କରୋନା ସଂକ୍ରମିତ ହିମାଂଶୀ ଖୁରାନାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହେଲା ଖରାପ, ତୁରନ୍ତ କରାଗଲା ହସ୍ପିଟାଲରେ ଭର୍ତ୍ତି !

“ବିଗ୍ ବୋସ୍”ର ଏକ୍ସ ପ୍ରତିଯୋଗୀ ଅଭିନେତ୍ରୀ ତଥା ଗାୟିକା ହିମାଂଶୀ ଖୁରାନାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ଦର୍ଶକ ଏବଂ ପ୍ରଶଂସକଙ୍କ ପାଇଁ ଚିନ୍ତାର ବିଷୟ ଅଟେ । ଦୁଇ ଦିନ ପୂର୍ବେ ହିମାଂଶୀ ଖୁରାନା ତାଙ୍କ ପ୍ରଶଂସକମାନଙ୍କୁ ଏକ ପୋଷ୍ଟ ମାଧ୍ୟମରେ କରୋନା ପଜିଟିଭ ହେବା କଥା କହିଥିଲେ । ସେ କହିଥିଲେ ଯେ କୃଷକ ବିଲ୍ ବିରୋଧରେ ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ହେବା ପରେ ଯେତେବେଳେ ସେ ନିଜର ପରୀକ୍ଷା କରିଥିଲେ, ସେତେବେଳେ ସେ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ । ଏହି ସମୟରେ ବର୍ତ୍ତମାନ ଖବର ଆସିଛି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୂର୍ବ ଅପେକ୍ଷା ଆହୁରି ଖରାପ ହୋଇଯାଇଛି । ଏହି କାରଣରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି । ସୂଚନାନୁସାରେ, ଜ୍ୱର ହେତୁ ଅଭିନେତ୍ରୀଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି ଏବଂ ଏଥିସହ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଅଛି ।

ଉଲ୍ଲେଖନୀୟ କଥା ହେଉଛି, ଅଭିନେତ୍ରୀଙ୍କର ରିପୋର୍ଟ ପଜିଟିଭ ଆସିବାପରେ ସେ ଘରେ କ୍ବାରେଣ୍ଟାଇନରେ ରହି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଉଥିଲେ । କିନ୍ତୁ ନିକଟରେ ସ୍ପୋଟବୟଙ୍କ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ହିମାଂଶୀ ଖୁରାନାଙ୍କର ୧୦୫ ଡିଗ୍ରୀ ଜ୍ୱର ରହିଛି । ଏବଂ ଏହି କାରଣରୁ ମଧ୍ୟ ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇଛି । ଯେଉଁଥିପାଇଁ ତାଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଯାଇଛି । ତେଣୁ କୌଣସି ବିପଦ ନ ନେଇ ହିମାଂଶୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ସହିତ ରିପୋର୍ଟ ମାଧ୍ୟମରେ ଏହା ପ୍ରକାଶ ପାଇଛି ଯେ, ହିମାଂଶୀ ଖୁରାନା ଘରେ କ୍ବାରେଣ୍ଟାଇନରେ ଥିଲେ । କିନ୍ତୁ ବୁଧବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇ ଯାଇଥିଲା ଏବଂ ପରେ ଅଭିନେତ୍ରୀଙ୍କୁ ଜରୁରୀକାଳୀନ ଭାବରେ ହସ୍ପିଟାଲକୁ ନେବାକୁ ପଡିଥିଲା । କୁହାଯାଉଛି ଯେ ହିଂମାଶୀଙ୍କୁ ଚଣ୍ଡିଗଡ଼ରୁ ଲୁଧିଆନାକୁ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । କହିରଖୁଛୁ ଯେ ଇନଷ୍ଟାଗ୍ରାମରେ ନିଜର କରୋନା ସଂକ୍ରମିତ ହେବାର ଖବର ଦେବାବେଳେ ହିମାଂଶୀ ଅନୁରୋଧ କରିଥିଲେ ଯେ କୃଷକ ଆନ୍ଦୋଳନ ସମୟରେ ଯେଉଁ ବ୍ୟକ୍ତି ମଧ୍ୟ ତାଙ୍କ ଯୋଗାଯୋଗରେ ଆସିଛନ୍ତି, ସେମାନେ ନିଜର ପରୀକ୍ଷା କରିନିଅନ୍ତୁ । ଏହା ସହିତ ବିରୋଧ ପ୍ରଦର୍ଶନରେ ଅନ୍ତର୍ଭୁକ୍ତ ହୋଇଥିବା ଲୋକଙ୍କୁ ମଧ୍ୟ ସେ କହିଥିଲେ ଯେ ପ୍ରଦର୍ଶନକାରୀ ମାନଙ୍କୁ ମନେରଖିବା ଉଚିତ ଯେ ବର୍ତ୍ତମାନ ମହାମାରୀ ଚାଲିଅଛି ।

Be the first to comment

Leave a Reply

Your email address will not be published.


*