“ଉଦ୍ୟମେନ ହିଁ ସିଦ୍ଧନ୍ତି” । ନିଜ ବୁଦ୍ଧିବଳରେ ହେଲେ କୋଟିପତି, ସରକାର ଚାକିରୀ ଛାଡି କରୁଛନ୍ତି କ୍ଷେତ କାମ ।

ବନ୍ଧୁଗଣ ଯଦି ଆପଣଙ୍କ ନିକଟରେ ଧନ ନାହିଁ ତେବେ ଏଥିରେ କୌଣସି ଅସୁବିଧା ନାହିଁ କିନ୍ତୁ ଆପଣଙ୍କ ଠାରେ ବୁଦ୍ଧି ଥିବା ନିହାତି ଦରକାର । ଯାହାକି ଆପଣଙ୍କୁ କ୍ଷଣିକ ମାତ୍ରେ ଧନୀ ବ୍ୟକ୍ତି ରୂପେ ପ୍ରତିଷ୍ଠିତ କରିଦେବ, ଏହା ଏଥିପାଇଁ କାରଣ ଆଜିକାର ସମୟରେ କେବଳ ବୁଦ୍ଧିମାନ ବ୍ୟକ୍ତି ହିଁ ସଫଳ, ଯେଉଁ କ୍ଷେତ୍ରରେ ହେଉ ନା କାହିଁକି, ବୁଦ୍ଧି ଆପଣଙ୍କ ଭାଗ୍ୟ ବଦଳି ଦେଇପାରେ, ଏକ ଉପାୟ ଯାହାକି ଆପଣଙ୍କୁ ରାତାରାତି ଧନୀ ଲୋକରେ ପରିଣତ କରିଦେବ । ସରକାରୀ ଚାକିରୀରେ ମଧ୍ୟ ଆପଣଙ୍କ ବୁଦ୍ଧିର ପରୀକ୍ଷା କରାଯାଏ, ତେବେ ବନ୍ଧୁଗଣ ନିଜ ମସ୍ତିଷ୍କକୁ ଜୋର ଦେଇ ଏହାକୁ ଧନୀ ହେବା ଯନ୍ତ୍ରରେ ପରିଣତ କରି ଦିଅନ୍ତୁ, ଆପଣଙ୍କୁ ଧନୀ ହେବାରେ କିଏ ଅଟକାଇପାରିବେ ନାହିଁ ।

କୁହାଯାଏ ଯେ ଏକ ଉପାୟ ଆପଣଙ୍କ ଜୀବନକୁ ପରିବର୍ତ୍ତନ କରି ଦେଇଥାଏ । ଏପରି କିଛି ହେଲା ରାଜସ୍ଥାନର ଜେସଲମେରର ଅଧିବାସୀ ହରିଶ ଧନଦେବଙ୍କ ଜୀବନରେ । ଜୀବିକାରେ ଇଞ୍ଜିନିୟର ହରିଶ ନିଜ ସରକାରୀ ଚାକିରୀକୁ ଛାଡ଼ି ଦେଇ ଏପରି ଏକ ଜିନିଷର ଚାଷ କଲେ ଯେ ଆଜି ସେ କୋଟିପତି ହୋଇଗଲେଣି । ଚାଷୀ ପରିବାରରୁ ଆସିଥିବା ଯୋଗୁଁ ହରିଶଙ୍କ ମନ କ୍ଷେତ କାମରେ ଲାଗିଲା । ତାଙ୍କର ଏହି ବୁଦ୍ଧି ସଫଳ ହେଲା ଏବଂ ଦେଖୁ ଦେଖୁ ତାଙ୍କ ବାର୍ଷିକ ଆୟ କୋଟିରେ ପହଞ୍ଚିଗଲା। ତାଙ୍କୁ ଜେସେଲମର ମ୍ୟୁନିସିପାଲ କାଉନ୍ସିଲରେ ଜୁନିୟର ଇଞ୍ଜିନିୟର ଭାବେ ଚାକିରୀ ମିଳିଥିଲା । କିନ୍ତୁ ତାଙ୍କ ହୃଦୟ ସର୍ବଦା ଆଉ କିଛି କରିବା ପାଇଁ ଇଚ୍ଛୁକ ଥିଲା । ଏଥିପାଇଁ ସେ ନିଜ ସରକାରୀ ଚାକିରୀକୁ ଛାଡିଦେଲେ ।

ଦିଲ୍ଲୀରେ ଆସିଲା ଉପାୟ……

ହରିଶଜୁ ଘିଅ କୁଆଁରୀ ଚାଷ କରିବା ଉପାୟ ଦିଲ୍ଲୀର ଏକ ଏଗ୍ରିକଲଚର ଏକ୍ସପୋରୁ ମିଳିଲା । ଯେଉଁଠାରେ ସେ ଘିଅ କୁଆଁରୀ, ଅଁଳା ଉତ୍ପାଦନ ବିଷୟରେ ଜାଣିପାରିଲେ । ସୂଚଥାଉକି ମରୁଭୂମିରେ ବାଜରା, ଗହମ, ସୋରିଷ ଆଦି ଚାଷ କରାଯାଏ କିନ୍ତୁ ହରିଶ ଘିଅ କୁଆଁରୀ ଉତ୍ପାଦନ କଲେ । ସେ ୧୨୦ ହେକ୍ଟର ଜମିରେ ‘ବେବି ଡେନ୍ସିସ’ ନାମକ ଘିଅ କୁଆଁରୀ ଉତ୍ପାଦନ କଲେ । ଆରମ୍ଭରେ ସେ ଘିଅ କୁଆଁରୀର ୮୦,୦୦୦ ଛୋଟ ଚାରା ଗଛ ଲଗାଇଥିଲେ ଯାହାର ସଂଖ୍ୟା ବର୍ତ୍ତମାନ ୭ ଲକ୍ଷ ହୋଇଯାଇଛି ।

ମରୁଭୂମିରେ ଉତ୍ପାଦିତ ଘିଅ କୁଆଁରୀ ଏତେ ଭଲ କିସମର ଯେ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ମଧ୍ୟ ଏହାର ଚାହିଦା ବେଶୀ। ହରିଶଙ୍କ ଘିଅ କୁଆଁରୀ ରାମଦେବ ବାବାଙ୍କ ପତଞ୍ଜଳି ବିଶେଷଜ୍ଞ ମାନଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିଛି ଏବଂ ସେମାନେ ତୁରନ୍ତ ଘିଅ କୁଆଁରୀ ପତ୍ର ପାଇଁ ଅର୍ଡର ଦେଇଦେଲେ। ହରିଶ କହିଛନ୍ତି ଯେ ଗତ ଚାରି ମାସ ମଧ୍ୟରେ ସେ ହରିଦ୍ୱାର ସ୍ଥିତ ପତଞ୍ଜଳି କମ୍ପାନୀ ଗୁଡ଼ିକୁ ୧୨୫-୧୫୦ ଟନ ଘିଅ କୁଆଁରୀ ପଠାଇଛନ୍ତି। ମରୁଭୂମିରେ ଉତ୍ପାଦିତ ଘିଅ କୁଆଁରୀର ଚାହିଦା କେବଳ ଆମ ଦେଶରେ ନୁହେଁ ବରଂ ବ୍ରାଜିଲ, ହଙ୍ଗକଙ୍ଗ ଓ ଆମେରିକା ଭଳି ଦେଶରେ ମଧ୍ୟ ରହିଛି । ଦେଶ ବିଦେଶରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ହରିଶ ଜେସଲମେରରୁ ୪୫ କିଲୋମିଟର ଦୂର ଦହିସର ଠାରେ ‘ନେଚୁରାଲ ଏଗ୍ରୋ’ ନାମରେ ଏକ କମ୍ପାନୀ ମଧ୍ୟ ଖୋଲିଛନ୍ତି । ବର୍ତ୍ତମାନ ଘିଅ କୁଆଁରୀ ବିକ୍ରିରୁ ହରିଶକୁ ବାର୍ଷିକ ୧.୫ ରୁ ୨ କୋଟି ଟଙ୍କାର ଆୟ ହେଉଛି । ହରିଶ ଘିଅ କୁଆଁରୀକୁ ଆଧୁନିକ ଭାବେ ପ୍ରୋସେସ କରିବା ପାଇଁ ଏକ ୟୁନିଟ ରଖିଛନ୍ତି ।

Be the first to comment

Leave a Reply

Your email address will not be published.


*