27 ମାର୍ଚ୍ଚ 2020, ଶୁକ୍ରବାର- ଆଜି ୬ଟି ରାଶିର ବ୍ୟକ୍ତିଙ୍କୁ ନୂତନ ଦାୟିତ୍ଵ ବହନ କରିବାକୁ ପଡିବ । ପାରିବାରିକ

27 ମାର୍ଚ୍ଚ 2020, ଶୁକ୍ରବାର- ଆଜି ୬ଟି ରାଶିର ବ୍ୟକ୍ତିଙ୍କୁ ନୂତନ ଦାୟିତ୍ଵ ବହନ କରିବାକୁ ପଡିବ । ପାରିବାରିକ ଶାନ୍ତି ଅତୁଟ ରହିବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆପଣଙ୍କ ପାଖଆଖରେ ସୁଖଦ ଓ ମଧୁର ବାତାବରଣ ରହିବ । ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ସଂଯୋଗରୁ ହସଖୁସିରେ ପାରିବାରିକ ଜୀବନ ଅତିବାହିତ ହେବ । ଘରେ ପୁଣ୍ୟ କାର୍ଯ୍ୟ କରିପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଅତ୍ୟନ୍ତ ଖୁସି ହେବେ । ଭୂସମ୍ପତ୍ତି କିଣିବା ଲାଗି ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତପ୍ତ ହେବେ । ଯୁବକ ଯୁବତୀମାନେ ସମାଜ ସେବାରେ ନିଜକୁ ନିୟୋଜିତ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ମନରେ ଧାର୍ମିକ ଭାବନା ଉଦୟ ହେବ । କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ବିଚଳିତ ହେବେ ନାହିଁ । କିନ୍ତୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ବିନା ସ୍ଵାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ । ବଡ଼ ଭାଇଙ୍କ ସହଯୋଗ ମିଳିବ । ସମ୍ମାନିତ ଲୋକଙ୍କ ସହିତ ମିଶିବେ । ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ । କାହା ଉପରେ ମଧ୍ୟ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ । ସାମୟିକ ସ୍ଵାସ୍ଥ୍ୟହାନି ଯୋଗୁଁ ମନରେ ଅନେକ ଆଶଙ୍କା ଉପୁଜିବା । ନିମନ୍ତ୍ରିତ ବନ୍ଧୁଙ୍କ ସହିତ ରାତ୍ରି ଭୋଜନ କରିବେ । ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ଆପଣଙ୍କ ସବୁ କାମରେ ସଫଳତା ମିଳିବ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଭଗବାନଙ୍କୁ ଆରାଧନା କରନ୍ତୁ; ସମ୍ଭାବ୍ୟ ସଙ୍କଟ ଦୂର ହୋଇଯିବ । ଗ୍ରହସ୍ଥିତିର କୁପରିଣାମ ଜନିତ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟାର ସମାଧାନ ହେବା କଷ୍ଟକର ହୋଇପାରେ । କର୍ମକ୍ଷେତ୍ରରେ ବୀରଙ୍କ ଭଳି ସଂଘର୍ଷ କରିବେ । ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶଂସା କରିବେ । କୌଣସି ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପରିବାରରେ ଭୁଲ୍‌ ବୁଝାମଣା ନେଇ ଅଶାନ୍ତି ଉପୁଜିପାରେ କିମ୍ବା ତିକ୍ତତା ଦେଖାଦେଇପାରେ । ପରୋପକାର ମନୋଭାବରୁ ପଡ଼ୋଶୀମାନେ ପ୍ରଶଂସା କରିପାରନ୍ତି । ପରିବାରରେ ହସଖୁସିର ବାତାବରଣ ରହିବ । ଜୀବନ ସାଥୀଙ୍କ ସହିତ ବିବାଦ ଯେମିତି ନ ହୁଏ ସେଥିପାଇଁ ଧ୍ୟାନ ଦିଅନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କ ସ୍ଵଭାବ ଓ ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବ । କର୍ମାଧିପତି ମଙ୍ଗଳ ରାଶ୍ୟାଧିପ ଚନ୍ଦ୍ରଙ୍କ ଏକାଦଶସ୍ଥ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ଅତ୍ୟଧିକ ଭାବ ପ୍ରବଣତା ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ । କିନ୍ତୁ ସାମାନ୍ୟ ଭୁଲ୍ ପାଇଁ ଅପମାନିତ ହେବାକୁ ପଡିପାରେ । ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ସାଙ୍ଗକୁ ଆର୍ଥିକ ସ୍ଥିତିରେ ଉନ୍ନତି ମନକୁ ଖୁସି କରାଇବ । କିନ୍ତୁ ପାରିବାରିକ ଆଲୋଚନା ସମୟରେ ବିବାଦୀୟ ମନ୍ତବ୍ୟ ପରିବାରରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିପାରେ । ଆଜି ସନ୍ଧ୍ୟାରେ ପରିବାର ସହିତ ଐତିହାସିକ ଚଳଚିତ୍ର ଦେଖିବାକୁ ମନ ବଳାଇବେ । ଇଷ୍ଟଦେବୀଙ୍କ ଠାରେ ଘିଅ ଦୀପା ପ୍ରଜ୍ଜ୍ଵଳନ କରନ୍ତୁ, ମନୋବାଞ୍ଛା ପୂରଣ ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଚତୁର୍ଥ ଚନ୍ଦ୍ର ଯୋଗୁଁ ସାଧାରଣ ଘଟଣାରେ ଝଗଡ଼ା ଲାଗିବାର ଆଶଙ୍କା ରହିଛି । ଭୁଲ୍‌ ବୁଝାମଣାରୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଆର୍ଥିକ ଅନଟନ ମଧ୍ୟରେ ଗତି କରିବାକୁ ପଡିବ । ବନ୍ଧୁ କିମ୍ଭା ସମ୍ପର୍କୀୟଙ୍କ ଠାରୁ ଧାରା କରଜ କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଅକାରଣ ଅଭିଯୋଗ ସକାଶେ ଅନ୍ତରଙ୍ଗ ବନ୍ଧୁ ଉପରେ ସନ୍ଦେହ କରିବେ । ସମାଜ ସେବା କରୁଥିବା ବ୍ୟକ୍ତିମାନେ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିବେ । ବାଦ ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମନରେ ସକାରାତ୍ମକ ଭାବନା ଜନ୍ମିବ । ଶନି କ୍ଷେତ୍ରସ୍ଥ ଶୁକ୍ର ଏକାଦଶାଧିପତି ଯୁକ୍ତ ହୋଇ ବ୍ୟୟଭାବକୁ ଦେଖୁଥିବା ଯୋଗୁଁ ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ନିର୍ଦ୍ଧିଷ୍ଟ କାର୍ଯ୍ୟଟି ଅଟକି ରହିଯିବ । ଅତ୍ୟାଧିକ ଖର୍ଚ୍ଚ ଯୋଗୁଁ ମନରେ ସରସତା ରହିବା ନାହିଁ । କର୍ମକ୍ଷେତ୍ରରେ କାମର ଚାପ ବଢ଼ିଯିବା ଫଳରେ ଆପଣ ଶାନ୍ତିରେ ନିଶ୍ଵାସ ମଧ୍ୟ ନେଇପାରିବେ ନାହିଁ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ଆର୍ଥତ୍କ ଅଭିବୃଦ୍ଧି ନିମିତ୍ତ ତତ୍ପରତା ପ୍ରକାଶ କରି କେତେକାଂଶରେ ସଫଳତା ପାଇପାରନ୍ତିି । ଆପଣଙ୍କ ଅତି ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବା । ପାପଗ୍ରହ ଦୃଷ୍ଟି ବିବର୍ଜିତ କର୍ମାଧିପତି ପ୍ରଭାବରେ ନିଜ ମନ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବା କଷ୍ଟିକର ପାଠ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ । ଘର ଲୋକମାନଙ୍କ କାମରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପାଟି ଫିଟାଇବାର ରାସ୍ତା ନ ଥିବ । ନିଜ ଭବିଷ୍ୟତ ଓ କ୍ୟାରିୟରକୁ ଗୁରୁତ୍ଵାରୋପ କରି ମନରେ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଆସିପାରେ । ଅସୁସ୍ଥତା କାରଣରୁ ମନ ବଳ କ୍ରମଶଃ ଦୁର୍ବଳ ହୋଇଯିବ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ସୂର୍ଯ୍ୟଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆଜିର ଦିନଟି ସବୁ ଦିଗରୁ ଶୁଭଫଳ ପ୍ରଦାନ କରିବ । ଯାହା ଇଚ୍ଛା କରିବେ ତାହା ପାଇବେ ଏବଂ ନିଜ ପରିବେଶରେ ନିଜର ପ୍ରାଧାନ୍ୟ ବୃଦ୍ଧି ପାଇବ । ସ୍ଵାଧୀନ ମନୋବୃତ୍ତି ବାଧାପ୍ରାପ୍ତ ହେବାରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ । ଅଫିସିଆଲି କାମରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚପ୍ରଶଂସିତ ହେବେ । ଛୋଟ ଛୋଟ କଥାରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡ଼ିପାରେ । ଅସାବଧାନତା କାରଣରୁ ଧନ ହାନି ଘଟିପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ କୌଣସି ଦୂର ସମ୍ପର୍କୀୟ ବନ୍ଧୁଙ୍କ ଦର୍ଶନରେ ମନ ଖୁସୀ ରହିବ । ପୂର୍ବସ୍ଥିରୀକୃତ କାମରେ ପ୍ରତିବନ୍ଧକ ଲାଗିରହିବା ଯୋଗୁଁ ମନରେ ସରସତା ରହିବା ନାହିଁ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ସାଂଗଠନିକ କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ସହଯୋଗ କରିବେ । ନିଜ ପରିସରରେ ଦେଖେଇ ଶିଖେଇ କହୁଥବା ନିକଟ ସମ୍ପର୍କୀୟଙ୍କ ପ୍ରତାରଣାପୂର୍ଣ୍ଣ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଧାର୍ମିକ କାର୍ଯ୍ୟରେ ଆପଣ ସେବା କରିବାର ଅବସର ମିଳିବ । ଦ୍ୱାଦଶ ଭାବରେ ଏକାଧିକ ଗ୍ରହ ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଦୁଃଶ୍ଚିନ୍ତା ଜନିତ ଅସ୍ଥିରତା ସୃଷ୍ଟି କରାଇବେ । ଚାକିରିଜୀବୀଙ୍କୁ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ । ଟଙ୍କା ପଇସା ସମ୍ପର୍କିତ କୌଣସି ନେଣଦେଣ କରନ୍ତୁ ନାହିଁ କିମ୍ବା କୌଣସି ଚୁକ୍ତିପତ୍ର କରନ୍ତୁ ନାହିଁ, ନଚେତ ଝମେଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ପରିବାରରେ ଭୁଲ୍‌ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ । ନିଜ ସମ୍ପର୍କୀୟମାନେ ହିଁ ପରୋକ୍ଷରେ ଶତ୍ରୁତା କରିପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ବାବା କପିଳାସ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆଜି ଆପଣ କିଛି ଖାସ୍‌ କରିବା ଲାଗି ଭଲ ରହିବ । ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡ଼ା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ବିଶେଷ ମନ୍ଦ ହେବନି । ନିଜ ଲୋକମାନେ ହିଁ ଶତ୍ରୁତା କରିବେ ଏବଂ ଆପଣଙ୍କ ପ୍ରତିଟି କାର୍ଯ୍ୟକୁ ସମାଲୋଚିତ କରିବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଟିକିଏ ଟିକିଏ କଥାରେ ଉତ୍ତେଜିତ ହୋଇଯିବ ଫଳରେ ପରିବାରରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ । ସାମୟିକ ଭାବରେ ଦୈହିକ ଓ ମାନସିକ ସ୍ଵାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମହାଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ପରିସ୍ଥିତିର ବିଡମ୍ବନାଜନିତ ଅଧୈର୍ଯ୍ୟ ନ ହୋଇ ସାମ୍‌ନା କରିବାକୁ ଚେଷ୍ଟାକଲେ ଉପକୃତ ହେବେ । ଅନେକ ଦିନ ଧରି ଚାଲିଥିବା ପାରିବାରିକ ବିବାଦରୁ ମୁକ୍ତି ମିଳିବ କିନ୍ତୁ ଆପଣଙ୍କୁ ଅନେକ ମାନସିକ ଦ୍ୱନ୍ଦ୍ୱ ଓ ନିରାଶା ମଧ୍ୟରେ ଦିନଟି କଟଇବାକୁ ପଡିପାରେ । ଆର୍ଥିକ ସ୍ବଚ୍ଛଳତାରେ କୌଣସି ପରିବର୍ତ୍ତନ ଆସିବା ନାହିଁ ଅର୍ଥାତ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ଅପମାନିତ ହୋଇପାରନ୍ତି । ରାଶିରେ ଦ୍ୱିଜା ନକ୍ଷତ୍ର ଯୋଗୁଁ ଆଲୋଚନା ଓ ସମାଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି ଆସିବ । ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

Leave a Reply

Your email address will not be published. Required fields are marked *