ଏହି ରାଜ୍ୟରେ ସିନେମା ହଲ୍ ଖୋଲିବା ପାଇଁ ରାଜ୍ୟ ସରକାର ଦେଲେ ଅନୁମତି ! ବର୍ତ୍ତମାନ PVR ଓ INOXର ମଜା ନେଇପାରିବେ ।

କରୋନା ଭାଇରସ କାରଣରୁ ଦୀର୍ଘ ସମୟ ଧରି ଦେଶର ସିନେମା ହଲ୍ ଗୁଡ଼ିକ ବନ୍ଦ ରହିଛି ଏବଂ ମାର୍ଚ୍ଚ ମାସରୁ କୌଣସି ଚଳଚ୍ଚିତ୍ର ସିନେମା ହଲ୍ ମାନଙ୍କରେ ରିଲିଜ୍ କରାଯାଇନାହିଁ । ଅନ୍-ଲକ୍ ଅନୁଯାୟୀ ଧୀରେ ଧୀରେ କିଛି କଟକଣାକୁ କୋହଳ କରାଯାଉଛି ଏବଂ ସ୍କୁଲଗୁଡ଼ିକୁ ଖୋଲିବା ପାଇଁ ଅନୁମତି ସରକାର ପକ୍ଷରୁ ଦେଇ ଦିଆଯାଇଛି । ବର୍ତ୍ତମାନ ଖୁବଶୀଘ୍ର ସିନେମା ହଲ୍ ଗୁଡିକ ମଧ୍ୟ ଖୋଲିଦିଆଯିବ । ବାସ୍ତବରେ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ବନ୍ଦ ପଡ଼ିଥିବା ସିନେମା ହଲ୍ ଗୁଡ଼ିକୁ ଖୋଲିବାକୁ ଅନୁମତି ପ୍ରଦାନ ଦେଇଛନ୍ତି ଏବଂ ଅକ୍ଟୋବର ମାସରୁ ଏହି ରାଜ୍ୟରେ ଥିଏଟର ଖୋଲିଯିବ । ପଶ୍ଚିମବଙ୍ଗ ସରକାରଙ୍କର ଏହି ନିଷ୍ପତ୍ତି ପରେ ଆଶା କରାଯାଉଛି; ବୋଧହୁଏ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସିନେମା ହଲ୍ ଗୁଡ଼ିକୁ ଖୋଳିପାରେ ।

ଟ୍ୱିଟ୍ ମାଧ୍ୟମରେ ଦେଲେ ସୂଚନା :

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି । ମମତା ବାନାର୍ଜୀ ଟ୍ୱିଟ କରି ଲେଖିଛନ୍ତି ଯେ ‘ସାଧାରଣ ଅବସ୍ଥାକୁ ଫେରିବା ପରେ ଯାତ୍ରା, ପ୍ଲେ, ସିନେମା, ମ୍ୟୁଜିକଲ, ଡାନ୍ସ ପ୍ରୋଗ୍ରାମ୍ ଓ ଶୋ’କୁ ଅକ୍ଟୋବର ପହିଲାରୁ ୫୦ କିମ୍ବା ତା’ଠାରୁ କମ୍ ଲୋକଙ୍କୁ ନେଇ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଏହି ସମୟରେ ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ ।’ ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ ପଡ଼ିବ ଏବଂ ଅନ୍ୟ ନିୟମଗୁଡ଼ିକ ପାଳନ କରିବାକୁ ପଡ଼ିବ ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ ସିନେମା ହଲ୍ ବା ଅନ୍ୟ ସମସ୍ତ ସାଧନ ଖୋଲିବାକୁ ମଞ୍ଜୁରୀ ଦିଆଯିବ । କିନ୍ତୁ ୫୦ରୁ ଅଧିକ ଲୋକ ଚଳଚ୍ଚିତ୍ର ଦେଖି ପାରିବେ ନାହିଁ । ଥରକରେ କେବଳ ୫୦ ଜଣ ଲୋକଙ୍କୁ ହିଁ ଚଳଚ୍ଚିତ୍ର ଦେଖିବା ପାଇଁ ଅନୁମତି ଦିଆଯିବ । ଏହା ସହିତ ଏହି ଲୋକଙ୍କୁ ମାସ୍କ ଲଗାଇ କିମ୍ବା ସାମାଜିକ ଦୂରତା ପାଳନ କରି ଚଳଚ୍ଚିତ୍ର ଦେଖିବାକୁ ପଡ଼ିବ ।

ବାସ୍ତବରେ ଦୀର୍ଘ ସମୟରୁ ସିନେମା ହଲର ମାଲିକ ଓ ଚଳଚ୍ଚିତ୍ର ନିର୍ମାତାମାନେ ଦାବି କରୁଥିଲେ ଯେ ରାଜ୍ୟରେ ଥିଏଟର ଗୁଡ଼ିକୁ ଖୋଲିବା ପାଇଁ ଅନୁମନ୍ତି ଦିଆଯାଉ । ଅନ୍ୟପକ୍ଷରେ ମମତା ବାନାର୍ଜୀ ଏହି ଦାବି ମାନି ନେଇଛନ୍ତି ଏବଂ ପଶ୍ଚିମବଙ୍ଗରେ ଅନେକଗୁଡ଼ିଏ ସ୍ଥାନରେ ଯାତ୍ରା, ପ୍ଲେ, ସିନେମା, ମ୍ୟୁଜିକଲ, ଡାନ୍ସ ପ୍ରୋଗ୍ରାମ୍ ଓ ଶୋ’ ଖୋଲିବା ପାଇଁ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି ।

ଦୀପାବଳି ସୁଦ୍ଧା ଦେଶର ସମସ୍ତ ସିନେମା ହଲ୍ ଖୋଲିଯିବ :

କୁହାଯାଉଛି ଯେ ଦୀପାବଳି ସୁଦ୍ଧା ବୋଧହୁଏ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସିନେମା ହଲ୍ ଗୁଡ଼ିକୁ ଖୋଲିଦିଆଯିବ । ଅନ୍ୟପକ୍ଷରେ ସିନେମା ହଲ୍ ଗୁଡ଼ିକ ବନ୍ଦ ଥିବା ହେତୁ ବଡ଼ ବଡ଼ ଚଳଚ୍ଚିତ୍ରଗୁଡିକୁ ଓଟିଟି ପ୍ଲେଟଫର୍ମରେ ରିଲିଜ କରିଦିଆଯିବ । ଯେପରି କି ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ, ସଲମାନ ଖାଁଙ୍କ ମୋଷ୍ଟ ୱାଣ୍ଟଡ଼ ଭାଇ ଓ ରଣବିର ସିଂହ ୮୩ ଭଳି ଚଳଚ୍ଚିତ୍ର ଗୁଡ଼ିକୁ ସିନେମା ହଲରେ ରିଲିଜ କରାଯିବ । ଯଦି ଦୀପାବଳିରେ ସିନେମା ହଲ୍ ଗୁଡ଼ିକୁ ଖୋଲିଦିଆଯାଏ, ତେବେ ଏହି ଚଳଚ୍ଚିତ୍ର ଗୁଡ଼ିକୁ ରିଲିଜ୍ ହେବ ।

Be the first to comment

Leave a Reply

Your email address will not be published.


*