ଏହି ୬ଜଣ ପ୍ରସିଦ୍ଧ ଅଭିନେତ୍ରୀ, ଯେଉଁମାନେ ପ୍ରେମ ଅପେକ୍ଷା ଟଙ୍କାକୁ ଦେଇଥଲେ ଅଧିକ ଗୁରୁତ୍ୱ ! ଆଜି ସେମାନେ କୋଟିପତିଙ୍କ ପତ୍ନୀ

ବଲିଉଡରେ ପ୍ରେମ ଏବଂ ବ୍ରେକଅପ ସାଧାରଣ କଥା । ପ୍ରତିଦିନ କୌଣସି ନା କୌଣସି ଅଭିନେତା ଏବଂ ଅଭିନେତ୍ରୀ ସମ୍ପର୍କ ଚର୍ଚ୍ଚାରେ ରହୁଛି । ଏହି ପରିପ୍ରେକ୍ଷୀରେ କିଛି ଅଭିନେତା ସେମାନଙ୍କ କ୍ୟାରିଅର ବାଛୁଥିବା ବେଳେ କିଛି ସେମାନଙ୍କର ପ୍ରେମ ବାଛନ୍ତି ଏବଂ ବିବାହ କରିନିଅନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହୁଛୁ , ଯାହାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ଚାରିଆଡ଼େ ଥିଲା କିନ୍ତୁ ସେମାନେ ନିଜ ପ୍ରେମଠୁ ଟଙ୍କାକୁ ଅଧିକ ଗୁରୁତ୍ୱ ଦେଇଥିଲେ ଏବଂ ଆଜି ସମୟରେ ସେମାନେ କୋଟିପତି । ଆସନ୍ତୁ ଜାଣିବା ଏହି ତାଲିକାରେ ଥିବା ଅଭିନେତ୍ରୀମାନଙ୍କ ନାମ ଯେଉଁମାନେ ଟଙ୍କା ପାଇଁ ପ୍ରେମକୁ ତ୍ୟାଗ କରିଥିଲେ ।

ଟିନା ମୁନିମ

ଟିନା ମୁନିମ ‘ରକି’, ‘କର୍ଜ’ ଇତ୍ୟାଦି ସୁପରହିଟ ଫିଲ୍ମରେ କାମ କରିଛନ୍ତି । ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ ସବୁବେଳେ ବଲିଉଡରେ ଚର୍ଚ୍ଚିତ । ସଞ୍ଜୟ ଦତ୍ତ ଏବଂ ରାଜେଶ ଖାନ୍ନାଙ୍କ ସହ ଅନେକ ଥର ତାଙ୍କ ନାମ ଯୋଡ଼ା ଯାଇଥିଲା । ସେ ରାଜେଶ ଖାନ୍ନାଙ୍କ ସହ ଦୀର୍ଘ ସମୟ ଧରି ଲିଭ ଇନରେ ମଧ୍ୟ ଥିଲେ , ତଥାପି ସେ ତାଙ୍କ ସ୍ୱାମୀ ଭାବେ ଅନିଲ ଅମ୍ବାନୀଙ୍କୁ ବାଛିଥିଲେ । ଟିନା ହୁଏତ ଅନିଲଙ୍କ ସହ ତାଙ୍କ ଭବିଷ୍ୟତକୁ ଅଧିକ ସୁରକ୍ଷିତ ଦେଖିପାରିଲେ ତେଣୁ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଅନିଲଙ୍କ ସହ ବିବାହ କଲେ ।

କିମ ଶର୍ମା

ଯଦିଓ କିମ ଶର୍ମା ଚଳଚ୍ଚିତ୍ରରେ କିଛି ଖାସ ଲୋକପ୍ରିୟତା ପାଇନାହାନ୍ତି , କିନ୍ତୁ ସେ ତାଙ୍କ ଲଭ ଲାଇଫ ପାଇଁ ସେ ଖୁବ ଚର୍ଚ୍ଚାରେ ଥିଲେ । କ୍ରିକେଟର ଯୁବରାଜ ସିଂଙ୍କ ସହ ପ୍ରେମ ସମ୍ପର୍କ ପାଇଁ ସେ ଚର୍ଚ୍ଚାରେ ଥିଲେ । କିନ୍ତୁ ପରେ ସେ ଅନିଲ ପଞ୍ଜାନୀଙ୍କୁ ସେ ବିବାହ କରିଥିଲେ । କୁହାଯାଏ କିମ ବିବାହ ପାଇଁ ସ୍ପେନ ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ କରିଥିଲେ । ଏବେ ସେ ଏବଂ ଅନିଲ ଅଲଗା ରହୁଛନ୍ତି । କିମ ବର୍ତ୍ତମାନ ହର୍ଷବର୍ଦ୍ଧନ ରାଣେଙ୍କ ସହ ନଜର ଆସୁଛନ୍ତି ।

ଜୁହି ଚାୱଲା

ଜୁହି ଚାୱଲାଙ୍କ ସୌନ୍ଦର୍ଯ୍ୟ କୌଣସି ଅପସରା ଠାରୁ କମ ନୁହେଁ କିନ୍ତୁ ସେ ଜୟ ମେହେଟ୍ଟା ପରି ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ୧୯୯୬ମସିହାରେ ଉଭୟ ଗୁପ୍ତରେ ବିବାହ କରିଥିଲେ । କୁହାଯାଏ ଯେ ଜୟ ମେହେଟ୍ଟା ଜୁହିଙ୍କୁ ଗୋଲାପରେ ଭର୍ତ୍ତି ଏକ ଟ୍ରକ ପଠାଇ ତାଙ୍କୁ ପ୍ରପୋଜ କରିଥିଲେ ଏବଂ ଜୁହି ତୁରନ୍ତ ତାଙ୍କୁ ହଁ କରିଦେଇଥିଲେ ।

ଶ୍ରୀଦେବୀ

ଶ୍ରୀଦେବୀ ତାଙ୍କ ସମୟର ଜଣେ ସୁନ୍ଦର ଅଭିନେତ୍ରୀ ଥିଲେ । ସେତେବେଳେ ତାଙ୍କୁ ପାଇବା ପାଇଁ ଯେ କୌଣସି ପୁରୁଷ ସମସ୍ତ ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇଥାନ୍ତେ । କିନ୍ତୁ ସେ ନିଜ ଠାରୁ ବଡ ଏବଂ ପ୍ରଥମରୁ ବିବାହିତ ବୋନି କପୁରଙ୍କୁ ବିବାହ କରିଥିଲେ । ସେ ହୁଏତ ତାଙ୍କ ଜୀବନକୁ ଏଠାରେ ଅଧିକ ସୁରକ୍ଷିତ ଦେଖିପାରିଲେ ।

ଶିଳ୍ପା ଶେଟ୍ଟୀ

ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ଆଦର୍ଶ ଦମ୍ପତି ହୋଇପାରନ୍ତି କିନ୍ତୁ ରାଜ ଶିଳ୍ପାଙ୍କୁ ବିବାହ କରିବା ପୂର୍ବରୁ ଅନ୍ୟତ୍ର ବିବାହ କରିଥିଲେ । ଏପରିକି ତାଙ୍କର ପ୍ରଥମ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ଉପରେ ତାଙ୍କ ଘର ଭାଙ୍ଗିଥିବା ଅଭିଯୋଗ ମଧ୍ୟ ଆଣନ୍ତି । ତେବେ କେବଳ ଶିଳ୍ପା ଜାଣିଛନ୍ତି କି କେଉଁ ଆଧାରରେ ସେ ଏହି ଧନୀ ବ୍ୟବସାୟୀଙ୍କୁ ବିବାହ କରିଥିଲେ ।

ବିଦ୍ୟା ବାଲାନ

ବିଦ୍ୟା ବାଲାନ ‘କିସ୍ମତ କଂନେକ୍ସନ’,’ଲଗେ ରହୋ ମୁନ୍ନା ଭାଇ’,’ଡାଟି ପିକ୍ଚର’ ଇତ୍ୟାଦି ବଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ପାଖେ ସୌର୍ଯ୍ୟର୍ଯ୍ୟ କିମ୍ବା ପ୍ରତିଭାର ଅଭାବ ନାହିଁ । କିନ୍ତୁ ସେ ନିର୍ଦ୍ଦେଶକ ସିଦ୍ଧାର୍ଥ ରୟ କପୁରଙ୍କ ତୃତୀୟ ପତ୍ନୀ ହେବାକୁ ଗ୍ରହଣ କରିଥିଲେ, କାରଣ ସିଦ୍ଧାର୍ଥଙ୍କ ପାଖେ ନାମ କିମ୍ବା ଅର୍ଥର ଅଭାବ ନାହିଁ ବୋଧହୁଏ ବିଦ୍ୟା ଏଠାରେ ତାଙ୍କର ଭବିଷ୍ୟତକୁ ଅଧିକ ସୁରକ୍ଷିତ ଅନୁଭବ କଲେ ।

Be the first to comment

Leave a Reply

Your email address will not be published.


*