ବିହାରରୁ ବିଦା ହେବେ ପେଟୁଆ ପୋଲିସ !

ବିହାରରୁ ବିଦା ହେବେ ପେଟୁଆ ପୋଲିସ !

ବିହାର,୨୭/୮: ଏଣିକି ବିହାରରୁ ବିଦାହେବେ ପେଟୁଆ ପୋଲିସ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରରେ ଏଭଳି ଏକ ନିୟମ ଆଣିବାକୁ ଯାଉଛନ୍ତି । ଶାରିରୀକସ୍ତରରେ ଫିଟ୍ ନ ଥିବା କିମ୍ବା ପେଟ ବାହାରିଥିବା ପୋଲିସଙ୍କୁ ବାଧ୍ୟତାମୂଳକ ଛୁଟି ଦେବାକୁ କିଛି ନିୟମ ଆଣୁଥିବା ସୂଚନା ମିଳିଛି । ଏମିତିକି ଯେଉଁମାନଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ ସେମାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଛୁଟି ଦେବେ ସରକାର ।

Google

ସୂଚନା ଅନୁଯାୟୀ, ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଡିଏସପି ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀ ଏହି ନିୟମରେ ସାମିଲ ହେବେ । ଏନେଇ ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ଅଗଷ୍ଟ ୨୩ରେ ସମସ୍ତ ଜିଲ୍ଲାର ଏସପିଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ୫୦ ବର୍ଷରୁ ଊର୍ଦ୍ଧ୍ୱ ଓ ଶାରୀରିକସ୍ତରରେ ଫିଟ୍ ନଥିବା କର୍ମଚାରୀଙ୍କ କାର୍ଯ୍ୟ କରିବାର ଦକ୍ଷତା ମାପ କରିବାକୁ କୁହାଯାଇଛି ।

Google

ଏହି ଚିଠି ପ୍ରେରଣ କରାଯିବା ପରେ ପ୍ରତିମାସ ୯ ତାରିଖରେ ଏହି କାର୍ଯ୍ୟଦକ୍ଷତା ସମ୍ବନ୍ଧିୟ ଏକ ସମୀକ୍ଷା ବୈଠକ ହେବ। ପୋଲିସ ବିଭାଗ ପକ୍ଷରୁ ଏହି ଚିଠି ଜାରି କରାଯିବା ପରେ ରାଜ୍ୟ ପୋଲିସ ଆସୋସିଏସନ ଏହାକୁ ଘୋର ବିରୋଧ କରିଛି । ଏନେଇ ଆସୋସିଏସର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ କୁମାର ସିଂ କହିଛନ୍ତି, ଯଦି ଆଗାମୀ ଦିନରେ ଏହାକୁ ପ୍ରତ୍ୟାହାର କରାନଯାଏ ତେବେ ସାରା ରାଜ୍ୟର ପୋଲିସ ଏକଜୁଟ ହୋଇ ଆନ୍ଦୋଳନ କରିବେ । ବିହାର ପୋଲିସ ଇତିହାସରେ ଏହା ହେଉଛି ସବୁଠୁ ବଡ ତୁଗଲକ୍ ଆଦେଶ। ଯଦି ପୋଲିସ ବିଭାଗ ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କରେ ତେବେ ପୋଲିସ କର୍ମଚାରୀ ଆନ୍ଦୋଳନ କରିବେ ।

Leave a Reply

Your email address will not be published. Required fields are marked *