ଆଉ ଏକ ଲାଗୁଚାପ : ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା !

ଭୁବନେଶ୍ଵର ୦୧/୧୦: ଆସୁଛି ଆଉ ଏକ ଲଘୁଚାପ । ଏହି ଲଘୁଚାପ ବଳରେ ଓଡିଶାର ଅଧିକାଂଶ ଜିଲ୍ଲାରେ ଦୀର୍ଘ ୪ରୁ ୫ ଦିନ ଧରି ବର୍ଷା ଲାଗି ରହିବ । ଜଳବନ୍ଦୀ ସମସ୍ୟା, ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି । ଆଗାମୀ ସମ୍ଭାବ୍ୟ ବର୍ଷାକୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏଥିପ୍ରତି ଦୃଷ୍ଟି ଦେବେ । କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା ଧରି ଚାଲୁ ରଖିବେ । ବର୍ଷା ସ୍ଥିତି ସମ୍ପର୍କରେ ନିୟମିତ ଭାବେ ଏସ୍‌ଆରସିଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି ।

Google

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ଓଡ଼ିଶା ଉପକୂଳ ଆଡକୁ ମୁହାଁଇବ ।

ଏହି ଲାଗୁଚାପର ପ୍ରଭାବରେ ଅକ୍ଟୋବର ପହିଲାରେ ଗଞ୍ଜାମ, ପୁରୀ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଲଗାଣ ବର୍ଷା ଦ୍ୱାରା ନିମ୍ନ ଅଞ୍ଚଳ ଓ ଖଳୁଆ ସ୍ଥାନଗୁଡିକରେ ଜଳ ଜମା ରହିବା ସଙ୍ଗେ ସଙ୍ଗେ ମାଟି ନିର୍ମିତ ଚାଳ ଘରଗୁଡିକ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି । ରାସ୍ତାରେ ପାଣି ଜମିବା ଫଳରେ ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା ରହିଛି ।

ଏଥିସହ କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, କଳାହାଣ୍ଡି ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା, ଘଡଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସଙ୍ଗେ ସଙ୍ଗେ ଅକ୍ଟୋବର ୨ ତାରିଖରେ ଉପକୂଳବର୍ତ୍ତୀ ଓଡ଼ିଶାର ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ର ଅଶାନ୍ତ ରହିବ । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟ ମଧ୍ୟରେ ସମୁଦ୍ରକୁ ନ ଯିବାକୁ ଉଭୟ ପାଣିପାଗ ବିଭାଗ ଓ ଏସ୍‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Be the first to comment

Leave a Reply

Your email address will not be published.


*