26 ମାର୍ଚ୍ଚ 2020, ଗୁରୁବାର- ଗ୍ରହ ନକ୍ଷେତ୍ରର ପରିବର୍ତ୍ତନ ଫଳରେ ୮ଟି ରାଶିର ବ୍ୟକ୍ତିଙ୍କ ଲାଗି ଦିନଟି ମଙ୍ଗଳମୟ ରହିବ । ପାରିବାରିକ ଶାନ୍ତି

26 ମାର୍ଚ୍ଚ 2020, ଗୁରୁବାର- ଗ୍ରହ ନକ୍ଷେତ୍ରର ପରିବର୍ତ୍ତନ ଫଳରେ ୮ଟି ରାଶିର ବ୍ୟକ୍ତିଙ୍କ ଲାଗି ଦିନଟି ମଙ୍ଗଳମୟ ରହିବ । ପାରିବାରିକ ଶାନ୍ତି ଅତୁଟ ରହିବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ମନରେ ସକାରାତ୍ମକ ଭାବନା ରହିବ । ରବି ଓ ଚନ୍ଦ୍ର ଏକତ୍ର ଅବସ୍ଥାନ କରି ଘରୋଇ ଆଲୋଚନାରେ ସମୟ କଟାଇବେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସାନ୍ତ୍ଵନା ମୂଳକ ଫଳପ୍ରାପ୍ତି କରିବେ । ସାମୟିକ ଭାବରେ ଅଫିସ କାର୍ଯ୍ୟକୁ ନେଇ ବ୍ୟସ୍ତତା ରହିବେ । ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ । ପାରିବାରିକ ସମସ୍ୟା ସୁଧାରି ନେବା ଫଳରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ବ୍ୟସ୍ତବିବ୍ରତରେ ଅତିବାହିତ ହେବ । ଶୁକ୍ର ଓ ରବିଙ୍କ ସ୍ଥାନ ସ୍ଥିତିରୁ ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ପୂର୍ବ କଳହକୁ କେନ୍ଦ୍ରକରି ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଅଫିସର ପୂର୍ବ ସ୍ଥଗିତ କାର୍ଯ୍ୟକୁ ଘରେ ରହି ସମ୍ପାଦନ କରିବେ । ବାଦବିବାଦ, ଯୁକ୍ତିତର୍କର ସ୍ଥିତି ଅନୁକୂଳ ହୋଇପାରେ । ପାରିବାରିକ ସ୍ନେହ, ଶ୍ରଦ୍ଧା ଓ ଆଦର ଲାଭ କରିବା ସହ ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଉପଭୋଗ୍ୟ ହୋଇପାରେ । ଶୁଭରଙ୍ଗ: ଧୂସର । ଆରାଧନା: ମହାଲକ୍ଷ୍ମୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆଜି କିଛି ନୂଆ କରିବା ପାଇଁ ଭାବି ପାରନ୍ତି । ବୁଧ ଭାଗ୍ୟସ୍ଥାନରେ ଥିବା ଯୋଗୁଁ ଆପଣଙ୍କ ଚେଷ୍ଟା ନିଷ୍ଫଳ ହେବ ନାହିଁ । ଟଙ୍କା ପଇସା ସମ୍ବନ୍ଧୀୟ ନେଣଦେଣ ବା କୌଣସି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ । ସହକର୍ମୀ କିମ୍ବା ଉପରିସ୍ଥ କର୍ମଚାରୀଙ୍କ ସହ ଭୁଲ୍‌ ବୁଝାମଣା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ । ପାରିବାରିକ ମାମଲାରେ, ଘରୋଇ ସମସ୍ୟା କେତେକାଂଶରେ ସମାଧାନ ହେବ । ସ୍ଵାସ୍ଥ୍ୟ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିବ । ତଥାପି ବିଭିନ୍ନ ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ଭଲ ରହି ନ ପାରେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆଧ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ । କେନ୍ଦ୍ରଧିପତି ମଙ୍ଗଳଗ୍ରହ କୋଣଭାବରେ ଅବସ୍ଥାନ କରିଥିବା ଯୋଗୁଁ ସମସ୍ତ ଅମଙ୍ଗଳକୁ ବିନାଶ କରି ମଙ୍ଗଳଜନକ କାମପାଇଁ ଅନୁପ୍ରେରିତ କରିପାରେ । ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ କ୍ଷେତ୍ରରେ ଲାଗି ରହିଥିବା ତିକ୍ତତାରେ ମଧୁରତା ଆସିବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଛୋଟ ଛୋଟ କାମକୁ ବୁଝିବିଚାରି ନ କଲେ ଦ୍ଵନ୍ଦରେ ପଡିବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ପ୍ରେମମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ଅଷ୍ଟମସ୍ଥ ଚନ୍ଦ୍ର ଓ ରବିଙ୍କ ସ୍ଥିତି ଦୈହିକ ଓ ମାନସିକ ସ୍ଥିତିରେ ବ୍ୟତିକ୍ରମ ସୃଷ୍ଟି କରିବ । ଆଲୋଚନା ପରିସରରେ ବନ୍ଧୁଙ୍କ ମନ୍ତବ୍ୟକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ । ଆଜି ଆପଣ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ । ବ୍ୟବସାୟୀମାନଙ୍କ ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଶଂସା କରିବେ । ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ମନସ୍ଥ କରିବେ । ଘରେ ଖୁସିର ମାହୋଲ ବଜାୟ ରହିବ । ଯେ କୌଣସି ବିବାଦୀୟ ଘଟଣା ଥିଲେ ମଧ୍ୟ ମଧ୍ୟାହ୍ନରେ ସେଥିରୁ ମୁକ୍ତି ପାଇବେ ଓ ମାନସିକ ଶାନ୍ତି ଫେରି ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମନରେ ବିଶ୍ଵାସ ରଖନ୍ତୁ, ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ପୂରଣ ହେବ । ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ଯେଉଁଥିପାଇଁ ଚିନ୍ତିତ ରହିଛନ୍ତି ତାହା ଅଳ୍ପ ସମୟରେ ଦୂରୀଭୂତ ହୋଇଯିବ । ବ୍ୟବସାୟରେ ସ୍ଥିତିକୁ ନେଇ ଚିନ୍ତିତ ରହିବେ । ଅଫିସ କାର୍ଯ୍ୟଭାର ଅତ୍ୟାଧିକ ରହିବ । ପାରିବାରିକ ସ୍ତରରେ ଅର୍ଥ ସମ୍ପର୍କକୁ ନେଇ ଭାତୃବିବାଦ ଦେଖାଦେଇ ପାରେ । ଘରର ବରାଦ ଅନୁଯାୟୀ ମନ ପସନ୍ଦର ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ । ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟାଦି କେତେକାଂଶରେ ବାଧାପ୍ରାପ୍ତ ହେବ । ଜୀବନସାଥୀଙ୍କ କହିବ ଅନୁସାରେ ଚଲାନ୍ତୁ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ବରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ସ୍ଵଗୃହୀ ଚତୁର୍ଥାଧିପତି ହେତୁ ସାମୁହିକ କାର୍ଯ୍ୟରେ ସହଯୋଗ କରି ସାମାଜିକ ସ୍ତରରେ ସମ୍ମାନ ଲାଭ କରିିପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ନୂଆ ଅବସର ମିଳିବ । ବିଦେଶରେ ରହୁଥିବା ବନ୍ଧୁ କିମ୍ଭା ସମ୍ପର୍କୀୟଙ୍କ ଠାରୁ ମଧ୍ୟାହ୍ନରେ ଭଲ ଖବର ଶୁଣିବାକୁ ପାଇବେ । ସମସ୍ୟା ମଧ୍ୟରେ ଗତି କରୁଥିବାରୁ ଭାବପ୍ରବଣତା ବଶତଃ ମନୋବଳ କ୍ରମଶଃ ହ୍ରାସ ପାଇବ ।ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁଙ୍କୁ ଭୁଲ୍‌ ବୁଝିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସକାରାତ୍ମକ ଭାବନା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆଜି ଆପଣ ନିଜର ସଫଳତା ନେଇ ଆଶ୍ଵସ୍ତ ରହିବେ । ଚନ୍ଦ୍ର କେନ୍ଦ୍ରରେ ଅବସ୍ଥାନ କରିଥିବା ଯୋଗୁଁ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ । ଅନ୍ୟମାନଙ୍କ କାନକୁହା କଥା ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଭୁଲ୍‌ ବୁଝିପାରନ୍ତି । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସକ୍ଷମ ହେବେ । କଳା, ସାହିତ୍ୟ, ସାମ୍ବାଦିକତାରେ ପ୍ରଂଶସିତ ହେବେ । ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ମଙ୍ଗଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । କର୍ମାଧିପତି ଷଷ୍ଠସ୍ଥ ଭାଗରେ ଥିବା ଯୋଗୁଁ କର୍ମକ୍ଷେତ୍ରରେ ବାକ୍‌ଯୁଦ୍ଧ ଜନିତ ଅଶାନ୍ତିର ବାତାବରଣ ସୃଷ୍ଟିର ଆଶଙ୍କା ରହିଛି । ଆପଣ ଆଜି ଏପରି ଏକ ବ୍ୟକ୍ତିଙ୍କ ସହ ସାକ୍ଷାତ୍‌ ଆଲୋଚନା ହେବ, ଯିଏ ଆପଣଙ୍କୁ ସାହାଯ୍ୟ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । କର୍ମକ୍ଷେତ୍ରରେ ପ୍ରତ୍ୟେକ ବିଫଳତାକୁ ସମୀକ୍ଷା କରି ନିରାକରଣ ପୂର୍ବକ କାର୍ଯ୍ୟ କଲେ ସଫଳତା ପାଇପାରନ୍ତି । ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ । ପାରିବାରିକ ସ୍ତରରେ କେତେକ ସଦସ୍ୟଙ୍କ କଥାକୁ ସମାଲୋଚିତ କରି ଆପଣ ଅପମାନିତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆପଣଙ୍କର ସବୁ ଇଚ୍ଛା ପୂରା ହେବ । ସ୍ଵଗୃହୀ ଶନିଙ୍କ ଯୋଗୁଁ ଆପଣ ନିଜ ଇଚ୍ଛା ଅନୁଯାୟୀ କାମ କରି ସଫଳତା ହାସଲ କରିପାରିବେ । ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ମଧ୍ୟ ଗୁରୁତ୍ଵାରୋପ କରିବେ । ଆକସ୍ମିକ ଭାବରେ ସରକାରୀ ସ୍ତରରୁ ଆଶା କରି ନ ଥିବା ଖବର ଶୁଣି ବିସ୍ମିତ ହୋଇପାରନ୍ତି । ନିଜ ଅସୁବିଧାର ସମାଧାନ ସକାଶେ ଆତ୍ମୀୟସ୍ଵଜନ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି । ପରିବାର ଲୋକମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ । ସ୍ଵାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ମନରେ ବାରମ୍ବାର ଆଲୋଡନ ସୃଷ୍ଟି ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ପୁରୁଣା ନେଣଦେଣକୁ ନେଇ ବିବାଦର ସ୍ଥିତି ଉତ୍ପନ୍ନ ହେବ । ବ୍ୟୟଭାବସ୍ଥ ଚତୁର୍ଥାଧିପତି କାରଣରୁ ପାରିବାରିକ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଅଫିସର ବାତାବରଣ ଭିନ୍ନ ପ୍ରକାରର ରହିବ । ବ୍ୟୟ ଅଧିକ ହେବ କାରଣରୁ ମନରେ ସରସତା ରହିବ ନାହିଁ । କେତେକ ଆବଶ୍ୟକ ଜିନିଷ କ୍ରୟ କରିବା ଲାଗି ଧାରା କରଜ କରିବାକୁ ପଡିପାରେ । ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡ଼ିପାରେ । ଅଭାବ ନ ଥିଲେ ମଧ୍ୟ ଅନ୍ୟାନ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବାର ସୂଚନା ରହିଛି । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟତା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ କାର୍ଯ୍ୟରେ ଲାଗି ରହିବ । ବନ୍ଧୁକାରକ ବୁଧ ଦ୍ୱାଦଶସ୍ଥ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ । କର୍ମକ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିଲେ ମଧ୍ୟ ଅପମାନିତ ହେବାକୁ ପଡିବ । ଆର୍ଥିକ ସ୍ଥିତି ମାନଦ ରହିବ । ନିଜ ପରିବାର ତରଫରୁ ଆବଶ୍ୟକ ସହଯୋଗ ପାଇ ଭବିଷ୍ୟତ ପାଇଁ କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ । ପାରିବାରିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଗାୟତ୍ରୀ ।

Leave a Reply

Your email address will not be published. Required fields are marked *