ଆଣ୍ଠୁଗଣ୍ଠି ଜନିତ ବ୍ୟଥାରୁ ଅତିଶୀଘ୍ର ମୁକ୍ତି ପାଇବା ପାଇଁ ଲଗାନ୍ତୁ ଏହି ଜିନିଷ… !

ଆଣ୍ଠୁଗଣ୍ଠି ଜନିତ ବ୍ୟଥାରୁ ଅତିଶୀଘ୍ର ମୁକ୍ତି ପାଇବା ପାଇଁ ଲଗାନ୍ତୁ ଏହି ଜିନିଷ… !

ବନ୍ଧୁଗାଣ ମାନବ ଜୀବନରେ ବୟସ ବଢ଼ିବା ସହିତ ଆଣ୍ଠୁ ଗଣ୍ଠି ବ୍ୟଥା ହେବା ସାଧାରଣ କଥା ହୋଇଗଲାଣି । ବର୍ତ୍ତମାନର ଯୁବପିଢ଼ି ମଧ୍ୟ ଏବେ ଏହି ରୋଗର ଶିକାର ହେବାକୁ ଲାଗିଲେଣି । ଯାହାର ମୁଖ୍ୟ କାରଣ ହେଉଛି ସେମାନଙ୍କର ଖାଦ୍ୟ ପେୟ ଏବଂ ଦୈନିକ ଜୀବନ ଚର୍ଯ୍ୟାରେ କୌଣସି ଅସୁବିଧା । ମାନବ ଜୀବନ ପାଇଁ ଖାଦ୍ୟ ସହିତ ନିଦ ଏବଂ ବିଶ୍ରାମ ମଧ୍ୟ ସଠିକ୍ ସମୟରେ ସଠିକ୍ ମାତ୍ରାରେ ନେବା ଉଚିତ୍ ଯେପରିକି ଆମକୁ ନିଶ୍ୱାସ ପ୍ରଶ୍ଵାସର ଆବଶ୍ୟକତା ରହିଥାଏ । ଜୀବନର ଯେକୌଣସି ସମୟରେ ଆଣ୍ଠୁରେ ହେଉଥିବା ବ୍ୟଥା ବହୁତ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଏହି ବ୍ୟଥା ଯୋଗୁଁ ମଣିଷ ଠିକ୍ ଭାବରେ ଚାଲି ବୁଲି ପାରେ ନାହିଁ । କୌଣସି ଜାଗାରେ ଥରେ ବସିଗଲେ ସେଠାରୁ ଉଠିବା ତା ପାଇଁ କଷ୍ଟକର ହୋଇପଡେ । ଏବଂ ଯଦି ସଠିକ୍ ସମୟରେ ଏହାର ଚିକିତ୍ସା ନକରାଯାଏ ତେବେ ଏହା ସାଙ୍ଘାତିକ ରୋଗରେ ପରିଣତ ହୋଇଯାଏ ।

ଉପାୟ :-

୧. ଡାକ୍ତରଙ୍କ ଅନୁସାରେ ବାଦାମରୁ ଅନେକ ପ୍ରକାରର ପ୍ରୋଟିନ ମିଳିଥାଏ ଏବଂ ଏହା ଆମଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ପ୍ରତିଦିନ ସକାଳ ସମୟରେ ଖାଲି ପେଟରେ ୨୦ଟି ବାଦାମ୍ ଏକ ମାସ ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ବ୍ୟଥାରୁ ମୁକ୍ତି ମିଳିଥାଏ । ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଆପଣ ଏଥିରୁ ମୁକ୍ତି ପାଇ ପାରିବେ ।

୨. ଜାମୁ ଗଛ ତ ଆପଣ ନିଶ୍ଚିତ ଦେଖିଥିବେ । ସେହି ଜାମୁ ଗଛର ଛାଲିକୁ ପାଣିରେ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହାପରେ ଛାଲିକୁ ଅଲଗା ରଖି ଦିଅନ୍ତୁ ଏବଂ ସେହି ପାଣିକୁ ପାଦରେ ମାଲିସ କରିବା ଆବଶ୍ୟକ । ଏହାପରେ ସେହି ସେହି ପାଣିକୁ ଗଣ୍ଠି ଉପରେ ଏବଂ କିଛି ସମୟ ପରେ ସୋରିଷ ତେଲ ମାଲିସ କରିବା ଆବଶ୍ୟକ । କିନ୍ତୁ ସୋରିଷ ତେଲ ମାଲିସ କରିବା ପୂର୍ବରୁ ତେଲରେ ଏକ କଲି ରସୁଣ ଏବଂ ଅଳ୍ପ କଞ୍ଚା ହଳଦୀ ମିଶାଇ ଅଳ୍ପ ଗରମ କରିନେବା ଆବଶ୍ୟକ । ଏହାପରେ ତାହାକୁ ଗଣ୍ଠିରେ ମାଲିସ କରିବା ଆବଶ୍ୟକ । ଯାହାଦ୍ୱାରା ଆଣ୍ଠୁ ଗଣ୍ଠି ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *