ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି ଚୀନ ଓ ପାକିସ୍ତାନ ମିଳିତ ଭାବେ କରିବାକୁ ଯାଉଥିବା ଜୈବିକ ଅସ୍ତ୍ରର ପରୀକ୍ଷଣ !

ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି ଚୀନ ଓ ପାକିସ୍ତାନ ମିଳିତ ଭାବେ କରିବାକୁ ଯାଉଥିବା ଜୈବିକ ଅସ୍ତ୍ରର ପରୀକ୍ଷଣ !

ବେଜିଂ,୨୬/୮: ସାରା ବିଶ୍ୱ ପାଇଁ ଚୀନ ଏବଂ ପାକିସ୍ତାନ ବିପଦ ସୃଷ୍ଟି କରିବାକୁ ଯାଉଛନ୍ତି। ଉଭୟ ଦେଶ ମିଳିତ ଭାବେ ଏକ ଭୟଙ୍କର ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। ୨୦୧୫ ମସିହାରୁ ଜୈବିକ ଅସ୍ତ୍ର ପ୍ରସ୍ତୁତି ପାଇଁ ରୋଗ ସୃଷ୍ଟିକାରୀ ଜୀବାଣୁ ଉପରେ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି। ଏହି ଘାତକ ପରୀକ୍ଷଣକୁ ଚୀନ-ପାକିସ୍ତାନ ଇକୋନୋମିକ କରିଡର ଆଳରେ କରାଯାଉଛି। କରୋନା ଭାଇରସର ଉତ୍ପତିକୁ ନେଇ ବିବାଦଘେରରେ ଥିବା ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ଏହାର କାର୍ଯ୍ୟଭାର ଦିଆଯାଇଛି।

Google

ରିପୋର୍ଟ ଅନୁସାରେ, ଉହାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଟିମ ପାକିସ୍ତାନ ସହ ମିଶି ଘାତକ ରୋଗ ସୃଷ୍ଟିକାରୀ ଜୀବାଣୁ ଉପରେ ପରୀକ୍ଷା କରୁଛନ୍ତି। ଏହି ପରୀକ୍ଷଣ ପାକିସ୍ତାନରେ ଗତ ପାଞ୍ଚ ବର୍ଷ ଧରି ଚାଲିଆସୁଛି। ଚୀନ ଏବଂ ପାକିସ୍ତାନ ଜୈବିକ ଅସ୍ତ୍ର କ୍ଷମତା ବଢାଇବା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଏକ ଗୋପନୀୟ ପରୀକ୍ଷଣ କରିଥିବା ନେଇ ପୂର୍ବମାସ ସାମ୍ନାକୁ ଆସିଥିଲା। ଉହାନ ଇନଷ୍ଟିଚ୍ୟୁଟ ଓ ପାକିସ୍ତାନର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ପାଞ୍ଚଟି ଗବେଷଣା ସାଇଣ୍ଟିଫିକ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରତ୍ୟେକ ଗବେଷଣାରେ ରୋଗ ଜୀବାଣୁର ଚିହ୍ନଟ ଓ ଲକ୍ଷଣ ବିଷୟରେରେ ବର୍ଣ୍ଣିତ ଅଛି। ଏହି ରୋଗ ଜୀବାଣୁ ସଂକ୍ରାମକ ହୋଇଥିବାବେଳେ ପଶୁପକ୍ଷୀଙ୍କଠାରୁ ମଣିଷକୁ ବ୍ୟାପିଥାଏ। ଏହି ଗବେଷଣାରେ ନୀଳ ଭାଇରସ, ମାର୍ଶ କରୋନା ଭାଇରସ, କ୍ରିମିୟା କଂଗୋ ହେମୋରେଜିକ ଫିବର ଭାଇରସ ଓ ଚିକେନଗୁନିଆ ଭାଇରସକୁ ମଧ୍ୟ ସାମିଲ କରାଯାଇଛି। ବର୍ତ୍ତମାନ ପାଇଁ ଏହି ରୋଗ ଜୀବାଣୁର କୌଣସି ଉପଚାର ନାହିଁ ବୋଲି ଜଣାପଡ଼ିଛି।

Google

ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ଚୀନର ଏକ ମହତ୍ୱାକାଂକ୍ଷୀ ପରିଯୋଜନା। ଏହି ପରିଯୋଜନା ଅନୁସାରେ ସିପିଇସି କାର୍ଯ୍ୟ କରୁଛି। ରିପୋର୍ଟ ଅନୁସାରେ ଏହି ପାଞ୍ଚଟି ଗବେଷଣା ପାଇଁ ପଶୁ ପକ୍ଷୀଙ୍କ ସହ କାମ କରୁଥିବା ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ପୁରୁଷ, ମହିଳା ଓ ଶିଶୁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପ୍ରତ୍ୟକ ପରୀକ୍ଷଣରେ ସିପିଇସି ସହଯୋଗ ରହିଥିବା ବର୍ଣ୍ଣନା କରାଯାଇଛି। ବିଶ୍ୱସ୍ତ ସୂତ୍ର ଅନୁଯାୟୀ ଚୀନର ଉହାନ ଜରିଆରେରେ ପାକିସ୍ତାନ ମାରାତ୍ମକ ବାଇଓଲୋଜିକାଲ ଏଜେଣ୍ଟର ପରୀକ୍ଷା କରୁଛି। ପାକିସ୍ତାନୀ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। ଦୁଇ ଦେଶ ମଧ୍ୟରେ ଗୋପନୀୟ ଚୁକ୍ତି ହୋଇଥିବା ମଧ୍ୟ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *