ଅର୍ଜୁନ କପୁର ଦୁଇ ବର୍ଷ ଧରି ରଖିଥିଲେ ଅର୍ପିତାଙ୍କ ସହ ସମ୍ପର୍କ , ଯେତେବେଳେ ଭାଇ ସଲମାନ ଜାଣିଲେ

ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ଅଭିନେତା ଆୟୁଷ ଶର୍ମାଙ୍କର ୬ତମ ବିବାହ ବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ସେ ପୋଷ୍ଟ କରିଛନ୍ତି ଯେ ଏତେ ବର୍ଷ ପରେ ପ୍ରଥମ ଥର ପାଇଁ ସେ ଏହି ଅବସରରେ ତାଙ୍କ ସ୍ୱାମୀ ଆୟୁଷଙ୍କଠାରୁ ଦୂରରେ ଅଛନ୍ତି ଏବଂ ତାଙ୍କୁ ମିସ କରୁଛନ୍ତି । ବିବାହ ପୂର୍ବରୁ ଅର୍ପିତା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ଥିଲା । ଖବର ଥିଲା ଯେ ଉଭୟଙ୍କର ୨ବର୍ଷ ଧରି ସଂପର୍କ ଥିଲା । ଅର୍ଜୁନ ଏ ବିଷୟରେ ସାକ୍ଷାତକାରରେ କହିଥିଲେ , ତାଙ୍କର ସାକ୍ଷାତକାର ପୁଣି ଭାଇରାଲ ହୋଇଛି । ଅର୍ଜୁନ କପୁର ଅର୍ପିତାଙ୍କ ପ୍ରତି ଥିବା ସମ୍ପର୍କକୁ ନେଇ ଅତ୍ୟନ୍ତ ଗମ୍ଭୀର ଥିଲେ ।

ଅର୍ଜୁନ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଅର୍ପିତା ତାଙ୍କର ପ୍ରଥମ ପ୍ରେମ ଥିଲେ । ଯେତେବେଳେ ଅର୍ଜୁନ କପୁର ସଲମାନଙ୍କ ପରିବାରକୁ ଏହା କହିଥିଲେ , ସେତେବେଳେ ତାଙ୍କ ପ୍ରତିକ୍ରିୟା ବିଶେଷ ଖାସ କିଛି ନଥିଲା । ଯେତେବେଳେ ଅର୍ଜୁନ କପୁରଙ୍କୁ ୧୮ବର୍ଷ ହୋଇଥିଲା , ସେତେବେଳେ ସେ ଅର୍ପିତାଙ୍କୁ ଡେଟ କରିବା ଆରମ୍ଭ କରିଥିଲେ । କ୍ୟାରିୟର ଆରମ୍ଭରେ ଅର୍ଜୁନଙ୍କର ଓଜନ ୧୪୦ କିଲୋ ଥିଲା ଏବଂ ” ସଲାମ ଇ ଇସିକ” ନିର୍ଦ୍ଦେଶକ ନିଖିଲ ଆଡଭାନୀଙ୍କୁ ସେ ସାହାଯ୍ୟ କରୁଥିଲେ ।

ଅର୍ଜୁନ କପୁର ବୋନି କପୁରଙ୍କ ପୁଅ ଏବଂ ଫିଲ୍ମ ପରିବାରର ଅଟନ୍ତି , ତେଣୁ ଅର୍ପିତାଙ୍କ ସହ ତାଙ୍କର ସହଜରେ ବନ୍ଧୁତା ହୋଇଯାଇଥିଲା । ଅର୍ଜୁନ ପୂର୍ବରୁ ସଲମାନ ଖାନଙ୍କୁ ଭେଟିଥିଲେ । ସାକ୍ଷାତକାରରେ ଅର୍ଜୁନ କପୁର ନିଜେ କହିଛନ୍ତି ଯେ ଏହି ସମ୍ପର୍କକୁ ନେଇ ସେ ଭୟଭୀତ ଥିଲେ । ସେ ଭାବୁଥିଲେ ସେ ସଲମାନ ଖାନଙ୍କୁ ଏ ବିଷୟରେ କିପରି କହିବେ । ଗୋଟିଏ ଦିନ ସାହସ କରି ସେ ସଲମାନ ଖାନଙ୍କ ପରିବାରକୁ ଯାଇ ସବୁକିଛି ଜଣାଇଲେ । ଅବଶ୍ୟ , ଏହା ଜାଣି ସମଗ୍ର ପରିବାରର ପ୍ରତିକ୍ରିୟା ଅତ୍ୟନ୍ତ ନରମ ଥିଲା ।

“ଇଶକ ଜାଦେ” ଚଳଚ୍ଚିତ୍ରରୁ ଅଭିନୟ ଜଗତରେ ପାଦ ଦେଇଥିବା ଅର୍ଜୁନ କହିଛନ୍ତି ଯେ ମୁଁ ମୋର ଭବିଷ୍ୟତ ବିଷୟରେ କିଛି ଜାଣିନଥିଲି ଏବଂ ଅର୍ପିତା ନିଜେ ମୋ ସହିତ ବ୍ରେକଅପ କରିଦେଇଥଲେ କିନ୍ତୁ ସେ ମୋର ପ୍ରକୃତ ପ୍ରେମ ଥିଲେ ।

ଏହି ସମୟରେ ଅର୍ଜୁନଙ୍କ ସହ ବ୍ରେକଅପ ପରେ ଅର୍ପିତା ଆୟୁଷ ଶର୍ମାଙ୍କୁ ବିବାହ କରିଥିଲେ । ଅର୍ପିତାଙ୍କର ଦୁଇଟି ସୁନ୍ଦର ସନ୍ତାନ ମଧ୍ୟ ଅଛନ୍ତି ।

ଅର୍ଜୁନ ବର୍ତ୍ତମାନ ଅର୍ପିତାଙ୍କ ଭାଇ ଅରବାଜଙ୍କ ପୂର୍ବ ସ୍ତ୍ରୀ ମଲାଇକାଙ୍କ ସହ ସମ୍ପର୍କରେ ଅଛନ୍ତି । ଯଦିଓ ଦୁହେଁ ଏ ବିଷୟରେ କିଛି କହିନାହାଁନ୍ତି, କିନ୍ତୁ ସେମାନେ ସେମାନଙ୍କର ନିକଟତରତା ଲୁଚାନ୍ତି ନାହିଁ ।

Be the first to comment

Leave a Reply

Your email address will not be published.


*