ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଗୌରବ ଆର୍ଯ୍ୟଙ୍କ ଘରେ ଏନ୍‌ସିବି ଚଢ଼ାଉ, ରିୟାଙ୍କୁ ୧୦ ଘଣ୍ଟା ଜେରା କଲା ସିବିଆଇ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଗୌରବ ଆର୍ଯ୍ୟଙ୍କ ଘରେ ଏନ୍‌ସିବି ଚଢ଼ାଉ, ରିୟାଙ୍କୁ ୧୦ ଘଣ୍ଟା ଜେରା କଲା ସିବିଆଇ…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ରିୟାଙ୍କର ଡ୍ରଗ୍ସ ଲିଙ୍କ୍‌ ସାମ୍‌ନାକୁ ଆସିବା ପରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗୋଆରେ ହୋଟେଲ ବ୍ୟବସାୟୀ ଗୌରବ ଆର୍ଯ୍ୟଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଏନ୍‌ସିବିର ଏକ ଟିମ୍‌ ଶୁକ୍ରବାର ରାତିରେ ଗୌରବଙ୍କ ଘର ଓ ହୋଟେଲରେ ଚଢ଼ାଉ କରିଥିଲା । ମାତ୍ର ତାଙ୍କୁ ପାଇ ନ ଥିଲା । ଘର ମାଲିକଙ୍କ କହିବାନୁଯାୟୀ ଗୌରବ ଗତ କିଛିମାସ ହେଲା ସେଠାକୁ ଆସୁନାହାନ୍ତି । ଅଞ୍ଜୁନାରେ ଥିବା ତାଙ୍କ ହୋଲେଟକୁ ଦୁଇଜଣ ପୋଲିସ ସାଦା ପୋଷାକରେ ଯାଇ ପଚରାଉଚୁରା କରିଛନ୍ତି । ସେହିଭଳି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍‌ ମଧ୍ୟ ଗୌରବଙ୍କ ସନ୍ଧାନରେ ଗୋଆ ଯାଇଥିଲା । ମାତ୍ର ତାଙ୍କୁ ପାଇ ନ ଥିଲା । ତାଙ୍କ ହୋଟେଲ ବାହାରେ ଇଡି ପକ୍ଷରୁ ଏକ ନୋଟିସ୍‌ ଲଗାଇ ଦିଆଯାଇଛି ।

Google

ଅଗଷ୍ଟ ୩୧ ତାରିଖ ସୁଦ୍ଧା ତାଙ୍କୁ ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଗୌରବ ଓ ରିୟାଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ହୋଇଥିବା ଚାଟ୍‌ରୁ ଉଭୟେ ଡ୍ରଗ୍ସ କାରବାର ବିଷୟରେ କଥା ହୋଇଥିବା ସୂଚନା ମିଳିଥିଲା। ଗୌରବଙ୍କର ଅଞ୍ଜୁନା ଓ ବାଗାଟୋରା ଅଞ୍ଚଳରେ ହୋଟେଲ ଓ କାଫେ ରହିଛି। ଗୌରବ ପୁରୁଣା ଦିଲ୍ଲୀ ବାସିନ୍ଦା ହୋଇଥିଲାବେଳେ ୨୦୦୭ରୁ ସେ ଗୋଆରେ ରହୁଛନ୍ତି। ସେ ପ୍ରଥମେ ଏକ ବିଜ୍ଞାପନ କମ୍ପାନୀରେ କାମ କରୁଥିଲେ। ମାତ୍ର ପରେ ନିଜର ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ।

Google

ସେପଟେ ସିବିଆଇ ଶୁକ୍ରବାର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଡକାଇ ପଚରାଉଚରା କରିଛି। ରିୟାଙ୍କୁ ସିବିଆଇ ପ୍ରାୟ ୧୦ଘଣ୍ଟା ଧରି ମାମଲା ସହ ଜଡିତ ବିଭିନ୍ନ ପ୍ରଶ୍ନ କରିଥିଲା। ତଥାପି ପଚରାଉଚରା ଶେଷ ହୋଇନଥିବାବେଳେ ଶନିବାର ପୁଣି ଜେରା ପାଇଁ ରିୟାଙ୍କୁ ଡକାଯିବା ନେଇ ସୂଚନା ଦିଆଯାଇଥିଲା।

Google

ସିବିଆଇ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ଜଡିତ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କୁ ଜେରା କରିସାରିଛି। ଶୁକ୍ରବାର ରିୟାଙ୍କୁ ଜେରା କରିଥିଲା। ସୂତ୍ର ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ୧୦ଟି ପ୍ରଶ୍ନ ପଚାରିଥିଲା। ସେଥିରେ ସୁଶାନ୍ତଙ୍କ ସହ ରିୟାଙ୍କ କେବେ ଦେଖା ସାକ୍ଷାତ ହେଲା ଓ କେଉଁଠି ହେଲା, ୟୁରୋପ ଟ୍ରିପରେ ଉଭୟ କେବେ ଯାଇଥିଲେ, ଏହି ଟ୍ରିପରେ କୌଣସି ପରିବାର ସଦସ୍ୟ ଥିଲେ ନା ନାହିଁ ଆଦି ସାମିଲ ଥିଲା। ଏପରିକି କେବେ ନୂଆ ଆପାର୍ଟମେଣ୍ଟକୁ ରିୟା ଆସିଲେ, ସୁଶାନ୍ତଙ୍କ ସହ ରିୟା ପାର୍ଟିକୁ ଯାଉଥିଲେ ନା ନାହିଁ, ପରିବାର ସହ ସମ୍ପର୍କ କିପରି ଥିଲା ସେ ବାବଦରେ ମଧ୍ୟ ପ୍ରଶ୍ନ କରିଥିଲା ସିବିଆଇ।

Leave a Reply

Your email address will not be published. Required fields are marked *