27 ଜୁନ୍ 2020, ଶନିବାର- ଶନିଦେବଙ୍କ କୃପାରୁ ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ସଫଳତା ମିଳିବର ଯୋଗ ରହିଛି । ପାରିବାରିକ କ୍ଷେତ୍ରରେ

27 ଜୁନ୍ 2020, ଶନିବାର- ଶନିଦେବଙ୍କ କୃପାରୁ ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ସଫଳତା ମିଳିବର ଯୋଗ ରହିଛି । ପାରିବାରିକ କ୍ଷେତ୍ରରେ ଶାନ୍ତି ବଜାୟ ରହିବ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ରାଶିରେ ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଯୋଗୁଁ ପ୍ରତିଟି କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଆଜି କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବେ । ଏଥିପାଇଁ ଧନ ଖର୍ଚ୍ଚ ମଧ୍ୟ ହୋଇପାରେ । ସରକାରୀ କାମରେ ସହକର୍ମୀନଙ୍କ ଅସହଯୋଗ ମନୋଭାବ ମନକୁ ଆଘାତ ଦେବେ । ତଥାପି ଧୌର୍ଯ୍ୟର ସହ ନିଜ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ଦୂରରେ ରହୁଥିବା ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ । ଆର୍ଥିକ ସ୍ଥିତିରେ ସାମାନ୍ୟ ଟଣାଉଟରା ପରିସ୍ଥିତି ସୃଷ୍ଟି ହୋଇପାରେ । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହା ସଦଭଦ ବଜାୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ଶ୍ରୀକୃଷ୍ଣ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ପ୍ରେରଣା ଦାୟକ ରହିବା । କିନ୍ତୁ ଶୁକ୍ରଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ନିଜ ସମ୍ପର୍କୀୟମାନଙ୍କ ଅସହଯୋଗରୁ କେତେକ ନୂତନ ସମସ୍ୟା ସୃଷ୍ଟି ହେବ । ଲାଭଭାବସ୍ଥ ଚନ୍ଦ୍ର ବାଧକାଧିପତି ଶନି ଯୁକ୍ତ କାରଣରୁ ପାରିବାରିକ ଦିଗରୁ କିଛିଟା ଚିନ୍ତା ମନକୁ ବିଭ୍ରାନ୍ତ କରିପାରେ । କୌଣସି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ, ସଫଳ ହେବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି କରିବେ । ଆଜିର ସାମାଜିକ ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ବନ୍ଧୁ ଗହଣରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ କାରଣ ଅଯଥା ମନାନ୍ତର ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟ ପ୍ରତି ସଚେତ ରହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କ ଲାଗି ଅନୁକୂଳ । କିନ୍ତୁ ଅଷ୍ଟମସ୍ଥ ଶନି ଓ ବୃହସ୍ପତି କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହିତ କାର୍ଯ୍ୟ ନିର୍ବାହ କରିବାକୁ ପଡିବ । ସ୍ଥଗିତ ଥିବା କାମ ବାହାର ଲୋକଙ୍କ ସାହାଯ୍ୟ ପାଇ ସଂପୂର୍ଣ୍ଣ କରିବେ । ନିଜ ବ୍ୟବହାର ଦ୍ୱାରା ଅନ୍ୟକୁ ମୋହିତ କରିପାରିବେ । ଆପଣଙ୍କର ଆବଶ୍ୟକତାକୁ ପୂରା କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ବଜାୟ ରହିବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରାତାରିଣୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ପ୍ରତ୍ୟେକ କ୍ଷେତ୍ରରେ ଠିକ୍ ବୁଝାମଣା ରହିବା ହେତୁ ବିବାଦ ଦୂରେଇ ଯିବ ଓ କାର୍ଯ୍ୟଗୁଡିକ ମଧ୍ୟ ସହଜରେ ସମ୍ପାଦନ କରିପାରିବେ । ଧନାଧିପ ଶୁଭଭାବରେ ଥିବାରୁ ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗେ ସଙ୍ଗେ ପାରିବାରିକ କ୍ଷେତ୍ରରେ ହସଖୁସିର ବାତାବରଣ ରହିବ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢ଼ ମନୋବଳର ସହ ସମ୍ମୁଖୀନ କରି କାର୍ଯ୍ୟ ହାସଲ କରିବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ । ସାଧାରଣ ଯୁକ୍ତିତର୍କକୁ ଭିତ୍ତି କରି ଦାମ୍ପତ୍ୟ ଜୀବନରେ କଳହ ଉପୁଜିପରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା କପିଳାସ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ବାଧାବିଘ୍ନ ସୃଷ୍ଟି ହେବ ଯାହାଫଳରେ ସାମାନ୍ୟ ବିଳମ୍ବରେ କାମଗୁଡ଼ିକ ସମ୍ପନ୍ନ ହେବ । ଚାକିରି କରୁଥିବା କର୍ମଜୀବିମାନେ ବୁଝିସୁଝି ଯେକୌଣସି ପଦକ୍ଷେପ ଗ୍ରହଣ କରନ୍ତୁ । ନଚେତ ଅସୁବିଧାରେ ପଡ଼ିପାରନ୍ତି । ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଦାମ୍ପତ୍ୟ ଜୀବନ ବଢିଆ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ରାଶିରେ ଏକାଧିକ ଗ୍ରହ ଦୈହିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିପାରେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ନିଜର ପତିଆରା ବୃଦ୍ଧି କରିପାଇବ ଓ ବିଜୟୀ ହେବେ । ପୂର୍ବ ଯୋଜନା ଅନୁଯାୟୀ କର୍ମ କରନ୍ତୁ ଅବଶ୍ୟ କେତେକାଂଶରେ ସଫଳତା ପାଇବେ । ଅଫିସରେ ନିଷ୍ଠାର ସହ କାର୍ଯ୍ୟ ନିର୍ବାହ କରିବେ ଯାହାଫଳରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ପୁରାତନ ରୋଗର ପୀଡ଼ା କାମ କରିବାକୁ ନିରୁତ୍ସାହିତ କରିପାରେ । ଦାମ୍ପତ୍ୟ ଜୀବନରେ ଅଶାନ୍ତିର ଝଡ଼ ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆପଣଙ୍କ ବିଚାର ସକରାତ୍ମକ ରହିବ । ବ୍ୟବହାରିକ ବ୍ୟତିକ୍ରମରୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । ସ୍ଥଗିତ କାମଗୁଡିକୁ ସମ୍ପନ୍ନ କରିବାରେ ଆନୁଷଙ୍ଗିକ ସୁବିଧା ସୁଯୋଗ ଅବଶ୍ୟ ପାଇବେ । ଆପଣା ଲୋକମାନେ ବିରୋଧ କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମହାଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଯେତେ ସତର୍କରେ ଚଳିଲେ ମଧ୍ୟ କିଛିନା କିଛି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ । ମାନସିକ ଅସ୍ଥିରତା ଯୋଗୁଁ ମନରେ ସରସତା ରହିବ ନାହିଁ । ଅନେକ ଦିନ ଧରି ଚାଲିଥିବା ପାରିବାରିକ ବିବାଦରୁ ସ୍ଥାୟୀ ସମାଧାନ ହେବ କିନ୍ତୁ ଆପଣଙ୍କୁ ମାନସିକ ଦ୍ୱନ୍ଦ୍ୱ ଓ ଆଶା, ନିରାଶା ମଧ୍ୟରେ ଦିନଟି ଅତିବାହିତ କରିବାକୁ ପଡିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ଅଫିସରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ଅପମାନିତ ହୋଇପାରନ୍ତି । ସତର୍କରେ ରୁହନ୍ତୁ, ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ରାଶିରେ ପ୍ରତିକୁଳ ଗ୍ରହ ପ୍ରଭାବ ଯୋଗୁଁ ଆପଣଙ୍କ ନିକଟବର୍ତ୍ତୀ ବନ୍ଧୁ ଜଣେ ଆପଣଙ୍କୁ ଉତ୍ସନା କରିପାରେ । ସାମୟିକ ସମସ୍ୟାଜନିତ କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ଉନ୍ନୟନମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇପାରେ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ବରିଷ୍ଠ ଅଧିକାରୀ ଆପଣଙ୍କୁ ନିନ୍ଦିତ କରିପାରନ୍ତି । ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ । କୌଣସି ଅଭାବ ନ ଥିଲେ ମଧ୍ୟ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରି ରଖିପାରେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଆଲୋଚନା ହେବ । ଆପଣଙ୍କର ଇଚ୍ଛା କୌଣସି ମତେ ପୂରଣ କରିବା ପାଇଁ ଚେଷ୍ଟା କରିବେ ଓ କିଛିଟା ସଫଳତା ମଧ୍ୟ ହୋଇପାରନ୍ତି । ସାମାଜିକ ସମ୍ମାନ ଲାଭ କରିବେ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିମାନଙ୍କର ଅନୁକମ୍ପା ମଧ୍ୟ ପାଇବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେ ରୁହନ୍ତୁ । ଅନ୍ୟର ବିବାଦୀୟ ଘଟଣାରେ ନିଜର ମନ୍ତବ୍ୟ ଦେଇ ଅଯଥା ଅପମାନିତ ହେବାକୁ ପଡିପାରେ । ପରିବାରରେ ବୟୋଜ୍ୟେଷ୍ଟଙ୍କ ସହ ଯୁକ୍ତିତର୍କ କରି ଅଯଥାରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ କଟକଚଣ୍ଡୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆପଣଙ୍କର ସୁଚିନ୍ତିତ ଯୋଜନା ଓ ସିଦ୍ଧାନ୍ତ ଦିନଚର୍ଯ୍ୟାକୁ ବଦଳାଇ ଦେଇପାରେ । ଶୁକ୍ରଙ୍କ ଶୁଭତ୍ୱରୁ ସନ୍ତାନଙ୍କ ଗୌରବରେ ଗୌରବାନ୍ୱିତ ହୋଇପାରନ୍ତି ଓ ପରିବାରରେ ହସଖୁସିର ବାତାବରଣ ଦେଖାଦେବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର କୈାଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରି ପାରନ୍ତି ଓ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇପାରନ୍ତି । ନିଜର କଥା ଓ ବ୍ୟବହାରରେ ସଂଯମତା ଅବଲମ୍ବନ କଲେ ଉପକୃତ ହୋଇପାରିବେ । ସମାଜରେ ଆପଣଙ୍କ ଯୋଜନାକୁ ଲୋକମାନେ ସହମତ ପ୍ରଦାନ କରିବେ । ପରିବାରରେ ଛୋଟ ଛୋଟ କଥାକୁ ଧରି ବସିଲେ ଅଯଥା କଳହ ଉପୁଜିବ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ବିଭିନ୍ନ ପ୍ରକାର ଚିନ୍ତା ମନକୁ ବାରମ୍ବାର ଆନ୍ଦୋଳିତ କରିବ । କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ କୌଣସି ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ଅଧିକ ରହିବ ଓ ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ କରିବେ । ଆର୍ଥିକ କ୍ଷେତ୍ରରେ ସମ୍ୟକ ସୁଧାର ଆସିବ । ରାଜନୈତିକରେ ଥିବା ବ୍ୟକ୍ତି ବିଶେଷମାନେ ସମାଜ ସେବା ଦ୍ଵାରା ନିଜ ଲୋକପ୍ରିୟତା ହାସଲ କରିବେ । ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *