ବଲିଉଡ଼ ଇଣ୍ଡଷ୍ଟ୍ରିରେ ଖଳନାୟକ ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅମରେଶ ପୁରୀଙ୍କ ଝିଅ ଅଟନ୍ତି ଖୁବ୍ ସୁନ୍ଦର । ଦେଖି ଆପଣ ମଧ୍ୟ ହୋଇଯିବେ ଦିୱାନା !

ବଲିଉଡ଼ ଇଣ୍ଡଷ୍ଟ୍ରିରେ ଆପଣ ଏଭଳି ଅନେକ ଅଭିନେତାଙ୍କୁ ଦେଖିଥିବେ ଯେଉଁମାନେ କି ଖଳନାୟକଙ୍କ ଚରିତ୍ରରେ ଅଭିନୟ କରନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅମରେଶ ପୁରୀ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଅଟନ୍ତି । ସେ ଦମଦାର୍ ରୂପେ ଖଳନାୟକର ଚରିତ୍ରରେ ଅଭିନୟ କରି ସେ ଅନେକ ଲୋକଙ୍କ ହୃଦୟକୁ ଜିତିଥିଲେ । ସେ କେବଳ ସେହି ସମୟରେ ନୁହଁ ଏବେ ପର୍ଯ୍ୟନ୍ତ ସେ ଲୋକଙ୍କ ହୃଦୟରେ ଜୀବିତ ହୋଇ ଅଛନ୍ତି । ଅମରେଶ ପୁରୀଙ୍କ ଚଳଚିତ୍ରକୁ ଆଜି ପର୍ଯ୍ୟନ୍ତ ଲୋକମାନେ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି । ଅମରେଶ ପୁରୀଙ୍କ ବିଷୟରେ ତ’ ଆପଣ ସମସ୍ତେ ନିଶ୍ଚୟ ରୂପେ ଜାଣିଥିବେ କିନ୍ତୁ ତାଙ୍କ ଝିଅଙ୍କ ବିଷୟରେ ଜାଣିଛ କି, ସେ କିଏ ଅଟନ୍ତି, କଣ କରନ୍ତି ଓ କିପରି ଦେଖାଯାଆନ୍ତି, ତେବେ ଚାଲନ୍ତୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

ଅମରେଶ ପୁରୀଙ୍କ ଜନ୍ମ ୨୨ ଜାନୁଆରୀ ୧୯୩୨ରେ ପଞ୍ଜାବରେ ହୋଇଥିଲା । ତାଙ୍କ ଚଳଚିତ୍ର କ୍ୟାରିଅର ବିଷୟରେ କହିବାକୁଗଲେ, ୧୯୭୦ ରେ ଆସିଥିବା ଚଳଚିତ୍ର ପ୍ରେମ ପୂଜାରୀରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ସେ ଡ଼େବ୍ୟୁ କରିଥିଲେ । ଯେଉଁଥିରେ କି, ସେ ଜେରୀ ଚରିତ୍ରରେ ଏକ ସହାୟତା ଭୂମିକାରେ ଅଭିନୟ କରିଥିଲେ । ନିଜ ଭଲ କ୍ୟାରିଅର କରିବାକୁ ବହୁତ ସମୟ ଲାଗିଲା କିନ୍ତୁ ଦିନେ ଏଭଳି ସମୟ ମଧ୍ୟ ଆସିଲା କି ସେ ସଫଳତା ମାର୍ଗରେ ଚାଲୁଥିଲେ । ଯେଉଁ ଚଳଚିତ୍ରରେ କାମ କରିଲେ ମଧ୍ୟ ସେ ସଫଳ ହେଉଥିଲେ । ୧୯୮୭ ରେ ଆସିଥିବା ଚଳଚିତ୍ର ” ମିଷ୍ଟର ଇଣ୍ଡିଆ “ରେ ମୋଗାମ୍ବର ନେଗେଟିବ୍ ଚରିତ୍ରରେ ରେ ଅଭିନୟ କରି ସେ ସଭିଙ୍କ ହୃଦୟକୁ ଜିତିଥିଲେ । ଏହି ଚରିତ୍ରକୁ ଲୋକମାନେ ଏତେ ମାତ୍ରାରେ ଭଲ ପାଇଲେ କି, ଏହାପରେ ଅମରେଶ ପୁରୀ ନେଗେଟିବ୍ ଚରିତ୍ରରେ ଅଭିନୟ କରିବାକୁ ବହୁତ ପସନ୍ଦ କରିଲେ । ଏହାସହ ସେ ପୋଜିଟିବ୍ ଚରିତ୍ରରେ ମଧ୍ୟ ଅଭିନୟ କରି ସେ ଲୋକଙ୍କ ହୃଦୟକୁ ଜିତିଥିଲେ । ସେ ସବୁ ପ୍ରକାରର ଚରିତ୍ରରେ ଅଭିନୟ କରିବାରେ ସଫଳ ହୋଇଥିଲେ । ସେ ନିଜ କ୍ୟାରିଅର ରେ ୪୦୦ ରୁ ଅଧିକ ଚଳଚିତ୍ରରେ କାମ କରିଛନ୍ତି । ବ୍ରେଇନ୍ ଟ୍ୟୁମର୍ ଯୋଗୁଁ ୧୨ ଜାନୁଆରୀ ୨୦୦୫ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଜବରଦସ୍ତ ଅଭିନେତାଙ୍କ ଝିଅଙ୍କ ବିଷୟରେ କହିବାକୁଗଲେ, ତାଙ୍କ ନାମ ହେଉଛି ନମ୍ରତା ପୁରୀ । ସେ ମୁମ୍ବାଇରେ ଜନ୍ମ ହୋଇଥିଲେ । ତାଙ୍କ ବାପା ଅମରେଶ ପୁରୀ ଚଳଚିତ୍ର ଜଗତରେ ବହୁତ ନାମ ଅର୍ଜନ କରିଥିଲେ କିନ୍ତୁ ଝିଅକୁ ଚଳଚିତ୍ରରେ କାମ କରିବାକୁ ପସନ୍ଦ ନଥିଲା । ସେ ଚଳଚିତ୍ର ଠାରୁ ବହୁତ ଦୂରରେ ରହୁଥିଲେ ଓ ସେ ଏକ ସଫ୍ଟୱେର୍ ଇଞ୍ଜିନିୟର ଅଟନ୍ତି । ଏହାସହ ସେ ଏକ ଭଲ କସଟ୍ୟୁମ୍ ଡ଼ିଜାଇନର୍ ମଧ୍ୟ ଅଟନ୍ତି । ସେ ଏହି ଫିଲ୍ଡରେ ବହୁତ ସଫଳତା ହାସଲ କରିଛନ୍ତି ।

Be the first to comment

Leave a Reply

Your email address will not be published.


*