28 ସେପ୍ଟେମ୍ବର 2020, ସୋମବାର- ଆଜି ଘଟିବାକୁ ଯାଉଛି ବର୍ଷର ସବୁଠାରୁ ବଡ ରାଜଯୋଗ ! ୪ଟିର ଭାଗ୍ୟରେ ହେବ

28 ସେପ୍ଟେମ୍ବର 2020, ସୋମବାର- ଆଜି ଘଟିବାକୁ ଯାଉଛି ବର୍ଷର ସବୁଠାରୁ ବଡ ରାଜଯୋଗ ! ୪ଟିର ଭାଗ୍ୟରେ ହେବ ସକାରାତ୍ମକ ପରିବର୍ତ୍ତନ ।

ଆଜି ଆମେ ଆପଣଙ୍କୁ ୨୮ ସେପ୍ଟେମ୍ବର ସୋମବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ବିନମ୍ର ସ୍ଵଭାବ ଗୁଣ ଯୋଗୁଁ ଅନ୍ୟକୁ ସାହାଯ୍ୟ କରିବାରେ ପଛ ଘୁଞ୍ଛା ଦେବେ ନାହିଁ । ଅଭାବ ଅସୁବିଧା ବଶତଃ ଧାର କରିବାକୁ ପଡିପାରେ । ଶନି ସହ ଚନ୍ଦ୍ର ସଂଯୋଗ ଯୋଗୁଁ ପାରିବାରିକ ସ୍ଥିତିକୁ ନେଇ ମାନସିକ ସ୍ଥିତି ଭଲ ରହିବ ନାହିଁ । କିନ୍ତୁ ଆପଣଙ୍କ ଆବଶ୍ୟକତା ପୂରଣ କରିବାରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । ବ୍ୟବସାୟ ବାଣିଜ୍ୟରେ କ୍ଷତି ସହିବାକୁ ପଡିପାରେ । କୌଣସି ଯୋଜନା ମଧ୍ୟ ଫଳପ୍ରଦ ହେବ ନାହିଁ । କର୍ମକ୍ଷେତ୍ରରେ କେତେକ ସହକର୍ମୀ ଓ ବନ୍ଧୁଙ୍କ ସାହାଯ୍ୟରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଆପଣଙ୍କ ନିମନ୍ତେ ଭଲ ହେବ । ପରିବାରରେ କୌଣସି କଥାକୁ ଗୁରୁତ୍ଵର ସହ ଆଲୋଚନା କରି ଦ୍ଵନ୍ଦ ଉପୁଜିପାରେ, ଯାହାଫଳରେ ମନରେ ଅଶାନ୍ତି ଲାଗିରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ସମଲେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟଧରି କାମ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । କେତୁ ନକ୍ଷତ୍ରସ୍ଥ ଶୁକ୍ର ହେତୁ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ଲଘୁ କ୍ରୋଧ ସୃଷ୍ଟି କରିପାରେ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ । ବ୍ୟବସାୟରେ ଲାଭ ନ ହେଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । ଅଫିସର ବାତାବରଣ ମନକୁ ଆଶ୍ଵସ୍ତି ପ୍ରଦାନ କରିବ । ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ନିଜ ବାକ୍-ସଂଯମତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ନଚେତ ବିବାଦୀୟ ପରିସ୍ଥିତି ଉପୁଜିପରେ । ନିର୍ମାଣାଧୀନ କାର୍ଯ୍ୟ ସମସ୍ୟା ବହୁଳ ରହିବ । ପରିବାରରେ ଲାଗି ରହିବା ସମସ୍ୟା ପାଇଁ ଜଣେ ସମ୍ପର୍କୀୟ ଭାଇ ସାହାଯ୍ୟ କରିବେ ଓ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ । କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନ ଶାନ୍ତ ରଖନ୍ତୁ ଓ ପରିସ୍ଥିତିର ମୁକାବିଲା କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ପାଇବେ । କର୍ମସ୍ଥାନ ଶନି ଦୃଷ୍ଟି ଯୋଗୁଁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରର ପରୋକ୍ଷ ଶତ୍ରୁତା ଯୋଗୁଁ ନାନା ପ୍ରକାର ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିପାରେ । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧାରଣ ରହିବ । ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ପାଇଁ ଚେଷ୍ଟା କରିବେ । ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପରିବାରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ଅଶାନ୍ତି ଉପୁଜିପରେ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଧାର୍ମିକ କାର୍ଯ୍ୟ ଓ ପୂଜାପାଠରେ ଅଧିକ ସମୟ ବିତିବ । ଆଜିର ରବି ସହ ବୁଧ ସଂଯୋଗ ଯୋଗୁଁ ଯେକୌଣସି କାମ କରନ୍ତୁ ନା କାହିଁକି ସଫଳତା ପାଇବେ ସତ କିନ୍ତୁ ବିଶେଷ ଭାବେ ଖର୍ଚ୍ଚାନ୍ତ ହେବ । ବ୍ୟବସାୟ ଓ ବାଣିଜ୍ୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅଫିସରେ ଈର୍ଷାପରାୟଣ ସହକର୍ମୀମାନେ ଆପଣଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବେ । କ୍ୟାରିଅରରେ ଉନ୍ନତି ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିପାରେ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ମନ ଉଦାସ ରହିବ ଓ ପରିବାର ଲୋକଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ଆକସ୍ମିକ ଭାବରେ ସ୍ତ୍ରୀଙ୍କ ସ୍ଵସ୍ଥ୍ୟ ଖରାପ ହେବା ଯୋଗୁଁ ମନ ବିଚଳିତ ହୋଇପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ରାଶିରେ ଶୁକ୍ରଙ୍କ ପ୍ରଭାବରେ ସୁଚିନ୍ତିତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ । ଆର୍ଥିକ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆସିବ ନାହିଁ ଅର୍ଥାତ ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ଫୋନ ମାଧ୍ୟମରେ ବନ୍ଧୁତ୍ଵ ସମ୍ପର୍କକୁ ଦୃଢ଼ୀଭୂତ କରିବେ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଅଫିସରେ ନିଷ୍ଠାର ସହ କାର୍ଯ୍ୟ କରିବେ ଓ କର୍ତ୍ତୃପକ୍ଷ ମଧ୍ୟ ଆପଣଙ୍କ କାମକୁ ପ୍ରଶଂସା କରିବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ ସ୍ତରରେ ଜନକଲ୍ୟାଣ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପରିବାରରେ ଆଗାମୀ ଭବିଷ୍ୟତ ପାଇଁ ସଙ୍ଗବୋଦ୍ଦ ହୋଇ କୌଣସି ଶୁଭ କାମ ବିଷୟରେ ଆଲୋଚନା କରିବେ । ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସୁଖ ସମୃଦ୍ଧି ବୃଦ୍ଧି ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଶୁକ୍ର ଓ ବୁଧଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ପ୍ରଶଂସିତ ହେଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଲାଗି ରହିବ କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ପରସ୍ପର ସହମତିିରେ କାମ କଲେ ଅପେକ୍ଷାକୃତ ଉପକୃତ ହୋଇପାରନ୍ତି । କାହାକୁ ବିଶ୍ଵାସ କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ନଚେତ ଅସୁବିଧାରେ ପଡ଼ିପାରନ୍ତି । ଅଫିସର ବାତାବରଣ ସୁସ୍ଥ ଥିଲେ ମଧ୍ୟ ମଧ୍ୟାହ୍ନରେ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । ଗଠନମୂଳକ କିମ୍ବା ସାମୂହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ପାଖ ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନବଳ ଖୁବ୍‌ ଟାଣ କରିବ । ଶାରୀରିକ ସୁସ୍ଥତା ସହ ରୋଗପୀଡ଼ାରୁ ଉପଶମ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପୁରାତନ ରୋଗର ଉପଶମ ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ । ଦ୍ୱିତୀୟ ଭାବ ମଙ୍ଗଳ ଦ୍ୱାରା ପ୍ରଭାବିତ ହୋଇଥିବାରୁ କଠୋର ବାକ୍ୟାଳାପ ଦ୍ୱାରା ସମ୍ପର୍କହାନି ଘଟିପାରେ । ସରକାରୀ ସ୍ତରରୁ ଆର୍ଥିକ ସାହଯ୍ୟ ଲାଭ କରି କେତେକାଂଶରେ ଖୁସି ରହିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଅତୀତ ଘଟଣାକୁ ନେଇ ଅସ୍ଥିରତା ପ୍ରକାଶ କରିବେ । ସାମାଜିକ ସ୍ତରରେ ଆନୁଷ୍ଠାନିକ କାର୍ଯ୍ୟ ତଥା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ । ଗୁରୁତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହୋଇପାରନ୍ତି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ଶନି ଓ ମଙ୍ଗଳଙ୍କ କେନ୍ଦ୍ରାଧିଷ୍ଠାନ ପ୍ରଭାବରେ ଏକ ସାଧାରଣ କିମ୍ବା ମାମୁଲି ଘଟଣାକୁ କେନ୍ଦ୍ର କରି କଳହ ଉପୁଜିପାରେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ନିକଟ ସମ୍ପର୍କୀୟମାନଙ୍କ ସହାୟତାରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରି ପାରନ୍ତି । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ସ୍ଵାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଦେଖାଦେବ, ଯେଉଁଥିପାଇଁ କୌଣସି କାମ କରିବା ପାଇଁ ଉତ୍ସାହପ୍ରଦ ହେବେ ନାହିଁ । ପରିବାର ସଦସ୍ୟ ଓ ସହଧର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବା ଫଳରେ ମନକୁ ସମ୍ୟକ ଶାନ୍ତି ମିଳିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ବୁଧାଦିତ୍ୟ ଯୋଗ ପ୍ରଭାବରୁ ସମସ୍ୟା ଆସିଲେ ମଧ୍ୟ ବେଶୀ ସମୟ ତିଷ୍ଠି ରହିବ ନାହିଁ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । ବନ୍ଧୁ ଓ ସହଯୋଗୀଙ୍କ ସହଯୋଗ ଲାଭ କରି ସମାଜରେ ମାନସମ୍ମାନ ବୃଦ୍ଧି ହେବ । ଅଫିସ୍‌ କାମରେ, ପ୍ରଶାସନିକ ସ୍ତରରେ, ସଭାସମିତିରେ ତଥା ବ୍ୟବସାୟରେ ଏପରିକି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ପାଇ, କାର୍ଯ୍ୟ ସାଧନ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ସ୍ଵାର୍ଥହାନି ଆଶଙ୍କାରେ ସାମାଜିକ ସ୍ତରରେ ବିରୋଧୀମାନେ ଆପଣଙ୍କ ବିରୋଧରେ ଷଢଯନ୍ତ୍ର କରିବେ । ପରିବାରର ସଦସ୍ୟଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ, ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତି । ଷଷ୍ଠାଧିପତି ଧନ ଭାବସ୍ଥ ହେତୁ ଋଣ ଦ୍ୱାରା ଅର୍ଥଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଅଫିସରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଯେତେ ସତର୍କ ଅବଲମ୍ବନ କରି ଚଳିଲେ ମଧ୍ୟ ଅନ୍ୟମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ ନାହିଁ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ । ରାଜନୀତି କ୍ଷେତ୍ରରେ ନିଜ କଥା ଓ ବ୍ୟବହାର ନିୟନ୍ତ୍ରଣ ନ କଲେ ଲୋକ ସଂପର୍କରେ ବାଧା ଉପୁଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ ବୁଝାମଣା ଯୋଗୁଁ ପରସ୍ପର ମଧ୍ୟରେ ସାମୟିକ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ କରିଚାଳନ୍ତୁ । ବ୍ୟୟସ୍ଥାନରୁ ଶନିଙ୍କ ଦୃଷ୍ଟି ପ୍ରଭାବରୁ ବିଗିଡି ଯାଉଥିବା ଯୋଜନା କ୍ରମଶଃ ସ୍ଵାଭାବିକ ହୋଇପାରେ । ଏକାଧିକ କାର୍ଯ୍ୟ ହାତକୁ ନେଇ କର୍ମକ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରିବେ । ଅଫିସରେ ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ପ୍ରତିଷ୍ଠା ହେବ । ତା’ସଙ୍ଗେ ସଙ୍ଗେ ଅଫିସରେ ଉଚ୍ଚାଧିକାରୀ ଆପଣଙ୍କୁ କୌଣସି ଗୁରୁଦାୟିତ୍ଵ ଅର୍ପଣ କରିପାରବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପରକଥାକୁ ବିଶ୍ଵାସ କରି ନିଜ ଲୋକଙ୍କୁ ସନ୍ଦେହ କରିବେ, ଯାହାଫଳରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ବୈବାହିକ ଜୀବନରେ ପରସ୍ପର ମଧ୍ୟରେ ସହଯୋଗ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଭଗବାନଙ୍କୁ ସ୍ମରଣ କରନ୍ତୁ ମନକୁ ଶାନ୍ତି ମିଳିବ । ଶନିଙ୍କ ଦୃଷ୍ଟିରୁ ବନ୍ଧୁ ସମ୍ପର୍କ ଅକ୍ଷୁଣ୍ଣ ରହିବ । କଥାବାର୍ତ୍ତା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଅନ୍ୟଥା ବିବାଦର ଜାଲରେ ଫସି ଯାଇପାରନ୍ତି । ବାରମ୍ବାର ଚେଷ୍ଟାକରି ମଧ୍ୟ ଅଟକି ରହିଯାଉଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଜଣେ ଅଜଣା ବ୍ୟକ୍ତି ବା ବନ୍ଧୁଙ୍କ ଦ୍ଵାରା ଆପଣଙ୍କ ଆଶା ପୂରଣ ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ କେତେକ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ଵରିନ୍ଵିତ କରିବେ । ନିଜ ଲୋକମାନଙ୍କ ଈର୍ଷାପରାୟଣତା ଯୋଗୁଁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ । ଶାରୀରିକ ପୀଡ଼ା ଯୋଗୁ ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ । କାନ ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

Be the first to comment

Leave a Reply

Your email address will not be published.


*