28 ଜୁନ୍ 2020, ରବିବାର- ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳଦୟାକ ରହିବ । ଆର୍ଥିକ ସ୍ଥିତି

28 ଜୁନ୍ 2020, ରବିବାର- ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳଦୟାକ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ମନରେ ସକାରାତ୍ମକ ଭାବନା ଉଦଭ୍ରକ ହେବ । କର୍ମକ୍ଷେତ୍ରରେ ଷଷ୍ଠାଧିପ ଯୁକ୍ତ ରବିଙ୍କ ଯୋଗୁଁ ପ୍ରତ୍ୟେକ କଥାକୁ ଭଲ ଭାବରେ ବିଚାର କରି କରିବାକୁ ପଡିବ, ଅନ୍ୟଥା ଅସୁବିଧାରେ ପଡ଼ିପାରନ୍ତି । ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ । ସୁସମ୍ପର୍କ ଥିବା ବନ୍ଧୁଙ୍କ ମାଧ୍ୟମରେ ସମସ୍ୟା ସମାଧାନର ରାସ୍ତା ଖୋଲିଯିବ । କୌଣସି ଉନ୍ନତିମୂଳକ କାମ ସକାଶେ ଅର୍ଥର ଆବଶ୍ୟକତା ପଡିପାରେ । ସ୍ଵାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ଆତ୍ମୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଜୀବନସାଥୀଙ୍କ ଠାରୁ ଭଲ ଉପହାର ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ହରିଶଙ୍କର ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବୁଧଙ୍କ ନବମଭାବ ସଂସ୍ଥିତି କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ଯୁକ୍ତିଯୁକ୍ତ ବିଚାର ଓ ସୁଚିନ୍ତିତ ପରାମର୍ଶ ବନ୍ଧୁମାନଙ୍କ ହ୍ରୁଦୟକୁ ସ୍ଵର୍ଶ କରିବ । ତଥାପି ନିଜ କ୍ଷେତ୍ରରେ ବିଭିନ୍ନ ପ୍ରକାର ଅଟକି ରହିଥିବା କାମଗୁଡ଼ିକୁ ନେଇ ମନ ବିଚଳିତ ରହିପାରେ । ପ୍ରତିଟି କ୍ଷେତ୍ରରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ଓ ସହକର୍ମୀଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବାକୁ ଉଦ୍ୟମ କରିବେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ନିଜ କ୍ରୋଧକୁ ଲଗାମ ଦିଅନ୍ତୁ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ଆପଣ କ୍ଷତିଗ୍ରସ୍ତ ହୋଇପାରନ୍ତି । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ପୂଜାପାଠରେ ସମୟ ବିତିବ । ଦୀର୍ଘ ଦିନର ଚିନ୍ତା ଦୂର ହେବ । କିନ୍ତୁ କର୍ମସ୍ଥାନରେ ମଙ୍ଗଳଙ୍କ ଅବସ୍ଥାନ ସକାଶେ କାମଗୁଡିକ ସହଜରେ ସମ୍ପନ୍ନ ହେବା କାଠିକର ପାଠ ହେବ । ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ବ୍ୟବସାୟରେ ଦୁଃସ୍ଥିତିର ସମସ୍ୟା ଅନେକାଂଶରେ ହ୍ରାସ ପାଇବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁସାରେ କାର୍ଯ୍ୟଭାର ଅଧିକ ରହିବ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ପାରିବାର ସଦସ୍ୟଙ୍କ ସହ ଅତ୍ୟଧିକ ସମୟ ଅତିବାହିତ କରିବେ । ଅଯଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ତାରିଣୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କ ବିଚାର ସକାରାତ୍ମକ ରହିବ । ଶୁକ୍ର ଅଷ୍ଟମସ୍ଥ ଯୋଗୁଁ ପରିବାରରେ ସାଧାରଣ କଥାକୁ କେନ୍ଦ୍ର କରି ମତଭେଦ ଦେଖାଦେଇପାରେ । ନିଜର ଲକ୍ଷ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟରେ ସାମାନ୍ୟ ଉନ୍ନତି କରିବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ କରିବେ । ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଅତ୍ୟନ୍ତ ଖୁସି ହୋଇପାରନ୍ତି । ସାମାଜିକ ସ୍ତରରେ ଜନହିତକର କାମ କରି ପ୍ରଶଂସିତ ହେବେ । ପୈତୃକ ସମ୍ପତ୍ତିକୁ ନେଇ ଯୁକ୍ତିତର୍କ ହୋଇପାରେ । କାହାରି ସହିତ କଥା ହେବା ବେଳେ ଭାବିଚିନ୍ତି କଥା ହୁଅନ୍ତୁ । ସହଧର୍ମୀଙ୍କ ସହ ସାମାନ୍ୟ ଯୁକ୍ତିତର୍କ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆର୍ଥିକ ଲାଭର ଯୋଗ ରହିଛି । ରବିଙ୍କ ଶୁଭ ସଂସ୍ଥିତିରୁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହୋଇଯିବ ଯାହାଫଳରେ ମନକୁ ଶାନ୍ତି ମିଳିବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ରହିବେ । ସମାଜ ସେବାରେ ସୁନାମ ଅର୍ଜନ କରିପାରିବେ । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିବ । ସରକାରୀ ଚାକିରିରେ ଥିବା ବ୍ୟକ୍ତି ବିଶେଷଙ୍କୁ ଆଜି କୌଣସି ସୁଖଦ ଖବରର ସୂଚନା ମିଳିବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡପୁରାନ୍ତୁ ନାହିଁ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣ ବେଶ୍ ଭଲ ରହିବ । ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ଆର୍ଥିକ ଉନ୍ନତି କରିବେ ସଙ୍ଗେ ସଙ୍ଗେ ପରିବାରରେ ଲାଗିଥିବା ସମସ୍ୟାର ସମାଧାନ କରିବେ । କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେ ମଧ୍ୟ ସ୍ଵାଭିମାନକୁ ବଜାୟ ରଖି ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ପାଇବେ । ଆଜିର ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ କିନ୍ତୁ ବିଳମ୍ବରେ ଲକ୍ଷ୍ୟ ପ୍ରାପ୍ତ ହେବ । ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ଅଚାନକ ଖୁସି ଖବର ପାଇବେ । ଛୋଟିଆ ଛୋଟିଆ ଘଟଣାକୁ ଗୁରୁତ୍ଵ ଦେଲେ ପରିବାରରେ କେବଳ ଅଶାନ୍ତି ହିଁ ଉପୁଜିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ କଟକଚଣ୍ଡୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ଅନୁକୂଳ ଗ୍ରହ ସ୍ଥିତିରୁ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ନୂତନ କାର୍ଯ୍ୟଟି ସୁରୁଖୁରୁରେ ସମ୍ପନ୍ନ କରିବେ । ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ସଫଳତା ନିଶ୍ଚୟ ପ୍ରାପ୍ତି କରିବେ । ବ୍ୟବସାୟରେ ଠିକ ଅପରିଦର୍ଶିତା କାରଣରୁ ସମ୍ୟକ ଝଡ଼ଝଞ୍ଜା ଦେଇ ଗତି କରିବାକୁ ପଡ଼ିପାରେ । କାରବାରରେ କୌଣସି ନୂଆ ସଉଦା କରିବାକୁ ଯୋଜନା କରିବେ । କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି । ଋଣଭାର, ଘର ଭଡା, ଆଦିକୁ କେନ୍ଦ୍ର କରି କଳହ ଉପୁଜିପରେ । ଆପଣଙ୍କୁ ପରିବାରର ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ହିଙ୍ଗୁଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ଶୁକ୍ର ଓ ମଙ୍ଗଳାଦି ଗ୍ରହଙ୍କ କୃପାରୁ ପ୍ରତ୍ୟେକ କାମ ସହଜରେ ସମ୍ପନ୍ନ ହେବ । ବ୍ୟବସାୟ କାମରେ କୌଣସି ସହଯୋଗୀଙ୍କ ସହଯୋଗ ମିଳିବ । ଅଫିସର କେତେକ କାମ ଘର ରହି କରିବାକୁ ପଡିବ । କୌଣସି କଥାକୁ ନେଇ ଅଧିକ ଜିଦ୍‌ କରନ୍ତୁ ନାହିିଁ । ପାରିବାରିକ ସ୍ତରରେ ବୁଝାମଣା ଠିକ୍ ରହିବା । ସୁଖ ଶାନ୍ତି ପ୍ରାପ୍ତି ସହ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରି ବିଚଳିତ କରିପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଭୈରବୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଭଲ ରହିବା । ଚନ୍ଦ୍ରଙ୍କ ପ୍ରଭାବରୁ ଆଜି ସକାଳୁ ସକାଳୁ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । କୌଣସି ବି କାମ କରନ୍ତୁ ସମୟ ପୂର୍ବରୁ ପୂରା ହୋଇଯିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ, ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନବୃଦ୍ଧି ସହ କୃତକାର୍ଯ୍ୟ ହେବେ । ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଦୂରେଇ ରହିବେ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ଆତ୍ମୀୟ ସ୍ଵଜନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆଜି କିଛି ନୂଆ କରିବାକୁ ଚେଷ୍ଟା କରିବେ । ରାଶିରେ ଶୁକ୍ରଙ୍କ ପ୍ରଭାବ ଯୋଗୁଁ, ବୁଦ୍ଧିମତ୍ତାର ପରିଚୟ ଦେଇ ପ୍ରତ୍ୟେକ ସମସ୍ୟାକୁ ସରଳ ଓ ସୁନ୍ଦର ଭାବରେ ସମାଧାନ କରିପାରିବେ । କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ । ପାରିବାରିକ କ୍ଷେତ୍ରରେ ଶାନ୍ତି ବଜାୟ ରହିବ । ବ୍ୟବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଭାବିଥିବା କାମ ପୂରା କରିବାରେ ମିତ୍ରଙ୍କ ସହଯୋଗ ପାଇବେ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀ ବର୍ଗ ଆପଣଙ୍କ ପକ୍ଷରେ ରହିବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ମନକୁ ଶାନ୍ତି ମିଳିବ । ରାଶିରେ ଶୁକ୍ର ପ୍ରତି ଶନିଙ୍କ ଦୃଷ୍ଟି ଯୋଗୁଁ ଆଜି ସକାଳୁ ସକାଳୁ ସାମାନ୍ୟ ଉଚ୍ଚବଚସା ଜନିତ ମନ ଖରାପ ହୋଇପାରେ । ତଥାପି ସମୟ ଅନୁସାରେ ସବୁକିଛି ଠିକ ହୋଇଯିବ, ଦୈନନ୍ଦିନ ଜୀବନରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନତି ଆପଣଙ୍କ ପାଇଁ ଖଟାମିଠା ରହିବ । ଆପଣ ଜାତକରେ ଏକାଧିକ ରାଶିରେ ରହିଥିବାରୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତିି; ସେଥିରେ ବହୁ ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ବିଳମ୍ବରେ ସଫଳତା ପାଇବେ । ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ ଦେଖାଦେଇ ପାରେ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ପିଲାମାନଙ୍କ ସମସ୍ୟାକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

Leave a Reply

Your email address will not be published. Required fields are marked *