ଖରାପ କାମ କରୁଥିବାବେଳେ ହୋଟେଲରେ ଧରାପଡିଥିଲେ ଏହି ଅଭିନେତ୍ରୀ ! ସ୍ୱାମୀ ମଧ୍ୟ ଦେଇଥିଲେ ଛାଡପତ୍ର …

ଖରାପ କାମ କରୁଥିବାବେଳେ ହୋଟେଲରେ ଧରାପଡିଥିଲେ ଏହି ଅଭିନେତ୍ରୀ ! ସ୍ୱାମୀ ମଧ୍ୟ ଦେଇଥିଲେ ଛାଡପତ୍ର …

ବିଶାଲ ଭରଦ୍ୱାଜଙ୍କ ହରର୍ କମେଡି ଫିଲ୍ମ ‘ମକଡ୍’ ମନେ ଅଛି କି ? ଏହି ଫିଲ୍ମରେ ଅଭିନେତ୍ରୀ ଶ୍ୱେତା ପ୍ରସାଦ ବସୁ ଡବଲ୍ ରୋଲ୍ କରିଥିଲେ । ସେତେବେଳେ ସେ ଶିଶୁ କଳାକାର ଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାରର ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା । ସେ ୨୦୦୦ମସିହାରେ ଶାହରୁଖ ଖାନଙ୍କ ଫିଲ୍ମ ‘ଫିର୍ ଭି ଦିଲ୍ ହେ ହିନ୍ଦୁସ୍ତାନୀ’ରେ ମଧ୍ୟ ନଜର ଆସିସାରିଛନ୍ତି । ୧୧ ଜାନୁୟାରୀ ୧୯୯୧କୁ ଜାମସେଦପୁରରେ ଜନ୍ମ ହୋଇଥିବା ଶ୍ୱେତା ବର୍ତ୍ତମାନ ୩୦ବର୍ଷର ହୋଇସାରିଛନ୍ତି । ସେ ଉଭୟ ଟିଭି ଏବଂ ଫିଲ୍ମରେ ଚେଷ୍ଟା କରିସାରିଛନ୍ତି ।

୨୦୧୪ରେ ଶ୍ୱେତା ବେଶ୍ୟାବୃତ୍ତିର ଅଭିଯୋଗ ହେତୁ ଚର୍ଚ୍ଚାରେ ଥିଲେ । ସେତେବେଳେ ହାଇଦ୍ରାବାଦ ପୋଲିସ ତାଙ୍କୁ ଏକ ହୋଟେଲରୁ ଗିରଫ କରିଥିଲା । ତାଙ୍କ ଉପରେ ଆରୋପ ଲାଗିଥିଲା କି ସେ ବେଶ୍ୟାବୃତ୍ତିରେ ସାମିଲ ଅଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ଏକ ସଂଶୋଧନ ଗୃହକୁ ପଠାଯାଇଥିଲା । ଏହି ସମୟରେ ତାଙ୍କର ଏକ ବିବୃତ୍ତି ବହୁତ ଭାଇରାଲ ହୋଇଥିଲା । ଏଥିରେ କୁହାଯାଇଥିଲା, ‘ମୁଁ ମୋ କ୍ୟାରିୟରରେ କିଛି ଭୁଲ ନିଷ୍ପତ୍ତି ନେଇଛି, ଯେଉଁଥି ପାଇଁ ମୁଁ କାଙ୍ଗାଳ ହୋଇଗଲି । ମତେ ମୋ ପରିବାରର ଦାୟିତ୍ୱ ନେବାର ଥିଲା, କିଛି ଭଲ କାମ କରିବାର ଥିଲା କିନ୍ତୁ ସମସ୍ତ କବାଟ ବନ୍ଦ ହୋଇଗଲା । ତା’ପରେ କିଛି ଲୋକ ମତେ ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ବେଶ୍ୟାବୃତ୍ତିର ପରାମର୍ଶ ଦେଇଥିଲେ ଏବଂ ମୋ ପାଖରେ ଅନ୍ୟ କୌଣସି ଉପାୟ ନଥିଲା ଏଥିପାଇଁ ମୁଁ ଏହି କାମ କଲି ।’

ତେବେ ଯେତେବେଳେ ଶ୍ୱେତା ସଂଶୋଧନ ଗୃହରୁ ବାହାରକୁ ଆସିଥିଲେ, ସେ କହିଥିଲେ କି ମୁଁ ଏହିଭଳି କୌଣସି ବିବୃତ୍ତି ଦେଇନଥିଲି । କୌଣସି ଲୋକ ମତେ ବଦନାମ କରିବାକୁ ଚେଷ୍ଟା କରିଛି । ଏହି କଥାକୁ ନେଇ ସେ ଗଣମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ କି ସଂଶୋଧନ ଗୃହରେ ୨ମାସ ପଯ୍ୟନ୍ତ ମତେ ଖବରକାଗଜ ପଢ଼ିବାକୁ କିମ୍ବା କୌଣସି ୱେବସାଇଟ ଦେଖିବାକୁ ଅନୁମତି ନଥିଲା । ଏହି ବିବୃତ୍ତି ବିଷୟରେ ମତେ ବାହାରକୁ ଆସିବା ପରେ ଜଣାପଡିଲା ।

ଶିଶୁ କଳାକାର ଭାବରେ ଶ୍ୱେତା ଅନେକ ଟିଭି ଶୋ’ କରିଛନ୍ତି । ଏଥିରେ ଏକତା କପୁରଙ୍କ ‘କାହାଣୀ ଘର-ଘର କି’, ‘କରିସ୍ମା କା କରିସ୍ମା’ ଏବଂ ‘ଶ…ଶ..କୋଈ ହେ’ ଭଳି ଶୋ’ ସାମିଲ ଅଛି । ଏହାପରେ ଟିଭି ଶୋ’ ଚନ୍ଦ୍ର ନନ୍ଦିନୀରୁ ସେ ଛୋଟ ପରଦାରେ ଫୁଣିଥରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଶୋ’ ବହୁତ ଲୋକପ୍ରିୟ ହୋଇଥିଲା ।

ଫିଲ୍ମ ଏବଂ ଟିଭି ବ୍ୟତୀତ ସେ ୱେବ ସିରିଜରେ ମଧ୍ୟ ଅଭିନୟ କରିଥିବାର ନଜର ଆସିଥିଲେ । ସେ ଗ୍ୟାଙ୍ଗଷ୍ଟର ଏବଂ ଫ୍ଲିପ ପରି ସିରିଜରେ ଦେଖାଯାଇଥିଲେ । ଗତ ବର୍ଷ OTTରେ ତାଙ୍କର ଶୁକ୍ରାଣୁ, ସିରିୟସ ମ୍ୟାନ ଏବଂ କମେଡି କପଲ ଭଳି ଫିଲ୍ମ ରିଲିଜ ହୋଇଥିଲା ।

ଶ୍ୱେତା ୨୦୧୮ମସିହାରେ ଫିଲ୍ମ ନିର୍ମାତା ରୋହିତ ମିତ୍ତଲଙ୍କୁ ମଧ୍ୟ ବିବାହ କରିଥିଲେ । ତେବେ ଗୋଟିଏ ବର୍ଷ ଭିତରେ ହିଁ ଏହି ବିବାହ ଭାଙ୍ଗିଗଲା ଏବଂ ଦୁହିଁଙ୍କ ୨୦୧୯ରେ ଛାଡପତ୍ର ହୋଇଗଲା । ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ଶ୍ୱେତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ସେୟାର କରିଥିଲେ ।

Leave a Reply

Your email address will not be published. Required fields are marked *