ଫିଲ୍ମ “ଏତରାଜ୍”ର ୧୬ ବର୍ଷ ପରେ ପ୍ରିୟଙ୍କା ଖୋଲିଲେ ରହସ୍ୟ ! କହିଲେ :- ସେହି ସମୟରେ, ତାଙ୍କ ଚରିତ୍ର ସବୁଠାରୁ ବୋଲ୍ଡ଼ ଥିଲା…

ପ୍ରିୟଙ୍କା ଚୋପରା ବୋଲିଉଡ଼ ଫିଲ୍ମ ସହିତ ହୋଲିଉଡ଼ ଫିଲ୍ମରେ ମଧ୍ୟ ନିଜର ଅଭିନୟର ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି । ପ୍ରିୟଙ୍କା ଚୋପରାଙ୍କୁ ବୋଲିଉଡ଼ର ସବୁଠାରୁ ଅଧିକ ଡିମାଣ୍ଡ ବା ଚାହିଦାରେ ଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଇଥାଏ । ସେ ନିଜ କ୍ୟାରିଅରରେ ହିନ୍ଦୀ ସିନେମାରେ ଅନେକ ମହତ୍ୱପୂର୍ଣ୍ଣ ଆୱାର୍ଡକୁ ନିଜ ନାମରେ କରିସାରିଛନ୍ତି । ଯେଉଁଥିରୁ ନ୍ୟାସନଲ୍ ଆୱାର୍ଡ ଏବଂ ପାଞ୍ଚଟି କ୍ୟାଟେଗରୀରେ ଫିଲ୍ମଫେୟାର ଆୱାର୍ଡ ସାମିଲ ରହିଛି । ମିସ୍ ଇଣ୍ଡିଆ ୱାର୍ଲଡ଼ ଜିତିବା ପରେ ପ୍ରିୟଙ୍କା ଚୋପଡ଼ାଙ୍କୁ ପ୍ରଥମଥର ପାଇଁ ଅବ୍ବାସ ମସ୍ତାନଙ୍କ ରୋମାଣ୍ଟିକ ଥ୍ରୀଲର୍ ଫିଲ୍ମ ହମରାଜ ପାଇଁ ପ୍ରିୟଙ୍କା ଚୋପଡ଼ାଙ୍କୁ ଅଫର୍ କରାଯାଇଥିଲା । କିନ୍ତୁ କୌଣସି କାରଣରୁ ପ୍ରିୟଙ୍କା ଏହି ଫିଲ୍ମର ଭାଗିଦାର ହୋଇ ପାରିନଥିଲେ । ପ୍ରିୟଙ୍କା ଚୋପରା ନିଜର ସୁନ୍ଦର ଅଭିନୟ ଏବଂ ସୌନ୍ଦର୍ଯ୍ୟ ଦ୍ଵାରା ବୋଲିଉଡ଼ ସହିତ ହୋଲିଉଡ଼ରେ ମଧ୍ୟ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ଏମିତିରେ ଦେଖିବାକୁ ଗଲେ ବଲିଉଡ଼ ଫିଲ୍ମ କ୍ୟାରିଅରରେ ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି ।

ପ୍ରିୟଙ୍କା ଚୋପରା ମୁଖ୍ୟ ଅଭିନେତ୍ରୀ ଠାରୁ ଆରମ୍ଭ କରି ଭିଲେନ ହେବା ପର୍ଯ୍ୟନ୍ତ ସମସ୍ତ ଭୂମିକାରେ କାମ କରିଛନ୍ତି । ପ୍ରତ୍ୟେକ ଚରିତ୍ର ଦ୍ୱାରା ସେ ନିଜର ଫ୍ୟାନ ମାନଙ୍କ ଠାରେ ନିଜର ଏକ ଅଲଗା ଛାପ ଛାଡ଼ି ଯାଇଛନ୍ତି । ଆପଣ ସମସ୍ତଙ୍କୁ ଫିଲ୍ମ ‘ଏତରାଜ’ ବିଷୟରେ ତ ନିଶ୍ଚିତ ମନେ ଥିବ । ଏହି ଫିଲ୍ମରେ ପ୍ରିୟଙ୍କା ଚୋପରା ଏକ ନକରାତ୍ମକ ଭୂମିକା ତୁଲାଇଛନ୍ତି । ଏହି ଫିଲ୍ମରେ ପ୍ରିୟଙ୍କା ନିଜର କର୍ମଚାରୀ ଉପରେ ଯୌନ ନିର୍ଯାତନାର ଆରୋପ ଲଗାଇଥାନ୍ତି । ଏହି ଫିଲ୍ମ ହିଟ ହୋଇଥିଲା ଏବଂ ପ୍ରିୟଙ୍କାଙ୍କୁ ନିଜର ଅଭିନୟ ପାଇଁ ଖୁବ ପ୍ରଶଂସା ମିଳିଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାର, କରୀନା କପୂର ଏବଂ ପ୍ରିୟଙ୍କା ଚୋପରା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏତରାଜ ରିଲିଜ ହେବାର ୧୬ ବର୍ଷ ପୁରିଗଲାଣି । ୧୬ ବର୍ଷ ପୂରଣ ହେବା ପରେ ଅଭିନେତ୍ରୀ ପ୍ରିୟଙ୍କା ଚୋପରା ଏହା ସହିତ ଜଡ଼ିତ ଏକ ରହସ୍ୟ ଖୋଲିଛନ୍ତି । ସେ କହିଛନ୍ତି ଯେ ଫିଲ୍ମ ଏତରାଜରେ ସୋନିୟା ଚରିତ୍ର ତାଙ୍କ ଜୀବନର ସବୁଠାରୁ କଷ୍ଟକର ଚରିତ୍ର ମାନଙ୍କ ମଧ୍ୟରୁ ଗୋଟିଏ ।

ଏତରାଜ୍ ରିଲିଜର ୧୬ ବର୍ଷ ପରେ ପ୍ରିୟଙ୍କା ଖୋଲିଲେ ରହସ୍ୟ :-

ଆପଣଙ୍କୁ କହି ରଖୁଛୁ ଯେ ଫିଲ୍ମ ଅଭିନେତ୍ରୀ ପ୍ରିୟଙ୍କା ଚୋପରା ଫିଲ୍ମ ‘ଏତରାଜ’ ର ୧୬ ବର୍ଷ ପୂରଣ ହେବା ପରେ ନିଜର ଆଧିକାରୀକ ଇନସ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଫିଲ୍ମ ଏତରାଜରୁ ପ୍ରିୟଙ୍କା ଚୋପରାଙ୍କ ଚରିତ୍ରର କିଛି ଭିଡ଼ିଓ କ୍ଲିପ ରହିଛି । ଏହି ଭିଡ଼ିଓକୁ ସେୟାର କରି ପ୍ରିୟଙ୍କା ଚୋପରା ଏହି ଚରିତ୍ର ବିଷୟରେ କହିଛନ୍ତି ଯେ ସେ ନିଜକୁ ଏଥିପାଇଁ କିପରି ମନାଇଥିଲେ । ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି ଯେ ” ୨୦୦୪, ଜଣେ ଅଭିନେତା ଭାବରେ ଗୋଟିଏ ବର୍ଷ, ମୁଁ ଆବ୍ବାସ – ମସ୍ତାନ ଙ୍କ ଥ୍ରୀଲର ଫିଲ୍ମ ଏତରାଜରେ ସୋନିୟା ରାୟଙ୍କ ଭୂମିକାରେ ଅଭିନୟ କରିଥିଲେ । ପ୍ରିୟଙ୍କା ଲେଖିଛନ୍ତି ଯେ ଏହା ମୋ ଦ୍ୱାରା ହୋଇଥିବା ସବୁଠାରୁ ବୋଲଡ଼ ଚରିତ୍ର ଥିଲା , ଯାହାକି ଏକ ବଡ଼ ବିପଦ ଥିଲା କାରଣ ସେହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମୁଁ ନୂଆ ଥିଲି । ମୁଁ ଏହା କହିବାକୁ ଚାହିଁବି ଯେ ମୁଁ ସେତେବେଳେ ଖୁବ ଡରି ଯାଇଥିଲି , କିନ୍ତୁ ମୋ ଭିତରର କଳାକାର କାନ୍ଦୁଥିଲା ଯେ ମୁଁ କିଛି ଆଗ୍ରହଜନକ କରିବି, ଏବଂ ସୋନିୟା ସେହି ଚରିତ୍ର ଥିଲା । ଚାଲାକ, ଶିକାରୀ ଫସି ଯାଇଥିଲା ଏବଂ ନିଜ ବିଷୟରେ ଭାବୁଥିଲା କିନ୍ତୁ ଆଶ୍ଚର୍ଯ୍ୟଜନକ ରୂପରେ ଇମୋଶନାଲ । ”

ପ୍ରିୟଙ୍କା ଚୋପରା ଆହୁରି ମଧ୍ୟ ଲେଖିଛନ୍ତି ଯେ ” ମୁଁ ସବୁବେଳେ ହିଁ ଡାୟନୋମିକ ଡୁୟୋ ଆବ୍ବାସ ମସ୍ତାନ ଙ୍କ ଠାରେ କୃତଜ୍ଞ ରହିବି । ମୋ ଭଳି ନୂଆ କଳାକାରଙ୍କ ଉପରେ ଏହିଭଳି ଚରିତ୍ରକୁ ନେଇ ଭରସା କରିବା ପାଇଁ ଏବଂ ମୋ ଅନ୍ଦାଜର ପ୍ରତିଭାକୁ ବୁଝିବା ପାଇଁ ଏବଂ ମୋତେ ଏପରି ଚରିତ୍ରରେ କାମ କରିବାକୁ ପ୍ରେରିତ କରିବା ପାଇଁ , ଯାହା ଉପରେ ଆଜିବି ମୋତେ ଗର୍ବିତ ଅନୁଭୂତ ହୋଇଥାଏ । ୧୬ ବର୍ଷ ପରେ ପଛକୁ ବୁଲି ଦେଖେ ତ ଏତରାଜ ମୋ ପାଇଁ ଏକ ଗେମ ଚେଞ୍ଜର ଥିଲା , ଯାହାକି ମୋତେ ସବୁ ଚରିତ୍ରକୁ ଠିକ ଉଦ୍ୟମରେ ତୁଲାଇବାକୁ ଶିଖାଇ ଥିଲା ।

Be the first to comment

Leave a Reply

Your email address will not be published.


*