ଫେବୃଆରୀ ମାସରେ ଏହି ତିନୋଟି ଗ୍ରହ ନିଜର ସ୍ଥିତି ପରିବର୍ତ୍ତନ କରିବେ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହେବ ଶୁଭଦାୟକ…

ଫେବୃଆରୀ ମାସରେ ଏହି ତିନୋଟି ଗ୍ରହ ନିଜର ସ୍ଥିତି ପରିବର୍ତ୍ତନ କରିବେ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହେବ ଶୁଭଦାୟକ…

ଗ୍ରହ ମାନଙ୍କ ବଦଳୁଥିବା ଗତି ଯୋଗୁଁ ଆମଜୀବନ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ । କିଛି ଲୋକଙ୍କ ଜୀବନରେ ଏହାର ଶୁଭଫଳ ଦେଖିବାକୁ ମିଳେ । ତେବେ କିଛି ଲୋକଙ୍କ ପାଇଁ ଗ୍ରହର ରାଶି ପରିବର୍ତ୍ତନରୁ କଷ୍ଟଦାୟକ ଦିନ ଆରମ୍ଭ ହୋଇଯାଏ । ଫେବୃୟାରୀ ମାସରେ ତିନୋଟି ଗ୍ରହ ନିଜ ରାଶିର ଗତି ପରିବର୍ତ୍ତନ କରୁଛନ୍ତି ଏବଂ ଏହି ତିନୋଟି ଗ୍ରହର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିବ । ଫେବୃୟାରୀ ମାସରେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବ । ଏମାନଙ୍କ ରାଶି ପରିବର୍ତ୍ତନରୁ ୧୨ଟି ରାଶି ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେବ । ଏହି ତିନୋଟି ଗ୍ରହ କେବେ ଦେଖାଯିବ ଏବଂ ଏହି କାରଣରୁ କେଉଁ ରାଶି ଗୁଡ଼ିକ ଉପରେ ଏହାର ଶୁଭ ପ୍ରଭାବ ଦେଖିବାକୁ ମିଳିବ ଏହାର ସୂଚନା ନିମ୍ନରେ ବର୍ଣ୍ଣିତ ।

ସୂର୍ଯ୍ୟ ଦେବଙ୍କ କୁମ୍ଭ ରାଶିରେ ଦୃଶ୍ୟମାନ ହେବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫେବୃଆରୀ ମାସରେ ପ୍ରଥମ ଗୋଚର ସୂର୍ଯ୍ୟ ଗ୍ରହର ଅଟେ । ୧୨ ଫେବୃୟାରୀକୁ ସୂର୍ଯ୍ୟଦେବ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ ଓ ୧୪ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ସୂର୍ଯ୍ୟ ଗ୍ରହକୁ ସମସ୍ତ ଗ୍ରହ ମଧ୍ୟରେ ପ୍ରଧାନ ବୋଲି କୁହାଯାଏ ଏବଂ ଏହି ଗ୍ରହ ସ୍ୱାସ୍ଥ୍ୟ, ଆତ୍ମା, ପିତା, ଯଶ, ମାନ, ସମ୍ମାନ ଓ ଶୀର୍ଷ ପଦର କାରକ ମଧ୍ୟ ହୋଇଥାଏ । ସୂର୍ଯ୍ୟ ଦେବଙ୍କ କୁମ୍ଭ ରାଶିରେ ଯିବା ଫଳରେ, ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଶୁଭଫଳ ମିଳିବ । ଏହି ରାଶିର ଲୋକଙ୍କ ମାନ ସମ୍ମାନ ବୃଦ୍ଧି ହେବ ଓ ଧନ ଲାଭ ହେବ । ସୂର୍ଯ୍ୟ ଗ୍ରହର ଗୋଚରରୁ କୁମ୍ଭ ରାଶିର ବ୍ୟକ୍ତିଗତ ବିଶେଷଙ୍କ ଭାଗ୍ୟ ଖୋଲିଯିବ ଏବଂ ସରକାରୀ କାର୍ଯ୍ୟରେ ସଫଳତା ମିଳିବ ।

ଶୁକ୍ର ଦେବଙ୍କ କୁମ୍ଭ ରାଶିରେ ଦୃଶ୍ୟମାନ

ଯେଉଁ ଦ୍ୱିତୀୟ ଗ୍ରହ ଫେବୃୟାରୀ ମାସରେ ରାଶି ପରିବର୍ତ୍ତନ କରିବାକୁ ଯାଉଛି, ତାହା ହେଉଛି ଶୁକ୍ର ଗ୍ରହ । ଶୁକ୍ର ଗ୍ରହ ୨୧ ଫେବୃୟାରୀ ୨୦୨୧ କୁ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବ । ଏହି ରାଶିରେ ଶୁକ୍ର ଗ୍ରହ ୧୭ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ରହିବ । ଶୁକ୍ର ଗ୍ରହକୁ କଳା, ସୌନ୍ଦର୍ଯ୍ୟତା, ଧନ, ଭୌତିକ ସୁଖର କାରକ ବୋଲି କୁହାଯାଏ ଏବଂ ଶୁକ୍ରର ଏହି ଗୋଚରରୁ କୁମ୍ଭ ରାଶି ଲୋକଙ୍କୁ କେବଳ ଲାଭ ହିଁ ଲାଭ ପ୍ରାପ୍ତ ହେବ । ଏହି ଅବଧି ପର୍ଯ୍ୟନ୍ତ କୁମ୍ଭ ରାଶିର ଜାତକଙ୍କୁ ଧନ ପ୍ରାପ୍ତ କରିବାର ଭଲ ଅବସର ପ୍ରାପ୍ତ ହେବ, ଚାକିରୀ ଓ କ୍ୟାରିୟର୍ ପାଇଁ ଏହି ଗୋଚର ଉଚ୍ଚ ସାବ୍ୟସ୍ତ ହେବ ।

ମଙ୍ଗଳ ଗ୍ରହ କରିବ ବୃଷ ରାଶିରେ ଗୋଚର

ମଙ୍ଗଳ ଗ୍ରହ ମଧ୍ୟ ଫେବୃୟାରୀ ମାସରେ ଗୋଚର ହେବାକୁ ଯାଉଛି । ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଗ୍ରହ ଚଳିତ ମାସର ୨୨ ତାରିଖକୁ ମେଷ ରାଶିରେ ପ୍ରବେଶ କରିବ । ମଙ୍ଗଳ ଗ୍ରହକୁ ଗ୍ରହ ମାନଙ୍କ ସେନାପତି କୁହାଯାଏ । ଏହା କ୍ରୋଧ, ଉର୍ଜା, ଶକ୍ତି, ଯୁଦ୍ଧର କାରକ ହୋଇଥାଏ । ବୃଷ ରାଶିରେ ମଙ୍ଗଳର ଏହି ଗୋଚର କିଛି ମାମଲାରେ ଶୁଭଫଳ ପ୍ରଦାନ ହୋଇଥାଏ । ଯେବେକି କିଛି ମାମଲାରେ ଟିକିଏ ଅଶୁଭ ହୋଇଥାଏ ।

ମଙ୍ଗଳର ଏହି ଗୋଚର କାରଣରୁ ବୃଷ ରାଶିର ଜାତକଙ୍କ ସାହାସରେ ବୃଦ୍ଧି ପରିଲକ୍ଷିତ ହେବ, ଏଥିସହିତ ଚାକିରୀ ଓ କ୍ୟାରିୟର୍ କ୍ଷେତ୍ରରେ ଅନୁକୂଳ ପ୍ରଭାବ ହେବ । ଧନ ଲାଭ ମଧ୍ୟ ହୋଇପାରେ । କିନ୍ତୁ ବୈବାହିକ ଜୀବନରେ ଟିକିଏ ବାଧା ଦେଖାଦେଇ ପାରେ । ଆପଣ କେବଳ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କାହା ସହିତ ଝଗଡା କରନ୍ତୁ ନାହିଁ ।

କରନ୍ତୁ ଏହି ଉପାୟ

ଅନ୍ୟ ରାଶିର ଲୋକମାନେ ନିମ୍ନରେ ପ୍ରଦତ୍ତ ଉପାୟ କରନ୍ତ । ଏହି ଉପାୟ ଗୁଡ଼ିକ କରିବା ଫଳରେ ଗ୍ରହମାନେ ଆପଣଙ୍କୁ ଅନୁକୂଳ ଫଳ ପ୍ରଦାନ କରିବେ ।

ସୂର୍ଯ୍ୟ ଗ୍ରହର ଆପଣଙ୍କ ଜୀବନ ଉପରେ ଶୁଭ ପ୍ରଭାବ ପଡିବ । ଏଥିପାଇଁ ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା ଏବଂ ତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

ଶୁକ୍ର ଗ୍ରହକୁ ନିଜ ଅନୁକୂଳ କରିବା ପାଇଁ ଶ୍ୱେତ ରଙ୍ଗର ବସ୍ତୁ ଗୁଡ଼ିକ ଶୁକ୍ରବାର ଦିନ ଦାନ କରନ୍ତୁ ।

ମଙ୍ଗଳ ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଜୀବନରେ ପଡ଼ିବ ନାହିଁ । ଏଥିପାଇଁ ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରନ୍ତୁ । ଏଥିସହିତ ହନୁମାନଙ୍କୁ ନାଲି ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ ।

Leave a Reply

Your email address will not be published. Required fields are marked *