ଏହି ବଲିଉଡ଼ ଅଭିନେତ୍ରୀଙ୍କ ଭାଉଜମାନେ ସୁନ୍ଦରତାରେ କୌଣସି ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି । ଦେଖନ୍ତୁ ଫଟୋ :-

ବଲିଉଡ଼ରେ ନିଜର ଗ୍ଲେମର ଏବଂ ଅଭିନୟ ଦ୍ୱାରା ସମସ୍ତଙ୍କ ପ୍ରିୟ ହୋଇଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ, ଅନୁଷ୍କା ଶର୍ମା ଏବଂ ସନୀ ଲିୟୋନୀଙ୍କ ନାମକୁ କିଏ ବା ଜାଣିନାହିଁ । ଦେଶ ବିଦେଶରେ ଗ୍ଲେମର ଦୁନିଆକୁ ଯେତିକି ତାଙ୍କ ଅଭିନୟ କାରଣରୁ ନିଆଯାଏ ତାଠାରୁ ଅଧିକ ତାଙ୍କ ସୌନ୍ଦର୍ଯ୍ୟ କାରଣରୁ ନିଆଯାଇଥାଏ । କିନ୍ତୁ ତାଙ୍କ ନିଜ ଘରେ କେହି ଅଛନ୍ତି, ଯେଉଁମାନେ ଏହି ମାମଲାରେ ତାଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଏହି ତିନି ଜଣଙ୍କର ଭାଉଜ ସୌନ୍ଦର୍ଯ୍ୟ ମାମଲାରେ ଏମାନଙ୍କ ଠାରୁ କମ ନୁହଁନ୍ତି । ଏହି କାରଣ ହିଁ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ । ଜାଣନ୍ତୁ ଆଜି ଏହି ତିନିଜଣ ଗ୍ଲେମର ଗାର୍ଲସଙ୍କ ଭାଉଜଙ୍କ ବିଷୟରେ ।

google

ସନୀ ଲିଓନିଙ୍କ ସୈଫ ଭାଇଙ୍କୁ ଆପଣ ଏବେ ସୁଦ୍ଧା ହୁଏତ ଜାଣି ସାରିଥିବେ ଏବଂ ଏହା ମଧ୍ୟ ଜାଣି ସାରିଥିବେ ଯେ ସନୀଙ୍କ ଭାଇଙ୍କ ନାମ ସନ୍ଦୀପ ସିଂହ ବୋହରା ବୋଲି । ଯାହାଙ୍କ ଡାକ ନାମ ସନୀ ଥିଲା । ଯାହାକୁ ପରେ କେରନଜିତ କୌର ନିଜର ବିଜନେସ ନାମ ଭାବରେ ଆପଣେଇ ନେଇଥିଲେ । କେହିଜଣେ ସନୀ ସହିତ ଲିଓନି ଯୋଡ଼ିଦେଲେ ଏବଂ ଏମିତିରେ ନାମ ହୋଇଗଲା ସନୀ ଲିଓନି । କିନ୍ତୁ ଏବେ ସେହି ଭାଇ ସନ୍ଦୀପଙ୍କ ପତ୍ନୀଙ୍କ ସହିତ ତାଙ୍କର ଖୁବ ଭଲ ବନ୍ଧୁତା । କରୋନା କାଳରେ ଲକଡାଉନ ସମୟରେ ସନୀ ତାଙ୍କ ସହିତ ୱର୍କଆଉଟ ସେସନର ଭିଡ଼ିଓ ସେୟାର କରିଛନ୍ତି । ସନୀ ଲିଓନିଙ୍କ ଭାଉଜଙ୍କ ନାମ ହେଉଛି କରିଶ୍ମା ବୋହରା । ସେତିକି ଫିଟ ଏବଂ ସେତିକି ଗ୍ଲେମର୍ସ ଏବଂ ଇନସ୍ଟାଗ୍ରାମରେ ବହୁତ ଫ୍ୟାନ ଫ଼ଲୋ କରନ୍ତି । ହୁଏତ ସନୀଙ୍କୁ ହରାଇବା କଷ୍ଟକର କିନ୍ତୁ ସନୀ ଯେଉଁଭଳି ଭାବରେ ତାଙ୍କ ଭାଉଜଙ୍କ ସହିତ ଯୋଡ଼ି ବନାଇଛନ୍ତି ତାହା ବାସ୍ତବରେ ଦେଖିବା ଉପଯୋଗୀ । ଦୁହେଁ ପରସ୍ପରର ମଜା ଭିଡ଼ିଓ ସେୟାର କରିଥାନ୍ତି । ଫେମିଲି ଟୁରରେ ଯାଆନ୍ତି ଏବଂ ନିଜ ପରିବାର ସହିତ ଛୁଟି ମନାନ୍ତି ।

google

କରିସ୍ମାଙ୍କୁ ବୋହରା ପଦବୀ ସନ୍ଦୀପ ବୋହରାଙ୍କୁ ବିବାହ କରିବା ପରେ ହିଁ ମିଳିଛି । ତାହା ପୂର୍ବରୁ ସେ କରିସ୍ମା ନାୟଡୁ ନାମରେ ଜଣା ଯାଉଥିଲେ । କରିସ୍ମା ମଧ୍ୟ ଗ୍ଲେମର୍ସ ଜଗତ ସହିତ ଜଡ଼ିତ ଅଛନ୍ତି ଜଣେ ଫ୍ୟାସନ ଷ୍ଟାଇଲିଷ୍ଟ ଏବଂ ୱାର୍ଡରୋବ କନସଲଟେଣ୍ଟ ଭାବରେ । ସନୀଙ୍କ ଭାଇଙ୍କ ସହିତ ବିବାହ ପରେ ସେ ସନୀ ଲୀୟନଙ୍କ ଷ୍ଟାଇଲିଷ୍ଟ ଭାବରେ ମଧ୍ୟ କାମ କରୁଛନ୍ତି । ସନୀଙ୍କ ଭାଇ ସନ୍ଦୀପ କରଲୀଫର୍ନିଆର ଏକ ପବ ରେ ସୈଫ ଭାବରେ କାମ କରନ୍ତି । ଦୁହେଁ ପ୍ରାୟ ସନୀ ଏବଂ ସନୀଙ୍କ ପରିବାର ସହିତ ଛୁଟିରେ ଯାଆନ୍ତି । କିନ୍ତୁ ସନୀଙ୍କ ଫ୍ୟାନଙ୍କ ମଧ୍ୟରେ କେବଳ ତାଙ୍କ ଭାଉଜଙ୍କ ବିଷୟରେ ହିଁ ଚର୍ଚ୍ଚା ହୋଇଥାଏ । ଯିଏକି ପ୍ରାୟ ନିଜର ଗ୍ଲେମର ଫୋଟ ଏବଂ ବ୍ୟକ୍ତିଗତ ଫୋଟ ସେୟାର କରି ଦର୍ଶକଙ୍କ ମନୋରଞ୍ଜନ କରନ୍ତି ।

google

ଐଶ୍ୱର୍ଯ୍ୟାଙ୍କ ଭାଉଜ ହେଉଛନ୍ତି ଇନସ୍ଟାଗ୍ରାମ କୁଇନ :-

ଐଶ୍ୱର୍ଯ୍ୟା ରାୟ ବୋଲିଉଡ଼ର ଜଣେ ସଫଳ ଅଭିନେତ୍ରୀ ଅଟନ୍ତି , ଏବଂ ଏଥିରେ କୌଣସି ସନ୍ଦେହ ନାହିଁ । ଆଜିକାଲି ଐଶ୍ୱର୍ଯ୍ୟା ରାୟଙ୍କ ଭାଇ ଆଦିତ୍ୟଙ୍କ ଚର୍ଚ୍ଚା ହିଁ ହୋଇଥାଏ । କିନ୍ତୁ ଧୀରେ ଧୀରେ ଭାଇ ଆଦିତ୍ୟଙ୍କ ଭାଉଜ ଅଧିକ ଚର୍ଚ୍ଚାରେ ରହିବାକୁ ଲାଗିଲେ । ସେ ଫିଟନେସ ଏବଂ ଗ୍ଲେମର୍ସ ଅନୁଯାୟୀ ମଧ୍ୟ ସେ ଐଶ୍ୱର୍ଯ୍ୟାଙ୍କୁ ପଛରେ ପକାଇ ଦେଇଛନ୍ତି । ତାଙ୍କ ନାମ ଶ୍ରୀମା ରାୟ । ଆପଣଙ୍କୁ କହି ରଖୁଛୁ ଯେ ଶ୍ରୀମା ତାଙ୍କ ନିଜର ଫ୍ୟାସନ ଏବଂ ଲାଇଫ ଷ୍ଟାଇଲ ବ୍ଲଗ ଚଲାନ୍ତି । ଶ୍ରୀମା ନିଜେ ମଧ୍ୟ ଜଣେ ମଡେଲ ଅଟନ୍ତି ଏବଂ ୨୦୦୯ ରେ ମିସେସ ୱାର୍ଲଡ଼ର ବେଜେତା ମଧ୍ୟ ରହି ସାରିଛନ୍ତି ।

google

ପ୍ରକୃତରେ ଏକ ଡିନର ପାର୍ଟି ଜରିଆରେ ଆଦିତ୍ୟଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ଏକ ବର୍ଷ ପର୍ଯ୍ୟନ୍ତ ଦୁହେଁ ପରସ୍ପରକୁ ଡେଟ କରିଥିଲେ ଏବଂ ଏବେ ତାଙ୍କ ବିବାହକୁ ୧୫ ବର୍ଷ ହୋଇଗଲାଣି । ପ୍ରଥମେ ଦୁହେଁ ବିବାହ ପରେ ମୁମ୍ବାଇରେ ରହିବାର ପ୍ଲାନ ବନାଇଥିଲେ । ଦୁହିଁଙ୍କର ଦୁଇ ସନ୍ତାନ ଅଛନ୍ତି । ତଥାପି ସେ ନିଜକୁ ଖୁବ ଫିଟ ରଖିଛନ୍ତି । ସେ ଇନସ୍ଟାଗ୍ରାମରେ ପ୍ରାୟ ନିଜର ହଟ ଏବଂ ଗ୍ଲେମର୍ସ ଫୋଟ ଲଗାଇଥାନ୍ତି । କେବେ କେବେ ନିଜ ପିଲା ସହିତ ଏବଂ ଆଦିତ୍ୟଙ୍କ ସହିତ । ଇନସ୍ଟାଗ୍ରାମରେ ମଧ୍ୟ ତାଙ୍କ ଫଲୋର୍ସ ସଂଖ୍ୟା କିଛି କମ ନାହଁନ୍ତି । ତାସହିତ ସେ ଲାଇଭ ଚାଟ ମଧ୍ୟ କରିଥାନ୍ତି । ତାଙ୍କ ଇନସ୍ଟାଗ୍ରାମ ରେ ଐଶ୍ୱର୍ଯ୍ୟାଙ୍କ ପରିବାରର ଅନେକ ଦେଖା ଯାଇନଥିବା ଫୋଟ ମଧ୍ୟ ଦେଖିବାକୁ ମିଳିଥାଏ । ଲୋକ ପ୍ରାୟ ଐଶ୍ୱର୍ଯ୍ୟାଙ୍କ ବିଷୟରେ ତାଙ୍କୁ ପ୍ରଶ୍ନ କରିଥାନ୍ତି । ଆପଣଙ୍କୁ କହି ରଖୁଛୁ ଯେ ତାଙ୍କ ପିଲାମାନଙ୍କ ପାଇଁ ଐଶ୍ୱର୍ଯ୍ୟା କେବେବି ଜଣେ ସେଲିବ୍ରିଟି ନୁହଁନ୍ତି ବରଂ ‘ଗୁଲୁ ବୁଆ’ ଅଟନ୍ତି । ଏହି କାରଣରୁ ସେ ଇଣ୍ଟରନେଟରେ ଖୁବ ଲୋକପ୍ରିୟ ଅଟନ୍ତି ।

google

ଅନୁଷ୍କାଙ୍କ ଠାରୁ ଅଧିକ ବିରାଟଙ୍କ ଭାଉଜଙ୍କ ଚର୍ଚ୍ଚା :-

ହୁଏତ ଅନୁଷ୍କା ଶର୍ମାଙ୍କ ସହିତ ଟକ୍କର ଦେବା ଖୁବ କଷ୍ଟକର । କିନ୍ତୁ ତାଙ୍କ ପରିବାରରେ ଜଣେ ଏମିତି ଅଛନ୍ତି ଯିଏ ଏହି କାମ କରି ଦେଖାଇଛନ୍ତି । ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସାମ୍ନାରେ କାହାର ତୁଳନା କରିବା ଉଚିତ ହେବନାହିଁ । କିନ୍ତୁ ତଥାପି ହୋଇଥାଏ । ବିରାଟ ଏବଂ ଅନୁଷ୍କାଙ୍କ ପ୍ରଶଂସକ ତାଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ନେବାକୁ ଚାହାଁନ୍ତି । ଯେତେବେଳେ ଦୁହିଁଙ୍କ ବିବାହର ଫୋଟ ସେୟାର ହୋଇଥିଲା ସେବେଠାରୁ ହିଁ ଅନୁଷ୍କାଙ୍କ ଶାଶୁ ଘରର ପ୍ରତ୍ୟେକ ଲୋକଙ୍କୁ ତାଙ୍କ ଫ୍ୟାନ ମାନେ ଜାଣି ଯାଇଥିଲେ । ଏମିତିରେ ଚର୍ଚ୍ଚାକୁ ଆସିଲା ତାଙ୍କ ଭାଉଜ ଚେତନା କୋହଲିଙ୍କର ମଧ୍ୟ । ବିରାଟଙ୍କ ଫ୍ୟାନଙ୍କ ଅନୁସାରେ ଅନୁଷ୍କା ଶର୍ମାଙ୍କ ସୌନ୍ଦର୍ଯ୍ୟ ତୁଳନାରେ ସେ ପଛରେ ନାହଁନ୍ତି । କହିରଖୁଛୁ ଯେ ଚେତନା ବିରାଟଙ୍କ ବଡ଼ ଭାଇ ବିକାଶଙ୍କ ପତ୍ନୀ ଅଟନ୍ତି । ବିକାଶ ବିଜେନେସ ମ୍ୟାନ ଅଟନ୍ତି ଏବଂ ପ୍ରାୟ ପେଜ ଥ୍ରୀ ପାର୍ଟି ରେ ନିଜ ପତ୍ନୀ ଚେତନାଙ୍କ ସହିତ ନଜର ଆସନ୍ତି । ସୋସିଆଲ ମିଡ଼ିଆ ରେ ନଜର ଆସିଥାଏ । ଏମିତିରେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାଙ୍କ ନାମ ଆର୍ଯ୍ୟବୀର ଅଟେ । ଯାହାଙ୍କ ସହିତ ବିରାଟ ମଧ୍ୟ ନିଜର ଫୋଟ ସେୟାର କରିବାକୁ ନିଜକୁ ରୋକି ପାରନ୍ତି ନାହିଁ ।

google

ତାଙ୍କ ମା ଏବଂ ଭଉଣୀ ଭାବନା ଯିଏକି ବୃତ୍ତିରେ ଶିକ୍ଷକ, ତାଙ୍କ ବିବାହ ଦିଲ୍ଲୀର ଜଣେ ବିଜନେସ ମ୍ୟାନଙ୍କ ସହିତ ହୋଇଛି । କିନ୍ତୁ ଲୋକଙ୍କ ଆଗ୍ରହ ତାଙ୍କ ଭାଉଜଙ୍କ ପ୍ରତି ଅଧିକ । ତେଣୁ ସୋସିଆଲ ମିଡିଆରେ ଚେତନାଙ୍କ ଚର୍ଚ୍ଚା ହୋଇଥାଏ । କିନ୍ତୁ ସେ ଅନ୍ୟ ମାନଙ୍କ ଭାଉଜଙ୍କ ଭଳି ଗ୍ଲେମର୍ସ ଦୁନିଆ କିମ୍ବା ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହନ୍ତି ନାହିଁ । କିନ୍ତୁ ସୌନ୍ଦର୍ଯ୍ୟ ମାମଲାରେ ସେ କାହାଠାରୁବି କମ ନୁହଁନ୍ତି ।

Be the first to comment

Leave a Reply

Your email address will not be published.


*