26 ଅଗଷ୍ଟ 2020, ବୁଧବାର- ଆଜି ୫ଟି ରାଶିର ବ୍ୟକ୍ତିମାନେ ଚିନ୍ତାଗ୍ରସ୍ତ ରହିବେ । ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି

26 ଅଗଷ୍ଟ 2020, ବୁଧବାର- ଆଜି ୫ଟି ରାଶିର ବ୍ୟକ୍ତିମାନେ ଚିନ୍ତାଗ୍ରସ୍ତ ରହିବେ । ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ ।

ଆମେ ଆପଣଙ୍କୁ ୨୬ ଅଗଷ୍ଟ, ବୁଧବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜି ବୈଦ୍ଧିକ କ୍ଷେତ୍ର ଉପକୃତ ମିଳିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଆର୍ଥିକ ସ୍ଥିତି ମଜବୁତ ରହିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ । ଶୁଭେତ୍ସୁଙ୍କ ପରାମର୍ଶରେ ନୂଆ ନୂଆ କାମ କରିବା ସକାଶେ ମନ ବଳାଇବେ । ତରବାରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରାଇବ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିବେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆଜି ଆପଣ ନିଜ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଅତ୍ୟନ୍ତ ଜରୁରୀ ଅଟେ । ରାଶ୍ୟାଧିପ ଶୁକ୍ରଙ୍କ ସହ କର୍ମାଧିପତିଙ୍କ ଷଡାଷ୍ଟକ ସ୍ଥିତି କାରଣରୁ କର୍ମକ୍ଷେତ୍ରରେ ବାରମ୍ବାର ପ୍ରତିବନ୍ଧକ ଜନିତ କାମ ଅଟକି ରହିବ । ବିଭିନ୍ନ ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିବେ । ଅଟକି ରହିଯାଇଥିବା କାମର ଚିନ୍ତା, ମନକୁ ଆନ୍ଦୋଳିତ କରିପାରେ । ବାଣିଜ୍ୟ ଓ ବ୍ୟବସାୟ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ଅଫିସରେ ନିଜ ଦାୟିତ୍ଵକୁ ଠିକ ଭାବରେ ସମ୍ଭାଳିବା ପାଇଁ ଚେଷ୍ଟା କରନ୍ତୁ । ଯାହାକୁ ନିଜର ବୋଲି ଖୋଲା ମନ ନେଇ ଗୋପନୀୟ କଥା କହିବେ, ସେ ଦୁର୍ବଳତାର ସୁଯୋଗ ନେଇ ଫାଇଦା ଉଠାଇପାରେ । ବିବାଦୀୟ ଘଟଣାର ପୃଷ୍ଠଭୂମି ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆଜି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ ନଚେତ ହାତ ପାହାନ୍ତାରୁ ସୁଯୋଗ ଚାଲିଯାଇପାରେ । ଆଜି ଶନିଙ୍କ ସହ ଅନ୍ୟଗ୍ରହମାନଙ୍କ ଅବସ୍ଥିତି ଯୋଗୁଁ ଆପଣଙ୍କ ଶାରୀରିକ ଓ ମାନସିକ ସ୍ଥିତି ବିଗିଡି ଯାଇପାରେ । ପରିବାର ଭିତରେ ଚାଲିଥିବା ଦୁଶ୍ଚିନ୍ତା ହିଁ ମାନସିକ ଅଶାନ୍ତି କାରଣ ଅଟେ । ସଙ୍ଗଠନ, ରାଜନୀତି, ଆନୁଷ୍ଠାନିକ କାମ, କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବ୍ୟବସାୟୀମାନେ ନୂତନ ବ୍ୟବସାୟ ଯୋଡିବା ପାଇଁ ଚିନ୍ତା କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସଂଯମତାର ଅଭାବ ଓ ଧନହାନୀ ଦୁଃଶ୍ଚିନ୍ତାର କାରଣ ହୋଇପାରେ । ଘନିଷ୍ଟ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଭଗବାନଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଶୁକ୍ର ପାପଗ୍ରହ ରାହୁ ଯୁକ୍ତ କାରଣରୁ ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଶ୍ରେୟସ୍କର ହେବ । ଆଜି କୌଣସି ଗୋଟିଏ ସ୍ଥାନରେ ନିର୍ଦ୍ଧିଷ୍ଟ ଭାବରେ ରହିପାରିବେ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ଉଚ୍ଚଧିକାରୀଙ୍କ କାର୍ଯ୍ୟଚାପ ଓ ଅସହଯୋଗ ମନୋଭାବ ଯୋଗୁଁ କର୍ମକ୍ଷେତ୍ରରେ ପ୍ରତି ବିତୃଷ୍ଣ ମନୋଭାବ ଜାତ ହେବ । ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଠାରୁ ଧାରା କରଜ କରିବାକୁ ପଡିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ । ଜୀବନ ସାଥିଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ମନରେ ଉତ୍ସାହ ଭରା ରହିବ । ବୁଧାଦିତ୍ୟ ଯୋଗ ପ୍ରଭାବରେ କୌଣସି ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ଯୋଡି ହୋଇଯିବ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟକୁ ସମାପନ କରିବେ । କର୍ମକ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ଆର୍ଥିକ ଦିଗରୁ କୌଣସି ପ୍ରକାର ଅଭାବ ଅସୁବିଧା ହେବ ନାହିଁ । ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ସରସ ସୁନ୍ଦର କରିପାରେ । ବ୍ୟବସାୟରେ ଅଧିକ ପରିଶ୍ରମ ନିଜ ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସିଆଲ ଆଲୋଚନା ପରିସରରେ ସତକଥା କହି ବିବାଦ ଘେରରେ ପଡିପାରନ୍ତି, ତେଣୁ ସତର୍କତାର ସହ ରହିବା ଭଲ । ବିବାହିତ ଜୀବନ ଅତ୍ୟନ୍ତ ଭଲ ରହିବ ଏବଂ ଜୀବନସାଥୀ ପୂର୍ଣ୍ଣ ସମର୍ଥନ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଆଜି ଆପଣ ଭାଗ୍ୟର ସହଯୋଗ ପାଇବେ । ଲାଭାଧିପତି ରାଶିକୁ ଅବଲୋକନ କରୁଥିବା ଯୋଗୁଁ ଆର୍ଥିକ ଜନିତ କୌଣସି ପ୍ରକାର ଅଭାବ ଅସୁବିଧା ରହିବ ନାହିଁ କିନ୍ତୁ ଅପୂରଣୀୟ ଆଶା ମନକୁ ଦୁଃଖ ଦେଇପାରେ । ଆଜି ଆପଣରେ ସମ୍ପତ୍ତି କିମ୍ବା ଆଭୁଷଣ କିଣିବାକୁ ଯୋଜନା କରିପାରନ୍ତି । ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବକମାନେ ଆଜି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ସେମାନଙ୍କ ମାଲିକଙ୍କ ପ୍ରତି ଆକର୍ଷିତ ହେବେ । ସମାଜରେ ସମ୍ମାନ ବୃଦ୍ଧି ପାଇବ । ଆଜି କୌଣସି ଘନିଷ୍ଠ ବନ୍ଧୁଙ୍କ ଦ୍ଵାରା ପ୍ରତାରଣାର ଶିକାର ହୋଇପାରନ୍ତି । ଏହା ସଙ୍ଗେ ସଙ୍ଗେ ଈର୍ଷାପର ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ବାବା କପିଳସ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ମନରେ ସକାରାତ୍ମକ ଚିନ୍ତାଧାରା ରଖି କାର୍ଯ୍ୟ କରନ୍ତୁ, ସଫଳତା ମିଳିବ । ରାଶିରେ କେତୁ ଯୁକ୍ତ ବୃହସ୍ପତି ଯୋଗୁଁ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଦ୍ୱନ୍ଦ୍ୱ ପଡିଯିବେ । ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ କେତେକ ସୁଯୋଗ ହାତ ପହନ୍ତରୁ ଚାଲିଯାଇପାରେ । କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରିବା ନିମନ୍ତେ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ । ଅଫିସରେ ଯେତେ ନିଷ୍ଠାର ସହ କାର୍ଯ୍ୟ କରିଲେ ମଧ୍ୟ ଉଚ୍ଚଧିକାରୀ ଓ ସହକର୍ମୀମାନେ ଆପଣଙ୍କ ଦୋଷ ଖୋଜିବେ ଓ ସମାଲୋଚିତ କରିବେ । ମାଆ ଓ ମହିଳାଙ୍କ ପ୍ରସଙ୍ଗରେ ଆପଣ ଅଧିକ ସମ୍ବେଦନଶୀଳ ରହିବେ । ପିଲାଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି ମନେ ମନେ ବିରକ୍ତ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ରାଶ୍ୟାଧିପ ଭାଗ୍ୟସ୍ଥାନରେ ଥିବାରୁ ଆପଣଙ୍କୁ ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । କିନ୍ତୁ ଧ୍ୟାନ ପୂର୍ବକ ସମସ୍ତଙ୍କ କଥା ଓ କାର୍ଯ୍ୟକୁ ତଦାରଖ କରନ୍ତୁ । ଦୀର୍ଘଦିନରୁ ଯାହା ମନରେ ଆଶାବାନ୍ଧି ବସିଛନ୍ତି ଆଜି ତାହା ଅବଶ୍ୟ ପାଇବେ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଅବଶ୍ୟ ଉପକୃତ ହେବେ । ନିଜର କୃତିତ୍ୱରୁ ସମ୍ମାନ ଲାଭ କରିବେ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟକୁ ଆଜି ପୁନଃ ଆରମ୍ଭ କରିବେ । ଅତ୍ୟଧିକ ଖର୍ଚ୍ଚ ହୋଇପାରେ । ପ୍ରଶାସନିକ ଓ ରାଜନୀତି ସହିତ ଜଡିତ ଲୋକଙ୍କ ପାଇଁ ଆଜି ଏକ ବହୁତ ଶୁଭଦାୟକ ରହିବ । ଶାରିରୀକ ଅସୁସ୍ଥତା ଦୂରହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଆଜି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ ରହିବ । ଦ୍ୱାଦଶସ୍ଥ ଗ୍ରହ ପ୍ରଭାବ ସମାଜରେ ସମ୍ମାନିତ ହୋଇପାରନ୍ତି କିନ୍ତୁ ସତର୍କର ସହ ଦିନଚର୍ଯ୍ୟା କରିବାକୁ ପଡିବ । ବ୍ୟବସାୟରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ ତଥାପି ଆର୍ଥିକ ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି । ଆଜି ଅଫିସିଆଲି ସମସ୍ୟାରେ ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ । ବିବାଦୀୟ ଘଟଣାରେ ଦୁଃସାହାସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ସମାଜରେ ସମ୍ମାନ ବୃଦ୍ଧି ପାଇବ । ବାହାରି ଲୋକଙ୍କ କଥାକୁ ବିଶ୍ଵାସ କରି ନିଜ ଅସୁବିଧାରେ ପଡ଼ିପାରନ୍ତି । ବନ୍ଧୁଙ୍କ ପରାମର୍ଶ ଗ୍ରହଣ ଘରୋଇ ସମସ୍ୟାକୁ ଭିତ୍ତି କରି ଟେନସନ୍ ଲାଗି ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ଏକାଧିକଗ୍ରହ ରାଶିରେ ଅବସ୍ଥାନ କରି ମାନସିକ ବିକ୍ଷିପ୍ତତା ମଧ୍ୟରେ ଅଭିଳଷିତ କାର୍ଯ୍ୟରେ ସିଦ୍ଧି ଲାଭ କରାଇବେ । କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ହଠାତ୍‌ ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି କିନ୍ତୁ ନିଜ ଉପସ୍ଥିତି ବୁଦ୍ଧି ବଳରେ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ । ପରିବାର ସଦସ୍ୟ କିମ୍ବା ବରିଷ୍ଠ ବ୍ୟକ୍ତିଙ୍କ ବିନା ଅନୁମତିରେ କୌଣସି କାମ କରିଲେ ନିରାଶ ହେବାକୁ ପଡିବ । ଈର୍ଷାପରାୟଣ ବ୍ୟକ୍ତିମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିପାରନ୍ତି, ତେଣୁ ସତର୍କତା ଅବଲମ୍ବନ କରିବା ଭଲ । ପରିବାରରେ ଖୁସିର ବାତାବରଣ ରହିବ । ରୋଗଗ୍ରସ୍ତ ପରିଜନଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ଯୋଗୁଁ ମନକୁ ସାମୟିକ ଆଶ୍ୱସ୍ଥି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ଲାଗି ଭଲ ରହିବ । ଶୁକ୍ର ପ୍ରଭାବରେ ଆପଣଙ୍କ ମନୋବାଞ୍ଛିତ କାର୍ଯ୍ୟ କରିବେ ଓ ସଫଳତା ମଧ୍ୟ ହାସଲ କରିବେ । କର୍ମକ୍ଷେତ୍ର ଆପଣଙ୍କର କାର୍ଯ୍ୟକୁ ନେଇ ଉଚ୍ଚଧିକାରୀ ପ୍ରଶଂସିତ କରିବେ । କିନ୍ତୁ କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ ଧରି ବସିଲେ ସମସ୍ୟାର ଘରରେ ଛନ୍ଦି ହୋଇପାରନ୍ତି । ଆଜି ଆପଣ ଅଫିସର କୌଣସି କ୍ଷେତ୍ରରେ ଏକ ଦୃଢ ନେତୃତ୍ଵ ନେବେ ଓ ଲକ୍ଷ୍ୟ ସାଧନ କରିବା ଦିଗରେ ଅଗ୍ରସର ହେବେ । କାର୍ଯ୍ୟଭାର ଅଧିକ ଯୋଗୁଁ ଟିକିଏ ଟିକିଏ କଥାରେ କ୍ରୋଧ କରିବେ, ତେଣୁ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ପରିବାର ସମସ୍ୟା ବାରମ୍ବାର ମନକୁ ଆନ୍ଦୋଳିତ କରିବା, ଯାହାଫଳରେ ମନ ଭଲ ରହିବା ନାହିଁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ଆଜି ଆପଣ ବ୍ୟବସାୟର ମନ୍ଥରତା ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ କର୍ମକ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ଓ ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟକୁ ସମାପନ କରିବାରେ ସମର୍ଥ ହୋଇପାରିବେ । ଅଫିସରେ ସହକର୍ମୀଙ୍କ ସହିତ ଭଲ ବ୍ୟବହାର କରନ୍ତୁ । ନିଜର ଅହଂ ଭାବକୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ ସମ୍ପର୍କ ହାନୀର ସୂଚନା ରହିଛି । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ କିନ୍ତୁ କୌଣସି ବିବାଦୀୟ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିପାରେ । ପରିବାର ଭିତରେ ଥିବା ଭୁଲ୍‌ ବୁଝାମଣାର ସମାଧାନ ହୋଇଯିବ । ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାର ଚାପ ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

Leave a Reply

Your email address will not be published. Required fields are marked *