SSR ମୃତ୍ୟୁ ମାମଲା : ରହସ୍ୟ ଉପରୁ ପରଦା ହଟାଉଛି ୩୬ ମିନିଟ୍‌ର ଅଡିଓ କ୍ଲିପ୍‌, ଜାଣନ୍ତୁ କାହାର ଏ ଅଡିଓ କ୍ଲିପ୍…

SSR ମୃତ୍ୟୁ ମାମଲା : ରହସ୍ୟ ଉପରୁ ପରଦା ହଟାଉଛି ୩୬ ମିନିଟ୍‌ର ଅଡିଓ କ୍ଲିପ୍‌, ଜାଣନ୍ତୁ କାହାର ଏ ଅଡିଓ କ୍ଲିପ୍…

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି । ଇତି ମଧ୍ୟରେ ତାଙ୍କର ଏକ ଅଡିଓ କ୍ଲିପ୍‌ ସାମ୍ନାକୁ ଆସିଛି । ଏହା ତାଙ୍କ ମୃତ୍ୟୁର ୫ ମାସ ପୂର୍ବର ଅର୍ଥାତ୍‌ ଜାନୁଆରୀର ବୋଲି ସୂଚନା ମିଳିଛି ।

ଏହି ଅଡିଓ କ୍ଲିପ୍‌ରେ ସୁଶାନ୍ତଙ୍କ ସମେତ ରିୟା, ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଏବଂ କିଛି ଆର୍ଥିକ ଉପଦେଷ୍ଟାଙ୍କ ଭଏସ ରହିଛି । ଏଥିରେ ସୁଶାନ୍ତ ବଲିଉଡ୍‌ ଛାଡ଼ିବା କଥା କହୁଛନ୍ତି ଏବଂ ଭବିଷ୍ୟତର ଯୋଜନା ବାବଦରେ କହୁଥିବାର ଶୁଣିବାକୁ ମିଳିଛି । ଏମିତି କି ଖର୍ଚ୍ଚ କମାଇବା ନେଇ ସେ ସମସ୍ତଙ୍କ ସହ କଥା ହେଉଥିବା ଶୁଣିବାକୁ ମିଳିଛି । ସୁଶାନ୍ତଙ୍କ ଟଙ୍କା ଉପରେ ରିୟାଙ୍କର ପୂରା କଣ୍ଟ୍ରୋଲ ଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉଛି । ରିୟା ପ୍ରଚୁର ଅର୍ଥ ଉଡ଼ାଉଥିବାରୁ ସୁଶାନ୍ତ ଏଭଳି କହିଥିବା ଆଲୋଚନା ହେଉଛି ।

Google

ଆଉ ଏକ ରିପୋର୍ଟ ମୁତାବକ ଏହି ଅଡିଓ କ୍ଲିପ୍‌ ୩୬ ମିନିଟ୍‌ର । ଏଥିରେ ରିୟା ସୁଶାନ୍ତଙ୍କୁ କହୁଛନ୍ତି ଯେ, ଟଙ୍କାର ସ୍ଥାୟୀ ଜମା ହେବା ଆବଶ୍ୟକ । ସ୍ଥାୟୀ ଜମା ପାଇଁ ମୁଁ ସୁଶାନ୍ତଙ୍କୁ ପରାମର୍ଶ ଦେବାକୁ ଚାହିଁବି । ତାଙ୍କ ଆକାଉଣ୍ଟରେ ୧୦-୧୫ ଲକ୍ଷରୁ ଅଧିକ ଟଙ୍କା ରହିବା ଉଚିତ ନୁହେଁ । ଆଉ ଏକ କଥା ହେଉଛି ସ୍ଥାୟୀ ଜମା ଦ୍ୱାରା ତାଙ୍କୁ ସୁଧ ମିଳିଚାଲିବ । ତାଙ୍କ ଜମା ଟଙ୍କା ସୁରକ୍ଷିତ ବି ରହିବ । ତାଙ୍କ ଦସ୍ତଖତ ବିନା ଅନ୍ୟ କେହି ତାଙ୍କ ସ୍ଥାୟୀ ଜମାରେ ହାତ ମାରିପାରିବେ ନାହିଁ ।

ଏହି ଅଡିଓ କ୍ଲିପ୍‌ରେ ଜାଣିବାକୁ ମିଳିଛି ଯେ ସୁଶାନ୍ତ ମୁମ୍ବାଇ ଛାଡ଼ିବାକୁ ଚାହୁଁଥିଲେ ଏବଂ ରିୟା ତାଙ୍କୁ ଗାଁ’କୁ ଫେରିଯିବାକୁ ପରାମର୍ଶ ଦେଉଥିଲେ । ରିୟା ପୁଣି କହୁଛନ୍ତି, ଆମେ ମାସେ ଦୁଇମାସ ପାଇଁ ଗୋଆ ଯିବା ଏବଂ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା । ଏହାପରେ ସୁଶାନ୍ତ ନିଜ ଅବସର ଯୋଜନା ବାବଦରେ କହୁଛନ୍ତି ଏବଂ ଏହା କିଭଳି ହେବ, ସେନେଇ ସମସ୍ତଙ୍କୁ ପଚାରୁଛନ୍ତି । ଏହା ଉପରେ ରିୟା କହୁଛନ୍ତି, ସର୍ବପ୍ରଥମେ ସେହି ଟଙ୍କା କଥା ଚିନ୍ତା କରିବାକୁ ହେବ, ଯାହା ସୁଶାନ୍ତଙ୍କ ପାଖରେ ରହିଛି । ସେଥିରୁ ରିଟର୍ଣ୍ଣ କେତେ ମିଳିବ, ତାହା ଉପରେ ବିଚାର କରିବାକୁ ହେବ ।

ଉକ୍ତ ଅଡିଓ କ୍ଲିପ୍‌ରେ ସୁଶାନ୍ତ ପ୍ରାକୃତିକ ଏବଂ ସବୁଜିମା ଭରା ସ୍ଥାନରେ ରହିବା କଥା କହୁଛନ୍ତି, ଯେଉଁଠାରେ ତାଙ୍କୁ ଶାନ୍ତି ମିଳିବ । ଏହା ଉପରେ ରିୟା ତାଙ୍କୁ ମହାରାଷ୍ଟ୍ରର ପାୱନା ସ୍ଥାନ ନେଇ ପରାମର୍ଶ ଦେଉଛନ୍ତ । ଏନେଇ ରିୟା କହୁଛନ୍ତି, ‘ଆମେ ଦିନେ ଦୁଇଦିନ ମଧ୍ୟରେ ପାୱନା ଯିବା ଏବଂ ସେଠାରେ କେମିତି ଲାଗୁଛି ଦେଖିବା ।’

Google

ଏହାପରେ ରିୟା ସୁଶାନ୍ତଙ୍କୁ କୌଣସି ବିଜ୍ଞାପନ ପାଇଁ ସାଇନ୍‌ କରାଇଥିବା ବାବଦରେ ପ୍ରଶ୍ନ କରୁଛନ୍ତି । ଏହା ଉପରେ ଅନ୍ୟଜଣେ ମହିଳା (ସମ୍ଭବତଃ ଶ୍ରୁତି ମୋଦି)ଙ୍କ ସ୍ୱର ଶୁଣିବାକୁ ମିଳୁଛି । ସେ କହୁଛନ୍ତି, ହଁ, ଆମେ ଟାଇଟନ ଓ ସୋନି ଲେକ୍ସସ୍‌ ଭଳି କିଛି ବ୍ରାଣ୍ଡ୍‌ ସହ ସାଇନ୍‌ କରି ଅର୍ଥ ହାସଲ କରିଛୁ । ସୁଶାନ୍ତ ଏନେଇ ଚୁପ୍‌ ରହିବା ପରେ ରିୟା କହୁଛନ୍ତି, ଏବେ ଯେତେ ବିଜ୍ଞାପନ ପାଇଁ ସାଇନ୍‌ ହୋଇଛି, ତାହା ସୁଶାନ୍ତ ଶେଷ କରାଇନେବା ଆବଶ୍ୟକ । ପରେ ଅନ୍ତିମ ନିଷ୍ପତ୍ତି ତାଙ୍କୁ ହିଁ ନେବାକୁ ହେବ ।

ଅନ୍ୟପକ୍ଷରେ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦଶମ ଦିନରେ ପହଞ୍ଚିଛି । ସିବିଆଇ ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ରବିବାର ପୁଣି ୮ଘଣ୍ଟା ଧରି ଜେରା କରିଛି । ଶନିବାର ୭ ଘଣ୍ଟା ମଧ୍ୟରେ ତାଙ୍କୁ ୨୦ରୁ ଅଧିକ ପ୍ରଶ୍ନ କରିଥିଲା । ଏହାର ପୂର୍ବଦିନ ରିୟାଙ୍କୁ ୧୦ ଘଣ୍ଟା ଜେରା କରିଥିଲା ସିବିଆଇ । ରିୟାଙ୍କ ପୂର୍ବରୁ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର ସାମୁଏଲ୍‌ ମିରାଣ୍ଡା, ଫ୍ଲାଟ୍‌ମେଟ୍‌ ସିଦ୍ଧାର୍ଥ ପୀଠାନି, ରୋଷେୟା ନିରଜ ସିଂହ ପ୍ରମୁଖଙ୍କୁ ଜେରା କରିସାରିଛି ।

Google

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବାକୁ ଯାଉଛି । ଏହି ମାମଲାରେ ତଦନ୍ତ ଏଜେନ୍ସି ସୁଶାନ୍ତଙ୍କ ପିତା, ଭଉଣୀ ଓ ଭିଣୋଇଙ୍କୁ ଜେରା ପାଇଁ ଡକାଇବ । ତେବେ ଇତିମଧ୍ୟରେ ସିବିଆଇ ସୁଶାନ୍ତଙ୍କ ବଡ଼ ଭଉଣୀ ମିତୁ ସିଂଙ୍କୁ ସମନ୍‌ ଜାରି କରିଛି ଏବଂ ସୋମବାର ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛି । ମିତୁ ସିଂ ଜୁନ୍‌ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିଲେ । ରିୟା ନିଜର ଏକ ସାକ୍ଷାତକାରରେ ପରିବାର ଲୋକଙ୍କ ସହ ସୁଶାନ୍ତଙ୍କର ଭଲ ସମ୍ପର୍କ ନ ଥିବା ଦାବି କରିଥିଲେ । ଏହାବ୍ୟତୀତ ଜୁନ୍‌ ୧୨ ପର୍ଯ୍ୟନ୍ତ ମିତୁଙ୍କ ସହ ସେ ନିଜେ ଉପସ୍ଥିତ ଥିବା କହିଥିଲେ । ତେଣୁ ଏହାର ସତ୍ୟତା ଜାଣିବା ପାଇଁ ସିବିଆଇ ମିତୁଙ୍କୁ ସମନ ଜାରି କରିଛି । ମିତୁଙ୍କ ବ୍ୟତୀତ ତାଙ୍କ ପରିବାରର ଅନ୍ୟମାନଙ୍କୁ ବି ସମନ୍‌ ଜାରି କରାଯିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *