28 ମାର୍ଚ୍ଚ 2020, ଶନିବାର- ଆଜି ୭ଟି ରାଶିର ବ୍ୟକ୍ତି, ଶନିଦେବଙ୍କ କୃପା ଲାଭ କରିବେ । ପରିବାର ଓ ସମାଜରେ ନିଜର ପ୍ରଭାବ ଓ

28 ମାର୍ଚ୍ଚ 2020, ଶନିବାର- ଆଜି ୭ଟି ରାଶିର ବ୍ୟକ୍ତି, ଶନିଦେବଙ୍କ କୃପା ଲାଭ କରିବେ । ପରିବାର ଓ ସମାଜରେ ନିଜର ପ୍ରଭାବ ଓ ପ୍ରାଧାନ୍ୟ ବୃଦ୍ଧି ପାଇବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆର୍ଥିକ ପରିସ୍ଥିତି ସମ୍ବନ୍ଧୀୟ ସମସ୍ୟା ମାନସିକ ଚାପର କାରଣ ହୋଇପାରେ । ଜନ୍ମଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା ଲାଗିରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଚତୁଃପାର୍ଶ୍ଵରୁ ସମସ୍ୟା ହିଁ ସମସ୍ୟା ଘେରି ରହିଛି । ଆଜି କୌଣସି ବଡ଼ କିମ୍ଭା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ । ସମାଜରେ ନିଜ ମାନସମ୍ମାନ ଯେପରି ନଷ୍ଟ ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ପ୍ରମାଣିତ ହୋଇପାରେ । ବନ୍ଧୁଙ୍କ ମିତ୍ରତା, ପଡ଼ୋଶୀଙ୍କ ସୌହାର୍ଦ୍ଦ୍ୟ ଯୋଗୁ ମନ ଖୁସି ରହିବ । ସନ୍ଧ୍ୟା ସୁଦ୍ଧା ସବୁକିଛି ଠିକ ହୋଇଯିବ । ଯଦି ପ୍ରେମ ଜୀବନ ବିଷୟରେ କହିବ, ତେବେ ଆଜି ଜୀବନଙ୍କ ସାଥୀ ପୂର୍ଣ୍ଣ ସମର୍ଥନ ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଗୁପ୍ତେଶ୍ୱର ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଧାର୍ମିକ କାର୍ଯ୍ୟର ଆୟୋଜନରେ ନିଜକୁ ନିୟୋଜିତ କରାଇବେ । ସ୍ଵଗୃହାଭିମୁଖୀ ଶୁକ୍ର ପ୍ରଭାବରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ । ବିଭିନ୍ନ ପ୍ରକାର ସ୍ଥିତିରେ ମୁକାବିଲା କରିବାର ସକ୍ଷମ ହେବେ । ଆର୍ଥିକ ସ୍ଥିତିରେ ସମ୍ୟକ ସୁଧାର ଆସିପାରେ । କିନ୍ତୁ ବ୍ୟୟ ଅତ୍ୟାଧିକ ଯୋଗୁଁ ମନରେ ସରସତା ରହିବ ନାହିଁ । ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ସାମାଜିକ ଓ ଆନୁଷ୍ଠାନିକ କାମରୁ ଅତ୍ୟନ୍ତ ଖୁସି ମିଳିବ । ପ୍ରଶାସନ, ଆଇନ, କଳା, ସାହିତ୍ୟ, ସଂସ୍କୃତି, ଗବେଷଣା, କ୍ରୀଡ଼ା, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସୁଫଳ ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଇଷ୍ଟଦେବୀଙ୍କ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ ଓ ମନକୁ ଶାନ୍ତି ମିଳିବ । ରାଶିରେ କାଳସର୍ପଯୋଗ ସଂଘଟିତ ହେଉଥିବାରୁ ସ୍ଵାସ୍ଥ୍ୟ ସଚେତନତା ଆପଣଙ୍କ ପାଇଁ ଜରୁରୀ ହୋଇପଡ଼ିବ । ଆପଣ ପ୍ରତିଟି କାଗଜପତ୍ରରେ ବିଶେଷ ଯତ୍ନ ନେବା ଉଚିତ୍ । ଆପଣ ବିଭିନ୍ନ ଉତ୍ସରୁ ଉପକୃତ ପାଇବେ । ବାଣିଜ୍ୟରେ ଯଥେଷ୍ଟ କ୍ଷତି ହେବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ ଓ କଳା, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବେ । ଅତ୍ୟଧିକ କ୍ରୋଧ କରନ୍ତୁ ନାହିଁ । ନିଜର ଭୁଲ କାର୍ଯ୍ୟକଳାପରୁ ରକ୍ଷା ପାଇବା ପାଇଁ ଅଯଥା ଯୁକ୍ତି କରିବେ । ପାରିବାରିକ ଅସ୍ଥିରତା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ । କଠିନ ପରିସ୍ଥିତିରେ ଆପଣ ନିଜ ଜୀବନସାଥୀଙ୍କ ସହିତ ପରାମର୍ଶ କରିପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ । କର୍ମାଧିପ ପାପଗ୍ରସ୍ତ ଯୋଗୁ ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବାକୁ ପଡ଼ିପାରେ । ଆଜି ଆପଣ କିଛି ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଆପଣ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ ନୂତନ ସମ୍ପର୍କ ସ୍ଥାପନ କରିବେ । ବ୍ୟକ୍ତିଗତ ସଂପର୍କରେ ମଧୁରତା ରହିବ । ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଭଲ ଅଟେ । ଆଜି ଆପଣ ନିଜ ପାଇଁ କିଛି ସମୟ ନେବେ ଏବଂ ଆପଣଙ୍କ ମନକୁ ଶାନ୍ତ ରଖିବା ପାଇଁ ଆପଣଙ୍କର ଯୋଜନା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବେ । ଦୂରରେ ରହୁଥିବା ପରିଜନମାନଙ୍କ ଠାରୁ କୌଣସି ସଂବାଦ ପାଇ ବିଚଳିତ ହୋଇପାରନ୍ତି । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ । ପାରିବାରିକ ଜୀବନ ଆନନ୍ଦଦାୟକ ରହିବ । ଶୁଭରଙ୍ଗ: କମଳାରଙ୍ଗ । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଇଷ୍ଟଦେବଙ୍କ ଆରାଧନା କରନ୍ତୁ ଲାଭ ହେବ । ଏକାଦଶସ୍ଥ ସ୍ଥାନରେ ରାହୁ ଅବସ୍ଥାନ ଯୋଗୁଁ ଆଜି ପ୍ରତ୍ୟେକ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ । ଅଟକିଥିବା କାର୍ଯ୍ୟ ସମାପ୍ତ କରିବାକୁ ଆପଣ ଚେଷ୍ଟା କରିପାରିବେ । ପଦସ୍ଥ ବ୍ୟକ୍ତିଙ୍କ ସହ ଭୁଲ୍‌ ବୁଝାମଣା ଓ ଅସାବଧାନତା କାରଣରୁ ସୁଯୋଗ ହାତଛଡ଼ା ହୋଇପାରେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ବୁଝାମଣା ଅଭାବରୁ ସମ୍ପର୍କହାନି ଆଶଙ୍କା ଦେଖାଦେବ । ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅନ୍ୟ ମାନଙ୍କ ସହିତ କଥାବାର୍ତ୍ତାରେ ଶାଳୀନତା ରଖନ୍ତୁ । ଆର୍ଥିକ କ୍ଷତିଗ୍ରସ୍ତ ଏବଂ ସାର୍ବଜନିକ ଜୀବନରେ ମାନହାନି ଯେପରି ନ ହେବ ସେଥିପ୍ରତି ଧ୍ୟାନ ରଖନ୍ତୁ । ପରିବାରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥତି ଉପୁଜିପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ । ଅତ୍ୟାଧିକ କାର୍ଯ୍ୟଚାପ ହେତୁ କଠିନ ପରିଶ୍ରମ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ଘରୋଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କାହା ସହିତ କଥାବାର୍ତ୍ତା କରିବା ସମୟରେ ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବା ଭଲ । ପାରିବାରିକ ଜୀବନ ସୁଖମୟ ହେବ । ଆପଣଙ୍କ କଳ୍ପନା ଏବଂ ସୃଜନଶକ୍ତିର ପ୍ରଗତିରେ ସନ୍ତୋଷ ଅନୁଭବ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ । କେନ୍ଦ୍ରସ୍ଥ ଶୁକ୍ର କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସାମାଜରେ ମଧ୍ୟ ନିଜ ପ୍ରତିଭା ବୃଦ୍ଧି କରାଇବ । ଆପଣଙ୍କ ସ୍ଵଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ବ୍ୟବସାୟରେ ସଫଳତା ହାସଲ କରିବେ, ତଥାପି କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ନିଜର ବଚ୍ଚନ ଏବଂ ବ୍ୟବହାରକୁ ଆଜି ସଂତୁଳିତ ରଖିବାର ଆବଶ୍ୟକତା । କିଛି ସମୟ ପାଇଁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ପାରସ୍ପରିକ ସହୃଦୟତାର ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଅନ୍ୟମାନଙ୍କ କଥା ଶୁଣନ୍ତୁ ନାହିଁ, ନଚେତ୍ ଆପଣ ଅସୁବିଧାରେ ପଡ଼ିବେ । ଅନୁରାଧା ନକ୍ଷତ୍ର ଯୋଗୁଁ ନିଜର ମତ ବାରମ୍ବାର ବଦଳାଇବାକୁ ବାଧ୍ୟ ହେବେ । ଅଫିସରେ ସହଯୋଗୀଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବ । ଜନକଲ୍ୟାଣ କାର୍ଯ୍ୟ, ପ୍ରଶାସନିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚପ୍ରଶଂସିତ ହୋଇପାରନ୍ତି । ଅତି ପୁରୁଣା ବନ୍ଧୁଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିପାରିବେ । ଆଜି ପରିବାର ସଦସ୍ୟମାନେ ମଧ୍ୟ ଆପଣଙ୍କ ଉପରେ ଅପେକ୍ଷାକୃତ ଅଧିକ ବିଶ୍ଵାସ କରିବେ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ନିଜକୁ ସକାରାତ୍ମକ ରଖନ୍ତୁ ଓ ନିଜ ଉପରେ ବିଶ୍ଵାସ ରଖନ୍ତୁ । ପାପଗ୍ରହଯୁକ୍ତ ବୃହସ୍ପତିଙ୍କ ଯୋଗୁଁ ପାରିବାରିକ ସମସ୍ୟାରେ ଭାବପ୍ରବଣତା ବୃଦ୍ଧି କରିବ । ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି । ଘାତ ପ୍ରତିଘାତ ମଧ୍ୟରେ କର୍ମକ୍ଷେତ୍ରରେ ଉତ୍‌ଥାନ ପତନ ଲାଗି ରହିବ । ଆପଣ ସମ୍ମୁଖୀନ ହେଉଥିବା ପ୍ରତିଟି ସମସ୍ୟାକୁ ଅତି ଶୀଘ୍ର ସମାଧାନ କରିପାରିବେ । କଳା, ସାହିତ୍ୟ, କ୍ରୀଡ଼ା, ଶିଳ୍ପ, ସାମ୍ବାଦିକତା କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ମନାନ୍ତର ହ୍ରାସ ପାଇବା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବା ଆଶା ରହିଛି । ଯାହାଫଳରେ ପରିବାରରେ ହସଖୁସିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆଜି ଆପଣ ସକାରାତ୍ମକ ଊର୍ଜା ଅନୁଭବ କରିବେ । ପରିବାର କିମ୍ଭା ବନ୍ଧୁଙ୍କ ମଧ୍ୟରେ ଥିବା ତିକ୍ତତାର ସରଳ ସମାଧାନ କରିପାରିବେ । ଶିଳ୍ପ, ବ୍ୟବସାୟ, ଯୋଗାଯୋଗ, ପରିବହନ, ପ୍ରଶାସନ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଆଜି ଆପଣ କାମ କରିବାରେ ଉଦାସୀନ ଅନୁଭବ କରିବେ । ପରୋକ୍ଷ ଶତ୍ରୁତା ମଧ୍ୟ ସାମୟିକ ଦୁଶ୍ଚିନ୍ତାର କାରଣ ହେବ । ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ହେତୁ କୌଣସି ନିଷ୍ପତ୍ତି ନେବାରେ ବିଳମ୍ବ ହେବ । ପରକଥାକୁ ସତ ମନେକରି କାମ କରି ଚାଲିଲେ ଖାଲରେ ପଡିପାରନ୍ତି । ଯୁକ୍ତିତର୍କ କିମ୍ବା ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ମଧ୍ୟରୁ କେତେକଙ୍କ ପାଇଁ ଏକ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟରେ ଯେତେପ୍ରକାର ଉପାୟ ଅବଲମ୍ବନ କଲେ ମଧ୍ୟ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ । କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ଯୋଗୁଁ ସମସ୍ୟା ଓ ଦୁଃଖକୁ କିଛି କ୍ଷଣ ପାଇଁ ଭୁଲି ଯିବେ । ନିଜର ମନ୍ତବ୍ୟରେ ସଂଯମତା ରଖିବା ପରିସ୍ଥିତିକୁ ଅନୁକୂଳ କରିବ ଅନ୍ୟଥା ଆପଣଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ହୋଇପାରେ । ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ କିନ୍ତୁ ଆଜି ସକାଳୁ ସକାଳୁ ଘର କଥା, ପରିଶୋଧ କରିବାକୁ ଥିବା ଋଣ ବିଷୟରେ ଚିନ୍ତା କରିପାରନ୍ତି । ଆତ୍ମୀୟମାନଙ୍କ ଭିନ୍ନ ଚିନ୍ତାଧାରାରେ ଆପଣ ସମାଲୋଚନାର ପାତ୍ର ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ଆଜି ଆପଣ କିଛି ଅପ୍ରତ୍ୟାଶିତ ଭଲ ଖବର କିମ୍ବା ଲାଭ ପାଇପାରନ୍ତି । ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରିବେ ଓ କିଛି ମାତ୍ରାରେ ସଫଳତା ମଧ୍ୟ ପାଇବେ । କେତେକ ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ । ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା କାରଣରୁ ମନ ମଧ୍ୟ ଭଲ ରହି ନ ପାରେ । ଦୂରରେ ରହୁଥିବା ବନ୍ଧୁଙ୍କ ଠାରୁ ଶୁଭ ସମାଚାର ମିଳିପାରେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ କିନ୍ତୁ ଘରକୁ ସଂଗଠିତ ରଖିବା କଷ୍ଟକର ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *