24 ଅଗଷ୍ଟ 2020, ସୋମବାର- ମହାଦେବଙ୍କ କୃପାରୁ ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ

24 ଅଗଷ୍ଟ 2020, ସୋମବାର- ମହାଦେବଙ୍କ କୃପାରୁ ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । କ୍ୟାରିୟର ଯଥେଷ୍ଟ ଉନ୍ନତି କରିବେ । କର୍ମକ୍ଷେତ୍ରରେ ସଫଳତାର ଶିଖରରେ ଚଢିବେ ।

ଆମେ ଆପଣଙ୍କୁ ୨୪ ଅଗଷ୍ଟ, ସୋମବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଦ୍ୱାମଙ୍ଗଳଙ୍କ ସପ୍ତମରେ ଚନ୍ଦ୍ର ଯୋଗୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ । ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଆଜି ଅଫିସ୍‌ କାମରେ ବେଶି ସମୟ କଟାଇବେ । କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି । ଟଙ୍କା ପଇସା ନେଣଦେଣ ସାବଧାନତାର ସହ କରନ୍ତୁ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ପୂଜାପାଠରେ ଅଧିକ ସମୟ ବିତିବ । ଶୁକ୍ର ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତି । କେତେକ କ୍ଷେତ୍ରରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲେ ମଧ୍ୟ ଓଲଟା ଫଳ ମିଳିବ । ଯାହାକୁ ନିଜର ବୋଲି ଖୋଲା ମନ ନେଇ ଗୋପନୀୟ କଥା କହିବେ, ସେ ଦୁର୍ବଳତାର ସୁଯୋଗ ନେଇ ଫାଇଦା ଉଠାଇପାରେ । ବ୍ୟବସାୟରେ ସ୍ଥିତି ପ୍ରାୟତଃ ଭଲ ରହିବ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ କିନ୍ତୁ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ ଏବଂ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ସମାଲୋଚିତ ହୋଇପାରନ୍ତି । ମାନସିକ ଦୁଶ୍ଚିନ୍ତାଜନିତ ଯୋଗୁଁ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ । ଶୁକ୍ର କର୍ମାଧିପତିଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଆଜି ଯେଉଁ କାମଟିକୁ ଆରମ୍ଭ କରିବେ ତାହା ଅତି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ଆପଣଙ୍କୁ ନୂଆ ଆହ୍ଵାନର ସମ୍ମୁଖୀନ କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇ ପ୍ରଶଂସିତ ହୋଇପାରନ୍ତି । ମହତ୍ତ୍ଵପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ । ଘରେ ଅସାବଧାନତା ଯୋଗୁଁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ହୋଇପାରେ । ପାରିବାରିକ ସମସ୍ୟା ହିଁ ଆଜିର ମୁଖ୍ୟ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଷ୍ଟାର ସହ କାର୍ଯ୍ୟ କରନ୍ତୁ । ଶୁକ୍ର ପାପଗ୍ରହ ରାହୁ ଯୁକ୍ତ କାରଣରୁ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଉଚ୍ଛନ୍ନ ରହିବ । କେତେକ ଅଭାବନୀୟ ପରିସ୍ଥିତି ସଙ୍ଗକୁ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । ଅଫିସ କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତିି ପ୍ରକାଶ କରିପାରନ୍ତି । ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବୁଧାଦିତ୍ୟ ଯୋଗ ପ୍ରଭାବରୁ କୌଣସି ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ପୁଣି ଥରେ ଯୋଡି ହୋଇଯିବ । ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ । ନୂତନ ଭାବେ କୌଣସି କାର୍ଯ୍ୟାରମ୍ଭ ସକାଶେ ମନରେ ତତ୍ପରତା ବଢିପାରେ । ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ମନରେ ଯେଉଁ ବିଚାର ଆସିବ ତାହା ସଫଳ ହେବ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ ହେବ । ଉଦାରତା ଗୁଣରୁ ପ୍ରଶଂସା ପାଇପାରନ୍ତି । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପରିବାରରେ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ଚତୁର୍ଥସ୍ଥ କେତୁ କାରଣରୁ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ବାରମ୍ବାର ଧୋକା ଖାଇ ଓ ସମସ୍ୟା ମଧ୍ୟରେ ଚଳିବା ସହ କାର୍ଯ୍ୟ ଗୁଡିକ ମଧ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ଅଫିସରେ ଅତ୍ୟଧିକ କାମ ସକାଶେ କ୍ଳାନ୍ତ ଅନୁଭବ କରିବେ । କେତେକ ବନ୍ଧୁଙ୍କ କାର୍ଯ୍ୟକୁ ନା ପସନ୍ଦ କରିପାରନ୍ତି । ସାମାଜିକ କାର୍ଯ୍ୟରେ ଭାଗ ନେବେ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦେବଗୁରୁ ବୃହସ୍ପତିଙ୍କ ଅନୁକମ୍ପାରୁ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ସାବଧାନତାର ସହ ଜଗିରହି କାର୍ଯ୍ୟ ସମ୍ପାଦନ କରନ୍ତୁ । ଅପରାହ୍ନେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟନଷ୍ଟ ହେବାର ସୂଚନା ରହିଛି । ଆର୍ଥିକ ସ୍ଵଚ୍ଛଳତା ମାନ୍ଦା ରହିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । କର୍ମକ୍ଷେତ୍ରରେ ଈର୍ଷାାପରାୟଣ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଦିନଭିତରେ କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସୀ କରିବାର ଅବସର ପାଇବେ ନାହିଁ । କୃତିକା ନକ୍ଷତ୍ରର ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦୀର୍ଘଦିନରୁ ଅପେକ୍ଷା କରିଥିବା କାମ ସମ୍ପର୍କରେ କିଛି ଆଶା ଜନକ ଖବର ପାଇ ସାମୟିକ ଖୁସୀ ଅନୁଭବ କରିବେ । ସ୍ଵରାଶିସ୍ଥ ବଳବାନ୍‌ ଚନ୍ଦ୍ରଙ୍କ ପ୍ରଭାବରେ କର୍ମକ୍ଷେତ୍ରରୁ ଅର୍ଥ ଓ ସାମାଜରେ ସମ୍ମାନ ଲାଭ କରିବେ । ବେପାରି ବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖା ଦେଇପାରେ, ଫଳରେ ବନ୍ଧୁଙ୍କ ପରାମର୍ଶ ନେଇ ପାରିବାରିକ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ । ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ଗ୍ରହସ୍ଥିତିର ଅନୁକୂଳତା ଯୋଗୁ ବିବାଦୀୟ ପରିସ୍ଥିତି ବଦଳି ଯାଇଥିବା କାରଣରୁ ଏକପ୍ରକାର ସୁସ୍ଥ ମାନସିକତା ଅନୁଭବ କରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ଲାଭକରି କାର୍ଯ୍ୟ ହାସଲ କରିବେ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଆଜି ଦିନସାରା କଠୋର ପରିଶ୍ରମ ଯୋଗୁଁ କ୍ଳାନ୍ତ ଅନୁଭବ କରିବେ । କୌଣସି ନୂତନ କର୍ମାରମ୍ଭର ପରିକଳ୍ପନା କରିପାରନ୍ତି । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ । ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଦେବଗୁରୁଙ୍କ ଶୁଭଦୃଷ୍ଟି ଯୋଗୁଁ ସମସ୍ୟା ସମାଧାନ ହେବାର ମାର୍ଗ ଉନ୍ମୁକ୍ତ ହେବ । ବହୁତ ଦିନରୁ ଚେଷ୍ଟା ଚଳାଇଥିବା କାମଟି କାମ ହାସଲ ହେବା କାରଣରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ଲୋକଙ୍କ ମନ ବୁଝିଲା ପରି କଥା କହି ସମସ୍ୟାକୁ ସହଜରେ ସମାଧାନ କରିପାରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ପରିବାରରେ ସମସ୍ତ ସହ ସମ୍ପର୍କ ଭଲ ରହିବ । ନିକଟ ସମ୍ପର୍କୀୟମାନେ ଆର୍ଥିକ ସହାୟତା ପାଇଁ ଆପଣଙ୍କ ନିକଟକୁ ଆସିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ପ୍ରତ୍ୟେକ କାମ ବିଳମ୍ବରେ ସମ୍ପାଦିତ ହେବ । ଯାହାଫଳରେ ମନରେ ସରସତା ରହିବ ନାହିଁ । ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିିତା କ୍ରମଶଃ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ବ୍ୟସ୍ତବହୁଳ ରହିବା ସକାଶେ ଘର କଥା ବୁଝିବାକୁ ସମୟ ମିଳିବ ନାହିଁ । ଆର୍ଥିକ ଦୁଃଶଚିନ୍ତା ମନରେ ଆଶଙ୍କା ସୃଷ୍ଟି କରିବ । ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ନିଜ ପରିବାର ମଧ୍ୟରେ ଅଯଥା କଳହ ଉପୁଜିପାରେ । ଆତ୍ମୀୟ ସ୍ଵଜନଙ୍କ ପରୋକ୍ଷ ଶତ୍ରୁତା ମନୋଭାବ ଯୋଗୁଁ ମାନସିକ ସ୍ତରରେ ଯନ୍ତ୍ରଣା ଅନୁଭବ କରବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଧୈର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଉପକୃତ ନିଶ୍ଚୟ ମିଳିବ । ଗ୍ରହସ୍ଥିତିର ପ୍ରତିକୂଳ ପ୍ରଭାବ ଯୋଗୁଁ ମାନସିକ ଅସ୍ଥିରତା ଦେଖାଦେଇପାରେ ଏହା ସଙ୍ଗେ ସଙ୍ଗେ ପାରିବାରିକ ଅସ୍ଥିରତା କାରଣରୁ ସ୍ଵାସ୍ଥ୍ୟ ବିଶେଷ ଭଲ ରହିନପାରେ । କର୍ମକ୍ଷେତ୍ରରେ ହଠାତ୍‌ ସମସ୍ୟା ଦେଖାଦେଇଥିବା କାରଣରୁ ମନ ମଧ୍ୟ ବିଚଳିତ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ବନ୍ଧୁଙ୍କ ଅନୁରୋଧ କ୍ରମେ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇପାରନ୍ତି । ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଅନୁଭବ କରିବେ । ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ଅଧାରେ ଅଟକି ରହିଯିବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Be the first to comment

Leave a Reply

Your email address will not be published.


*