ଚାଣକ୍ୟ ନୀତି: କଠିନ ପରିସ୍ଥିତିରେ ଏହି ୪ଟି ଜିନିଷ କାମରେ ଆସେ ! ଜାଣିଲେ ସବୁ ସମସ୍ୟାକୁ ସହଜରେ କରିପାରିବେ ।

ଆଚାର୍ଯ୍ୟ ଚାଣକ୍ୟ ଏକ କୁଶଳୀ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ । ସେ ନିଜ ଜ୍ଞାନ ଓ ଅନୁଭବ ବଳରେ ନୀତିଶାସ୍ତ୍ରରେ ଜୀବନ ସମ୍ବନ୍ଧିତ ବହୁତ କଥାର ଆଲୋଚନା କରିଛନ୍ତି । ଆଚାର୍ଯ୍ୟ ଚଣକ୍ୟଙ୍କ ନୀତି ଜୀବନରେ କେଉଁଠି ନା କେଉଁଠି ନିଶ୍ଚିନ୍ତ ଲାଗୁହୁଏ । ଯଦି କେହି ବ୍ୟକ୍ତି ଚାଣକ୍ୟଙ୍କ ଏହି ନୀତି ସମ୍ପର୍କରେ ଭଲ ଭାବେ ବୁଝିଯା’ନ୍ତି; ତେବେ ବ୍ୟକ୍ତିର ଜୀବନରେ ବହୁତ ବଡ଼ ପରିବର୍ତନ ଆସିପାରେ ଏବଂ କଠିନ ସମୟରେ ନିଜକୁ ସହଜ ଉପାୟରେ ପାର କରିବାର ସମ୍ଭାବନା ରହିଥାଏ । ଯେପରି ଆମେ ସମସ୍ତେ ଜାଣିଛେ; ମନ୍ୟୁଷ ଜୀବନର ସମସ୍ତ ପରିସ୍ଥିତିରେ କଠିନରୁ କଠିନ ସମସ୍ୟା ଉତ୍ପନ୍ନ ହୋଇଥାଏ । କିଛି ଲୋକ ହିଁ କଠିନ ପରିସ୍ଥିତିକୁ ମଧ୍ୟ ଅତିକ୍ରମ କରିପାରନ୍ତି କିନ୍ତୁ ବହୁତ ଲୋକ ଜୀବନର କଠିନତା ଆଗରେ ହାର ମାନିଯାଆନ୍ତି । ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତିର ଏଭଳି ୪ଟି ଜିନିଷ ବିଷୟରେ ଅବଗତ କରାଇବୁ; ଯାହା ସମୟ ଆସିଲେ ଆପଣଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ । କଠିନରୁ କଠିନ ପରିସ୍ଥିତିକୁ ମଧ୍ୟ ଅତିକ୍ରମ କରିବାକୁ ସାମର୍ଥ୍ୟ ପ୍ରେରଣା ଯୋଗାଇବ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ବିଦ୍ୟା ଏକ ଏପରି ଧନ ଯାହାକୁ ପ୍ରାପ୍ତ କରିବା ନିତ୍ୟାନ୍ତ ଆବଶ୍ୟକ । ଯଦି ଆପଣଙ୍କ ପାଖରେ ବିଦ୍ୟା ଅଛି, ତେବେ ଆପଣ କଠିନରୁ କଠିନ ପରିସ୍ଥିତିକୁ ସହଜରେ ସମାଧାନ କରିପାରିବେ । ଯେଉଁ ବ୍ୟକ୍ତି ଶିକ୍ଷିତ ଏବଂ ଜ୍ଞାନୀ ସେ ସମସ୍ତ ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇପାରିବେ ଏବଂ ସମସ୍ତେ ତାଙ୍କୁ ସମ୍ମାନ ମଧ୍ୟ ଜଣାଇଥାନ୍ତି । ବିଦ୍ୟା ଏବଂ ଜ୍ଞାନରୂପୀ ଧନର ହେବା ନିତ୍ୟାନ୍ତ ଆବଶ୍ୟକ । କାରଣ ଖରାପ ସମୟରେ ଏହା ହିଁ କାର୍ଯ୍ୟରେ ଆସିଥାଏ ।

ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ, ସମସ୍ତ ମନୁଷ୍ୟ ନିଜ ଜୀବନରେ ଧନ ସଞ୍ଚୟ କରିବା ବହୁତ ଜରୁରୀ । ଯଦି ଆପଣ ଧନକୁ ସଞ୍ଚୟ କରି ରଖିବେ, ତେବେ ଏହି ଧନ ଆପଣଙ୍କ ଖରାପ ସମୟରେ କାମରେ ଆସିବ । ଖରାପ ସମୟରେ ଆପଣଙ୍କୁ କାହା ଆଗରେ ହାତ ପତାଇବାର ଆବଶ୍ୟକ ରହିବ ନାହିଁ । ଏହା ବ୍ୟତୀତ ବ୍ୟକ୍ତିଙ୍କୁ ଦାନ ମଧ୍ୟ କରିବା ଆବଶ୍ୟକ । ଦାନ ଏକ ଏପରି ଜିନିଷ, ଯାହା ସମସ୍ତ ସଂକଟ ସମୟରେ ବ୍ୟକ୍ତିକୁ ରକ୍ଷା କରିଥାଏ ।

ଚାଣକ୍ୟଙ୍କ ଅନୁସାରେ ଧୌର୍ଯ୍ୟ ଓ ସାହସ ଏପରି ଦୁଇଟି ଜିନିଷ ହୋଇଥାଏ; ଯାହା ବିପଦ ସମୟରେ ଆପଣଙ୍କୁ ସହାୟକ ହୋଇଥାଏ । ଯଦି ଆପଣ ଧୌର୍ଯ୍ୟବାନ ଓ ସାହସୀ ଅଟନ୍ତି, ତେବେ ଖରାପରୁ ଖରାପ ସମୟକୁ ସହଜରେ କାଟି ପାରିବେ । କଠିନ ସମୟରେ ଏହି ଦୁଇଟି ଜିନିଷ ଆପଣଙ୍କ ସହାୟତା କରିଥାଏ । ଯେବେ ଜୀବନରେ ଖରାପ ସମୟ ଆସିଥାଏ, ତେବେ ଆପଣଙ୍କୁ ଧୌର୍ଯ୍ୟହାର ହେବାକୁ ପଡିବ ନାହିଁ । ସଙ୍କଟର ଘଡିସନ୍ଧି ମୁହୂର୍ତ୍ତରେ ସାହସ ସହିତ ଆଗକୁ ବଢିବାକୁ ପଡିଥାଏ । ଯଦ୍ୱାରା ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତ ହେବ ।

ଚାଣକ୍ୟ ନୀତିରେ ଏହି କଥା ମଧ୍ୟ କୁହାଯାଇଛି ଯେ, ନିର୍ଣ୍ଣୟ ନେବାର କ୍ଷମତା ଏବଂ ଆତ୍ମବିଶ୍ଵାସ ଏହି ଦୁଇଟି ଜିନିଷ ବ୍ୟକ୍ତିକୁ କଠିନରୁ କଠିନ ପରିସ୍ଥିତିରୁ ବାହାରିବାକୁ ସାହାର୍ଯ୍ୟ କରିଥାଏ । ଜୀବନରେ ଏଭଳି ବହୁତ ସମୟ ଆସେ ଯେଉଁଠି କିଛି କ୍ଷଣ ମଧ୍ୟରେ ନିଷ୍ପତ୍ତି ନେବାକୁ ପଢିଥାଏ । ଯଦି ଆପଣ ସେହି ସମୟରେ ଉଚିତ୍ ନିଷ୍ପତ୍ତି ନେଇଥିବେ, ତେବେ ଆପଣଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହୋଇ ପାରିବ । ସଠିକ୍ ନିଷ୍ପତ୍ତି ନେବାକୁ ଆତ୍ମବିଶ୍ଵାସ ଥିବା ନିହାତି ଆବଶ୍ୟକ । ଯଦି ଆପଣ ଆତ୍ମବିଶ୍ଵାସ ସହ ନିଷ୍ପତି ନେବେ ତେବେ ଆପଣ ସବୁ ପରିସ୍ଥିତିରେ ଆଗକୁ ବଢ଼ିପାରିବେ ।

Be the first to comment

Leave a Reply

Your email address will not be published.


*