ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରେ ଟାୱେଲ ଛାଡିଦେଲେ ଡାକ୍ତର…

ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରେ ଟାୱେଲ ଛାଡିଦେଲେ ଡାକ୍ତର…

ପାଟଣା,୨୭/୮: ବିହାରର ଏକ ଡାକ୍ତରଖାନାରେ ଗୋଟିଏ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅସ୍ତ୍ରୋପଚାର ପରେ ଜଣେ ମହିଳାଙ୍କ ପେଟରେ ଟାୱେଲ ଛାଡି ଦେଇଛନ୍ତି ଡାକ୍ତର। ଏହାପରେ ନାହିଁ ନ ଥିବା ଯନ୍ତ୍ରଣା ପାଇଛନ୍ତି ମହିଳା ଜଣକ। ଘଟଣା ଜଣାପଡ଼ିବା ପରେ ଏବେ ସମ୍ପୃକ୍ତ ଡାକ୍ତରଖାନା ଏବଂ ଡାକ୍ତରଙ୍କ ବିରୋଧରେ ମହିଳାଙ୍କ ପରିବାରଲୋକ ମାମଲା ରୁଜୁ କରିଛନ୍ତି।

Google

ସୂଚନା ଅନୁସାରେ, ବିହାରରେ ସମ୍ପୃକ୍ତ ମହିଳାଙ୍କ ଅସ୍ତ୍ରୋପଚାର ସମୟରେ ଡାକ୍ତର ତାଙ୍କ ପେଟରେ ଏକ ଛୋଟ ଟାୱେଲ ଭୁଲିଯାଇଥିବା ଘଟଣା ସାମ୍ନାକୁ ଆସିଛି। ବିହାରର ଗୟା ଜିଲ୍ଲାରେ ଏକ ବେସରକାରୀ ଡାକ୍ତରଖାନାରେ ଡାକ୍ତରମାନେ ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ସମୟରେ ଅସାବଧାନତାବଶତଃ ଟାୱେଲକୁ ତାଙ୍କ ପେଟରେ ଛାଡି ଦେଇଥିଲେ। ମୀରା ଦେବୀ ନାମକ ଏହି ମହିଳାଙ୍କର ପ୍ରସବ ବେଦନା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏହି ସମୟରେ ଡାକ୍ତରମାନେ ଏପରି ଦାୟିତ୍ୱହୀନ କାର୍ଯ୍ୟ କରିଥିବା ସାମ୍ନାକୁ ଆସିଛି।

Google

ଏହି ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରେ ଅଧିକ ଯନ୍ତ୍ରଣା ହେବାରେ ଲାଗିଥିଲା। ପରେ ସେହି ସ୍ଥାନରୁ ପୂଜ ବାହାରିଥିଲା। ଅଧିକ ଯନ୍ତ୍ରଣା ହେବାରୁ ଅନ୍ୟ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସିଟି ସ୍କାନ ସମୟରେ ମହିଳାଙ୍କ ପେଟରେ ଏକ ଟାୱେଲ ଥିବା ପ୍ରମାଣ ମିଳିଥିଲା। ଏହାପରେ ଜରୁରିକାଳୀନଭିତ୍ତିରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅନ୍ୟ ଡାକ୍ତର ଅସ୍ତ୍ରୋପଚାର କରିବା ପରେ ମହିଳାଙ୍କ ପେଟରୁ ଏହି ଛୋଟ ଟାୱେଲକୁ କାଢିଥିଲେ। ତାହା ରକ୍ତରେ ଭିଜି ଯିବା ସହ କେତକ ଅଂଶ ପାଚିଯାଇଥିଲା। ଏବେ ସମ୍ପୃକ୍ତ ଡାକ୍ତରଖାନା ଏବଂ ଡାକ୍ତରଙ୍କ ବିରୋଧରେ ମହିଳାଙ୍କ ପରିବାରଲୋକ ମାମଲା ରୁଜୁ କରିଛନ୍ତି। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ ତାଙ୍କୁ ଲଗାତାର ରକ୍ତ ଦେବା ପାଇଁ ପଡୁଛି।

Leave a Reply

Your email address will not be published. Required fields are marked *