27 ଅକ୍ଟୋବର 2020, ମଙ୍ଗଳବାର- ପ୍ରଭୁ ହନୁମାନଙ୍କ କୃପାରୁ ଆଜି ୭ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ଶୁଭଦାୟକ ରହିବ

27 ଅକ୍ଟୋବର 2020, ମଙ୍ଗଳବାର- ପ୍ରଭୁ ହନୁମାନଙ୍କ କୃପାରୁ ଆଜି ୭ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ ଆଶାତୀତ ଲାଭ ପାଇବେ ।

ଆଜି ଆମେ ଆପଣଙ୍କୁ ୨୭ ଅକ୍ଟୋବର ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ପ୍ରାୟତଃ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ, ଯାହାଫଳରେ ମନରେ ସରସତା ରହିବ ନାହିଁ । କିନ୍ତୁ ମଙ୍ଗଳ ନିଜ ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ନିମନ୍ତେ ମନରେ ବିଚାର କରିବେ । ସହକର୍ମୀଙ୍କ ସହଯୋଗ ଓ ସାହାଯ୍ୟରେ କେତେକାଂଶରେ ଉପକୃତ ହୋଇପାରିବେ । ଯେଉଁ ବ୍ୟକ୍ତି ଆପଣଙ୍କ ପ୍ରତିଟି କାର୍ଯ୍ୟରେ ବାଧକ ସୃଷ୍ଟି କରୁଥିଲେ, ଆଜି ସେହି ବ୍ୟକ୍ତି ହିଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ଯାହାଫଳରେ କର୍ମକ୍ଷେତ୍ରରେ ପରସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିବ । ସଭାସମିତିରେ ଯୁକ୍ତିଯୁକ୍ତ ଓ ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ସାମୟିକ ସମସ୍ୟା ସୃଷ୍ଟି ହୋଇପାରେ । ଆପଣ ଧାର୍ମିକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ପାରିବାରିକ ସ୍ତରରେ ଉତ୍ଥାନପତନ ଲାଗିରହିବ । ଏପରି କିଛି ପାରିବାରିକ ସମସ୍ୟା ଆପଣଙ୍କ କର୍ମକ୍ଷେତ୍ରକୁ ପ୍ରତିରୋଧ ମଧ୍ୟ କରିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବିଭିନ୍ନ ପ୍ରକାର ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ସହକର୍ମୀମାନଙ୍କ ସହ ତାଳମେଳ ବଜାୟ ରଖନ୍ତୁ । ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । କାରଣ ଅଯଥା ଯୁକ୍ତିତର୍କ ଦ୍ଵାରା କୌଣସି ସାଙ୍ଗ ସହିତ କଳହ ହେବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଓ ଦ୍ୱନ୍ଦ୍ୱରେ ପଡିବେ । ଅଫିସରେ ତରବାରିଆ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ଲୋକଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଦ୍ଵାରା ମନୋବଳ ବୃଦ୍ଧି ହେବ । ଆନୁଷ୍ଠାନିକ କାମରେ ସଫଳତା ମିଳିବ । ଆପଣରେ ନିଜ ସ୍ୱାସ୍ଥ୍ୟର ଅବହେଳା କରନ୍ତୁ ନାହିଁ । ଆଜି କୌଣସି ମତେ ଆର୍ଥିକ ନେଣଦେଣ କରନ୍ତୁ ନାହିଁ । ମତାନ୍ତର ଜନିତ ପାରିବାରିକ ଅଶାନ୍ତି କାରଣରୁ ମାନସିକ ଉଦ୍‌ବେଗ ବଢିପାରେ । ଅପରିଚିତ ଲୋକଙ୍କୁ ବିଶ୍ଵାସ କରିଲେ, ସମସ୍ୟା ବଢିବା ସିନା କମିବା ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ହିଙ୍ଗୁଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ବ୍ୟବସାୟରେ ସ୍ଥିତିରେ ସୁଧାର ଆସିବ କିନ୍ତୁ ସହଭାଗୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ଅଫିସରେ ସହକର୍ମୀଙ୍କ ତାଳମେଳ ଭଲ ରହିବ । ଅଫିସର ପ୍ରତିଟି କାର୍ଯ୍ୟରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟକୁ ଭିତ୍ତି କରି ଆଜି ଆପଣଙ୍କ କିଛି ବଡ ନିଷ୍ପତ୍ତି ନେଇପାରନ୍ତି । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭକରିବାକୁ ମନ ବଳାଇବେ । ଅର୍ଥନୈତିକ ପ୍ରଗତି ସହ ସାମାଜିକ ପ୍ରତିଷ୍ଠା ଓ ଲୋକସମ୍ପର୍କ ବୃଦ୍ଧି ଯୋଗୁଁ ମନୋବଳ ଟାଣ ରହିବ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିର ହେବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସହିତ ପାରସ୍ପରିକ ମନାନ୍ତର ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ । ଘରୋଇ ସମସ୍ୟାକୁ କେନ୍ଦ୍ର କରି ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ରାଶିରେ ଚନ୍ଦ୍ର ରହିଥିବାରୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ । କିନ୍ତୁ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗର କୌଣସି ଅଭାବ ଅନୁଭବ କରିବେ ନାହିଁ ଏବଂ କୌଶଳ ପୂର୍ଣ୍ଣ କଥା କରି କାର୍ଯ୍ୟ ମଧ୍ୟ ହାସଲ କରିବାରେ ସମର୍ଥ ହେବେ । ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ନିଶ୍ଚୟ ସଫଳତା ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କିନ୍ତୁ ପରିସ୍ଥିତି ବଶତଃ ଅଯଥା ଖର୍ଚ୍ଚ ଯୋଗୁଁ ମାଂସିସିକ ସ୍ଥିତି ବିପନ୍ନ ହୋଇପାରେ । ଶେୟାର ବଜାରରେ ପୁଞ୍ଜି ନିବେଶ କଲେ, କ୍ଷତି ହେବାର ସମ୍ଭାବନା ରହିଛି । ଅଫିସର ହେଉ ଅବା ସଭାସମିତିର ବୈଠକରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ସାମାଜର କେତେକ କାର୍ଯ୍ୟକଳାପ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ, ଯୋଗାଯୋଗ, ପ୍ରେସ୍‌, ପବ୍ଳିକେଶନ ନିମନ୍ତେ ଦିନଟି ଅତ୍ୟନ୍ତ ଭଲ ରହିବ । ଆପଣଙ୍କ ଉନ୍ନତିରେ ନିଜ ସମ୍ପର୍କୀୟମାନେ ହିଁ ଈର୍ଷାପରଣାୟ ହୋଇ ଆପଣଙ୍କ ସହିତ ବିଶ୍ଵାସଘାତ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ରାଶ୍ୟାଧିପ ରବିଙ୍କ ଦୁର୍ବଳତା କାରଣରୁ ସ୍ଵାସ୍ଥ୍ୟ ସମସ୍ୟା କ୍ରମଶଃ ଦୁଃଶ୍ଚିନ୍ତାର କାରଣ ହୋଇପାରେ । ଏହା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ବାରମ୍ବାର ଅସଫଳତା ହେତୁ ନିଜ ଲୋକମାନଙ୍କ ଉପରୁ ଭରସା ତୁଟି ଯାଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବା କାରଣରୁ ମନ ଉଦାସ ରହିବ, ଯାହାଫଳରେ ବ୍ୟବସାୟ ବୃଦ୍ଧି ନିମନ୍ତେ ନାନା ପ୍ରକାର ଉଦ୍ୟମ କରିବେ । କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ଅଧିକ ରହିବ ଓ କେତେକ ସହକର୍ମୀ “କଣ୍ଟା ବାଡରେ ଲୁଗା ପକାଇବା ଭଳି କାର୍ଯ୍ୟ କରିବେ” ଏବଂ ମନକୁ ବାଧିଲା ଭଳି କଥା କହିବେ । ସାମାଜିକ ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । କେତେକ କ୍ଷେତ୍ରରେ କୈାଣସି ବ୍ୟକ୍ତିର ସାହାଯ୍ୟ ଆଶା କରି ପରିଶେଷରେ ନିରାଶ ହେବେ । ପରିବାରର ପରିବେଶ ଶାନ୍ତଶିଷ୍ଟ ରହିବ । ଆପଣଙ୍କ ଅସୁବିଧାକୁ ହୃଦଙ୍ଗମ କରି ପରିବାର ସଦସ୍ୟ ଆପଣଙ୍କୁ ସହଯୋଗ କରିବେ । ସ୍ୱାସ୍ଥ୍ୟ ଦ୍ରୁଷ୍ଟିରୁ ଅସୁସ୍ଥତା ଅନୁଭବ କରିବେ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ନୂତନ କାର୍ଯ୍ୟାରମ୍ଭ କରିବେ, ଶତ୍ରୁମାନେ ମିତ୍ରତାର ହାତ ବଢାଇବେ, ଉଚ୍ଚ ପ୍ରଶଂସା ଲାଭ, ମନରେ ସାହସ ବୃଦ୍ଧି, କ୍ଷମା ଗୁଣ ଯୋଗୁଁ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସମସ୍ୟା ଦୂର ହେବ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ନିଜର ସନ୍ଦେହୀ ମନୋଭାବ ହେତୁ ଅଯଥା ସମସ୍ୟା ମନକୁ ବିଚଳିତ କରିବ । ଅଫିସ କାର୍ଯ୍ୟାଳୟରେ ଉପୁଜିଥିବା ସମସ୍ୟାକୁ ସହକର୍ମୀଙ୍କ ସହ ଆପୋସ ଆଲୋଚନା କରି ସମାଧାନ କରିବାରେ ସମର୍ଥ ହେବେ । ଆପଣ ନିଜର ସୁପରିକଳ୍ପିତ ଯୋଜନା ଅନୁଯାୟୀ କାର୍ଯ୍ୟ କରିବାରେ କୌଣସି ଦ୍ଵିଧା ହେବ ନାହିଁ । ସାମାଜର ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମନରେ ଯେଉଁ ଯୋଜନା କରିଛନ୍ତି, ତାହା ଆଜି କାର୍ଯ୍ୟକାରୀ କରିବେ । ପାରିବାରିକ କ୍ଷେତ୍ରରେ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ମଧ୍ୟ ଦୁଃଚିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ବ୍ୟୟାଧିପ ରାଶିରେ ଅବସ୍ଥାନ କରିଥିବା ଯୋଗୁଁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିବ । ଏପରିକି କାର୍ଯ୍ୟ ହାସଲ ସକାଶେ ମଧ୍ୟ ଖର୍ଚ୍ଚାନ୍ତ କରିବାକୁ ପଡିବ । ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ଅଫିସରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ସହକର୍ମୀଙ୍କ ସମର୍ଥ ପାଇବା ଫଳରେ ମନୋବଳ ଟାଣ ରହିବ । ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ସରସତା ରହିବ ନାହିଁ । ସମାଜରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ସାମାଜିକ କାର୍ଯ୍ୟକଳାପରେ ଆପଣଙ୍କ ବିରୋଧରେ କେହି ଜଣେ ପ୍ରତିବାଦର ସ୍ଵର ଉଠାଇ ପାରନ୍ତି । ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରନ୍ତୁ ନାହିଁ, ନଚେତ ଆପଣ ହିଁ ଅପଦସ୍ଥ ହେବାକୁ ପଡିବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାକୁ ଚେଷ୍ଟା କରିବେ । ପାରସ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ସକାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ବନ୍ଧୁମାନଙ୍କ ସମର୍ଥନ କ୍ରମେ କୌଣସି ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିବେ । ଆର୍ଥିକ ପ୍ରଗତି ମାନସିକ ସୁସ୍ଥତାକୁ ବୃଦ୍ଧି କରିବ । ବ୍ୟବସାୟରେ ସ୍ଥିତି ଭଲ ରହିବ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । କର୍ମକ୍ଷେତ୍ରରେ ବୃଥା ସନ୍ଧେହ କରି ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଆର୍ଥିକ ସମ୍ବନ୍ଧୀୟ ପ୍ରସଙ୍ଗରେ ସତର୍କ ଅବଲମ୍ବନ କରନ୍ତୁ, ନଚେତ ନିକଟ ସମ୍ପର୍କୀଙ୍କ ସହ ସମ୍ପର୍କ ହାନୀ ହୋଇପାରେ । ପରିବାରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଆଜି ଆପଣ ପରିବାରରେ ପତ୍ନୀ ଓ ପୁଅଙ୍କ ଠାରୁ ଭଲ ଖବର ଶୁଣିବାକୁ ପାଇବେ । ବୈବାହିକ ଜୀବନ ସୁଖଦମୟ ରହିବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କିଛି ଭଲ ଓ କିଛି ମନ୍ଦର ମିଶ୍ରିତ ଅନୁଭୂତି ନେଇ ଦିନଟି ଅତିବାହିତ କରିବାକୁ ପଡିବ । କର୍ମକ୍ଷେତ୍ରରେ ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ପ୍ରିୟ ବନ୍ଧୁଙ୍କର ସାନ୍ନିଧ୍ୟ ଲାଭ କରି ସମସ୍ୟାର ସମ୍ମୁଖୀନ କରିବେ । ବନ୍ଧୁଙ୍କ ମାଧ୍ୟମରେ ହିଁ କର୍ମକ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଅଫିସର ବାତାବରଣ ସୁସ୍ଥ ଥିଲେ ମଧ୍ୟ ଅପରାହ୍ନରେ ମିଥ୍ୟା ଅଭିଯୋଗର ଆରୋପ ଆପଣଙ୍କ ଉପରେ ଲାଗିପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ରାଜନୀତି ଓ ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଟେନସନ୍ କିିଛି ମାତ୍ରାରେ କମିପାରେ । ଆଲୋଚନା, ଚୁକ୍ତିପତ୍ରରେ ତରବରିଆ ପଦକ୍ଷେପ ଗ୍ରହଣ କରିବା ଠିକ୍‌ ହେବ ନାହିଁ । ଅତୀତର କେତେକ କଥାକୁ ମନେ ପକାଇ ଉଦାସ ରହିବେ । ପାରିବାରିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଅଯଥା ଚିନ୍ତା ଓ ଆକସ୍ମିକ କଳହ ଦୁଶ୍ଚିନ୍ତାର କାରଣ ହୋଇପାରେ । ନକରାତ୍ମକ ଚିନ୍ତାଧାରା ଓ ମାନସିକ ଉତ୍ତେଜନା ମଧ୍ୟରେ ସାରା ଦିନ ଅତିବାହିତ କରିବେ । ଯେକୌଣସି କାର୍ଯ୍ୟ ହାତକୁ ନେଲେ ମଧ୍ୟ ବିଳମ୍ବିତ ସମୟରେ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଭାରକ୍ରାନ୍ତ ରହିବ । ବିଭିନ୍ନ ସମସ୍ୟାମୂଳକ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି କିନ୍ତୁ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । କାର୍ଯ୍ୟବ୍ୟସ୍ତତା ଯୋଗୁଁ କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ମଧ୍ୟ ରହି ପାରିବେ ନାହିଁ । ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ କଳହ ଘଟିପାରେ । ପରିଶ୍ରମ ମୁତାବକ ଫଳ ନ ପାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ । ସତର୍କତା ଅଭାବରୁ ଚୋରି, ପକେଟମାର ଅଥବା ଅସାବଧାନତା କାରଣରୁ ଧନହାନିର ସୂଚନା ରହିଛି । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଭଗବାନଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ବିଳମ୍ବିତ ସମୟରେ କାର୍ଯ୍ୟ ହାସଲ ହେବା ଯୋଗୁଁ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ବୃତ୍ତିଗତ କର୍ମକ୍ଷେତ୍ରରେ ନାନା ପ୍ରକାର ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । ଅଭାବ, ଅସୁବିଧା ମଧ୍ୟ ଦେଇ ଗତି କରୁଥିଲେ ମଧ୍ୟ ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଆର୍ଥିକ ଅବସ୍ଥା ଅତି ଶୋଚନୀୟ ରହିବ । ଆବଶ୍ୟକ ପୂରଣ କରିବା ସକାଶେ ବନ୍ଧୁ କିମ୍ବା ସହକର୍ମୀଙ୍କ ଠାରୁ ଧାରା କରଜ କରିପାରନ୍ତି । କୌଣସି ସମସ୍ୟା ଓ ବିବାଦୀୟ ପରିସ୍ଥିତିରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିବେ । ପରିବାରରେ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁଁ ମନରେ କ୍ଷୋଭ ପ୍ରକାଶ କରିପାରନ୍ତି । ପରିବାରରେ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇବ । ବିଗତ ଦିନରୁ ଲାଗିରହିଥିବା ସମସ୍ୟାରେ ସୁଧାର ଆସିବ । ବନ୍ଧୁଙ୍କ ସହାୟତା ଲାଭକରି ବାଣିଜ୍ୟ, ବ୍ୟବସାୟ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇପାରନ୍ତି । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜୀବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣରେ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । କୌଣସି ସୂତ୍ରରୁ ଶୁଣା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ପାରିବାରିକ ସମସ୍ୟାରେ ସୁଧାର ଆଣିବାକୁ ଆପ୍ରାଣ ଉଦ୍ୟମ କରିବେ । ପାଖ, ପଡୋଶୀଙ୍କ ମୂଲ୍ୟହୀନ କଥାରେ ମୁଣ୍ଡ ପୂରାଇଲେ, ସମସ୍ୟାକୁ ଡାକି ଆଣିବା ସଦୃଶ ହେବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

Be the first to comment

Leave a Reply

Your email address will not be published.


*