ପୂଜାଘରେ ଏହି ସମସ୍ତ ସାମଗ୍ରୀର ଉପସ୍ଥିତିକୁ ଅଶୁଭ ବୋଲି ବିବେଚନା କରାଯାଇଛି ! ଏହିସବୁ ରଖିବା ଦ୍ୱାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ…

ପୂଜାଘରେ ଏହି ସମସ୍ତ ସାମଗ୍ରୀର ଉପସ୍ଥିତିକୁ ଅଶୁଭ ବୋଲି ବିବେଚନା କରାଯାଇଛି ! ଏହିସବୁ ରଖିବା ଦ୍ୱାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ…

ଶାସ୍ତ୍ରରେ ପୂଜାଘର ସହିତ ଜଡିତ କିଛି ନିୟମଗୁଡିକ ଉଲ୍ଲେଖ କରାଯାଇଛି ଏବଂ ଭଗବାନଙ୍କୁ ଉପାସନା କରିବାର ସଠିକ୍ ଉପାୟ ମଧ୍ୟ କୁହାଯାଇଛି । ଏହା ସହିତ କେଉଁ ସାମଗ୍ରୀ ପୂଜାଘରେ ରଖିବା ଅଶୁଭ ହୋଇଥାଏ ଏହି କଥା ମଧ୍ୟ ଶାସ୍ତ୍ରରେ ଦେଖିବାକୁ ମିଳିଥାଏ । ବାସ୍ତବରେ ପ୍ରତ୍ୟେକ ଲୋକଙ୍କ ଘରେ ପୂଜାଘର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ହୋଇଥାଏ ଏବଂ ଏହାକୁ ସର୍ବଦା ସଠିକ୍ ଦିଗରେ ହିଁ ପ୍ରସ୍ତୁତ କରାଯିବା ଉଚିତ୍ । ବାସ୍ତୁଶାସ୍ତ୍ର ଅନୁସାରେ ପୂଜାଘର ନିର୍ମାଣ ପାଇଁ ଐଶାନ୍ୟ କୋଣକୁ ଶୁଭ ବୋଲି ବିବେଚନା କରାଯାଇଛି ।

ବାସ୍ତୁଙ୍କ ଅନୁସାରେ ପୂଜା ଘରକୁ ସର୍ଵଦା ସଫା ରଖିବା ଉଚିତ୍ ଏବଂ ପ୍ରତିଦିନ ପ୍ରାତଃ ସମୟରେ ନିର୍ମଳ କରିବା ଉଚିତ୍ । ଏହା ସହିତ ନିମ୍ନରେ ଉଲ୍ଲେଖ କରାଯାଇଥିବା ଜିନିଷ ଗୁଡ଼ିକୁ ଭୁଲରେ ମଧ୍ୟ ପୂଜାଘରେ ରଖନ୍ତୁ ନାହିଁ । ଏହି ଜିନିଷ ଗୁଡିକୁ ପୂଜାଘରେ ରଖିବା ଦ୍ୱାରା ବାସ୍ତୁ ଦୋଷ ଲାଗି ଯାଇଥାଏ ଏବଂ ପୂଜାକୁ ସଫଳ ବୋଲି ମଧ୍ୟ ବିବେଚନା କରାଯାଇ ନଥାଏ । ତେବେ ଆସନ୍ତୁ ବିଳମ୍ବ ନକରି ଜାଣିବା ସେ ସବୁ କେଉଁ ସାମଗ୍ରୀ ଅଟେ, ଯାହାକୁ ପୂଜାଘରେ ରଖିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ ଏବଂ ଏହି ସବୁ ସାମଗ୍ରୀର ଉପସ୍ଥିତି ପୂଜାଘରେ ରହିବା ଦ୍ୱାରା ପାପ ବଢିଥାଏ ।

ବ୍ୟବହାର କରାଯାଇଥିବା ସାମଗ୍ରୀ

ଅନେକ ଲୋକ ପାରିମ୍ପରିକ ରୀତିନୀତିରେ ପୂଜା କରିବା ପରେ ଅବଶିଷ୍ଟ ପୂଜା ସାମଗ୍ରୀକୁ ପୂଜାଘରେ ରଖିଦିଅନ୍ତି । ଯାହାକୁ ଭୁଲ ବୋଲି ବିବେଚନା କରାଯାଇଛି । ସର୍ଵଦା ପାରିମ୍ପରିକ ରୀତିନୀତିରେ ପୂଜା କରିବା ପରେ ଅବଶିଷ୍ଟ ସାମଗ୍ରୀ ପାଣିରେ ପ୍ରବାହିତ କରିଦେବା ଉଚିତ୍ ଏବଂ କେବେ ମଧ୍ୟ ଏହି ସାମଗ୍ରୀକୁ ପୁନର୍ବାର ବ୍ୟବହାର କରନ୍ତୁ ନାହିଁ । ଯଦି ଅବଶିଷ୍ଟ ହଳଦୀ, ଲବଙ୍ଗ, ଚାଉଳ, ଅଟା ପରି ସାମଗ୍ରୀ ବଳକା ହୁଏ ତେବେ ସେଗୁଡିକ ରୋଷେଇ ଘରେ ରଖିପାରନ୍ତି ଏବଂ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସେଗୁଡିକର ବ୍ୟବହାର କରିପାରିବେ ।

ବାସିଫୁଲ ରଖନ୍ତୁ ନାହିଁ

ପୂଜା ସମୟରେ ନିଶ୍ଚିତ ଭାବରେ ଫୁଲର ବ୍ୟବହାର କରାଯାଇଥାଏ ଏବଂ ଭଗବାନଙ୍କୁ ଫୁଲର ମାଳ ପିନ୍ଧା ଯାଇଥାଏ । ଅନେକ ଲୋକ ପ୍ରତିଦିନ ଭଗବାନଙ୍କୁ ଫୁଲ ଅର୍ପଣ କରିଥାନ୍ତି ଏବଂ ଫୁଲମାଳ ପିନ୍ଧାଇଥାନ୍ତି । ତେବେ, ଆପଣ ଏହି ବିଷୟ ପ୍ରତି ଧ୍ୟାନ ରଖନ୍ତୁ କି ଫୁଲ ଗୁଡିକ ବାସି ହେବା ମାତ୍ରେ ତୁରନ୍ତ ସେଗୁଡିକୁ ବାହାର କରିଦିଅନ୍ତୁ । କେବେ ମଧ୍ୟ ବାସି ଫୁଲ ଗୁଡ଼ିକୁ ମନ୍ଦିରରେ ରହିବାକୁ ଦିଅନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ବାସିଫୁଲ ପୂଜାଘରେ ରହିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଘରେ ବିବାଦ, ଦାରିଦ୍ରତା ବ୍ୟାପି ଯାଇଥାଏ ।

ଦୁଇଟି ଶଙ୍ଖ ରଖନ୍ତୁ ନାହିଁ

ପୂଜାଘରେ କେବେ ମଧ୍ୟ ଦୁଇଟି ଶଙ୍ଖ ରଖନ୍ତୁ ନାହିଁ । ପୂଜା ଘରେ ସର୍ବଦା ଗୋଟିଏ ଶଙ୍ଖ ହିଁ ରଖିବା ଉଚିତ୍ । ଶଙ୍ଖକୁ ମାତା ଲକ୍ଷ୍ମୀଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଇଥାଏ ଏବଂ ଏହାର ପୂଜା ହେତୁ ଘରେ କେବେ ମଧ୍ୟ ଟଙ୍କା ଅଭାବ ହୋଇନଥାଏ । ଅପରପକ୍ଷରେ ପୂଜାଘରେ ଏକରୁ ଅଧିକ ଶଙ୍ଖ ରଖିବା ଦ୍ୱାରା ସକରାତ୍ମକତା ଶକ୍ତିର ପ୍ରବାହ ହୋଇ ନଥାଏ ।

ପୂର୍ବ ବଂଶଜ ମାନଙ୍କ ଫୋଟ ରଖନ୍ତୁ ନାହିଁ

ପୂଜାଘରେ କେବେ ମଧ୍ୟ ପୂର୍ବ ବଂଶଜ ମାନଙ୍କର ଫୋଟ ରଖନ୍ତୁ ନାହିଁ । ପୂଜାଘରେ ସର୍ବଦା ଆପଣଙ୍କ ଇଷ୍ଟଦେବୀଙ୍କ ପ୍ରତିମା ହିଁ ରଖିବା ଉଚିତ୍ । ଏହା ସହିତ ପୂଜାଘରେ କେବେ ମଧ୍ୟ ପାଞ୍ଚଟିରୁ ଅଧିକ ପ୍ରତିମା ରଖନ୍ତୁ ନାହିଁ । ଏଥି ସହିତ ଶନି ଦେବଙ୍କ ପ୍ରତିମାକୁ ମଧ୍ୟ ପୂଜାଘରେ ରଖନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *