25 ମାର୍ଚ୍ଚ 2020, ବୁଧବାର- ୬ଟି ରାଶିର ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭଦାୟକ ରହିବ । ଆର୍ଥିକ କ୍ଷେତ୍ରରେ ଆସିବା ସ୍ଵଚ୍ଛଳତା । ପାରିବାରିକ

25 ମାର୍ଚ୍ଚ 2020, ବୁଧବାର- ୬ଟି ରାଶିର ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭଦାୟକ ରହିବ । ଆର୍ଥିକ କ୍ଷେତ୍ରରେ ଆସିବା ସ୍ଵଚ୍ଛଳତା । ପାରିବାରିକ ଶାନ୍ତି ଅତୁଟ ରହିବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆପଣଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ରାଶ୍ୟାଧିପତି ପୂର୍ଣ୍ଣବଳବାନ୍‌ ଯୋଗୁଁ ଯେକୌଣସି ପରିସ୍ଥିତିକୁ ଦୃଢତାର ସହ ସମ୍ମୁଖୀନ କରିବେ । କିନ୍ତୁ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ସୃଷ୍ଟି ହୋଇପାରେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ରାଜନୀତି, ପ୍ରଶାସନ, ଆନୁଷ୍ଠାନିକ କାର୍ଯ୍ୟ ସକାଶେ କୌଣସି ଅସୁବିଧା ହେବନାହିଁ । ବ୍ୟସ୍ତତାରେ ରହିବା ସତ୍ତ୍ଵେ ମଜାମଉଜ କରିବା ପାଇଁ ସମୟ ବାହାର କରିନେବେ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆପଣଙ୍କ ଭାବନା ରଚନାତ୍ମକ ରହିବ । ସ୍ଵଗୃହାଭିମୁଖୀ ଶୁକ୍ର ସ୍ଵାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଋଣ ମାଧ୍ୟମରେ ଅର୍ଥ ଓ ଦୂରଯାତ୍ରାର ପ୍ରସ୍ତୁତି କରିପାରନ୍ତି । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ମୁଖଭାବରେ ପାପଗ୍ରହ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନଚେତ ଆକସ୍ମିକ ଭାବରେ କଳହ ଲାଗିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଜଣେ ମଧ୍ୟସ୍ଥତା ବ୍ୟକ୍ତିଙ୍କ ଯୋଗୁଁ ବ୍ୟବସାୟରେ ଲାଗିଥିବା ସମସ୍ୟାରେ ସୁଧାର ଆସିପାରେ । ପରିବାରରେ ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆଜି ଭାଗ୍ୟର ସହଯୋଗ ବଳରେ ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ବୁଧ କର୍ମସ୍ଥାନରେ ଅବସ୍ଥାନ କରି ତୃତୀୟଭାବକୁ ଦୃଷ୍ଟି ଅବଲୋକନ କରୁଥିବା ଯୋଗୁଁ ବନ୍ଧୁ, ସମ୍ପର୍କୀୟ ଓ ପରିଜନଙ୍କ ଆଦରଣୀୟ ହୋଇପାରିବେ । ଶତ୍ରୁମାନେ ବନ୍ଧୁତାର ହାତ ବଢ଼ାଇବେ । ବ୍ୟବସାୟରେ ନୂତନ ଚିନ୍ତାଧାରା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଅଫିସ ଆଲୋଚନାରେ ଉଚ୍ଚାଧିକାରୀ ଆପଣଙ୍କ ରାୟକୁ ଗୁରୁତ୍ଵ ଦେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଚନ୍ଦ୍ର କର୍ମସ୍ଥାନରେ ରବିଙ୍କ ସହ ରହି ଭାଇ, ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ହାସଲ କରିବେ । କିନ୍ତୁ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ପରିବାରରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ବକେୟା ଅର୍ଥ ଆଦାୟ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ବାବା ସାଇରାମ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ । ରବି ଭାଗ୍ୟସ୍ଥାନରେ ଥିବା ଯୋଗୁଁ ଆପଣ ନିଜ ଉଦ୍ୟମରେ ସଫଳ ହେବେ । କିନ୍ତୁ କର୍ମକ୍ଷେତ୍ରରେ ପୂର୍ବରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଚାକିରିଜୀବିଙ୍କୁ ଗୁରୁଦାୟିତ୍ଵ ଅର୍ପଣ କରାଯିବ । ସ୍ଵାସ୍ଥ୍ୟ ଭଲ ରହିବା ସଙ୍ଗକୁ ଦୃଢ ମନୋବଳ ମଧ୍ୟ ଆପଣଙ୍କୁ କାମ କରିବା ସକାଶେ ପ୍ରେରଣା ଯୋଗାଇବ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ଯାନବାହନ, ଲୋକସମ୍ପର୍କ ଓ ସଭାସମିତି ସମସ୍ୟା ନେଇ ଚିନ୍ତା କରିବେ । ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ରାଶ୍ୟାଧିପ ବୁଧ ଷଷ୍ଠଭାବକୁ ଅବଲୋକନ କରୁଥିବା ଯୋଗୁଁ ପ୍ରତ୍ୟେକ ସମସ୍ୟା ପରିସ୍ଥିତି ସମସ୍ୟାକୁ ଦୃଢତାର ସହ ସମାଧାନ କରିବାରେ ସଫଳତା ହାସଲ କରିବେ । ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ଆପଣ ମନେ ମନେ ଯାହା ଭାବୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । ବ୍ୟବସାୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । ମଙ୍ଗଳଙ୍କ ଦୁର୍ବଳତା କାରଣରୁ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି । ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ । ଶୁକ୍ର ସପ୍ତମକେନ୍ଦ୍ରସ୍ଥ ଯୋଗୁଁ ଗୃହିଣୀଙ୍କ ପରାମର୍ଶରେ କାମ କରିବା ସହ ଦୂରଯାତ୍ରା କରିପାରନ୍ତି । ପରିବହନ, ବ୍ୟବସାୟ, ହୋଟେଲ, ଷ୍ଟେସନାରୀ ଓ ବିଦ୍ୟୁତ୍‌ ବ୍ୟବସାୟରେ ସମସ୍ୟା ଲାଗି ରହିବ । ଅଫିସରେ ଅଯଥାରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ । ପରିବାରରେ ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ୟ ମାନସିକ ଦୁଶ୍ଚଚିନ୍ତା ମନକୁ ଭାରକ୍ରାନ୍ତ କରିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିପାରନ୍ତି । ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ । ନିଜ ନିଜର ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ । ପ୍ରେମ ସାଗରରେ ବୁଡ଼ ପକାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ଉଚ୍ଚରାଶିରେ ମଙ୍ଗଳ ଶତ୍ରୁ ଶନି ସହ ରହିଥିବାରୁ ବିବାଦୀୟ ଚିନ୍ତାଧାରା ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିବ । ସାଙ୍ଗ ଓ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଭଲ ଲୋକଙ୍କ ସହାୟତାରେ ଧନ ଲାଭ ଯୋଗ ରହିଛି । ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇଁ ଆଶାୟୀ ହୋଇପାରନ୍ତି । ସମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି । ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ । ପାରିବାରିକ ସ୍ତରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି । ସ୍ଵାସ୍ଥ୍ୟ ପ୍ରତି ଅବହେଳା କରିବା ଦୁଶ୍ଚିନ୍ତାର କାରଣ ହୋଇପାରେ । ଗୃହସ୍ଥ ଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ । କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । ବୃହସ୍ପତି ନିଜଗୃହରେ କେତୁଯୁକ୍ତ କାରଣରୁ ଆପଣଙ୍କ ଯୋଜନା ଦିଗହରା ହୋଇପାରେ । ପରିବାରର ସଦସ୍ୟମାନେ ଆପଣଙ୍କୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି । ଅତି ନିଜର ପ୍ରିୟ ବ୍ୟକ୍ତିଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧରେ କଥା କହିପାରେ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ସୃଷ୍ଟି ହେବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ । ପୁଷ୍ୟା ନକ୍ଷତ୍ର ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ପ୍ରତ୍ୟେକ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବେ । ଶନି ସ୍ଵଗୃହରେ ରହି ପରିବାର ଏବଂ କର୍ମକ୍ଷେତ୍ରରେ ମଧ୍ୟ ନିଜର ଆଧିପତ୍ୟ ଜାହିର କରିପାରନ୍ତି । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କାମକୁ ନେଇ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି । ମନ-ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ଆର୍ଥିକଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖାଦେଇପାରେ । ଶରୀର ଭଲ ରହିବ ନାହିଁ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀ ଗଣେଶ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ମଙ୍ଗଳ ଓ ଶନି ଦ୍ୱାଦଶଭାବରେ ରହି ଆପଣଙ୍କୁ ବିଭିନ୍ନ ସମସ୍ୟାରେ ବ୍ୟତିବ୍ୟସ୍ତ କରାଇପାରନ୍ତି । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ ଏବଂ କଳ୍ପନା କିମ୍ବା ଆଶା କରିନଥିବା ଜିନିଷ ଲାଭ କରି ଖୁସୀ ହୋଇଯିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବାଦବିବାଦ, ଯୁତ୍କିତର୍କ ଠାରୁ ଦୂରେଇ ରୁହନ୍ତୁ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ଓ ପରିବାର ସହିତ ଅଧିକ ସମୟ ବିତେଇବେ । ଦ୍ୱିଜା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ପାଖ ପଡୋଶୀ କିମ୍ବା ଆତ୍ମୀୟମାନଙ୍କ ଠାରୁ ସହାୟତା ପାଇବେ । ପରିସ୍ଥିତି ବଶତଃ ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କୁ କଟୁକଥା ପ୍ରୟୋଗ କରି ସୁସମ୍ପର୍କ ବାଧା ଆସିପାରେ । ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବାକୁ ପଡିପାରେ । ସ୍ୱାସ୍ଥ୍ୟରେ ଉନ୍ନତି ସହ ଚାକିରିରେ ପଦନ୍ନୋତିର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *