ଦୟାକରି ଆମକୁ କ୍ଷମା କରିଦିଅନ୍ତୁ, ଛାଡ଼ି ଦିଅନ୍ତ: ବିଶାଲ ଭରଦ୍ୱାଜ

ନୂଆଦିଲ୍ଲୀ,୨୬/୯: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଲଗାତାର ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଏମିତିରେ ଏହା ସହ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ମାମଲା ଆହୁରି ସଙ୍ଗିନ ହୋଇପଡ଼ିଛି। ସବୁଆଡ଼େ ଏବେ ବଲିଉଡର ଚର୍ଚ୍ଚା। ଏଭଳି ସମୟରେ ବଲିଉଡ ବିରୋଧରେ ଆୱାଜ ଉଠାଇଥିବା ଲୋକଙ୍କ ଉପରେ ନାରାଜ ହୋଇଛନ୍ତି ବିଶିଷ୍ଟ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ।

ନିର୍ଦ୍ଦେଶକ, ପ୍ରଯୋଜକ, ସିଙ୍ଗର, ସଙ୍ଗୀତ ନିର୍ଦ୍ଦେଶକ ଏବଂ ରାଇଟର ବିଶାଳ ଭରଦ୍ୱାଜ କହିଛନ୍ତି, ହିନ୍ଦୀ ଫିଲ୍ମ ଦୁନିଆ, ଏମିତି ଏକ ସୁନ୍ଦର ନଗରୀ, ଯାହାର ଚାକଚକ୍ୟରେ ଯେକେହି ବି ଦିୱାନା ପାଲଟିଯାଏ। ଏହା ଏମିତି ଏକ ମାୟାନଗରୀ, ଯାହା ଭିତରକୁ ଗଲେ ଲୋକେ ବାହାରକୁ ଆସିବାକୁ ଚାହାନ୍ତି ନାହିଁ। ଭଲ ହେଉ ବା ଖରାପ, ଏହି ଫିଲ୍ମ ଇଣ୍ଡଷ୍ଟ୍ରି ଆମର। କିନ୍ତୁ ଆଜିକାଲିର ପରିସ୍ଥିତି ଲୋକଙ୍କ ମନବଳକୁ ଭାଙ୍ଗି ଦେଇଛି। ସତରେ କ’ଣ ଏହି ଫିଲ୍ମ  ଦୁନିଆରେ ବାହାର ଲୋକଙ୍କୁ ଭଲପାଇବା ମିଳୁନାହିଁ ? ଏଠାରେ କ’ଣ ମହିଳାମାନେ ନିଜର କାମକୁ ନେଇ  ସୁରକ୍ଷିତ ନୁହନ୍ତି ଏବଂ ଏଠାରେ କ’ଣ ନିଶାଦ୍ରବ୍ୟ ଓ ମାଦକ ଦ୍ରବ୍ୟ ସେବନ କରିବା ଆପଣଙ୍କ ଯୋଗ୍ୟତାକୁ ଦର୍ଶାଉଛି। ବି-ଟାଉନ ଆଜି ଏମିତି ସବୁ ସଙ୍ଗୀନ ଅଭିଯୋଗର କାଠଗଡ଼ାରେ ଠିଆ ହୋଇଛି।  

ସୂଚନା ଅନୁଯାୟୀ, ନିକଟରେ ସ୍କ୍ରିନ୍ ରାଇଟର ଏସୋସିଏସନର ପ୍ରେସ୍‌ କନଫ୍ରେନ୍ସରେ ଅତିଥି ହୋଇ ଆସିଥିଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ। ତାଙ୍କୁ ଯେବେ ପଚରା ଯାଇଥିଲା ଯେ ଆଜିକାଲି ଇଣ୍ଡଷ୍ଟ୍ରିରେ ଯେଉଁ ଟକ୍ସିକ୍‌ କଲଚର ଚାଲିଛି ଏବଂ ନିଶାର ମାହୋଲ ରହିଛି, ଏହା ଉପରେ କଣ କହିବାକୁ ଚାହିଁବେ?

ବିଶାଳ କହିଥିଲେ ଆଜିକାଲି  ଯାହା ସବୁ ଚାଲିଛି, ଏହା ଲୋକଙ୍କ ଦ୍ୱାରା ପ୍ରଚାରିତ ଭିତ୍ତିହୀନ କଥା। ଆମ ଇଣ୍ଡଷ୍ଟ୍ରି ବହୁତ ଭଲ। ଯେବେ କେଉଁ ଫିଲ୍ମର ଶୁଟିଂ ଶେଷହୁଏ  ସେତେବେଳେ ପୂରା ୟୁନିଟ୍‌କୁ ପରସ୍ପରଠାରୁ ଦୂରେଇ ଯିବାର ଦୁଃଖ ହୋଇଥାଏ। ମୋତେ କେବେ ବଲିଉଡ ବାହାରର ଲୋକ ଭଳି ଅନୁଭବ ହୋଇନି। ମୁଁ ଏହି ଇଣ୍ଡଷ୍ଟ୍ରିକୁ ବହୁତ ଭଲପାଏ। ଖାଲି ଏତିକି ନୁହେଁ ବିଶାଳ ଆହୁରି ମଧ୍ୟ କହିଥିଲେ, ଏହି ଇଣ୍ଡଷ୍ଟ୍ରି ଏମିତି ଯେ ଯେଉଁଠି ଆପଣ ରାତାରାତି ଷ୍ଟାର ହୋଇପାରିବେ ଏବଂ ଜୋକର ମଧ୍ୟ ହୋଇପାରିବେ। ଯଦି ଆପଣଙ୍କ ନିକଟରେ ଟାଲେଣ୍ଟ ଅଛି, ତ ଆପଣଙ୍କର ଲଟେରୀ ଲାଗିବାରେ କେହି ବି ରୋକିପାରିବେ ନାହିଁ। ସେ କୌଣସି ଷ୍ଟାର ପରିବାରରୁ ହୋଇଥାଉ ବା ବାହାର ଲୋକ ହୋଇଥାଉ। ଆମ ଇଣ୍ଡଷ୍ଟ୍ରିରେ ବହୁ ଭାବନାତ୍ମକ ସମ୍ପର୍କ ରହିଥାଏ। ଦୟାକରି ଆମକୁ କ୍ଷମା କରିଦିଅନ୍ତୁ, ଆମକୁ ଛାଡ଼ି ଦିଅନ୍ତୁ। ଆମେ ନିଜ ସ୍ଥିତିରେ ବହୁତ ଭଲରେ  ଅଛୁ। ଏଠାରେ କୌଣସି ଟକ୍ସିକ୍‌ କଲଚର ନାହିଁ, ବରଂ ଆମେ ସମସ୍ତେ ଗୋଟିଏ ପରିବାର।

Be the first to comment

Leave a Reply

Your email address will not be published.


*