27 ଜୁଲାଇ 2020, ସୋମବାର- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାତା ପାର୍ବତୀଙ୍କ ବିଶେଷ କୃପା ଦୃଷ୍ଟି

27 ଜୁଲାଇ 2020, ସୋମବାର- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାତା ପାର୍ବତୀଙ୍କ ବିଶେଷ କୃପା ଦୃଷ୍ଟି ରହିବ । ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଆଜିର ଷଷ୍ଠସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ଅଫିସରେ ଅତ୍ୟଧିକ କାମ ସକାଶେ କ୍ଳାନ୍ତ ଅନୁଭବ କରିବେ । କେତେକ ବନ୍ଧୁଙ୍କ କାର୍ଯ୍ୟକୁ ନା ପସନ୍ଦ କରିପାରନ୍ତି । ସାମାଜିକ କାର୍ଯ୍ୟରେ ଭାଗ ନେବେ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ସପ୍ତମାଧିପତି ଶନି ଦୃଷ୍ଟିରେ ଥିବାରୁ ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ । ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ । ନୂତନ ଭାବେ କୌଣସି କାର୍ଯ୍ୟାରମ୍ଭ ସକାଶେ ତପତ୍ରତା ବଢିପାରେ । ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ମନରେ ଯେଉଁ ବିଚାର ଆସିବ ତାହା ସଫଳ ହେବ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ ହେବ । ମିତ୍ର, ଭାଇ ଓ ବନ୍ଧୁମାନେ ସହଯୋଗ କରିବେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପରିବାରରେ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଷ୍ଟାର ସହ କାର୍ଯ୍ୟ କରନ୍ତୁ । ରାହୁ ଓ ବୁଧ ନିଜ ରାଶିରେ ରହିଥିବାରୁ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଉଚ୍ଛନ୍ନ ରହିବ । କେତେକ ଅଭାବନୀୟ ପରିସ୍ଥିତି ସଙ୍ଗକୁ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ । ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ଶନି କର୍ମାଧିପ ଯୋଗୁଁ ପରିବାରରେ ବିଭିନ୍ନ ସମସ୍ୟା ଲାଗି ରହିବ ଓ ମନରେ ସରସତା ରହିବ ନାହିଁ । ପରିସ୍ଥିତିକୁ ଲକ୍ଷ୍ୟକରି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଅବଶ୍ୟ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ସହଯୋଗୀଙ୍କ ସହାୟତାରେ ସମାଜରେ ଓ ବନ୍ଧୁଙ୍କ ଗହଣରେ ସମ୍ମାନ ବୃଦ୍ଧି ହେବ । ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥ ପାଇବାକୁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଗୁରୁଜନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟା ସମାଧାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଧନହାନିର ସମ୍ଭାବନା ରହିଛି । ସ୍ଵଗୃହୀ ଶୁକ୍ର ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଗତକାଲି ଠାରୁ ଚିନ୍ତା କରିଥିବା କାମଗୁଡିକ ଆଜି ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଅଫିସ୍‌ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଦେଖାଦେଇପାରେ । ବନ୍ଧୁଙ୍କ ନିମନ୍ତ୍ରଣରେ ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଧୈର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଉପକୃତ ନିଶ୍ଚୟ ମିଳିବ । ଚନ୍ଦ୍ରଙ୍କ ପ୍ରଭାବରୁ ଦୀର୍ଘଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସଂଘର୍ଷମୟ ସ୍ଥିତିରେ ଗତି କରିବାକୁ ପଡିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ । ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । କୌଣସି ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ଠାରୁ ସହଯୋଗ ସାହାଯ୍ୟ ପାଇବେ ଯାହାଫଳରେ ମନକୁ ସମ୍ୟକ ଶାନ୍ତି ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଦ୍ୱାଦଶ ଚନ୍ଦ୍ରଜନିତ କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଆଜି ଅଫିସ୍‌ କାମରେ ବେଶି ସମୟ କଟାଇବେ । କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । କଳା, ସାହିତ୍ୟ, ନୂତନ କାର୍ଯ୍ୟାରମ୍ଭ ଓ ଶିଳ୍ପ, ବ୍ୟବସାୟରେ ଉନ୍ନତି କରିବେ । ଟଙ୍କା ପଇସା ନେଣଦେଣ ସାବଧାନତାର ସହ କରନ୍ତୁ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଭୈରବୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଶନିଙ୍କ ପ୍ରଭାବଜନିତ ଅତୀତର କୌଣସି ଘଟଣା କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବ । ପରିସ୍ଥିତି କେତେକାଂଶରେ ଭଲ ହେଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଯିବା, ଯାହାଫଳରେ ମନରେ ସରସତା ରହିବ ନାହିଁ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଲଟ ହୋଇଯିବ । ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ବୈବାହିକ ଜୀବନରେ ମଧୁରତା ବଢିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ । ଚନ୍ଦ୍ରର କେନ୍ଦ୍ରରେ ଓ ରାଶିର ନବମରେ ଶନି ଆପଣଙ୍କୁ ମାଙ୍ଗଳିକ କାର୍ଯ୍ୟରେ ନିଯୁକ୍ତ କରାଇବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ସାମାଜିକ ସ୍ତରରେ ଅନ୍ୟ ମାନଙ୍କ ଉପରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ । ଅଶ୍ଳେଷା ନକ୍ଷତ୍ର ଯୋଗୁଁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ, ନଚେତ ଅସୁବିଧାରେ ପଡ଼ିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ପୂଜାପାଠରେ ଅଧିକ ସମୟ ବିତିବ । ଶୁକ୍ର ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତି । ବ୍ୟବସାୟରେ ସ୍ଥିତି ପ୍ରାୟତଃ ଭଲ ରହିବ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ କିନ୍ତୁ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ ଏବଂ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ସମାଲୋଚିତ ହୋଇପାରନ୍ତି । ମାନସିକ ଦୁଶ୍ଚିନ୍ତାଜନିତ ଯୋଗୁଁ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ । ଶୁକ୍ର କର୍ମାଧିପତିଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଆଜି ଯେଉଁ କାମଟିକୁ ଆରମ୍ଭ କରିବେ ତାହା ଅତି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ଆପଣଙ୍କୁ ନୂଆ ଆହ୍ଵାନର ସମ୍ମୁଖୀନ କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇ ପ୍ରଶଂସିତ ହୋଇପାରନ୍ତି । ମହତ୍ତ୍ଵପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ । ଘରେ ଅସାବଧାନତା ଯୋଗୁଁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ଆପଣଙ୍କ ପାଇଁ ସମ୍ୟକ କଷ୍ଟଦାୟକ ରହିବ । ରାଶିର କେନ୍ଦ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବା ଯୋଗୁଁ ପ୍ରତ୍ୟେକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିପାରିବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିବା ଠିକ ହେବ ନାହିଁ । ଠିକ୍‌ ଦିଶାରେ କାମ କରି ସମସ୍ୟାର ସମାଧାନ କରିନେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

Leave a Reply

Your email address will not be published. Required fields are marked *