26 ଅକ୍ଟୋବର 2020, ସୋମବାରର- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି କଷ୍ଟାଦାୟକ ରହିବ । ବୁଝିସୁଝି

26 ଅକ୍ଟୋବର 2020, ସୋମବାରର- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି କଷ୍ଟାଦାୟକ ରହିବ । ବୁଝିସୁଝି କାର୍ଯ୍ୟ କରନ୍ତୁ, ସଫଳତା ମିଳିବ ।

ଆଜି ଆମେ ଆପଣଙ୍କୁ ୨୬ ଅକ୍ଟୋବର ସୋମବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ରେବତୀ ନକ୍ଷତ୍ରରେ ମଙ୍ଗଳ ଥିବାରୁ ପୂର୍ବର ସମସ୍ୟା କେତେକାଂଶରେ ସୁଧୁରିଯାଇଥିବାରୁ ସାମୟିକ ଆଶ୍ୱସ୍ତିି ଅନୁଭବ କରିବେ । ବାଣିଜ୍ୟ, ବ୍ୟବସାୟରୁ ସୁଫଳ ମିଳିବ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ଉତ୍ତମ ବୁଝାମଣା ନେଇ କାର୍ଯ୍ୟ କରିବେ । ଆଜି ଆବଶ୍ୟକତାରୁ ଅଧିକ ଅର୍ଥ ଖର୍ଚ୍ଚାନ୍ତ ହୋଇପାରେ । କଠିନ ପରିଶ୍ରମ ଅନୁସାରେ ଆପଣଙ୍କୁ ଫଳ ମଧ୍ୟ ମିଳିବ । ପ୍ରଶାସନ, ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଆଧ୍ୟାତ୍ମିକତା ଦିଗ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ ଓ ଧାର୍ମିକ କାର୍ଯ୍ୟ ଅଂଶଗ୍ରହଣ କରିପାରନ୍ତି । ଆଜି ଆପଣ କେତେକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ ସମସ୍ୟା କର୍ମକ୍ଷେତ୍ରରେ ପ୍ରତିରୋଧ ସୃଷ୍ଟି କରିପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜି ମଧୁର କଥା ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସମର୍ଥ ହେବେ । ବୁଧ ସ୍ଵାତୀ ନକ୍ଷତ୍ରସ୍ଥ ଯୋଗୁଁ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବ୍ୟବସାୟ ସମ୍ବନ୍ଧୀୟ କୌଣସି ଏକ ଚୁକ୍ତି ବିଷୟରେ ଚିନ୍ତିତ ରହିବେ । ବ୍ୟବସାୟରେ ନୂତନ କାର୍ଯ୍ୟାରମ୍ଭ ନିମନ୍ତେ ମନ ବଳାଇବେ । ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ହାତକୁ ନେଇଥିବା ଅସମୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ସଭା ସମିତି, ଓ କଳା ସାହିତ୍ୟରେ ପ୍ରସଂଶିତ ହେବେ । ଶାରୀରିକ ଦୁର୍ବଳତା ଯୋଗୁଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ସମ୍ପର୍କରେ ଉତ୍ଥାନ-ପତନ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ । ଶନିଙ୍କ ସୁପ୍ରଭାବରୁ ବିବାଦୀୟ ପରିସ୍ଥିତିରେ ଅନୁକୂଳ ସ୍ଥିତି ସୃଷ୍ଟି ହେବ ଯାହାଫଳରେ ମନକୁ ଆଶ୍ୱାସନା ମିଳିବ । ମନ ବୁଝିଲାଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ । କର୍ମକ୍ଷେତ୍ରରେ ସତର୍କ ଅବଲମ୍ବନ କରି କାର୍ଯ୍ୟ ପରିଚାଳନା କରିବାକୁ ପଡିବ ନଚେତ ବିବାଦୀୟ ପରିସ୍ଥିତି ଉପୁଜିପାରେ । ବ୍ୟବସାୟରେ ପାଦେ ପାଦେ ସମସ୍ୟାର ସମ୍ନା କରିବାକୁ ପଡିବ । ଯଦି ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି କାର୍ଯ୍ୟ କରିବେ, ତେବେ କେତେକାଂଶରେ ସୁଧାରି ଆସିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାରା କରଜ କରିବାକୁ ପଡିପାରେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା ଯୋଗୁଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ଅଷ୍ଟମଚନ୍ଦ୍ର ଯୋଗୁଁ ସ୍ଵାସ୍ଥ୍ୟରେ ଅବନ୍ନତି ଘଟିବା ସହ କର୍ମକ୍ଷେତ୍ରର ସ୍ଥିତି ପ୍ରାୟତଃ ଅସ୍ଥିର ରହିବ । ଆପଣଙ୍କ ଅତି ଘନିଷ୍ଠ ବିଶ୍ଵସ୍ତମାନେ ହିଁ ଆପଣଙ୍କ ସହ ବିଶ୍ଵାସଘାତ କରିପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ପୂର୍ବର କଳ୍ପିତ ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅନେକ ବାଧାବିଘ୍ନ ସହ୍ୟ କରିବାକୁ ପଡିପାରେ । ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । କୌଣସି ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ । ଭାଙ୍ଗିଯାଇଥିବା ସମ୍ପକ ପୁନଃ ପ୍ରତିଷ୍ଠିତ ହେବ, ଫଳରେ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଭଗବାନଙ୍କୁ ବିଶ୍ଵାସ କରନ୍ତୁ । ରାହୁଙ୍କ ପ୍ରଭାବରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗିରହିବା କାରଣରୁ ମନ ବିଚଳିତ ହେବ । ଏହା ସଙ୍ଗେ ସଙ୍ଗେ ଆର୍ଥିକ ଅନଟନ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରି ସହକର୍ମୀ ଓ ବନ୍ଧୁଙ୍କ ମାଧ୍ୟମରେ କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହୋଇପାରିବେ । ପ୍ରଶାସନ ଓ ରାଜନୀତିି କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନିକଟ ସମ୍ପର୍କୀୟମାନେ ଦୂରେଇ ଯିବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଦେଖାଯିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ନଚେତ୍ ପରେ ଚିନ୍ତା କରିବାକୁ ପଡିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦେବାଦେବୀଙ୍କ ଧ୍ୟାନ, ମନରେ ସକାରାତ୍ମକ ଶକ୍ତି ସଂଚାର ସୃଷ୍ଟି କରିବ । ଗ୍ରହସ୍ଥିତିର ଅନୁକୂଳ ପ୍ରଭାବ ଯୋଗୁଁ ଆଜି ଚେଷ୍ଟା କରୁଥିବା ଉଦ୍ୟମରେ ସଫଳତା ମିଳିବ । ଆଜି ହାତକୁ ନେଇଥିବା କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ମିଳିବ କିନ୍ତୁ ଆଲୋଚନା ଅବସରରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । କୌଣସି ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ସାମାଜିକ ସ୍ତରରେ ଅନ୍ୟାୟ ବିରୋଧରେ ସ୍ଵର ଉତ୍ତୋଳନ କରିବେ ତଥାପି ବିଶେଷ କିଛି ଉପକୃତ ପାଇବେ ନାହିଁ । ଆତ୍ମୀୟସ୍ଵଜନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ଚିନ୍ତା ବଢିପାରେ । ଅନିୟମିତ ଆହାର ପେଟରେ ଯନ୍ତ୍ରଣାର କାରଣ ହୋଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଚର୍ଚ୍ଚିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ, ସଫଳତା ନିଶ୍ଚୟ ପାଇବେ । ଚନ୍ଦ୍ର ନିଜ ରାଶିରେ ରହିଥିବାରୁ କର୍ମକ୍ଷେତ୍ର ଓ ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ । ବ୍ୟବସାୟରେ ଅର୍ଥଲାଭ ହେବ ସଙ୍ଗେ ସଙ୍ଗେ ହଜି ଯାଇଥିବ ଦ୍ରବ୍ୟ ପ୍ରାପ୍ତି ହେବ । ଋଣ ପରିଶୋଧ ସକାଶେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । ଅଫିସରେ ସହକର୍ମୀଙ୍କ ସହାନୁଭୂତି ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ରହିବ । ଅତୀତର ଘଟଣା ଗୁଡିକୁ ଅସ୍ଵାଭାବିକ ଭାବେ ସ୍ମରଣ କରି ମନ ଉଦାସ ରହିବ । ସାମୟିକ ଭାବରେ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । ପରିବାରର ଛୋଟ ଛୋଟ କଥାକୁ ଧ୍ୟାନ ଦିଅନ୍ତୁ ନାହିଁ ନଚେତ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭାବିଚିନ୍ତି ଯେକୌଣସି କାର୍ଯ୍ୟ କରନ୍ତୁ, ନତୁବା ଯେଉଁ ବ୍ୟକ୍ତିମାନେ ଆପଣଙ୍କ ଗୁଣଗାନ କରୁଥିଲେ ସେହି ବ୍ୟକ୍ତିମାନେ ହିଁ ଆପଣଙ୍କ ପ୍ରତିଟି କାର୍ଯ୍ୟରେ ସମସ୍ୟା ସୃଷ୍ଟି କରାଇବେ । ରାଶିରେ ରାହୁ ଓ ମଙ୍ଗଳର ଅବସ୍ଥାନ ଯୋଗୁଁ ଛୋଟିଆ ଛୋଟିଆ କଥାରେ ଧୈର୍ଯ୍ୟହରା ହୋଇପାରନ୍ତି । ହଠାତ୍ କର୍ମକ୍ଷେତ୍ରରେ ଅସ୍ଵାଭାବିକ ପରିସ୍ଥିତିର ମନକୁ ବିଚଳିତ କରିବ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟର ଚାପ ଅଧିକ ରହିବା ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିବେ ଓ ଆପଣଙ୍କ କାର୍ଯ୍ୟକୁ ନେଇ ଆପଣଙ୍କୁ ଅପମାନିତ କରିପାରନ୍ତି । ନିଜର ଅପାରଗତା ଅଥବା ଅବହେଳା ଯୋଗୁଁ ବ୍ୟବସାୟରେ କେତେକ ସୁଯୋଗ ହାତଛଡା ହୋଇପାରେ । ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ । ନିକଟ ସମ୍ପର୍କୀୟମାନଙ୍କ ପରୋକ୍ଷ ଶତ୍ରୁତା ଯୋଗୁଁ ମନ ବିଚଳିତ ହୋଇଉଠିବା । ପରିବାର ସଦସ୍ୟ ଓ ସହଧର୍ମୀଙ୍କ ସହଯୋଗ ପାଇବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଭାବି ପାରନ୍ତି । ଚତୁର୍ଥସ୍ଥ ଗ୍ରହ ଯୋଗୁଁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ କିନ୍ତୁ ପାରିବାରିିକ ଜଞ୍ଜାଳ ଓ ସମସ୍ୟା ବୃଦ୍ଧି ପାଇବା ଯୋଗୁଁ ମନକୁ ବିଚଳିତ ରହିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରନ୍ତୁ ନାହିଁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତିର ତାଳମେଳ ରହିବ ନାହିଁ । ଅଫିସରେ ସହକର୍ମୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଅବସ୍ଥାକୁ ଦେଖି ବ୍ୟବସ୍ଥା କରନ୍ତୁ ଅର୍ଥାତ ଦେଖିଚାହିଁ ଖର୍ଚ୍ଚ କରନ୍ତୁ, ନଚେତ ଧାର କରଜ କରିବାକୁ ପଡିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦେହ ଭଲ ରହିଲେ ମଧ୍ୟ ଆକସ୍ମିକ ଭାବେ ଶାରୀରିକ ଅସୁସ୍ଥତାର ଯୋଗୁଁ ମନରେ ସରସ ରହିବ ନାହିଁ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିମଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱର ଆଶଙ୍କା କରି ମନ ଉଦାସ ହୋଇପାରେ । ରାଶିରେ ପାପ ଗ୍ରହର ଅବସ୍ଥାନ ଯୋଗୁଁ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ ଓ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଅଫିସରେ ସ୍ଥଗିତ ଥିବା କାର୍ଯ୍ୟକୁ ନେଇ ମନ ବିଚଳିତ ହୋଇପାରେ । ସହକର୍ମୀଙ୍କ ସହଯୋଗ ଓ ସାହାଯ୍ୟ ତ ଦୂରର କଥା, ସେମାନେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନ କରିପାରନ୍ତି । ପ୍ରଶାସନିକ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ମନୋରଞ୍ଜନ କାର୍ଯ୍ୟ ସକାଶେ ମନ ବଳାଇବେ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ କେତେକ ସମସ୍ୟାରୁ ବର୍ତ୍ତୀ ପାରିବେ । ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି ଆପଣ ନୀରବତା ରହି ଅନ୍ୟମାନଙ୍କ କାର୍ଯ୍ୟକୁ ତଦାରଖ କରନ୍ତୁ । ରାଶ୍ୟାଧିପତିଙ୍କ ସ୍ଵଗୃହାରୋହଣ ଯୋଗୁଁ ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଲାଗିରହିଥିବା ସମସ୍ୟା ଓ ପ୍ରତିବାନ୍ଧକ ଦୂର ହେବ । ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ବିଭିନ୍ନ ପ୍ରକାର ଆଶଙ୍କା କରି ମନ ଅସ୍ଥିର ରହିବ । ନିର୍ମାଣଧିନ କାର୍ଯ୍ୟରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅଯଥା ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ ଏବଂ ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ, ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତି । ରାଶିରେ ଶୁକ୍ରର ଅବସ୍ଥାନ ଯୋଗୁଁ ଅନ୍ୟମାନଙ୍କ ସହ ସୁସମ୍ପର୍କ ଅଭାବ ଜନିତ କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ମାନସିକ ଅସୁସ୍ଥତା ଲାଗି ରହିବ ଓ କୌଣସି କାର୍ଯ୍ୟକୁ ନେଇ ମନରେ ବ୍ୟସ୍ତତା ବୃଦ୍ଧିପାଇବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ଅଫିସରେ ଅଯଥା ମିଥ୍ୟା ଆରୋପ ଓ କଳଙ୍କ ମଧ୍ୟ ଲାଗିପାରେ । କୈାଣସି ଦୂରାଗତ ବନ୍ଧୁଙ୍କ ଦ୍ୱାରା ହଜି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି । ରାଜନୀତି, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସହଯୋଗ ଫଳରେ ମନୋବଳ ଦୃଢ ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

Be the first to comment

Leave a Reply

Your email address will not be published.


*