ଏହା ଅଟେ କରନ୍ ଜୋହାରଙ୍କ ପାର୍ଟିର ଭିଡ଼ିଓ, ଯାହାର NCB କରୁଛି ଯାଞ୍ଚ, ଦେଖନ୍ତୁ କିପରି ମଜା କରୁଛନ୍ତି କଳାକାର !

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁ କରୁ ଏନସିବି ଏହି ମାମଲାରେ ଡ୍ରଗ୍ସର ଖୁଲାସା କରିଛନ୍ତି । ଯେବେଠାରୁ ଏହି ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ସାମ୍ନାକୁ ଆସିଅଛି, ତେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନସିବି ପକ୍ଷରୁ ଏହି ମାମଲାରେ ୧୮ ଲୋକଙ୍କୁ ଗିରଫ କରିନିଆଯାଇଛି । ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହିତ ସାରା ଅଲି ଖାନ୍ ଓ ଶ୍ରଦ୍ଧା କପୂରଙ୍କୁ ମଧ୍ୟ ଏନସିବି ପଚରାଉଚରା କରିଛନ୍ତି । ଏଥିରୁ ଏହା ବୁଝାଯାଉଛି ଯେ ବଲିଉଡ଼ର ଆଉ କିଛି କଳାକାର ମାନେ ମଧ୍ୟ ଆଗାମୀ ଦିନରେ ଏନସିବି ସନ୍ଦେହ ଘେରରେ ଆସିପାରନ୍ତି ।

ଏହାର ସବୁଠାରୁ ବଡ଼ କାରଣ ଏହିକିଯେ ୨୦୧୯ ରେ କରନ୍ ଜୋହାରଙ୍କ ଘରେ ଏକ ପାର୍ଟି ହୋଇଥିଲା, ଯାହାର ଭିଡ଼ିଓ ସାମ୍ନାକୁ ଆସିଛି । ସୋସିଆଲ ମିଡ଼ିଆରେ ଯେବେଠାରୁ ଏହି ଭିଡ଼ିଓ ଭାଇରାଲ ହୋଇଛି ତେବେଠାରୁ ହଇଚଇ ସୃଷ୍ଟି ହୋଇଯାଇଛି । ଏହି ଭିଡ଼ିଓ ବିଷୟରେ ଏହା କୁହାଯାଉଛି ଯେ ଏହି ପାର୍ଟିରେ ସାମିଲ ହୋଇଥିବା କିଛି କଳାକାର ଡ୍ରଗ୍ସ ନେଇଥିଲେ ।

ଏମାନେ କରିଥିଲେ ଅଭିଯୋଗ

ଶିରୋମଣି ଅକାଳୀ ଦଳର ପୂର୍ବ ବିଧାୟକ ମନଞ୍ଜିନ୍ଦର ସିରସା କିଛି ଦିନ ଆଗରୁ ନିର୍ମାତା ଓ ନିର୍ଦ୍ଦେଶକ କରନ୍ ଜୋହାରଙ୍କ ଘରେ ଆୟୋଜିତ ହୋଇଥିବା ଏକ ପାର୍ଟିର ଭିଡ଼ିଓ ସେୟାର କରାଯାଇଥିଲା ଏବଂ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିକଟରେ ସେ ଏକ ଅଭିଯୋଗ ନେଇ ମାମଲା ଦାଖଲ କରାଇଥିଲେ । ନିଜ ଅଭିଯୋଗରେ ସେ ଏହି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ, ଏହା ସହିତ ଏହା ସୂଚନା ଦେଇଥିଲେ ଯେ ଗତ ବର୍ଷ କରନ୍ ଜୋହାରଙ୍କ ଘରେ ଡ୍ରଗ୍ସ ପାର୍ଟିର ଆୟୋଜନ କରାଯାଇଥିଲା ।

ଏନସିବି, ଯିଏକି ସୁଶାନ୍ତ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଯାଞ୍ଚରେ ଲାଗି ପଡ଼ିଥିଲେ, ଏହି ଭିଡ଼ିଓର ଫରେନସିକ୍ ରିପୋର୍ଟ ମଧ୍ୟ ତାଙ୍କ ଟିମକୁ ପ୍ରାପ୍ତ ହୋଇଯାଇଥିଲା । ଏନସିବି ସୂତ୍ରରୁ ଜଣାପଡ଼ିଛି ଯେ ଏହି ଫରେନସିକ୍ ରିପୋର୍ଟରେ ଏହି ଭିଡ଼ିଓର ସତ୍ୟତାର ପୁଷ୍ଟି ହୋଇଯାଇଛି । ଭିଡ଼ିଓରେ ୧୦ ରୁ ୧୨ ବଲିଉଡ଼ର ବଡ଼ ବଡ଼ କଳାକାରକୁ ଦେଖାଯାଉଛି ।

ଏନସିବି କଲେ ବୈଠକ

ଏପରି କୁହାଯାଉଛି ଯେ ଫରେନସିକ ରିପୋର୍ଟ ସାମନାକୁ ଆସିବା ପରେ ଏହାକୁ ନେଇ ଏନସିବି କିଛି ଅଧିକାରୀକ ବୈଠକ ହୋଇଥିଲା । ଏନସିବି ଯେଉଁ ଗତ ଏକ୍ସନ ଗୁଡ଼ିକ ନେଇଛନ୍ତି ତାହାକୁ ଦେଖି ଏହା ସନ୍ଦେହ କରାଯାଉଛି ଯେ କିଛି କଳାକାର ଆଗାମୀ କିଛି ଦିନ ମଧ୍ୟରେ ଏହି ମାମଲାରେ ପଚରାଉଚରା ପାଇଁ ସମନ ପଠାଇପାରନ୍ତି । ଧର୍ମା ପ୍ରଡକ୍ସନର କାର୍ଯ୍ୟକାରୀ ନିର୍ମାତା କ୍ଷୀତିଜ ରବି ପ୍ରସାଦଙ୍କୁ ମଧ୍ୟ ଏନସିବି ପଚରାଉଚରା କରିଛନ୍ତି ଏବଂ ତାଙ୍କୁ ଗିରଫ କରି ନେଇଛନ୍ତି । କୁହାଯାଉଛି ଯେ ଏନସିବି ଯେତେବେଳେ ତାଙ୍କ ଘରକୁ ଯାଇ ଛାପା ମାରିଲେ ତେବେ ଯାଞ୍ଚ ଦଳକୁ ତାଙ୍କ ଘରୁ ଅଳ୍ପ ମାତ୍ରାରେ ଗଞ୍ଜେଇ ପ୍ରାପ୍ତ ହେଲା ।

ରକୁଲ ପ୍ରୀତ ସିଂହଙ୍କ ଖୁଲାସା

ଗତ ଦିନ ବଲିଉଡ଼ ଅଭିନେତ୍ରୀ ରକୁଲ ପ୍ରୀତ ସିଂହକୁ ଏନସିବି ଦଳ ଯେତେବେଳେ ଗତ ଶୁକ୍ରବାରକୁ ପଚରାଉଚରା କରୁଥିଲେ ସେତେବେଳେ ସେ କହିଥିଲେ ଯେ ଧର୍ମା ପ୍ରଡକ୍ସନର ଏକଯ୍ୟୁକେଟିଭ କ୍ଷୀତିଜ ରବି ପ୍ରସାଦ ନିୟମିତ ଭାବେ ନା କେବଳ ଡ୍ରଗ୍ସ କିଣୁଥିଲେ ବରଂ ବଲିଉଡ଼ରେ ଅନେକଗୁଡ଼ିଏ କଳାକାରଙ୍କୁ ସେ ଏହା ପ୍ରେରଣ କରୁଥିଲେ । ରକୁଲ ପ୍ରୀତ ସିଂହ ଏନସିବିକୁ ଏହା କହିଥିଲେ ଯେ ତାଙ୍କଠାରୁ ମଧ୍ୟ କ୍ଷୀତିଜ ଡ୍ରଗ୍ସ ପାଇଁ ସମ୍ପର୍କ କରିଥିଲେ ।

ଡ୍ରଗ୍ସକୁ ନେଇ କରାଯାଇଥିବା ଜେରାରେ ବଲିଉଡ଼ ଅଭିନେତ୍ରୀ ସାରା ଅଲି ଖାନ୍ ମଧ୍ୟ ଏନସିବିକୁ ଅନେକଗୁଡ଼ିଏ ସୂଚନା ଦେଇଛନ୍ତି । କୁହାଯାଇଉଛି ଯେ ସାରା ଅଲି ଖାନ୍ ଏନସିବି ସମ୍ମୁଖରେ କହିଛନ୍ତି ଯେ ସେ ନିଜ ପାଇଁ କେବେହେଲେ ଡ୍ରଗ୍ସ ନେଇ ନାହାଁନ୍ତି । ସେହିପରି ସୁଶାନ୍ତ, ସିଂହ ରାଜପୁତ ଡ୍ରଗ୍ସ ନେଉଥିଲେ କିମ୍ବା ନାହିଁ, ଏହାକୁ ନେଇ ସାରା ଏନସିବିକୁ କଣ କହିଛନ୍ତି ଏହାର ଖୁଲାସା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ ।

Be the first to comment

Leave a Reply

Your email address will not be published.


*