ଆସନ୍ତା ୨୪ ତାରିଖରୁ ଘଡ଼ଘଡ଼ି ସହ ହେବ ଭୀଷଣ ବର୍ଷା, ଏହିସବୁ ଜିଲ୍ଲାମାନଙ୍କୁ ପାଣିପାଗ ବିଭାଗ ଜାରି କରିଛି ସତର୍କ ସୂଚନା !

ଆଜିର ସବୁଠାରୁ ବଡ଼ ଖବର ଆଗକୁ ଆସୁଛି ବଡ଼ ବର୍ଷା । ଆସନ୍ତା ୨୪ ତାରିଖରୁ କେତେକ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ରୂପରେ ବର୍ଷା ହେବ ଆଉ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଚାଲନ୍ତୁ ଜାଣିବା ଏହାକୁ ନେଇ କଣ ରହିଛି ପାଣିପାଗର ରିପୋର୍ଟ । ଆଜିଠାରୁ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ହାଲୁକା କୁହୁଡ଼ି ଲାଗି ରହିବ । ଆସନ୍ତା ୨ ଠାରୁ ୩ ଦିନ ସେଭଳି ପରିବର୍ତ୍ତନ ହେବ ନାହିଁ । ତେବେ ୨୩ ତାରିଖ ଅପରାହ୍ନ ବେଳେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ଯେଉଁ କାରଣରୁ କେତେକ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ସବୁ ଜିଲ୍ଲା ମାନଙ୍କରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ।

ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ଦେବଗଡ଼, ମୟୁରଭଞ୍ଜ ଜିଲ୍ଲାମାନଙ୍କରେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗଙ୍କ କହିବା ଅନୁସାରେ ଆଜିପର୍ଯ୍ୟନ୍ତ ପଶ୍ଚିମ, ଉତ୍ତର-ପଶ୍ଚିମକୁ ସିଧା ପବନ ବହୁଥିଲା । କିନ୍ତୁ ଆଜି ପବନ ଦିଗରେ ପରିବର୍ତ୍ତନ ହେବ ଏବଂ ବଙ୍ଗପ ସାଗରୀୟ ପୂର୍ବା ପବନ ରାଜ୍ୟକୁ ବହିବ । ୨୪ ତାରିଖରେ ମଧ୍ୟ ବାୟୁମଣ୍ଡଳରେ ଘୁର୍ଣ୍ଣି ବଳୟ ସୃଷ୍ଟି ହେବ । ଏହାଦ୍ୱାରା ପାଗରେ ପରିବର୍ତ୍ତନ ହେବ ଏହି କାରଣରୁ କେତେକ ସ୍ଥାନରେ ହାଲୁକା ବର୍ଷା ହେବ । ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଉଭୟ ସର୍ବଚ୍ଚ ଓ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ରହିବ ।

ତେବେ ଭୁବନେଶ୍ୱର ଓ ଏହାର ଉତ୍ତରରେ ଥିବା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକର ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ତଥାପି ସର୍ବାଧିକ ତାପମାତ୍ରାରେ ସାମାନ୍ୟ ବଢ଼ିପାରେ । ୨୪ ଠାରୁ ୨୬ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପାଗ ମେଘୁଆ ରହିବା ସହିତ ହାଲୁକା ବର୍ଷା ହେବ । କେନ୍ଦ୍ରୀୟ ଓଡ଼ିଶାରେ ୨୫ ଠାରୁ ୨୬ ତାରିଖରେ ପାଗ ମେଘୁଆ ସହ ହାଲୁକା ବର୍ଷା ହେବ । ଝାରସୁଗୁଡ଼ା, କଳାହାଣ୍ଡି, କରାପୁଟ, କନ୍ଧମାଳ, ଢେଙ୍କାନାଳ ଓ ଖର୍ଦ୍ଧା ଅଭିଭକ୍ତରେ ୨୫ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଓ ମେଘୁଆ ପାଗ ଯୋଗୁଁ ଉକ୍ତ କେତେକ ଜିଲ୍ଲାମାନଙ୍କରେ ସର୍ବାଧିକ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ । ୨୭ ତାରିଖରୁ ପୁଣି ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗରୁ କୁହାଯାଇଅଛି

Be the first to comment

Leave a Reply

Your email address will not be published.


*