୨୮ ବର୍ଷୀୟ ବଲିଉଡ଼ ଅଭିନେତ୍ରୀ ଦୁନିଆରୁ ନେଇଛନ୍ତି ବିଦାୟ ! ମୃତ୍ୟୁ ପୂର୍ବରୁ ମାଗିଥିଲେ ସାହାଯ୍ୟ ।

୨୮ ବର୍ଷୀୟ ବଲିଉଡ଼ ଅଭିନେତ୍ରୀ ଦୁନିଆରୁ ନେଇଛନ୍ତି ବିଦାୟ ! ମୃତ୍ୟୁ ପୂର୍ବରୁ ମାଗିଥିଲେ ସାହାଯ୍ୟ ।

୨୦୨୦ ମସିହାରେ ବଲିଉଡ଼ ଇଣ୍ଡଷ୍ଟ୍ରିରୁ ବାରମ୍ବାର ଗୋଟିଏ ପରେ ଗୋଟିଏ ବଡ଼ ଦୁଃଖଦ ଖବର ସାମନାକୁ ଆସୁଛି । ବଲିଉଡ଼ ଉପରେ ମଧ୍ୟ କରୋନା ପ୍ରକୋପ ଦେଖାଦେଇଛି । ଅନ୍ୟ ପକ୍ଷରେ ଆଉ କିଛି କଳାକାର କର୍କଟ ଭଳି ମାରାତ୍ମକ ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ବର୍ତ୍ତମାନ ଆଉ ଏକ ଖରାପ ଖବର କେବଳ ୨୮ ବର୍ଷୀୟ ଅଭିନେତ୍ରୀ ସହ ଜଡ଼ିତ ହୋଇଛି । ୨୮ ବର୍ଷୀୟା ଜଣେ ଜଣାଶୁଣା ଅଭିନେତ୍ରୀ କର୍କଟ ଭଳି ଭୟଙ୍କର ରୋଗ ସହିତ ଲଢୁଥିଲେ ଏବଂ ବର୍ତ୍ତମାନ ତାଙ୍କର ନିଧନ ହୋଇଯାଇଛି । ଯାହାର ସୂଚନା ତାଙ୍କର ଜଣେ ବନ୍ଧୁ ନିହାରିକା ରାୟଯାଦା ଫେସବୁକ୍ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି ।

୨୮ ବର୍ଷୀୟା ଅଭିନେତ୍ରୀଙ୍କ ନିଧନ

ଦିବ୍ୟା ଚୋକସେ ଜଣେ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଜଣେ ମଡେଲ ମଧ୍ୟ ଥିଲେ । କର୍କଟ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା । ନିଧନ ପୂର୍ବରୁ ଦିବ୍ୟା ସୋସିଆଲ ମିଡ଼ିଆରେ ସାହାଯ୍ୟ ମାଗିଥିଲେ ଏବଂ କହିଥିଲେ ଯେ, ‘ମୁଁ ମୃତ୍ୟୁ ଶଯ୍ୟାରେ ପଡ଼ିରହିଛି ।’ ଦିବ୍ୟାଙ୍କ ଟ୍ୱିଟରୁ ଏହାର ଅନୁମାନ କରାଯାଉଛି ଯେ, ସେ ଜାଣିଥିଲେ ଯେ ତାଙ୍କ ଜୀବନ ଶେଷ ହେବାକୁ ଯାଉଛି କିନ୍ତୁ ଶେଷ ସମୟରେ ସେ ନିଜର ଫ୍ୟାନ୍ସ ମାନଙ୍କ ପ୍ରେମ ଚାହଁନ୍ତି ଯାହା ତାଙ୍କୁ ପୂର୍ବରୁ ମିଳୁଥିଲା ।

ମୁଁ ନିଜର ମୃତ୍ୟୁ ଶଯ୍ୟା…..

google

ଦିବ୍ୟା ଚୋକସେଙ୍କ ନିଧନ ପରେ ବିରଳ ଭୟାନୀ ନିଜ ଇଂଷ୍ଟାଗ୍ରାମ୍ ପୋଷ୍ଟରେ କହିଛନ୍ତି ଯେ, ଦିବ୍ୟା ବଲିଉଡ଼ରେ “ହେ ଅପନା ଦିଲ୍ ତୋ ଆୱାରା”ରୁ ଆଗମନ କରିଥିଲେ ଏବଂ ୧୨ ଜୁଲାଇରେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । କୁହାଯାଇଛି ଯେ, ମୃତ୍ୟୁ ପୂର୍ବରୁ ଦିବ୍ୟା ଏକ ଇଂଷ୍ଟାଗ୍ରାମ୍ ପୋଷ୍ଟରେ ଲେଖିଥିଲେ ଯେ, “ମୁଁ ଯାହା ହେବା ପାଇଁ ଚାହେଁ ଏହା ପାଇଁ ଶବ୍ଦ ନାହିଁ ।” କିଛି ମାସ ପୂର୍ବରୁ ମୋ ନିକଟକୁ ଉତ୍ସାହଭରା ସନ୍ଦେଶ ଆସୁଥିଲା । କିନ୍ତୁ ବର୍ତ୍ତମାନ ମୁଁ କହିବାକୁ ଚାହେଁ ଯେ ମୁଁ ମୋର ମୃତ୍ୟୁ ଶଯ୍ୟାରେ ପଡ଼ି ରହିଛି । ମୁଁ ବହୁତ ଦୃଢ଼ ଅଟେ । କୃପା କରି ଆପଣ ମାନେ କୌଣସି ପ୍ରଶ୍ନ କରନ୍ତୁ ନାହିଁ । କେବଳ ଭଗବାନ ଜାଣନ୍ତି ଯେ ସେ ମୋ ସହିତ କଣ କରିବେ ।”

google

ଦିବ୍ୟା ଚୋକସେଙ୍କ ନିଧନର ଖବରର ପୁଷ୍ଟି ଅଭିନେତ୍ରୀଙ୍କ ଭଉଣୀ କରିଛନ୍ତି । ଫ୍ୟାନ୍ସ ଓ କଳାକାରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ, ଅଭିନେତ୍ରୀଙ୍କ ବୟସ ମାତ୍ର ୨୮ ବର୍ଷ ଥିଲା ଓ ସେ କର୍କଟ ଭଳି ମାରାତ୍ମକ ରୋଗରେ ପୀଡିତ ଥିଲେ । ବର୍ତ୍ତମାନ ପୁଣିଥରେ ସୋସିଆଲ ମିଡ଼ିଆ ଶୋକରେ ବୁଡିଯାଇଛି ।

କର୍କଟ ରୋଗ କାରଣରୁ ଏହି କଳକାର ମାନଙ୍କ ମଧ୍ୟ ମୃତ୍ୟୁ ଘଟିଛି….

ସୁଚାଇଦେଉଛୁ ଯେ, ୨୮ ଏପ୍ରିଲକୁ ଇରଫାନ୍ ଖାନ୍ ମଧ୍ୟ କର୍କଟ ରୋଗରୁ ଲଢ଼ି ଲଢ଼ି ହାରିଗଲେ । ସେମାନଙ୍କ ଦୀର୍ଘ ସମୟ ଧରି ଚିକିତ୍ସା ଚାଲୁଥିଲା କିନ୍ତୁ ସେ ବଞ୍ଚି ପାରିଲେ ନାହିଁ । ଇରଫାନଙ୍କ ମୃତ୍ୟୁର ପରଦିନ ବଲିଉଡ଼ର ଚିଣ୍ଟୁ ଅର୍ଥାତ ରିଷି କପୂର ମଧ୍ୟ ଏହି ଦୁନିଆରୁ ବିଦାୟ ନେଇଗଲେ ସେ ମଧ୍ୟ ଦୀର୍ଘ ସମୟ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ଏହାପରେ ବଲିଉଡ଼ରୁ ବାରମ୍ବାର ଦୁଃଖଦ ଖବର ଗୁଡ଼ିକ ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *