ଧାରାବାହିକ ନାଗିନ୍-୫ରେ ଅଭିନୟ କରୁଥିବା ମୋହିତ ସହଗଲଙ୍କ ସ୍ତ୍ରୀ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

ବର୍ତ୍ତମାନ ସମୟରେ କୋଲୋର୍ସ ଟିଭି ଚ୍ୟେନେଲରେ “ନାଗିନ୍”ର ୫ମ ସିଜନ୍ ଚାଲୁଅଛି । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ମୋହିତ ସହଗଲ, ଯେ କି ବହୁତ ସମୟ ପରେ ଟିଭି ଇଣ୍ଡଷ୍ଟ୍ରିକୁ ପୁନଃ ଫେରିଛନ୍ତି । ନାଗିନ୍-୫ରେ ମୋହିତ ସହଗଲଙ୍କୁ ଦେଖି ଦର୍ଶକମାନେ ବହୁତ ଖୁସି ଅଛନ୍ତି । ଯେଉଁ ଦିନରୁ ତାଙ୍କ ପକ୍ଷରେ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସୁରବି ଚନ୍ଦନାଙ୍କୁ କାଷ୍ଟ୍ କରାଗଲା, ସେହି ଦିନରୁ ଦର୍ଶକମାନେ ତାଙ୍କ ଯୋଡ଼ି ଦେଖି ବହୁତ ପସନ୍ଦ କରୁଛନ୍ତି । ଆପଣ ସମସ୍ତେ ତ’ ନାଗିନ୍-୫ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ମୋହିତ ସହଗଲଙ୍କ ବିଷୟରେ ଜାଣିଥିବେ । କିନ୍ତୁ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଜାଣିଛନ୍ତି କି ? ସେ କିଏ ଅଟନ୍ତି, କଣ କରନ୍ତି ଓ କିପରି ଦେଖା ଯାଆନ୍ତି ? ତେବେ ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା ।

Google

ଟିଭି ଇଣ୍ଡଷ୍ଟ୍ରିର ହେଣ୍ଡସମ ଅଭିନେତା ମୋହିତ ସହଗଲ ୧୯୮୫ ମସିହା ଡ଼ିସେମ୍ବର ମାସ ୩ ତାରିଖ, ଦିଲ୍ଲୀ ସହରରେ ଜନ୍ମ ହୋଇଥିଲା । ତାଙ୍କ ଅଭିନୟ କ୍ୟାରିଅର ବିଷୟରେ କହିବାକୁ ଗଲେ ୨୦୦୮ରେ “ଷ୍ଟାର ୱାନ୍”ରେ ଆସିଥିବା ଧାରାବାହିକ “ମିଳେ ଥେ ଜାବ୍ ହମ୍ ତୁମସେ”ରେ ମାଧ୍ୟମରେ ଟିଭି ଜଗତରେ ପାଦ ଦେଇଥିଲେ । ଆକର୍ଷଣୀୟ, ଚିତ୍ତହର୍ଷକ ଅଭିନୟ ଦ୍ଵାରା ସେ ପ୍ରଥମରୁ ହିଁ ଦର୍ଶକଙ୍କ ଲୋକପ୍ରିୟ ହୋଇପଡ଼ିଥିଲେ ।

Google

ତାଙ୍କ ସୁନ୍ଦର ଅଭିନୟ ଦେଖି ବହୁତ ନିର୍ଦେଶକ ତାଙ୍କ ଉପରେ ପ୍ରଭାବିତ ହୋଇଥିଲେ । ଏଥି ନିମନ୍ତେ ତାଙ୍କୁ ଅନେକ ଧାରାବାହିକରେ କାମ କରିବାକୁ ସୁଯୋଗ ମିଳିଥିଲା । ଯେପରିକି କାବୁଲ, ପରିଚୟ, ତୁମ୍ହାରି ପାଖି, ଜାରା ନାଚ କେ ଦିଖା, ଲଭ କା ଇନ୍ତଜାର ଓ ସରୋଜିନୀ ଏକ ପେହେଲ । ଏହି ଧାରାବାହିକ ଗୁଡ଼ିକରେ ହୃଦୟ ଶ୍ଵର୍ଷ ଅଭିନୟକ ପ୍ରଦର୍ଶନ କରି ଟିଭି ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

Google
Google

ତାଙ୍କ ସ୍ତ୍ରୀଙ୍କ ବିଷୟରେ କହିବାକୁ ଗଲେ, ତାଙ୍କ ନାମ ହେଉଛି ସନାୟା ଇରାଣୀ । ସେ ଟିଭି ଜଗତର ଏକ ସଫଳ ଅଭିନେତ୍ରୀ ଅଟନ୍ତି । କହିବାକୁ ଗଲେ ସେ ଅନେକ ଧାରାବାହିକରେ କାମ କରିଥିଲେ । କିନ୍ତୁ ତାଙ୍କୁ ଧାରାବାହିକ “ଇସ୍ ପ୍ୟାର କ କ୍ୟା ନାମ ଦୁ ମେ” ଧାରାବାହିକରେ କରିଥିବା ଚିତ୍ତାକର୍ଷକ ଓ ହୃଦୟ ଶ୍ଵର୍ଷୀ ଅଭିନୟ ଦ୍ଵାରା ଲୋକଙ୍କ ହୃଦୟକୁ ଜିତିପଡ଼ିଥିଲେ । ପ୍ରଥମ ଥର ପାଇଁ ଦୁହେଁକ ମଧ୍ୟରେ ଧାରାବାହିକ “ମିଳେ ଥେ ଜାବ୍ ହମ୍ ତୁମସେ” ସେଟ୍ ରେ ଭେଟ ହୋଇଥିଲା । ଦୁହେଁ ମିଶି ଅଭିନୟ କରୁ କରୁ ଦୁହେଁକ ମଧ୍ୟରେ ପ୍ରେମ ହୋଇଯାଇଥିଲା । ଏହାପରେ ସେ ଦୁହେଁ ଦୀର୍ଘ ୭ ବର୍ଷ ପର୍ଯ୍ୟନ୍ତ ଡ଼େଟ୍ କରିଲେ ଓ ଏହାପରେ ସେମାନେ ୨୦୧୬ରେ ବିବାହ କରିଥିଲେ । ଆଜି ଏହି ଦୁହେଁ ଖୁବ୍ ଖୁସିରେ ରହୁଛନ୍ତି ।

Be the first to comment

Leave a Reply

Your email address will not be published.


*