24 ଫେବୃୟାରୀ 2020, ସୋମବାର – ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅବିସ୍ମରଣୀୟ ରହିବ । ପରିବାରରେ ସୁଖ ଶାନ୍ତି ବୃଦ୍ଧି

24 ଫେବୃୟାରୀ 2020, ସୋମବାର – ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅବିସ୍ମରଣୀୟ ରହିବ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ । ଆର୍ଥିକ ସ୍ଵଚ୍ଛଳତାରେ ବିଶେଷ ଉନ୍ନତି ହେବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥି ଦେବ । ସ୍ଵରାଶିସ୍ଥ ବଳବାନ୍‌ ଚନ୍ଦ୍ରଙ୍କ ପ୍ରଭାବରେ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶିଳ୍ପ, ବ୍ୟବସାୟ, ପ୍ରଶାସନ, କଳା ,ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇ ପାରନ୍ତି । କିନ୍ତୁ ଏକାଧିକ ଗ୍ରହ ରାଶିରେ ଆର୍ଥିକ ଅଭିବୃଦ୍ଧି କରିବା ସହ ଏହି ରାଶି ପାଇଁ ସମସ୍ୟାର କାରଣ ହୋଇପାରନ୍ତି । ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପନେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ସାମଲେଶ୍ୱରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଚନ୍ଦ୍ରଙ୍କ ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ ଆବଶ୍ୟକତା ପୂରଣ କରିବାରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବେ । ପୂର୍ବାଲୋଚନା ଅନୁସାରେ କାର୍ଯ୍ୟ କରନ୍ତୁ ଯଥେଷ୍ଟ ଲାଭ ପାଇବେ ଏବଂ ପ୍ରଶଂସିତ ମଧ୍ୟ ହେବେ । ବ୍ୟବସାୟରେ ମନମୁତାବକ ଲାଭାଂଶ ପାଇବେ । କର୍ମକ୍ଷେତ୍ରରେ ବନ୍ଧୁଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ । ସମାଜରେ ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ । ନୂତନ ଜିନିଷ କ୍ରୟ କରିବା ସକାଶେ ପାଇଁ ମନ ବଳିବ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । ଯାହାଫଳରେ ଆପଣଙ୍କ ମନ ଅଶାନ୍ତି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ପ୍ରତ୍ୟେକ ଦୃଷ୍ଟିରୁ ଦିନଟି ଆପଣଙ୍କ ଲାଗି ଭଲ ରହିବ । ଚନ୍ଦ୍ରଙ୍କ ରାଶ୍ୟାବସ୍ଥାନ ହେତୁ ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ସହଯୋଗ, ପାଇବେ । ସାମାଜିକ କାର୍ଯ୍ୟରେ ସମ୍ମାନ ପାଇ ଖୁସି ଅତ୍ୟନ୍ତ ଖୁସି ଅନୁଭବ କରିବେ । କିନ୍ତୁ ରାଜନୈତିକ ସ୍ତରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ଗଠନ ହେବ । ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁଁ ଅଧିକାଂଶ ସମୟ ବ୍ୟସ୍ତ ରହିବେ । ନିର୍ମାଣ, ଯୋଗାଯୋଗ, ସଙ୍ଗଠନ ଓ ପ୍ରଶାସନିକସ୍ତର ସମସ୍ୟାମୁକ୍ତ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଅପୂରଣୀୟ ଆଶା ମନବଳ ଦୁର୍ବଳ କରିପାରେ । ଚିତ୍ରା ନକ୍ଷତ୍ରର ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯତ୍ନ କରିପାରନ୍ତି । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‌ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି । ବ୍ୟବସାୟ ମାନ୍ଦା ରହିଲେ ମଧ୍ୟ କ୍ଷତି ହେବ ନାହିଁ କିନ୍ତୁ ହଠାତ୍‌ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେଇ ପାରେ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିି ବିଶେଷ ସହାୟତା କରିବେ । ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ପଛରେ ବିଭିନ୍ନ ପ୍ରକାରର କଟୁ କଥା କହିବେ । ଘରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ସମ୍ୟକ ଖଟାମିଠା ରହିବ, ମନ ପ୍ରଫୁଲ୍ଲ ରହିବା ନାହିଁ । ଗ୍ରହଚକ୍ରର ପରିବର୍ତନ ଯୋଗୁଁ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ସାଧାରଣ କଥାକୁ କେନ୍ଦ୍ରକରି ଆଜି ମାନସିକ ସ୍ଥିତି ଠିକ୍‌ ରହି ନ ପାରେ । ରୋହିଣୀ ନକ୍ଷତ୍ର ଯୋଗୁଁ ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିବା ଫଳରେ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିପାରେ । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରିଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ । ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ପରିଣାମ ମିଳିବ । ସାଧାରଣ ପରିସ୍ଥିତିରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । କୌଣସି ପାରିବାରିକ ବ୍ୟତିକ୍ରମ କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ଅନୁସାରେ ନିଜ କାର୍ଯ୍ୟକୁ ସୂଚାରୁ ରୂପେ କରିଚାଳନ୍ତୁ । କେନ୍ଦ୍ରସ୍ଥ ଚନ୍ଦ୍ର ଜନିତ ନୂତନ ବନ୍ଧୁ ସମ୍ପର୍କ ଓ ସୁଚିନ୍ତିତ କାର୍ଯ୍ୟଧାରା କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ । ବ୍ୟବସାୟ ବାଣିଜ୍ୟରେ ଲାଭ ନ ହେଲେ ମଧ୍ୟ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଷ୍ଟକ୍ ଓ ମିଚ୍ୟୁଆଲ୍‌ଫଣ୍ତରେ ପୁଞ୍ଜି ନିବେଶ ଲାଭଦାୟକ ସାବ୍ୟସ୍ତ ହେବ । ଇମେଲ୍ ଜରିଆରେ ଚାକିରି ମିଳିବା ସୂଚନା ପାଇବେ । ସାମାଜିକ ସ୍ତରରେ ସମ୍ମାନ ବଳବତ୍ତର ରହିବ । ରାହୁଙ୍କ କୁପ୍ରଭାବ ଯୋଗୁଁ ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଗୌରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ମାନସିକ ସ୍ତରରେ ସୁସ୍ଥ ରହିବେ । ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ଚେଷ୍ଟା ନିଷ୍ଫଳ ହେବ ନାହିଁ । ହସ୍ତା ନକ୍ଷତ୍ର ଯୋଗୁଁ ଆପଣଙ୍କ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡ଼ିବାର ଆଶଙ୍କା ରହିଛି । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କବିତର୍କ ଯୋଗୁଁ ମନ ସାମୟିକ ଭଲ ରହି ନ ପାରେ । କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବା ସଙ୍ଗକୁ କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ଦିଗରେ ଅସହଯୋଗ, ଅସମ୍ମାନ ପାଇ ଦୁଃଖିତ ହେବେ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ ମାତ୍ର ପୂର୍ଣ୍ଣତଃ ଆରୋଗ୍ୟ ଲାଭ କରି ନ ପାରନ୍ତି । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆଜି ସ୍ଵରାଶିସ୍ଥ ଚନ୍ଦ୍ର ପ୍ରଭାବ ଯୋଗୁଁ ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଚତୁର୍ଥ କେନ୍ଦ୍ରରେ ଅଷ୍ଟମାଧିପତି ପାରିବାରିକ, ପାରିପାର୍ଶ୍ୱିକ, ଲୋକ ସମ୍ପର୍କ, ଯାନାବହନ ପ୍ରଭୃତି କ୍ଷେତ୍ରରେ ଓ ସମସ୍ୟା ସୃଷ୍ଟି କରିପାରେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଆଇନ ଅଦାଲତ, ନିର୍ମାଣ, ରପ୍ତାନି ବାଣିଜ୍ୟ ପ୍ରଭୃତିରେ ଉନ୍ନତି ଘଟିବ । ଅନ୍ୟମାନଙ୍କ କାନ କୁହା କଥା ଶୁଣି ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ପ୍ରତି ମନରେ ଭୁଲ୍‌ ଧାରଣା ପୋଷଣ କରିପାରନ୍ତି । ଅବିବାହିତାଙ୍କୁ ବିବାହ ନିମନ୍ତେ ନୂଆ ପ୍ରସ୍ତାବ ଆସିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦୟାକ ରହିବ । ଭାଗ୍ୟସ୍ଥାନ ପ୍ରତି ଚନ୍ଦ୍ରଙ୍କ ଦୃଷ୍ଟି, ମନ ଚାହୁଁଥିବା କାର୍ଯ୍ୟରେ ସଫଳତା ପ୍ରଦାନ କରିବ । କିନ୍ତୁ ସପ୍ତମସ୍ଥ ଏକାଧିକ ଗ୍ରହ, ବିବାଦ, କଚେରି ମାମଲା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ସ୍ତ୍ରୀଙ୍କ ସ୍ଵାସ୍ଥ୍ୟ ପାଇଁ ପ୍ରତିକୂଳ ସାଜିପାରେ । ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିବ । କର୍ମକ୍ଷେତ୍ରରେ ଲାଭବାନ ରହିବେ । କର୍ତ୍ତୃପକ୍ଷ ଆପଣଙ୍କ କାମକୁ ପ୍ରଶଂସା କରିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ବୁଧଙ୍କ ଶୁଭ ସଂସ୍ଥିତି ନିଜ ବନ୍ଧୁମାନଙ୍କୁ ଆପେଣଇ ନେବାରେ ସମର୍ଥ କରାଇବ, ଯାହାଫଳରେ ପରିସ୍ଥିତି ହଠାତ୍‌ ବଦଳିଯିବ । ସକାଳୁ ସକାଳୁ ଭାବୁଥିବେ ଗୋଟିଏ କଥା କିନ୍ତୁ କଲାବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟ ଭୂମିକା ତୁଲାଇବେ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ବଢିବ ସିନା କମିବ ନାହିଁ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆତ୍ମା ବିଶ୍ଵାସ ଦୃଦ୍ଧି ହେବ, ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ । ଶୁକ୍ରଙ୍କ ପ୍ରଭାବରୁ, ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭ କରିବାର ସୁଯୋଗ ମିଳିବ । ବ୍ୟବସାୟରେ ଆଶାତୀତ ଲାଭ କରିବେ । ନୂଆ ବେପାର ଲାଗି ଯାତ୍ରା ଲାଭପ୍ରଦ ରହିବ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ଅଫିସରେ ମନ ଭଲ ଲାଗିବ ନାହିଁ । ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ କ୍ରମଶଃ ଦୂରେଇଯିବ । କର୍ମକ୍ଷେତ୍ରରେ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟ ମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭପ୍ରଦ ହେବ । ବ୍ୟବସାୟରେ ଉନ୍ନତି ସଙ୍ଗକୁ ମୂଲ୍ୟବାନ୍‌ ଜିନିଷ କ୍ରୟ କରିପାରନ୍ତି । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଯାତ୍ରା ଓ କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନ ରହିବା ଭଲ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ପରିବାର ସହିତ ବୁଲି ଯିବାର ଅବସର ମିଳିବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

Be the first to comment

Leave a Reply

Your email address will not be published.


*