୨ ବର୍ଷ ମଧ୍ୟରେ ୨୫ଟି ଚଳଚ୍ଚିତ୍ରରେ ସ୍ବାକ୍ଷର କରି ରେକର୍ଡ ସୃଷ୍ଟି କରିଛନ୍ତି ! ବର୍ତ୍ତମାନ ବଲିଉଡରେ ଜଲୱା ଦେଖାଇବେ ଅଞ୍ଜନା ସିଂହ

୨ ବର୍ଷ ମଧ୍ୟରେ ୨୫ଟି ଚଳଚ୍ଚିତ୍ରରେ ସ୍ବାକ୍ଷର କରି ରେକର୍ଡ ସୃଷ୍ଟି କରିଛନ୍ତି ! ବର୍ତ୍ତମାନ ବଲିଉଡରେ ଜଲୱା ଦେଖାଇବେ ଅଞ୍ଜନା ସିଂହ

ଅଭିନେତ୍ରୀ ଅଞ୍ଜନା ସିଂହ ଭୋଜପୁରୀ ଚଳଚ୍ଚିତ୍ର ଦୁନିଆରେ ଏକ ବଡ଼ ନାମ ଅଟେ । ଗାୟିକା ଠାରୁ ଅଭିନୟ ଜଗତରେ ନିଜ ନାମ ପ୍ରତିଷ୍ଠିତ କରାଇଥିବା ଅଞ୍ଜନା ଗୋଟିଏ ସାଧାରଣ ପରିବାରରୁ ଅଟନ୍ତି । ତାଙ୍କ ଜନ୍ମ ଉତ୍ତରପ୍ରଦେଶର ବହରାଇଚରେ ହୋଇଥିଲା । ଅଞ୍ଜନା ସିଂହଙ୍କ ପାଖରେ ଆଜି ଅନେକ ଧନ ସମ୍ପତ୍ତି ଏବଂ ଖ୍ୟାତି ଅର୍ଜନ କରିପାରିଛନ୍ତି । ୨୦୧୨ ମସିହାରେ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରି ପାଖାପାଖି ୮ ବର୍ଷ ମଧ୍ୟରେ ଅଞ୍ଜନା ଆଜି ଯେଉଁ ସ୍ଥାନ ହାସଲ କରିପାରିଛନ୍ତି ତାହା ପ୍ରତ୍ୟେକଙ୍କ ଭାଗ୍ୟରେ ନଥାଏ ।

google

ଅଞ୍ଜନା ସିଂହ ୨୦୧୨ ମସିହାରେ ଚଳଚ୍ଚିତ୍ର “ଫୋୖଲାଦ” ଠାରୁ ଭୋଜପୁରୀ ଚଳଚ୍ଚିତ୍ରରେ ପାଦ ଥାପିଥିଲେ । ପ୍ରଥମ ଚଳଚ୍ଚିତ୍ରରୁ ହିଁ ସେ ଦର୍ଶକଙ୍କ ମନ ମୋହି ପାରିଥିଲେ ।

google

ଏହା ପର ଠାରୁ ଅଞ୍ଜନା ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ସେ ଗୋଟିଏରୁ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ରରେ ନିଜ ଅଭିନୟରେ ଲୋକମାନଙ୍କ ହୃଦୟ ଜିତି ପାରିଥିଲେ ।

google

ଅଞ୍ଜନା ସିଂହ ନିଜ ଚଳଚ୍ଚିତ୍ର ମାନଙ୍କରେ ଗୀତ ମଧ୍ୟ ଗାଇଥାନ୍ତି । ତାଙ୍କ ଗୀତ ମଧ୍ୟ ପ୍ରଶଂସକ ମାନଙ୍କୁ ବହୁତ ପସନ୍ଦ ଅଟେ ।

google

୨୦୧୬ ମସିହାରେ ଅଞ୍ଜନା ସିଂହ ସମସ୍ତ ରେକର୍ଡ ଭାଙ୍ଗି ୨୫ ଗୋଟି ଚଳଚ୍ଚିତ୍ରରେ ସ୍ବାକ୍ଷର କରିଥିଲେ ।

google

ଭୋଜପୁରୀ ଚଳଚ୍ଚିତ୍ରରେ ନିଜ ଜଲୱା ଦେଖାଇବା ସହିତ ବର୍ତ୍ତମାନ ସେ ବଲିଉଡରେ ମଧ୍ୟ ଭାଗ୍ୟ ଚମକାଇବା ପାଇଁ ଯାଉଛନ୍ତି । “ବାଇସ୍କୋପ୍ ଜିନ୍ଦଗୀ” ନାମକ ଏକ ଚଳଚ୍ଚିତ୍ରର ସୁଟିଂ ଅଞ୍ଜନା ସମ୍ପୁର୍ଣ୍ଣ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *