28 ଜୁଲାଇ 2020, ମଙ୍ଗଳବାର- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଉତ୍ଥାନ ପତ୍ତନ ଲାଗିରହିବ । ସତର୍କତାର

28 ଜୁଲାଇ 2020, ମଙ୍ଗଳବାର- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଉତ୍ଥାନ ପତ୍ତନ ଲାଗିରହିବ । ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, ଆକସ୍ମିକ ଅଘଟଣ ଘଟିପାରେ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ସପ୍ତମାଧିପତି ଭାଗ୍ୟସ୍ଥାନରେ ମିତ୍ରମାନଙ୍କ ସହାୟତା ଲାଭକରି ବାଣିଜ୍ୟ, ବ୍ୟବସାୟ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପ୍ରଦାନ କରିପାରନ୍ତି । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଗ୍ରହମାନଙ୍କ ସୁପ୍ରଭାବରେ ଯେକୌଣସି ପ୍ରତିରୋଧକୁ ଏଡ଼େଇ ଯାଇ କାମ ହାସଲରେ ସମର୍ଥ ହେବେ । କିନ୍ତୁ ଶନିଙ୍କ ତୃତୀୟଭାବ ସ୍ଥିତି କାରଣରୁ ପାରିବାରିକ ସ୍ଥିତି ଭଲ ରହି ନ ପାରେ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବିଷ୍ଣୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ମାଶ୍ରଣ ଫଳ ପ୍ରଦାନ କରିବ । ପୁରୁଣା କଥାକୁ ନେଇ ମନ ବିଚଳିତ ହୋଇପାରେ । ଅଷ୍ଟମାଧିପ ରାଶ୍ୟାଧିପ ସହ ସ୍ବାସ୍ଥ୍ୟହାନି କିମ୍ବା ସମସ୍ୟା ସୃଷ୍ଟି କରିପାରନ୍ତି । ଦୃଢ ମନୋବଳ ନେଇ କାମ କରିବେ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ । ଆଜି ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଢିଯିବବ, ଫଳରେ ମାନସିକ ବ୍ୟସ୍ତତା ବୃଦ୍ଧି ପାଇବ । ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଅଫିସରେ କୌଣସି କାମର ଟିକେ ଗତିରୋଧ ହୋଇପାରେ । ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସବୁ ଠିକ୍‌ ହୋଇଯିବ । ବିବାହିତଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବଗଳାମୁଖୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ସାରାଦିନ ଅଶାନ୍ତି ମୁକ୍ତ ରହିବେ କିନ୍ତୁ ନବମାଧିପତି ରବି ଷଷ୍ଠଭାବରେ ଥିବା ଯୋଗୁ ସବୁ ଦିଗରୁ ସମର୍ଥନ ଥାଇ ମଧ୍ୟ ନିରାଶ ହେବାକୁ ପଡ଼ିବ । ତଥାପି ବୃହସ୍ପତି ପ୍ରଭାବରୁ ପାରିବାରିକ କ୍ଷେତ୍ରରେ ଉନ୍ନତ ମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରୁହନ୍ତୁ ନତୁବା ଅନର୍ଥ ଅବଶ୍ୟମ୍ଭାବୀ । ଆର୍ଥିକ ସ୍ଥିତି ମାନ୍ଦା ରହିବା ଏବଂ ବ୍ୟବସାୟରେ ଆୟ ଠାରୁ ବ୍ୟୟ ଅଧିକ ହେବ । ଚାକିରି ତଲାସରେ ଥିବା ଯୁବକଙ୍କୁ ଭଲ ଚାକିରି ମିଳିବ । ରାଜନୀତିରେ ମନୋକାମନା ପୂରା ହେବ । ସାଧାରଣ କଥାକୁ କେନ୍ଦ୍ରକରି ଘରେ ସ୍ତ୍ରୀଙ୍କ ଚିଡା ସ୍ଵଭାବ ପାଇଁ କ୍ଷୁବ୍ଧ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇଁ ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ । ବ୍ୟୟଭାବସ୍ଥ ଶନି ଜନିତ ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ । ଖଳ ଲୋକମାନଙ୍କ ଦ୍ୱାରା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । କର୍ମକ୍ଷେତ୍ରରେ ବିଗତ ଦିନ ମାନଙ୍କର ଘଟଣା ଗୁଡିକୁ ଅସ୍ଵାଭାବିକ ଭାବେ ଚିନ୍ତାର ବିଷୟ ପାଲଟିବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ବଢିପାରେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପ୍ରେମ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ରାଶ୍ୟାଧିପତିଙ୍କ ଶୁଭଦୃଷ୍ଟିରୁ ବନ୍ଧୁ ମାନଙ୍କ ସହ କୈାଣସି ଗୁରୁତ୍ୱପୂର୍ଣ୍ଣ ବିଷୟୟକୁ ନେଇ ଆଳାପ ଆଲୋଚନାରେ ସମୟ କଟାଇବେ । ବ୍ୟବସାୟରୁ ଭଲ ଧନଲାଭ ହେବ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ କରିବେ । ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ଥି ଅନୁଭବ କରିପାରନ୍ତି । ଘରେ ଛୋଟିଆ ସମାରୋହ ଆୟୋଜନ କରିପାରନ୍ତି । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିମଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ରାହୁ ଓ ମଙ୍ଗଳ ରାଶିରେ ଦୈହିକ ଅସୁସ୍ଥତା କିମ୍ବା ମାନସିକ ଉତ୍ତେଜନା ସୃଷ୍ଟି କରିପାରନ୍ତି । ଉଦ୍ୟମ ସଫଳ ଦିଗରେ ଦୁଇଜଣ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିପାରନ୍ତି । କର୍ମକ୍ଷେତ୍ରକୁ ସମସ୍ୟା ମୁକ୍ତ କରାଇବା ସଙ୍ଗେ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । କାର୍ଯ୍ୟବ୍ୟସ୍ତତା କାରଣରୁ ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ମଧ୍ୟ ରହି ପାରିବେ ନାହିଁ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । ଉଚ୍ଚବର୍ଗର ଲୋକ ଜଣେ ସାହାଯ୍ୟ କରିବେ । କଚେରି ମାମଲା, ପ୍ରଶାସନିକ ଆଲୋଚନା, ରାଜନୈତିକ ବିତର୍କ, ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ଉତ୍ସାହ ଭରା ରହିବ । ପ୍ରତ୍ୟୁଷ ଯାତ୍ରା ସମୟରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ପ୍ରଭାବିତ ହେବେ । ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ । ଚାକିରି କରୁଥିବା କର୍ମଜୀବିମାନେ ମଧ୍ୟ ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ ଏବଂ ଆପଣଙ୍କ କାମରେ ଉଚ୍ଚଧିକାରୀ ମଧ୍ୟ ପ୍ରସନ୍ନ ରହିବେ । ରାଜନୀତି, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଆଜିର ସପ୍ତମସ୍ଥ ଚନ୍ଦ୍ର ପାରିବାରିକ ସମସ୍ୟା ସୃଷ୍ଟିର କାରଣ ହୋଇପାରେ । ଦୂରାଗତ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ, କାରଣ ତାହାଙ୍କ କେତେକ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡିପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । କୋଣଭାବସ୍ଥ ତିନୋଟିଗ୍ରହ ପ୍ରଭାବରେ ଆଜି ଭାଇ, ବନ୍ଧୁ ଓ ନିଜର ଲୋକମାନଙ୍କୁ ମନେଇବାରେ ସଫଳ ହେବେ ଯାହାକି ଆଗାମୀ ସମୟ ପାଇଁ କାମରେ ଆସିପାରେ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ । ଦୀର୍ଘ ଦନର ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ବିବାହିତ ଲୋକ ବାହାରକୁ ବୁଲି ଯାଇପାରନ୍ତି । ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । କୌଣସି ନିଷ୍ପତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଚନ୍ଦ୍ର ଓ ବୁଧଙ୍କ ସମ୍ବନ୍ଧରୁ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ଓ ହାତକୁ ନେଇଥିବା କାମହାସଲରେ ସମର୍ଥ ହେବ । ରାହୁ ସଂସ୍ପର୍ଶରେ ମଙ୍ଗଳଙ୍କ ପ୍ରଭାବ ଦ୍ୱାରା ଧୈର୍ଯ୍ୟର ସହ ସମସ୍ୟା ଗୁଡ଼ିକର ମୁକାବିଲା କରି ଆଶ୍ୱସ୍ତି ଲାଭ କରିପାରନ୍ତି । ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନରୁ ନକରାତ୍ମକ ଚିନ୍ତାଧାରା ଦୂର କରନ୍ତୁ; ଭଗବାନଙ୍କ ଉପରେ ଭରସା ରଖନ୍ତୁ । କେନ୍ଦ୍ରସ୍ଥ ଚନ୍ଦ୍ର ଲୋକସମ୍ପର୍କ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଅର୍ଥର ଅଭାବ ଅନୁଭବ କରିବେ ଏହା ସଙ୍ଗକୁ ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବେ । ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକ କେହି ଜଣେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ବ୍ୟବସାୟ କ୍ଷେତ୍ରରେ ପ୍ରଚାର ପ୍ରସାର କରିବା ଲାଗି ଚେଷ୍ଟା କରିବେ । ଶେୟାର ବଜାର, ପ୍ଲଟିଙ୍ଗ୍‌ କାରବାର କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବାର ଆଶା ରହିଛି । ଘରୋଇ କମ୍ପାନୀରେ କାମ କରୁଥିବା କର୍ମଜୀବିମାନେ ସ୍ଥାନ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ । ପରିବାରରେ ଭାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ । କୋଣାଧିପ କେନ୍ଦ୍ରସ୍ଥ ଯୋଗୁ ଅଭିଳଷିତ ଜିନିଷ ହାସଲ କରାଇବାରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତା ପ୍ରାପ୍ତ ହେବେ । ରବି ଓ ଶନିଙ୍କ ସ୍ଥିତି ଜନିତ କୌଣସି ବ୍ୟକ୍ତିି ରାଗ ଶୁଝାଇବାକୁ ଯାଇ କଅଁଳ ଭାଷାରେ ମରମ କଥା କହି ଠିକଣା ସମୟରେ ପ୍ରତିଶୋଧ ନେବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଜୁବତ ରହିବ । ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ, ଅଧ୍ୟାପନା ଓ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଅମ୍ବିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ଖୋଦକୁ ଊର୍ଜାବାନ ଅନୁଭବ କରିବେ । ଆଜିର ଅନୁକୂଳ ଗ୍ରହ ପ୍ରଭାବରୁ ଅନ୍ୟମାନଙ୍କୁ ଆପଣାର କରିବା ସକାଶେ କୈାଶଳ ପ୍ରୟୋଗ କରି ପାରନ୍ତି । ଆଜି ଯାହା କରନ୍ତୁ ନା କାହିଁକି ପ୍ରତ୍ୟେକ କାମ ଅଳ୍ପ ପରିଶ୍ରମରେ ସହଜରେ ସମ୍ପାଦନ କରିପାରିବେ । ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାମଟି ହଠାତ୍‌ ହୋଇଯିବ । ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ । ଉଚ୍ଚଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ରାଜନୀତି କାର୍ଯ୍ୟରେ ସଫଳତା ପାଇବେ । ପ୍ରକାଶନ କ୍ଷେତ୍ର, ରାଜନୈତିକ ସ୍ଥିତି, ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବ ନାହିଁ । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ମନରେ ଅସନ୍ତୋଷ ସୃଷ୍ଟି କରିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

Leave a Reply

Your email address will not be published. Required fields are marked *