25 ଅଗଷ୍ଟ 2020, ମଙ୍ଗଳବାର- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ରହିବ । ମନୋବାଞ୍ଛିତ

25 ଅଗଷ୍ଟ 2020, ମଙ୍ଗଳବାର- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ରହିବ । ମନୋବାଞ୍ଛିତ

25 ଅଗଷ୍ଟ 2020, ମଙ୍ଗଳବାର- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ରହିବ । ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ । ଅଟକିଥିବା କାର୍ଯ୍ୟ ସମାପ୍ତ କରିବେ ।

ଆମେ ଆପଣଙ୍କୁ ୨୫ ଅଗଷ୍ଟ, ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଚତୁର୍ଥସ୍ଥ ପାପଗ୍ରହ ପ୍ରଭାବରେ ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ତେଣୁ ଆଜି ଆପଣଙ୍କ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଭାଇଭଉଣୀଙ୍କ ସହ ସମୟ ବିତାଇବା ଫଳରେ ମନ ଖୁସି ରହିବ । ଅର୍ଥ ସମ୍ବନ୍ଧୀୟ ଆଲୋଚନା ସହ ବାଣିଜ୍ୟ, ବ୍ୟବସାୟ ଓ ପ୍ରତିଦ୍ୱନ୍ଦ୍ୱିତାରୁ ସଫଳତା ପ୍ରାପ୍ତ ହେବେ । ବ୍ୟବସାୟରେ ନୂତନ ଚିନ୍ତାଧାରା ପ୍ରୟୋଗ କରି ବ୍ୟବସାୟିକ ସ୍ଥିତି ସୁଦୃଢ଼ ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମଧାନ ହୋଇଯିବ । ପାରିବାରିକ ଜୀବନରେ ଶାନ୍ତି ବଜାୟ ରହିବ ଏବଂ ଆପଣଙ୍କ ଜୀବନସାଥି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିବେ । ହଠାତ୍‌ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହୋଇପାରେ । ମୁଖଭାବସ୍ଥ ରାହୁ ପ୍ରଭାବରୁ ଯୁକ୍ତିତର୍କକୁ କେନ୍ଦ୍ରକରି ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ । ଆକସ୍ମିକ ଖର୍ଚ୍ଚଭାର ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ । ନୂତନ ବ୍ୟବସାୟ ନିମନ୍ତେ ଚୁକ୍ତି କରିପାରନ୍ତି । ବ୍ୟବସାୟରେ ତୁମେ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଦୂରରେ ରହିବା ଉଚିତ୍ । କର୍ମକ୍ଷେତ୍ରରେ ମଧ୍ୟ କେହି ଜଣେ ପ୍ରତିବାଦର ସ୍ଵର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି । ସାମାଜିକ ସ୍ତରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ସ୍ନାୟବିକ ଦୁର୍ବଳତା ଯୋଗୁଁ ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି । ନିଜକୁ ଫୁର୍ତ୍ତି ରଖିବା ନିମନ୍ତେ ଯୋଗାସନ କରିବା ଭଲ । ପାରିବାରିକ କ୍ଷେତ୍ରରେ ମନକୁ ଆଘାତ ଲାଗିଲା ପରି କଥା ଶୁଣିବେ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ । କୋଣଭାବସ୍ଥ ଚନ୍ଦ୍ର ନୂତନ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହୋଇପାରିବ । ଗତକାଲି ଠାରୁ ପ୍ରସ୍ତୁତ କରିଥିବା ଯୋଜନାକୁ କାର୍ଯ୍ୟକରୀ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ । ବ୍ୟବସାୟରେ ଉନ୍ନତି ଲାଗି ନୂଆ ରଣକୌଶଳ ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ମନକୁ ଆତ୍ମସନ୍ତୋଷ ମିଳିବ ଓ ଅର୍ଥାଗମ ହେବ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି । କାର୍ଯ୍ୟ ହାସଲ କରିବାରେ ନିଜ ଲୋକମାନେ ହିଁ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି । ତେଣୁ ମନର କଥା ମନରେ ଗୋପନୀୟ ରଖନ୍ତୁ; ସଫଳତା ପାଇବେ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ, ମଧୁମେହଜନିତ ଅସୁସ୍ଥତା ମଧ୍ୟ ଅନୁଭବ କରିପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ମଙ୍ଗଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କର ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଆଜି ରାଶିରେ ଚନ୍ଦ୍ରଙ୍କ ସୁପ୍ରଭାବ ଯୋଗୁଁ ସାମାଜିକ ସମ୍ମାନ ସହ ଲୋକ ସମ୍ପର୍କ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ମୁଣ୍ଡ ଟେକି ଉଠିବ । ଅତ୍ୟଧିକ ପରିଶ୍ରମ ଯୋଗୁଁ ଥକ୍କାପଣ ଅନୁଭବ କରିବେ । ଅଫିସ କିମ୍ବା କାର୍ଯ୍ୟକ୍ଷେତ୍ରରେ ନିଜର ଦାୟିତ୍ଵ ଭଲଭାବରେ ବୁଝାନ୍ତୁ ଓ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଅର୍ଥ ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ । ପାରିବାରିକ କ୍ଷେତ୍ରରେ ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ଖାଦ୍ୟପେୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଇ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଭଗବାନଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ରାଶିରେ ପାପ ଗ୍ରହର ପ୍ରଭାବ ଯୋଗୁଁ ଆଜି ଆପଣ ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ବ୍ୟବସାୟରେ ଉତ୍ଥାନପତ୍ତନ ଲାଗି ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ବିନା କାରଣରେ କର୍ମକ୍ଷେତ୍ରରେ କଳହର ସୂତ୍ରପାତ ହୋଇପାରେ । ଅଫିସର ବାତାବରଣ ସୁସ୍ଥ ଥିଲେ ମଧ୍ୟ ସହକର୍ମୀମାନଙ୍କ ପକ୍ଷପାତି କାର୍ଯ୍ୟକଳାପ ମନକୁ ଆଘାତ ଦେବ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କୁ ଆସୁବିଧାରେ ପକାଇବାକୁ ଚେଷ୍ଟା କରିବେ, ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଆବଶ୍ୟକତା ପୂରଣ କରିବା ନିମନ୍ତେ ଧାର କରଜ କରିବାକୁ ପଡ଼ିପାରେ । ସାମାଜିକ ସ୍ତରରେ ଛୋଟ ବଡ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ରହିବ ନାହିଁ । ପାରିବାରିକ ଜୀବନରେ ସୁଖ ମିଳିବ, ଘରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଆତ୍ମା ବିଶ୍ଵାସର ସହ କାର୍ଯ୍ୟ କରିଚାଳନ୍ତୁ; ସଫଳତା ମିଳିବାର ଯୋଗ ରହିଛି । ଚନ୍ଦ୍ରଙ୍କ ପ୍ରଭାବରୁ ଦୀର୍ଘ ଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଆପଣଙ୍କ ଆକର୍ଷଣୀୟ କଥନଶୈଳୀ ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ପାରିପାର୍ଶ୍ୱିକ କେତେକ ବ୍ୟତିକ୍ରମ ଜନିତ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ଆଲୋଚନାରେ ଭାବ ପ୍ରବଣତା ପରିହାର ପୂର୍ବକ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ସାମୟିକ ମାନସିକ ଅସ୍ଥିରତା ଦେଖା ଦେବ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଅଫିସରେ ଉତ୍ତମ ପରିବେଶ କାର୍ଯ୍ୟ କରିବା ପାଇଁ ଏକ ନୂତନ ପ୍ରେରଣା ଯୋଗାଇବ । ପାରିବାରିକ ଓ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ ଏବଂ ଲୋକ ସମ୍ପର୍କ ଯୋଗୁଁ ମନକୁ ଆତ୍ମସନ୍ତୋଷ ମିଳିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆତ୍ମା ବିଶ୍ଵାସର ସହ କାର୍ଯ୍ୟ କରିଚାଳନ୍ତୁ; ସଫଳତା ମିଳିବାର ଯୋଗ ରହିଛି । କର୍ମାଧିପ ରାଶିରେ ଅବସ୍ଥାନ କରୁଥିବାରୁ ଆଜି ଅଫିସ୍ କାମରେ ବେଶି ସମୟ କଟାଇବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଧ୍ୟମ ରହିବ । କିନ୍ତୁ ନୂଆ ବ୍ୟବସାୟୀମାନେ କ୍ଷତିର ସମ୍ମୁଖୀନ ହେବର ଯଥେଷ୍ଟ ସମ୍ଭାବନା ରହିଛି । ପରିବାରରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ଶ୍ରଦ୍ଧା ରହିବ ନାହିଁ । ଛୋଟିଆ ଛୋଟିଆ କଥାଗୁଡିକୁ ନେଇ ଜୀବନସାଥିଙ୍କ ସହ ମତପାର୍ଥକ୍ୟ ସୃଷ୍ଟି ହୋଇପାରେ । ପରୋକ୍ଷ ଶତ୍ରୁତା, ଋଣ ପରିଶୋଧ, କ୍ରନିକ୍‌ ରୋଗ ସକାଶେ ସମସ୍ୟା ଯୋଗୁଁ ନିଜକୁ ନିୟନ୍ତ୍ରଣାଧୀନ କରିବା କାଠିକର ପାଠ ହୋଇପାରେ । ପରିବାରରେ ସମସ୍ତ ସଦସ୍ୟଙ୍କ ସ୍ନେହା ଶ୍ରଦ୍ଧା ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଭଲ ରହିବ । ତୃତୀୟାଧିପ ସ୍ୱଗୃହୀ ଯୋଗୁଁ ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । ପ୍ରିୟଜନଙ୍କ ପ୍ରେରଣାରେ ଉଦ୍‌ବୁଧ ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଇଟ ହୋଇଯିବ । ବନ୍ଧୁ, ସହକର୍ମୀଙ୍କ ସାହାଯ୍ୟ ଲାଭ କରି କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସାମୟିକ ଭାବରେ ନିର୍ମାଣାଧୀନ କାର୍ଯ୍ୟ, ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ମନ ବ୍ୟାହତ କରିବ । ପାରିବାରିକ ପରିବେଶ ଅନୁକୂଳ ହେବ । କିନ୍ତୁ ପାରିବାରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମନରେ ପୂର୍ବର ପରି ସୁଖୀ ରହିବ ନାହିଁ । ପରିବାରର ବୟୋଜ୍ୟେଷ୍ଟଙ୍କ ସହ ସନ୍ଧ୍ୟା ସମୟରେ କୌଣସି ବିଷୟକୁ ନେଇ ଆଲୋଚନା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

କାମକୁ ଠିକ୍‌ ରୂପେ ନିର୍ବାହ କରି ସନ୍ତୋଷ ଅନୁଭବ କରିବେ । ଆଜିର ଗ୍ରହସ୍ଥିତି ଆପଣଙ୍କ ସକାଶେ ଅନୁକୂଳ ପରିବେଶ ସୃଷ୍ଟି କରିପାରେ । ଚାକିରିଜୀବିଙ୍କୁ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ ଆପଣ ନିଜ ଉପସ୍ଥତି ବୁଦ୍ଧିବଳରେ କଅଁଳିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । କର୍ମକ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ହାତପାହାନ୍ତାରେ ସୁଯୋଗ ପାଇବେ । କିଛି ସ୍ଥାନରେ ଆପଣ ପ୍ରଶଂସିତ ହୋଇପାରିବ । ଆର୍ଥିକଦିଗରୁ ସୁବିଧା ହେଲେ ମଧ୍ୟ ପରିବାରରେ ଅର୍ଥକୁ କେନ୍ଦ୍ର କରି ଭାଇ ଭାଇ ମଧ୍ୟ ଯୁକ୍ତିତର୍କ ହୋଇପାରେ । ପରିବାର କିମ୍ବା କର୍ମକ୍ଷେତ୍ରରେ ଆପଣଙ୍କ କାନ୍ଧରେ ନୂଆ ଦାୟିତ୍ଵ ଅର୍ପଣ କରାଯିବର ଯଥେଷ୍ଟ ସମ୍ଭାବନା ରହିଛି । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ; ମାନକୁ ଶାନ୍ତି ମିଳିବ । କର୍ମଭାବସ୍ଥ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସହାୟକ ହେବ । ଆଜି ଆପଣ ନିଜର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟରେ ଅଂଶୀଦାରୀଙ୍କୁ ପୂର୍ଣ୍ଣ ବିଶ୍ଵାସ କରିବା ଆପଣଙ୍କ ପକ୍ଷରେ ସମସ୍ୟା ସୃଷ୍ଟି ହୋଇପାରେ । ଅଫିସ କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କୌଣସି ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ । ନିଜର ଯୋଜନାକୁ ଗୋପନୀୟ ଭାବରେ ମନରେ ରଖନ୍ତୁ । ପରିବାରରେ କିଛି ଦିନ ହେବ ଲାଗି ରହିଥିବା ସମସ୍ୟାର ସରଳ ସମାଧାନ ଆଜି ହୋଇପାରେ । ବୈବାହିକ ଜୀବନ ସୁଖମୟ ରହିବ । କିନ୍ତୁ ପିଲାଙ୍କ ପଠାପଠାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଭଗବାନଙ୍କୁ ସ୍ମରଣ କରନ୍ତୁ, ମନକୁ ଶାନ୍ତି ମିଳିବ । ରାହୁ ଓ ବୁଧ ଏକତ୍ର ରାଶିରେ ଅବସ୍ଥାନ କରିଥିବା ଯୋଗୁଁ ମନରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ଜନ୍ମିବ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଦେବ ଯାହାଫଳରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ବନ୍ଧୁଙ୍କ ପରାମର୍ଶରେ ଲୋଡିବେ । ବ୍ୟବସାୟ ବାଣିଜ୍ୟରେ ଦେଖାଦେଇଥିବା ସମସ୍ୟା ପ୍ରତିବନ୍ଧକ ବନ୍ଧୁଙ୍କୁ ଦ୍ଵାରା ସମାଧାନ ହୋଇଯିବ । ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପ୍ରଚାର ପ୍ରସାର କରିବେ । ଅଫିସ ଆଲୋଚନା ସମୟରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟର ଆଶଙ୍କା ଗ୍ରସ୍ତ ହେବେ । ପରିବାରରେ ଆପଣଙ୍କୁ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ପ୍ରତି ସାବଧାନ ରୁହନ୍ତୁ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ପୂଜାପାଠରେ ସମୟ ବିତିବ । କର୍ମକ୍ଷେତ୍ରରେ କେତୁଙ୍କ କୁପ୍ରଭାବରୁ ଦୂରଦର୍ଶୀର ଅଭାବ ଯୋଗୁଁ ସମାଲୋଚିତ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ସହକର୍ମୀଙ୍କ ଠାରୁ ଉଚ୍ଚାଧିକାରୀ ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ଅନ୍ୟ ଉପରେ ନିର୍ଭର ନ କରି କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇପାରେ । ଏକ ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ପାରିବାରିିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ । ବିବାଦୀୟ ପରିସ୍ଥିତିରେ ନୀରବତା ଅବଲମ୍ବନ କରିବା ଭଲ ହେବ । ଶୁଭରଙ୍ଗ: ସବୁଜ। ଆରାଧନା: ବାବା କପିଳାସ ।

Leave a Reply

Your email address will not be published. Required fields are marked *