ଦୁନିଆର ଆଶ୍ଚର୍ଯ୍ୟମୟ ଏହି ୫ଟି ସ୍ଥାନ: ଥରେ ନଜର ପକାନ୍ତୁ…

ନୂଆଦିଲ୍ଲୀ,୨୬/୧୦: ଦୁନିଆର ସପ୍ତାଶ୍ଚର୍ଯ୍ୟ ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଏହା ବ୍ୟତୀତ ଏପରି ଅନେକ ସ୍ଥାନ ରହିଛି, ଯାହାର ଶୋଭା ଅତ୍ୟନ୍ତ ସୁନ୍ଦର ଓ ମନୋରମ ଏବଂ ଆଶ୍ଚର୍ଯ୍ୟଜନକ । ତନ୍ମଧ୍ୟରୁ ଏପରି ପାଞ୍ଚଟି ସ୍ଥାନ ରହିଛି ଯାହାର ସୌନ୍ଦର୍ଯ୍ୟ ସପ୍ତାଶ୍ଚର୍ଯ୍ୟ ଠାରୁ ମଧ୍ୟ ବଳି । ଏହି ସ୍ଥାନଗୁଡିକ ବିଷୟରେ ବହୁତ କମ ଲୋକଙ୍କୁ ଜଣାଅଛି । ତେବେ ଆସନ୍ତୁ ଆଜି ଆମେ ଏହି ଅନୁଛେଦ ମାଧ୍ୟମରେ ସେହି ୫ଟି ସ୍ଥାନ ବିଷୟରେ ଜାଣିବା :

ଏଥିରେ ଆବୁଧାବିର ବାଲୁକା ସମୁଦ୍ର ଅନ୍ତର୍ଭୁକ୍ତ, ଯାହାକୁ ବିଶ୍ୱର ସବୁଠୁ ବଡ ଖାଲି ସ୍ଥାନ ମଧ୍ୟ କୁହାଯାଏ । ଏହା ସାଉଦି ଆରବ ଠାରୁ ଆରମ୍ଭ କରି ୟମନ, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ ପର୍ଯ୍ୟନ୍ତ ବ୍ୟାପିଛି । ଏପରି ସ୍ଥାନ ପୃଥିବୀରେ ବେଶ୍ ଆଶ୍ଚଯ୍ୟଜନକ ।

ପାକିସ୍ତାନର କଲଶ ଘାଟି ଦୁନିଆର ସୁନ୍ଦର ଏବଂ ଚମତ୍କାର ସ୍ଥାନ ମଧ୍ୟରୁ ଅନ୍ୟତମ । ଏହାକୁ ପାକିସ୍ତାନର ରହସ୍ୟମୟ ଉପତ୍ୟକା ବୋଲି କୁହାଯାଏ । ହିନ୍ଦୁକୁଶ୍ ପର୍ବତମାଳା ମଧ୍ୟରେ ଅବସ୍ଥିତ ଏହି ଉପତ୍ୟକାର ପ୍ରାକୃତିକ ଦୃଶ୍ୟ ଲୋକମାନଙ୍କୁ ଆକର୍ଷିତ କରିଥାଏ ।

ଇକ୍ଵାଡୋର୍ ସୀମାବର୍ତ୍ତୀ କଲମ୍ବିଆର ଇପିଆଲେସ୍ ସହରରେ ଏକ ଚର୍ଚ୍ଚ ରହିଛି । ଦୂରରୁ ଦେଖିଲେ ଏହା ଜଙ୍ଗଲ ମଝିରେ ଉଠାଯାଇଥିବା ଭଳି ମନେହୁଏ । ଏହାର ନାମ ଲାସ୍ ଲଜାସ୍ । ଏହି କ୍ୟାଥେଡ୍ରାଲର ୧୦୦ ମିଟର ତଳେ ଏକ ନଦୀ ପ୍ରବାହିତ ହୁଏ, ଯାହା ଏହାର ସୌନ୍ଦର୍ଯ୍ୟକୁ ବୃଦ୍ଧିକରେ ।

ଆପୋଷ୍ଟଲ୍ ଦ୍ୱୀପ ଆମେରିକାର ବୃହତ୍ତମ ହ୍ରଦରେ ଅବସ୍ଥିତ ଯାହା ‘ଜୁଏଲ୍ସ ଅଫ୍ ଲେକ୍ ସୁପିରିଅର୍’ ଭାବରେ ମଧ୍ୟ ଜଣାଶୁଣା । ଏହାର କୂଳରେ ସୃଷ୍ଟି ହୋଇଥିବା ବାଲୁକା ତୀକ୍ଷ୍ଣ ପଥର ଦୃଶ୍ୟ ଅତ୍ୟନ୍ତ ମନୋରମ । ଏହି ପଥର ଉପରେ ଅନେକ ପ୍ରଜାତିର ଉଦ୍ଭିଦ ଦେଖିବାକୁ ମିଳେ ।

ବ୍ରାଜିଲର ଏକ ଛୋଟ ଗାଁ ଜେରୀକୋଆକୋରା । ଫୋର୍ଟଲେଜା ଠାରୁ ୩୦୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଏହି ସ୍ଥାନର ବାଲୁକା କଳା ମନମୁଗ୍ଧକର ଯାହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସନ୍ତି । ଏହି ସ୍ଥାନକୁ ପରିବେଶ ସଂରକ୍ଷିତ ଅଞ୍ଚଳରୂପେ ଘୋଷିତ କରାଯାଇଛି ।

Be the first to comment

Leave a Reply

Your email address will not be published.


*