୧୭ବର୍ଷ ପୂର୍ବେ ହଠାତ୍ ଚଳଚ୍ଚିତ୍ରରୁ ଗାୟାବ ହୋଇଯାଇଥିଲେ ଅକ୍ଷୟ କୁମାରଙ୍କର ଶାଳୀ ! ବର୍ତ୍ତମାନ ଏହି ଅବସ୍ଥାରେ ବିତାଉଛନ୍ତି ଜୀବନ…

୧୭ବର୍ଷ ପୂର୍ବେ ହଠାତ୍ ଚଳଚ୍ଚିତ୍ରରୁ ଗାୟାବ ହୋଇଯାଇଥିଲେ ଅକ୍ଷୟ କୁମାରଙ୍କର ଶାଳୀ ! ବର୍ତ୍ତମାନ ଏହି ଅବସ୍ଥାରେ ବିତାଉଛନ୍ତି ଜୀବନ…

ଅକ୍ଷୟ କୁମାରଙ୍କୁ ଭାରତର ଶିଶୁପିଲା ସମସ୍ତେ ବହୁତ ଭଲ ଭାବରେ ଜାଣନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଅକ୍ଷୟଙ୍କ ଶାଳୀ ରିଙ୍କି ଖାନ୍ନାଙ୍କ ବିଷୟରେ କୌତୁହଳପୂର୍ଣ୍ଣ କଥା କହିବାକୁ ଯାଉଛୁ । ଟ୍ୱିଙ୍କଲ୍ ଖାନ୍ନାଙ୍କ ସାନ ଭଉଣୀ ରିଙ୍କି ୪୩ ବର୍ଷ ବୟସର । ଯଦିଓ ରିଙ୍କି ଜଣେ ବଲିଉଡ୍ ଅଭିନେତ୍ରୀ ହୋଇସାରିଛନ୍ତି, କିନ୍ତୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର୍ ବହୁତ କମ୍ ଥିଲା ।

ରିଙ୍କି ଫିଲ୍ମ ଇଣ୍ଡଷ୍ଟ୍ରିରେ ମାତ୍ର ୪ବର୍ଷ ବିତାଇଥିଲେ, ଯେଉଁ ସମୟରେ ସେ କେବଳ ୯ଟି ଫିଲ୍ମରେ ଅଭିନୟ କରିଥିଲେ । ସେ ୧୯୯୯ରେ ୧୭ବର୍ଷ ବୟସରେ ‘ପ୍ୟାର୍ ମେ କଭି କଭି’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ । ଏହାପରେ ସେ ‘ଜିସ୍ ଦେଶ ମେ ଗଙ୍ଗା ବେହତା ହେ’, ‘ମୁଝେ କୁଛ କହନା ହେ’, ‘ମଜନୁ’, ‘ୟେ ହେ ଜଲୱା’, ‘ପ୍ରାଣ ଯାଏ ପର୍ ଶାନ୍ ନା ଯାଏ’ ଏବଂ ଝଙ୍କାର ବିଟ୍ସ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୦୩ରେ ଆସିଥିବା ‘ଚମେଲି’ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ।

ଚଳଚ୍ଚିତ୍ରରେ ସଫଳତା ନ ମିଳିବାରୁ ରିଙ୍କି ୨୦୦୩ରେ ବ୍ୟବସାୟୀ ସମୀର ସରଣଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଲଣ୍ଡନରେ ସେଟେଲ୍ ହୋଇଗଲେ । ଏହାପରେ ସେ ନିଜ ପରିବାରରେ ଏତେ ବ୍ୟସ୍ତ ରହିଲେ ଯେ କେବେ ଫିଲ୍ମରେ ନଜର ଆସିନଥିଲେ । ଏପରିକି ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ମିଡିଆ ହେଡଲାଇନରେ କେବେବି ଦେଖା ଦେଇନଥିଲେ । ସେ ସୋସିଆଲ୍ ମିଡିଆରେ ମଧ୍ୟ ସକ୍ରିୟ ରୁହନ୍ତି ନାହିଁ । କହିବାକୁଗଲେ ରିଙ୍କି ଏକ ଅଜ୍ଞାତ ଜୀବନଯାପନ କରୁଛନ୍ତି ।

ରିଙ୍କିଙ୍କର ଏକ ୧୭ବର୍ଷର ଝିଅ ମଧ୍ୟ ଅଛି ଯାହାଙ୍କର ନାମ ନାଓମିକା । ଝିଅ ଜନ୍ମ କରିବାର ୯ବର୍ଷ ପରେ ଅର୍ଥାତ ୨୦୧୩ରେ ରିଙ୍କି ପୁଣି ମା’ ହେଲେ ଏବଂ ଏକ ପୁତ୍ର ଜନ୍ମ କଲେ । ତାଙ୍କ ପୁଅ ବର୍ତ୍ତମାନ ୮ବର୍ଷର । ରିଙ୍କିଙ୍କ ଝିଅ ନାଓମିକା ସରଣ ରୂପରେ ବହୁତ ସୁନ୍ଦର । ଗତବର୍ଷ ତାଙ୍କ ଫଟୋ ଭାଇରାଲ୍ ହୋଇଥିଲା । ସେତେବେଳେ ସେ ମାତା ରିଙ୍କି, ଆଇ ଡିମ୍ପଲ୍ କପାଡିଆ ଏବଂ ମାଉସୀ ଟ୍ୱିଙ୍କଲ୍ ଖାନ୍ନାଙ୍କ ସହ ଦେଖାଦେଇଥିଲେ ।

ସେତେବେଳେ ରିଙ୍କିଙ୍କ ଝିଅର ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । ଅନେକ ଏହା ମଧ୍ୟ କହିଥିଲେ ଯେ ନାଓମିକାଙ୍କୁ ବଲିଉଡରେ ଡେବ୍ୟୁ କରିବା ଉଚିତ୍ । ଭବିଷ୍ୟତରେ ଏହା ହୋଇପାରେ । ନାଓମିକା ବର୍ତ୍ତମାନ ତାଙ୍କ ଅଧ୍ୟୟନ ଉପରେ ଧ୍ୟାନ ଦେଉଛନ୍ତି ।

ରିଙ୍କି ଖାନ୍ନାଙ୍କ ବିଷୟରେ ଆଉ ଏକ କୌତୁହଳପୂର୍ଣ୍ଣ ବିଷୟ ଆପଣମାନଙ୍କ ମଧ୍ୟରୁ କମଲୋକ ଜାଣିଥିବେ । ରିଙ୍କିଙ୍କର ପ୍ରକୃତ ନାମ ହେଉଛି ରିଙ୍କଲ୍ ଖାନ୍ନା । ତାଙ୍କ ପିତାମାତା ଯଥା ଡିମ୍ପଲ୍ କାପାଡିଆ ଏବଂ ରାଜେଶ୍ ଖାନ୍ନା ସେମାନଙ୍କର ଦୁଇ ଝିଅଙ୍କର ନାମ ଟ୍ୱିଙ୍କଲ୍ ଏବଂ ରିଙ୍କଲ୍ ରଖିଥିଲେ । ତେବେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପରେ ରିଙ୍କଲ୍ ତାଙ୍କ ନାମ ରିଙ୍କିରେ ପରିବର୍ତ୍ତନ କରିଥିଲେ ।

ଅକ୍ଷୟ କୁମାର ଏବଂ ରିଙ୍କି ଖାନ୍ନାଙ୍କ ମଧ୍ୟରେ ମଧ୍ୟ ଏକ ଭଲ ବନ୍ଧନ ଦେଖିବାକୁ ମିଳିଯାଏ । ଉଭୟ ପରସ୍ପରକୁ ବହୁତ ସମ୍ମାନ କରନ୍ତି । ତେବେ ଅକ୍ଷୟ କୁମାରଙ୍କ ଶାଳୀ ଆପଣଙ୍କୁ କିପରି ଲାଗିଲେ, ମନ୍ତବ୍ୟ କରି ନିଶ୍ଚିନ୍ତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *