ସାରା, ଦୀପିକା ଓ ଶ୍ରଦ୍ଧାଙ୍କୁ ସକାଳୁ ସକାଳୁ ଓଲଟା ଝୁଲାଇ ଦିଅନ୍ତୁ, ଡ୍ରଗ୍ସ ମାମଲାରେ ଫସିଥିବା ଅଭିନେତ୍ରୀ ମାନଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଲେ ବାବା ରାମଦେବ !

ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଅନେକ ବଡ଼ ବଡ଼ ଅଭିନେତ୍ରୀଙ୍କ ନାମ ଆଗକୁ ଆସିବାପରେ ଯୋଗଗୁରୁ ବାବା ରାମଦେବ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଲିକ୍ ହୋଇଥିବା ହ୍ଵାଟ୍ସଆପ୍ ଚାଟ୍ ଅନୁଯାୟୀ ଡ୍ରଗ୍ସ ମାମଲାରେ ଦୀପିକା, ଶ୍ରଦ୍ଧା ଓ ସାରା ଅଲି ଖାନଙ୍କ ନାମ ଖୁଲସା ହୋଇଛି । ଏଥି ସହିତ NCB ମାମଲାର ଅନୁସନ୍ଧାନ ପାଇଁ ଲାଗିପଡିଛି । ABP ନ୍ୟୁଜ୍ ଅନୁଯାୟୀ ସାରା, ଦୀପିକା ଓ ଶ୍ରଦ୍ଧାଙ୍କ ନାମ ଡ୍ରଗ୍ସ ମାମଲାରେ ଆସିବା ପରେ ରାମଦେବ ବାବା କହିଛନ୍ତି ଯେ ଏମାନଙ୍କୁ ‘ସକାଳୁ ସକାଳୁ ଓଲଟା ଝୁଲାଇ ଦିଅନ୍ତୁ’ ।

ରାମଦେବ ବାବା କହିଛନ୍ତି ଯେ ସାରା, ଦୀପିକା ଓ ଶ୍ରଦ୍ଧାଙ୍କୁ ସକାଳୁ ସକାଳୁ ଓଲଟା ଝୁଲାଇ ଦିଅନ୍ତୁ । କିଛି ଲୋକ କହୁଛନ୍ତି ଏମାନଙ୍କୁ ଫାଶୀରେ ଝୁଲାଇ ଦିଅନ୍ତୁ, କିନ୍ତୁ ଆଉ କିଛି କହୁଛନ୍ତି ଫାଶୀରେ ଝୁଲାନ୍ତୁ ନାହିଁ । ଆମ ଦେଶର ଲୋକ ଅଟନ୍ତି । କିଛି ଦୟା କରନ୍ତୁ । ଏମାନଙ୍କୁ ସକାଳୁ ସକାଳୁ ଝୁଲାଇ ଦିଅନ୍ତୁ । ଏମାନଙ୍କୁ ଶୀର୍ଷାସନ କରାନ୍ତୁ, ସର୍ବାଙ୍ଗାସନ କରାନ୍ତୁ ।

ବାବା ରାମଦେବ କହିଛନ୍ତି ଯେ ସମସ୍ତେ ଚିନ୍ତାରେ ଅଛନ୍ତି ବୋଲି ବାହାନା କରନ୍ତି, ତେଣୁ ନିଶା କରିବାର ଆବଶ୍ୟକତା ପଡ଼ିଥାଏ । ଏହି ସମସ୍ତେ ଦୋଷୀ ଅଟନ୍ତି, ସମସ୍ତଙ୍କୁ ଦଣ୍ଡ ମିଳିବା ଉଚିତ । ସେ କହିଛନ୍ତି ଯେ ଯଦି କେହି ମଧ୍ୟ ନିଶା କରନ୍ତି, ସେ ସ୍ୱାମୀ ରାମଦେବ ହୁଅନ୍ତୁ ପଛକେ ତାଙ୍କୁ ଦଣ୍ଡ ମିଳିବା ଉଚିତ୍ । ମୁଁ କହୁଛି ଯେ ମୁଁ କୌଣସି ନିଶା କରେ କିମ୍ବା କୌଣସି ଭୁଲ୍ କରେ, ମୋତେ ସିଧାସଳଖ ଫାଶୀରେ ଝୁଲାଇ ଦେବେ । ବଡ଼ ଲୋକଙ୍କୁ ବଡ଼ ଦଣ୍ଡ ମିଳିବା ଆବଶ୍ୟକ । ଆଇନରେ ଲେଖା ଅଛି ସେମାନଙ୍କୁ ମଧ୍ୟ ବଡ଼ ଦଣ୍ଡ ମିଳିବା ଆବଶ୍ୟକ ।

ବାବା ଆହୁରି ମଧ୍ୟ କହିଛନ୍ତି ଯେ ଏହି ଲୋକମାନେ ଗୋଟିଏ ଇଣ୍ଡଷ୍ଟ୍ରିର ପ୍ରତିନିଧିତ୍ଵ କରୁନାହାଁନ୍ତି ବରଂ ଏକ ସଂସ୍କୃତି ଓ ଦେଶର ସଂସ୍କାରର ପ୍ରତିନିଧିତ୍ଵ କରୁଛନ୍ତି । ଏମାନଙ୍କୁ ପ୍ରତ୍ୟେକ ଦିନ ଉଠି ଯୋଗ କରିବା ଉଚିତ, ଯାହାଦ୍ୱାରା ଏମାନଙ୍କ ମଧ୍ୟରେ ସଦ୍ ଭାବନା ଆସିବ ଓ ନିଶା ଠାରୁ ଦୂରରେ ରହିବେ । ଏମାନେ ଯୁବପୀଢ଼ିର ରୋଲ୍ ମଡେଲ ଅଟନ୍ତି । ଏଭଳି କଳାକାର ମାନଙ୍କ ଠାରୁ ଯୁବପୀଢ଼ି କଣ ଶିଖିବେ ?

ବାବା ରାମଦେବ ଚଳଚ୍ଚିତ୍ରରେ ନିର୍ମାଣ ହେଉଥିବା ନିଶା ଓ ମଦ୍ୟପାନ ଉପରେ ମଧ୍ୟ ଆପତ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ‘ ଯେଉଁ ଗୀତ ନିର୍ମାଣ ହେଉଛି ଦମ୍ ଲଗା ଦମ୍, ଏସବୁ ଉପରେ ସେନ୍ସର ହେବା ଉଚିତ । ଡ୍ରଗ୍ସକୁ ମହିମାମଣ୍ଡିତ କରୁଥିବା ଗୀତ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ।

Be the first to comment

Leave a Reply

Your email address will not be published.


*