ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟର ଏହି ୨ଟି ଅଭ୍ୟାସ ସଫଳତାର ପଥରେ ଅନ୍ତରାୟ ସୃଷ୍ଟି କରେ ! ତୁରନ୍ତ ଏହାକୁ ପରିତ୍ୟାଗ କରନ୍ତୁ, ସଫଳତା ଅବଶ୍ୟମ୍ଭାବୀ !

ମହାନ ବିଦ୍ୱାନ ଓ ବିଶିଷ୍ଠ ନୀତିକାର ବ୍ୟକ୍ତିଙ୍କ ମଧ୍ୟରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ସର୍ଵଦା ପ୍ରଥମ ସ୍ଥାନରେ ଗଣନା କରାଯାଇଥାଏ । ସେ ବିଭିନ୍ନ ବିଷୟର ଅନୁଭୂତିକୁ ହୃଦୟଙ୍ଗମ କରି ନିଜ ନୀତିଶାସ୍ତ୍ରରେ କିଛି ବିଶେଷ କଥା ଉଲ୍ଲେଖ କରିଯାଇଛନ୍ତି । ସେ ଜଣେ ଉତ୍ତମ ଶିକ୍ଷକ ସହିତ ଜଣେ ଭଲ ଅର୍ଥନୀତିଜ୍ଞ ମଧ୍ୟ ଥିଲେ । କେବଳ ଏତିକି ହିଁ ନୁହେଁ ଜଣେ ଭଲ ରଣନୀତିଜ୍ଞ ଭାବରେ ମଧ୍ୟ ତାଙ୍କୁ ବେଶ୍ ଜଣାଶୁଣା ଥିଲେ । ସେ ଅନେକ ବିଷୟରେ ଅଧ୍ୟୟନ କରିଛନ୍ତି । ଏଥିରେ ସମାଜ ଏବଂ ମନୁଷ୍ୟକୁ ପ୍ରଭାବିତ କରିବା ପରି ଜିନିଷ ମଧ୍ୟ ସାମିଲ ରହିଛି । ଏହି ସମୟ ମଧ୍ୟରେ, ସେ ନିଜ ଜ୍ଞାନର ସାଗରରେ ଯାହା ମଧ୍ୟ କିଛି ରଖିଥିଲେ ସେହି ସବୁକୁ ଚାଣକ୍ୟ ନୀତିରେ ସ୍ଥାନ ଦେଇଯାଇଛନ୍ତି । ଯାହାକୁ ବର୍ତ୍ତମାନ ପୀଢି ମଧ୍ୟ ଅଧ୍ୟୟନ କରି ନିଜ ଜୀବନକୁ ସୁଧାରିବାରେ ସମର୍ଥ ହୋଇପାରୁଛନ୍ତି ।

google

ଚାଣକ୍ୟଙ୍କ ଅନୁସାରେ, ମନୁଷ୍ୟକୁ ସର୍ବଦା ଭଲ ଅଭ୍ୟାସ ଗ୍ରହଣ କରିବା ଉଚିତ ଏବଂ ଖରାପ ଅଭ୍ୟାସ ଠାରୁ ଦୂରେଇ ରହିବା ଉଚିତ । ଚାଣକ୍ୟ କହିବାନୁସାରେ ଏହି ଭଲ ଅଭ୍ୟାସଗୁଡିକ ହିଁ ଜଣେ ବ୍ୟକ୍ତିଙ୍କୁ ମହାନ ଏବଂ ସଫଳ କରିଥାଏ । ମନୁଷ୍ୟ ମଧ୍ୟରେ ଏହି ଭଲ ଅଭ୍ୟାସ ସେତେବେଳେ ଆସିବ ଯେତେବେଳେ ତାଙ୍କର ଶିକ୍ଷା ଏବଂ ସଂସ୍କାର ଭଲ ହୋଇଥିବା । ଯେଉଁ ବ୍ୟକ୍ତିମାନଙ୍କର ଖରାପ ଅଭ୍ୟାସ ରହିଥାଏ, ସେମାନଙ୍କ ପ୍ରଗତିରେ ଅନେକ ବାଧାବିଘ୍ନ ଆସିଥାଏ । ଏହି ଲୋକମାନଙ୍କୁ ସମାଜ ଏବଂ କର୍ମକ୍ଷେତ୍ରରେ ମଧ୍ୟ ସମ୍ମାନ ମିଳିନଥାଏ । ଏଥିପାଇଁ ଆମକୁ ଏହିପରି ଖରାପ ଅଭ୍ୟାସ ଠାରୁ ଦୂରେଇ ରହିବା ଉଚିତ । ଆଜି ଆମେ ଏହି ଅନୁଛେଦରେ ଆପଣଙ୍କୁ ଏପରି ଦୁଇଟି ଖରାପ ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ, ଯାହା ମନୁଷ୍ୟର ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ।

ମିଛ କହିବା :

ଚାଣକ୍ୟଙ୍କ କହିବାନୁସାରେ, ମିଛ କହିବା ହେଉଛି ମଣିଷର ସବୁଠାରୁ ଖରାପ ଅଭ୍ୟାସଗୁଡିକ ମଧ୍ୟରୁ ଅନ୍ୟତମ । ବ୍ୟକ୍ତିଙ୍କୁ ସର୍ବଦା ମିଛ କହିବା ଠାରୁ ଦୂରେଇ ରହିବା ଉଚିତ । ଏହି ଅଭ୍ୟାସ ଆପଣଙ୍କ ପାଇଁ ବିପଦଜନକ ମଧ୍ୟ ସାବ୍ୟସ୍ତ ହୋଇପାରେ । ଥରେ ଯଦି କାହାକୁ ମିଛ କହିବାର ଅଭ୍ୟାସ ଆରମ୍ଭ ହୋଇଯାଏ, ତେବେ ମନୁଷ୍ୟ ଗୋଟିଏ ପରେ ପରେ ମିଛ କହିଛଳିଥାଏ । ଅର୍ଥାତ ଅନ୍ୟ ଭାଷାରେ କହିବାକୁ ଗଲେ ଥରେ ଯଦି ମିଛ କହିବ ଆରମ୍ଭ ହୋଇଯାଏ, ତେବେ ଏହା ସହଜରେ ମନୁଷ୍ୟର ପିଛା ଛାଡିନଥାଏ । ଏହି ମିଛ କହିବ ଦ୍ଵାରା ଆପଣ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ଅନ୍ୟ ଲୋକମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ପ୍ରତ୍ୟେକ ମିଛ ଦିନେ ନା ଦିନେ ନିଶ୍ଚୟ ଧରା ପଡିଯାଇଥାଏ । ଯେତେବେଳେ ଲୋକମାନଙ୍କୁ ତୁମର ମିଛ ବିଷୟରେ ଜଣା ପଡିଯାଇଥାଏ, ସେତେବେଳେ ସେମାନେ ତୁମ ଠାରୁ ଦୂରତା ବଜାୟ ରଖିବା ବା ତୁମ ଠାରୁ ଦୂରେଇ ଯିବାକୁ ଇଚ୍ଛା କରଥା’ନ୍ତି ।

ଆଳସ୍ୟର ବଶବର୍ତ୍ତୀ ହେବା :

ଚାଣକ୍ୟଙ୍କ କହିବାନୁସାରେ, ଆଳସ୍ୟ ଆପଣଙ୍କ ସଫଳତାର ସବୁଠାରୁ ବଡ ଶତ୍ରୁ ଅଟେ । ଯେଉଁ ବ୍ୟକ୍ତି ଏହି ଆଳସ୍ୟକୁ ଜୀବନରେ ଅଭ୍ୟାସ ରୂପେ ପରିଣତ କରିଦେଇଥାନ୍ତି; ସେହି ବ୍ୟକ୍ତିମାନଙ୍କୁ ସହଜରେ ସଫଳତା ମିଳିନଥାଏ । ଏହି ଆଳସ୍ୟ ହେତୁ ସେମାନେ ଜୀବନରେ ମିଳିଥିବା କେତେକ ସୁବର୍ଣ୍ଣ ସୁଯୋଗକୁ ମଧ୍ୟ ହାତଛଡା କରିଦେଇଥା’ନ୍ତି । କିନ୍ତୁ ସେମାନେ ଆଳସ୍ୟର ବଶବର୍ତ୍ତୀ ହୋଇ ଜାଣିପାରନ୍ତି ନାହିଁ, ଏପରି ସୁଯୋଗ ଜୀବନରେ ବାରମ୍ବାର ମିଳିନଥାଏ । ଏପରି ସ୍ଥଳରେ ଲୋକେ ଆଳସ୍ୟର ବଶବର୍ତ୍ତୀ ହୋଇ ନିଜେ ହିଁ ସଫଳତାକୁ ହାତ ଛଡା କରିଦେଇଥା’ନ୍ତି । କିନ୍ତୁ ସେହି ବ୍ୟକ୍ତି ହିଁ ପରବର୍ତ୍ତୀ ସମୟରେ ଅନୁତାପ କରିଥାଏ । ଅପରପକ୍ଷରେ ଯେଉଁ ବ୍ୟକ୍ତିମାନେ ଆଳସ୍ୟର ବଶବର୍ତ୍ତୀ ନୁହନ୍ତି ଓ ନିଜ ଜୀବନ ନିଜ କର୍ମକୁ ହିଁ ନିଜ ଭଗବାନ ବୋଲି ମନେ କରନ୍ତି ଏବଂ କଠୋର ପରିଶ୍ରମ କରିଥାନ୍ତି; ସେହି ବ୍ୟକ୍ତିମାନଙ୍କୁ ସଫଳତା ଯଥାଶୀଘ୍ର ମିଳିଥାଏ । ସେମାନେ ଜୀବନର ସୁଯୋଗକୁ ସଠିକ ଭାବରେ ବ୍ୟବହାର କରି ସଫଳତା ପ୍ରାପ୍ତ କରିଥାନ୍ତି ।

ଯଦି ଆପଣଙ୍କ ପାଖରେ ମଧ୍ୟ ଏହି ଦୁଇଟି ଖରାପ ଅଭ୍ୟାସ ରହିଛି; ତେବେ ଏହାକୁ ତୁରନ୍ତ ପରିତ୍ୟାଗ କରନ୍ତୁ । ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜର ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ଏବଂ ନିଜର ବନ୍ଧୁ, ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

ସୌଜନ୍ୟ : newstrend

Be the first to comment

Leave a Reply

Your email address will not be published.


*