହସ୍ତଗତ କରିଛି ଏନସିବି । ଇଣ୍ଡଷ୍ଟ୍ରିର କିଛି କଳାକାର ଏହି ମାମଲାରେ ଲଗାତାର ନିଜର ମତ ପ୍ରକାଶ କରିଛନ୍ତି । ବଲିଉଡର ଡ୍ରାମା କୁଇନ୍ କୁହାଯାଉଥିବା ରାକ୍ଷୀ ସାବନ୍ତ ମଧ୍ୟ ନିଜ ବିଚାର ଖୋଲାଖୋଲି ଭାବେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ରାକ୍ଷୀ କହିଛନ୍ତି ଯେ, କଣ ପାଇଁ ବଲିଉଡ଼ କଳାକାରମାନେ ଡ୍ରଗ୍ସର ସେବନ କରନ୍ତି ? କେବଳ ଏତିକି ନୁହେଁ ବରଂ ରାକ୍ଷୀ ନିଜର ଏହି ବିବୃତ୍ତିରେ ଡ୍ରଗ୍ସକୁ ନେଇ କିଛି ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ଆସନ୍ତୁ ଜାଣିବା, କଣ ଅଟେ ସମ୍ପୂର୍ଣ୍ଣ ମାମଲା…

ରାକ୍ଷୀ ସାବନ୍ତ ଏକ ବିବୃତ୍ତି ଜାରି କରି ବଲିଉଡ଼ କଳାକାରଙ୍କ ଡ୍ରଗ୍ସ ନେଇଥିବା ପ୍ରକୃତ କାରଣ କହିଛନ୍ତି । ସେ କହିଛନ୍ତି ଯେ ବଲିଉଡ଼ କଳାକାର ଡ୍ରଗ୍ସ ସେବନ ଏଥିପାଇଁ କରନ୍ତି କାରଣ ସେମାନଙ୍କୁ ଭୋକ ଯେପରି ନ ଲାଗିବ ଓ ସେମାନେ ନିଜ ଶରୀରକୁ ସ୍ଲିମ୍ ଓ ଫିଟ୍ ରହିପାରିବେ, ଏଥିପାଇଁ କଳାକାରମାନେ ଭିନ୍ନ ଭିନ୍ନ ଭାବରେ ଡ୍ରଗ୍ସ ନିଅନ୍ତି ।

ରାକ୍ଷୀ ସାବନ୍ତ କହିଲେ “କାହିଁକି କଳାକାରମାନେ ନିଶା ସେବନ କରନ୍ତି” ?

ଆପଣଙ୍କୁ ଜଣାଇ ଦେଉଛୁ ଯେ ରାକ୍ଷୀ ସାବନ୍ତ ନିକଟରେ ଦେଇଥିବା ଏକ ଇଣ୍ଟରଭିୟୁରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଚାଲୁଥିବା ଡ୍ରଗ୍ସ ମାମଲାକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, “ମୁଁ ଗତ ୧୫ ବର୍ଷରୁ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଛି, ମୁଁ ଏପରି ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ଜାଣେ, ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି ।” ରାକ୍ଷୀ କହିଛନ୍ତି, ଏହି କଳାକାରମାନେ ନିଜ ନିଜର ଗ୍ଲେମରସ୍ ବଜାୟ ରଖିବା ପାଇଁ ଡ୍ରଗ୍ସ ନିଅନ୍ତି, ଯଦିଓ କିଛି ଲୋକ ନିଶା କରିବା ପାଇଁ ଡ୍ରଗ୍ସ ନିଅନ୍ତି । କିନ୍ତୁ ଅଧିକାଂଶ କଳାକାର ନିଜର ଗ୍ଲେମର ଶୈଳୀକୁ ବଜାୟ ରଖିବା ପାଇଁ ଡ୍ରଗ୍ସ ସେବନ କରନ୍ତି ।

ରାକ୍ଷୀଙ୍କ କହିବା ଅନୁଯାୟୀ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ଡ୍ରଗ୍ସ ନେବାର ଅଭ୍ୟାସ ରହିଛି । ସେ କହିବା ଅନୁଯାୟୀ ଡ୍ରଗ୍ସ କାରଣରୁ ଭୋକ ଲାଗେ ନାହିଁ, ଏଥିପାଇଁ ଝିଅମାନେ ନିଜକୁ ସ୍ଲିମ୍ ରଖିବା ପାଇଁ ଏହାର ବ୍ୟବହାର କରନ୍ତି । ରାକ୍ଷୀ କହିଛନ୍ତି ଯେ ବିବଶେଷ କରି ଜଣେ ଅଭିନେତ୍ରୀ ଉପରେ ନିଜ ଶରୀରର ଓଜନକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି । ସେହି ଅଭିନେତ୍ରୀମାନଙ୍କୁ ଏହି ଭୟ ଲାଗି ରହିଥାଏ ଯେ “ଯଦି ତାଙ୍କ ଓଜନ ବଢିଯାଏ; ତେବେ ତାଙ୍କୁ ଚଳଚ୍ଚିତ୍ରରେ କିପରି କାମ ମିଳିବା କଷ୍ଟକର ହୋଇଯିବ । ଏହି କାରଣ ଯୋଗୁଁ ଅଭିନେତ୍ରୀ ମାନେ ଡ୍ରଗ୍ସ ନିଅନ୍ତି ।

ରାକ୍ଷୀ ବ୍ୟକ୍ତ କଲେ ନିଜ ଅନୁଭବ :

ରାକ୍ଷୀ ସାବନ୍ତ ନିଜର ଅନୁଭବ ବ୍ୟକ୍ତ କରି କହିଛନ୍ତି ଯେ କିଛି ସମୟ ପୂର୍ବରୁ ମୋର ଓଜନ ବୃଦ୍ଧି ହେଉଥିବା କଥାକୁ ନେଇ ଚିନ୍ତିତ ଥିଲି । ସେହି ସମୟରେ ମୁଁ ଇଣ୍ଡଷ୍ଟ୍ରିର ବହୁତ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଥିଲି, ତେବେ ସେହି ଲୋକମାନେ ମୋତେ “ଡ୍ରଗ୍ସ ଓ ହେସ୍” ନେବା ପାଇଁ ପରାମର୍ଶ ଦେଇଥିଲେ । କିଛି ଲୋକ ମୋତେ କହିଥିଲେ ଯେ ଏହା ଏକ ସାଧାରଣ କଥା ଅଟେ, ବହୁତ ଲୋକ ସ୍ଲିମ୍ ରହିବା ନିମନ୍ତେ ଏହାକୁ ବ୍ୟବହାର କରନ୍ତି । ରାକ୍ଷୀ ଆଗକୁ କହିଛନ୍ତି ଯେ, ମୁଁ ସେହି ପରାମର୍ଶ ସହିତ ସହମତି ପ୍ରକାଶ କରିନଥିଲି ଏବଂ ମୁଁ ଡ୍ରଗ୍ସ ବଦଳରେ ଯୋଗ କରିବାକୁ ପସନ୍ଦ କରିଥିଲି । ସେ କହିଛନ୍ତି ଯେ ବଲିଉଡ଼ର ଅନେକ କଳାକାର ସ୍ଲିମ୍ ରହିବା ପାଇଁ “ଶର୍ଟକଟ୍” ବା ସହଜ ଉପାୟ ଚୟନ କରନ୍ତି, କିନ୍ତୁ ଏହା ପୁରାପୁରି ଭୁଲ୍ ପଦକ୍ଷେପ ଅଟେ ।

ସମ୍ପୂର୍ଣ୍ଣ ଦେଶରେ ଚାଲୁଛି ନିଶା ବ୍ୟବସାୟ :

ରାକ୍ଷୀ ସାବନ୍ତ କେବଳ ଏତିକିରେ ନିଜର ବକ୍ତବ୍ୟକୁ ଶେଷ କରିନାହାନ୍ତି । ସେ ଆଗକୁ କହିଛନ୍ତି ଯେ ଡ୍ରଗ୍ସ ଓ ନିଶା ବ୍ୟବସାୟ କେବଳ ବଲିଉଡ଼ରେ ନୁହେଁ ବରଂ ସମଗ୍ର ଦେଶରେ ଚାଲୁଅଛି । ଏହା ସହିତ ସେ କହିଲେ, “ମୁଁ ଇଣ୍ଡଷ୍ଟ୍ରିରେ ବହୁତ ଲୋକଙ୍କୁ ଜାଣେ, ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି କିନ୍ତୁ ମୋତେ ତାଙ୍କ ନାମ ନେବାର ଅଧିକାର ନାହିଁ ।” ରାକ୍ଷୀ କହିଛନ୍ତି ଯେ କେବଳ ବଲିଉଡ଼କୁ ଖରାପ କହିବା ଠିକ ନୁହେଁ ବରଂ ଡ୍ରଗ୍ସର ସେବନ ସମଗ୍ର ବିଶ୍ଵରେ କରାଯାଏ, ଏମିତିରେ କେବଳ ବଲିଉଡ଼ରେ ଲକ୍ଷ୍ୟ ସାଧିବା ଭୁଲ ଅଟେ ।

Be the first to comment

Leave a Reply

Your email address will not be published.


*