ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ ।

ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ ।

ମହାମାରୀ କରୋନାରୁ ସମଗ୍ର ଦେଶକୁ ସୁରକ୍ଷା କରିବା ପାଇଁ କେନ୍ଦ୍ର ସରକାର ସମେତ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକାର ନୀତି ନିୟମଗୁଡିକ ପ୍ରଣୟନ କରିଛନ୍ତି । ବିଶେଷ କରି ଛାତ୍ରଛାତ୍ରୀଙ୍କୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ସ୍କୁଲ କଲେଜ ଏପରି ଅନଶିକ୍ଷାନୁଷ୍ଠାନ ଗୁଡିକ ଦୀର୍ଘ ୫ ମାସ ହେଲା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇରହିଛି । Unlock ୩.୦ରେ କେନ୍ଦ୍ର ସରକାର ସ୍କୁଲ କଲେଜ ଗୁଡିକରେ ସେପ୍ଟେମ୍ବର ପହିଲାରୁ ଶିକ୍ଷାଦାନ କରାଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ରାଜ୍ୟ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି । ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ପରିଚାଳନାର ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାମନ୍ତ୍ରୀ ଏସ୍. ସୁରେଶ କୁମାର କହିଛନ୍ତି, ଏଥର ଏକାଡେମିକ ସେସନର ଶୁଭାରମ୍ଭ ସେପ୍ଟେମ୍ବର ୧ ତାରିଖରୁ ଅନଲାଇନ୍ କ୍ଲାସ୍ ଜରିଆରେ ହେବ କିନ୍ତୁ ଅଫଲାଇନ୍ କ୍ଲାସ୍ ଅକ୍ଟୋବର ମାସରୁ ଆରମ୍ଭ କରାଯିବ । ରାଜ୍ୟ ସରକାର ଶିକ୍ଷା ବିଭାଗ କେନ୍ଦ୍ର ସରକାରଙ୍କ ଠାରୁ ଅଫଲାଇନ୍ ଶ୍ରେଣୀର ଗାଇଡଲାଇନକୁ ଅପେକ୍ଷା କରିଛନ୍ତି ।

Google

ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବରରେ କିପରି ଅଫଲାଇନ୍ କ୍ଲାସ୍ ଆରମ୍ଭ ହେବ, ସେଥିପାଇଁ କର୍ଣ୍ଣାଟକ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାସହ କରୋନା ଭଳି ମହାମାରୀ ସମୟରେ ଛାତ୍ର ଏବଂ ଶିକ୍ଷକମାନଙ୍କୁ କିପରି ସୁରକ୍ଷା ଦିଆ ଯାଇପାରିବ, ତାହା ଉପରେ ମଧ୍ୟ ଯୋଜନା କରାଯାଉଛି ।

ଏହାସହ ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, ଗ୍ରାମ୍ୟ କୃଷିଜୀବୀଙ୍କୁ ମତ୍ସ୍ୟ ଓ ପଶୁପାଳନ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି କୋଭିଡ ଯୋଗୁଁ ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତି ଯେପରି ଓଡିଶାରେ ରୋଜଗାର ପାଇପାରିବେ, ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

Google

କରୋନା ପରିସ୍ଥିତି ସମୟରେ ସହିଦ୍‌ ହୋଇଥିବା ଯୋଦ୍ଧାଙ୍କ ପରିବାରଜନଙ୍କୁ ଆସନ୍ତା ଶୁକ୍ରବାର ସୁଦ୍ଧା ସେମାନଙ୍କ ପାଉଣା ଦେବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି କାରଣ ରାଜ୍ୟରେ ଅଧିକ କରୋନା ପରୀକ୍ଷା ହେଉଥିବା ବେଳେ ସଂକ୍ରମଣ ଓ ମୃତ୍ୟୁ ହାର ମଧ୍ୟ ପୂର୍ବ ଦିନ ଅପେକ୍ଷା କମିଛି । ଏତଦବ୍ୟତୀତ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ସୌଜନ୍ୟ : kanaknews

Leave a Reply

Your email address will not be published. Required fields are marked *