“TERE NAAM” ଚଳଚିତ୍ରରେ ଦେବାଳିଆ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ବର୍ତ୍ତମାନ ଦେଖାଯାଆନ୍ତି ବହୁତ ହୋଟ୍ !

ଚଳଚିତ୍ର ତେରେ ନାମ୍ ରିଲିଜ୍ ହୋଇ ଆଜିକୁ ୧୭ ବର୍ଷ ହୋଇଗଲା । ଯାହାକି ସେହି ସମୟରେ ବହୁତ ବଡ଼ ହିଟ୍ ଚଳଚିତ୍ର ହୋଇଥିଲା । ଏହି ଚଳଚିତ୍ର ଅନେକ ରେକର୍ଡ୍ସ ମଧ୍ୟ ସୃଷ୍ଟି କରିଥିଲା । ଏହି ଚଳଚିତ୍ର ସଲମାନ ଖାନଙ୍କ ଏକ ନୂଆଁ ପରିଚୟ ସୃଷ୍ଟି କରିଥିଲା । ଏହି ଚଳଚିତ୍ରରେ ସଲମାନ ଖାନଙ୍କ ଷ୍ଟାଇଲିସ୍ ହେୟାର୍ ଷ୍ଟାଇଲକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ, ଯାହାକୁ କି ଲୋକମାନେ ଆଜିମଧ୍ୟ ସେହିଭଳି ହେୟାର ଷ୍ଟାଇଲ୍ ରଖୁଛନ୍ତି । ଏହି ଚଳଚିତ୍ରରେ ଏଭଳି କିଛି ଚରିତ୍ରର ଅଭିନୟ ଗୁଡ଼ିକ ବହୁତ ପ୍ରସିଦ୍ଧ ହୋଇଛି, ସେଥିମଧ୍ୟରୁ ଭିକାରୀ ବା ଦେବାଳିଆର ଚରିତ୍ର ଥିଲା ଯାହାକୁ ଏକ ଝିଅ ତାହା ଅଭିନୟ କରି ଖୁବ୍ ନାମ ଅର୍ଜନ କରିଥିଲେ । ଏହା ସହିତ ସେ ଏହି ଚଳଚିତ୍ରରେ ବହୁତ ଇମୋସନାଲ୍ ଚରିତ୍ରର ଅଭିନୟ କରିଥିଲେ । ଚଳଚିତ୍ରରେ ଦେବାଳିଆ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ବର୍ତ୍ତମାନ କେଉଁଠାରେ ଅଛନ୍ତି, କଣ କରନ୍ତି ଓ କିପରି ଦେଖାଯାଆନ୍ତି, ଆସନ୍ତୁ ଏହି ବିଷୟରେ ଆଜି ଆମେ ଜାଣିବା ।

ଚଳଚିତ୍ରରେ ଦେବାଳିଆର ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ଅସଲି ନାମ ହେଉଛି, ରାଧିକା ଚୌଧୁରୀ । ଯାହାଙ୍କ ଜନ୍ମ ୨୦ ଅକ୍ଟୋବର ୧୯୭୭ ରେ ମୁମ୍ବାଇ ଠାରେ ହୋଇଥିଲା । ଚଳଚିତ୍ରରେ ତାଙ୍କର କ୍ୟାରିଅର ଆରମ୍ଭ ହୋଇଥିବା ବିଷୟରେ କହିବାକୁଗଲେ, ତାଙ୍କର କ୍ୟାରିଅରର ଆରମ୍ଭ ୧୯୯୯ରେ ଏକ ତାମିଲ ଚଳଚିତ୍ର ସମ୍ଭେୟା ଠାରୁ ହୋଇଥିଲା । ଏହି ଚଳଚିତ୍ରରେ କରିଥିବା ଦମଦାର୍ ଅଭିନୟ ଯୋଗୁଁ ତାଙ୍କୁ ଅନେକ ଲୋକମାନେ ବହୁତ ପ୍ରଶଂସା ମଧ୍ୟ କରିଥିଲେ । ଏହାପରେ ତାଙ୍କୁ ଅନେକ ଚଳଚିତ୍ରରେ ମଧ୍ୟ କାମ କରିବାକୁ ସୁଯୋଗ ମିଳିଥିଲା । ସେ ହିନ୍ଦୀ, କନ୍ନଡ଼, ତାମିଲ, ତେଲୁଗୁ ଭଳି ଅନେକ ଭାଷାର ଚଳଚିତ୍ରରେ କାମ କରିଥିଲେ । କିନ୍ତୁ ୨୦୦୩ ରେ ଆସିଥିବା ଚଳଚିତ୍ର ତେରେ ନାମରେ ଦମଦାର୍ ଅଭିନୟ କରି ଖୁବ୍ ନାମ ଅର୍ଜନ କରିଥିଲେ । ଏହି ଚଳଚିତ୍ର ପରେ ସେ ଅନେକ ବଲିଉଡ଼ ଚଳଚିତ୍ରରେ କାମ କରିଥିଲେ । କିନ୍ତୁ କିଛି ସମୟ ପରେ ସେ ଚଳଚିତ୍ର ଦୁନିଆରୁ ନିଜକୁ ବହୁତ ଦୁରେଇ ରଖିଲେ ।

ସେ ଚଳଚିତ୍ର ଦୁନିଆରେ ଏକ ଅଭିନେତ୍ରୀ ରୂପେ ଆଉ ଦେଖିବାକୁ ମିଳିଲେ ନାହିଁ । ସେ ଏହାପରେ ଏକ ନିର୍ଦେଶକ ରୂପେ କାମ କରିବା ଆରମ୍ଭ କରିଥିଲେ । ସେ ୨୦୧୦ ରେ ଏକ ସର୍ଟ ଫିଲ୍ମ ଅରେଞ୍ଜ ବ୍ଲୋଜର୍ ପାଇଁ ସିଲଭର ଏସ୍ ଆୱାର୍ଡ ଦେଇ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । କିନ୍ତୁ ୨୦୧୧ ରେ ସେ ଚଳଚିତ୍ର ଦୁନିଆରୁ ସମ୍ପୂର୍ଣ୍ଣ ରୂପେ ଦୁରେଇଗଲେ । କିନ୍ତୁ ସେ ବର୍ତ୍ତମାନ ବହୁତ ପରିବର୍ତ୍ତନ ହୋଇଯାଇଛନ୍ତି । ସେ ରିଅଲ ଲାଇଫରେ ବହୁତ ବୋଲ୍ଡ ଓ ସୁନ୍ଦର ଦେଖାଯାଆନ୍ତି । ଚଳଚିତ୍ର ଦୁନିଆରୁ ଅବଶ୍ୟ ଦୁରେଇଗଲେ କିନ୍ତୁ ସେ ଆଜିମଧ୍ୟ ଖୁବ୍ ସୁନ୍ଦର ଦେଖାଯାଆନ୍ତି ।

Be the first to comment

Leave a Reply

Your email address will not be published.


*