ପରଦାରେ ଖୁବ୍ ଚର୍ଚ୍ଚିତ ହୋଇଥିଲା ଏହି ବଲିଉଡ ଅଭିନେତ୍ରୀଙ୍କ ପ୍ରେମ କାହାଣୀ ! କିନ୍ତୁ ବାସ୍ତବ ଜୀବନରେ ମିଳିନଥିଲା ଭଲପାଇବା…

ପରଦାରେ ଖୁବ୍ ଚର୍ଚ୍ଚିତ ହୋଇଥିଲା ଏହି ବଲିଉଡ ଅଭିନେତ୍ରୀଙ୍କ ପ୍ରେମ କାହାଣୀ ! କିନ୍ତୁ ବାସ୍ତବ ଜୀବନରେ ମିଳିନଥିଲା ଭଲପାଇବା…

ଫିଲ୍ମି ଲାଇଫରେ ହିରୋ କୁ ଶେଷରେ ହିରୋଇନ୍ ମିଳିଯାଇଥାଏ । ସବୁ ହିନ୍ଦୀ ଫିଲ୍ମରେ ଏହିପରି ହିଁ ଦେଖା ଯାଇଥାଏ ଯେ ଶେଷରେ ହିରୋ ହିରୋଇନ୍ ଏକାଠି ହୋଇ ଯାଆନ୍ତି କିନ୍ତୁ ବାସ୍ତବ ଜୀବନରେ ଏପରି ଆଦୌ ହୋଇନଥାଏ । ଯେଉଁଠି ସବୁ ପ୍ରେମ କାହାଣୀ ସଫଳ ହୋଇ ନଥାଏ କିଛି ଅଧାରେ ରହିଯାଏ । ବଲିଉଡର ଏପରି କିଛି କଳାକାର ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ଲଭଷ୍ଟୋରି ରିଲଲାଇଫରେ ତ ଖୁବ୍ ଭଲ ଚାଲିଥିଲା କିନ୍ତୁ ବାସ୍ତବ ଜୀବନରେ ତାହା ଅଧାରେ ରହିଯାଇଥିଲା । ସେମାନେ ପୁରା ଚେଷ୍ଟା କରିବା ସତ୍ତ୍ୱେ ବି ତାଙ୍କ ପ୍ରେମ କାହାଣୀ ସଫଳ ହୋଇ ପାରିନଥିଲା । ପରଦାରେ ପ୍ରେମୀ ରହିଥିବା ଏହି କଳାକାର ବାସ୍ତବ ଜୀବନରେ ମଧ୍ୟ ପ୍ରେମୀ ଥିଲେ କିନ୍ତୁ ଏକାଠି ହୋଇ ପାରିନଥିଲେ । ଚାଲନ୍ତୁ ଜାଣିବା ସେମାନଙ୍କ ବିଷୟରେ…

ଦିଲ୍ଲୀପ୍ କୁମାର- ମଧୁବାଲା :-

ବାସ୍ତବରେ ଗୋଟିଏ ସମୟ ଏପରି ଥିଲା ଯେତେବେଳେ ମଧୁବାଲା ଏବଂ ଦିଲ୍ଲୀପ କୁମାର ପରସ୍ପରକୁ ଖୁବ୍ ଭଲ ପାଉଥିଲେ । କିନ୍ତୁ ତାଙ୍କ ସମ୍ପର୍କରେ ମଧୁବାଲାଙ୍କ ବାପା ଭିଲେନ୍ ହୋଇଥିଲେ । ସେ ବିବାହ ପାଇଁ ରାଜି ନଥିଲେ । ତାଙ୍କ ସମ୍ପର୍କ ଭାଙ୍ଗିବା ପଛରେ ଅନେକ କାରଣ କୁହାଯାଏ । ଏହାପରେ ଦିଲ୍ଲୀପ ନିଜ ଠାରୁ ଅନେକ ସାନ ଝିଅକୁ ବିବାହ କରିଥିଲେ ।

ଅମିତାଭ୍- ରେଖା :-

ମହାନାୟକ ଅମିତାଭ୍ ବଚ୍ଚନ ଏବଂ ରେଖା ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ଏବଂ ଏହି ସମୟରେ ଦୁହିଁଙ୍କୁ ପ୍ରେମ ହୋଇ ଯାଇଥିଲା । କିନ୍ତୁ ସମସ୍ୟା ଏହା ଥିଲା ଯେ ଅମିତାଭ୍ ପୂର୍ବରୁ ହିଁ ବିବାହିତ ଥିଲେ । ସେ ଜୟା ବହାଦୁରୀଙ୍କୁ ବିବାହ କରି ସାରିଥିଲେ । ତେଣୁ ସେମାନଙ୍କୁ ଅଲଗା ହେବାକୁ ପଡ଼ିଥିଲା । କୁହାଯାଏ ଯେ ଯଶ ଚୋପଡ଼ାଙ୍କ ଫିଲ୍ମ ‘ସିଲସିଲା’ ସେମାନଙ୍କ କାହାଣୀ ଉପରେ ଆଧାରିତ ଅଟେ । ଯେଉଁଥିରେ ଅମିତାଭ୍, ରେଖା ଏବଂ ଜୟା ହିଁ ଅଭିନୟ କରିଛନ୍ତି ।

ଅକ୍ଷୟ କୁମାର- ରବିନା ଟଣ୍ଡନ :-

ପୁଣି ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ପ୍ରେମ କହାଣୀ ମଧ୍ୟ ଇଣ୍ଡଷ୍ଟ୍ରିରେ ସେତେବେଳେ ଚର୍ଚ୍ଚା ହେଉଥିଲା । ଫିଲ୍ମ ମୋହରାର ଶୁଟିଂ ସମୟରେ ଦୁହେଁ ପରସ୍ପରର ଖୁବ୍ ନିକଟତର ହୋଇ ଯାଇଥିଲେ । କିନ୍ତୁ ମିଡ଼ିଆ ଖବର ଅନୁଯାୟୀ ଅକ୍ଷୟ କୁମାର ଏହି ଖବର କୁ ସ୍ୱୀକାର କରି ନଥିଲେ । ରବିନାଙ୍କ ପରେ ଅକ୍ଷୟ କୁମାରଙ୍କ ନାମ ଶିଳ୍ପା ସେଟ୍ଟୀଙ୍କ ସହିତ ଯୋଡ଼ା ଯାଇଥିଲା । କିନ୍ତୁ କୁହାଯାଇଥାଏ ଯେ ଅକ୍ଷୟ ଟ୍ଵିଙ୍କିଲ ଖାନ୍ନାଙ୍କ ପାଇଁ ଶିଳ୍ପା ସେଟ୍ଟୀଙ୍କୁ ଛାଡ଼ିଥିଲେ ।

ସଲମାନ୍ ଖାନ୍- ଐଶ୍ଵର୍ଯ୍ୟା ରାୟ :-

ଫିଲ୍ମ ‘ଦିଲ୍ ଦେ ଚୁକେ ସନମ୍’ରେ ଏହି ଦୁଇ କଳାକାର ପ୍ରଥମଥର ପାଇଁ ଏକାଠି କାମ କରିଥିଲେ । ଏବଂ ସେହିଠାରୁ ଦୁହେଁ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ । କିନ୍ତୁ କିଛି ମାସ ପରେ ଏହି ସମ୍ପର୍କରେ ମତଭେଦ ଆରମ୍ଭ ହୋଇ ଯାଇଥିଲା । ଦୁହିଁଙ୍କ ଯୋଡ଼ିକୁ ଏପରି ନଜର ଲାଗିଥିଲା ଯେ ଦୁହେଁ ଅଲଗା ହୋଇ ଯାଇଥିଲେ । ଏବଂ ବର୍ତ୍ତମାନ ଦୁହେଁ ପରସ୍ପରକୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତିନାହିଁ । ସଲମାନ୍ ଖାନଙ୍କ ଏଗ୍ରେସିଭ ନେଚର ଏବଂ ଐଶ୍ଵର୍ଯ୍ୟା ରାୟଙ୍କ ଜୀବନରେ ଦଖଲ ଦେବା ତାଙ୍କ ସମ୍ପର୍କ ଭାଙ୍ଗିବାର କାରଣ ହୋଇଗଲା ।

ଶାହୀଦ କପୂର୍- କରୀନା କପୂର୍ :-

ଏହି କଳାକାର ଦୁଇଜଣ ଗୋଟିଏ ସମୟରେ ହିଁ ବଲିଉଡରେ ଏଣ୍ଟ୍ରି କରିଥିଲେ ଏବଂ ପ୍ରଥମଥର ପାଇଁ ‘ଫିଦା’ ଫିଲ୍ମରେ ନଜର ଆସିଥିଲେ । ସେହିଠାରୁ ହିଁ ଦୁହେଁ ରିଲେସନଶିପରେ ଥିଲେ ମାତ୍ର ୩ ବର୍ଷ ପରେ ସେମାନଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିଲା । ଏବଂ ‘ଜବ୍ ବି ମେଟ’ ଫିଲ୍ମ ସମୟରେ ଦୁହେଁ ଅଲଗା ହୋଇ ଯାଇଥିଲେ । ଏହାପରେ କରୀନା ଏବଂ ସୈଫ ଅଲୀଙ୍କ ସମ୍ପର୍କ ଯୋଡ଼ି ହୋଇଥିଲା ଏବଂ ଦୁହେଁ ବିବାହ କରିଥିଲେ ।

ରଣବୀର କପୂର୍ -ଦୀପିକା ପାଦୁକୋଣ :-

ସମସ୍ତେ ଜାଣିଛନ୍ତି ଯେ ସେମାନେ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ । ଏମିତିକି ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ହୋଇଥିଲା । କିନ୍ତୁ ମିଡ଼ିଆ ଖବର ଅନୁଯାୟୀ ସେତେବେଳେ ରଣବୀର କପୂରଙ୍କ ଜୀବନରେ କେଟ୍ରିନା କୈଫଙ୍କ ଏଣ୍ଟ୍ରି ହୋଇଥିଲା । ଏହି କାରଣରୁ ଦୀପିକା ଏବଂ ରଣବୀର ଅଲଗା ହୋଇ ଯାଇଥିଲେ । ଏପରି ମଧ୍ୟ ଶୁଣା ଯାଇଛି ଯେ ଏହି ସମ୍ପର୍କ ଭାଙ୍ଗିବା ପରେ ଦୀପିକା ଡିପ୍ରେସନର ଶିକାର ହୋଇଥିଲେ ।

Leave a Reply

Your email address will not be published. Required fields are marked *