23 ନଭେମ୍ବର 2020, ସୋମବାର :- ମହାଦେବଙ୍କ କୃପାରୁ ଏହି ୫ଟି ରାଶିର ବ୍ୟକ୍ତିଙ୍କ ମନସ୍କାମନା ପୂରଣ ହେବ । କର୍ମକ୍ଷେତ୍ରରେ

23 ନଭେମ୍ବର 2020, ସୋମବାର :- ମହାଦେବଙ୍କ କୃପାରୁ ଏହି ୫ଟି ରାଶିର ବ୍ୟକ୍ତିଙ୍କ ମନସ୍କାମନା ପୂରଣ ହେବ । କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ପରିବାରରେ ହସଖୁସିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୨୩ ନଭେମ୍ବର ସୋମବାର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ବିଭିନ୍ନ ସମସ୍ୟାରେ ଜଡ଼ିତ ରହିଲେ ମଧ୍ୟ ଆନନ୍ଦର ଅନୁଭୂତି ଲାଭ କରିବେ । ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭ କରିବାର ସୁଯୋଗ ମିଳିବ । ବ୍ୟବସାୟରେ ଆଶାତୀତ ଲାଭ କରିବେ । ନୂଆ ବେପାର ଲାଗି ଯାତ୍ରା ଲାଭପ୍ରଦ ରହିବ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ମନାନ୍ତର ଘଟିପାରେ । ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ପ୍ରଶାସନ, ଆଇନ, ସଭା ସମିତି, ଆନୁଷ୍ଠାନିକ କାମ ଓ ବନ୍ଧୁ ମିଳନ ହେତୁ ଖୁସି ରହିବେ । ମନ ପସନ୍ଦର ଜିନିଷ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବ ନାହିଁ । ମଙ୍ଗଳ ଶୁଭ ଦୃଷ୍ଟି ପ୍ରଭାବରେ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ କ୍ରମଶଃ ଦୂରେଇଯିବ । କର୍ମକ୍ଷେତ୍ରରେ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟ ମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ବ୍ୟବସାୟିକ ସଫଳତା ମିଳିବ ଓ କଳା ସାହିତ୍ୟରେ ପ୍ରଶଂସିତ ହେବେ । ସମାଜରେ ସମ୍ମାନିତ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ଦୀର୍ଘ ଦିନରୁ ରହିଥିବା ବିବାଦୀୟ ଘଟଣାର ଅବସାନ ଘଟିବ । ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇଲେ ମଧ୍ୟ କର୍ମକ୍ଷେତ୍ରରେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପୂଜାପାଠରେ ଅଧିକ ସମୟ ଅତିବାହିତ କରିବେ । ବାଣିଜ୍ୟ, ବ୍ୟବସାୟରେ ସହଭାଗିତାଙ୍କ ସହ ମନାନ୍ତର ଦେଖା ଦେଇପାରେ । ଆତ୍ମୀୟମାନେ ଅସହଯୋଗ କରିପାରନ୍ତି, ଯାହା କି ସାମୟିକ ସମସ୍ୟା ସୃଷ୍ଟି କରିପାରେ । କର୍ମକ୍ଷେତ୍ରରେ କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ କିନ୍ତୁ ସହକର୍ମୀଙ୍କ ସହ କଳହର ଅବସାନ ଘଟିବ ଓ ସେମାନେ ଆପଣଙ୍କୁ ସାହାଯ୍ୟର ହାତ ବଢାଇବେ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ବଢିବ ସିନା କମିବ ନାହିଁ । ଆପଣଙ୍କୁ କୌଣସି ମହତ୍ଵପୂର୍ଣ୍ଣ ସମାଚାର ମିଳିବ । କିନ୍ତୁ କୌଣସି ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରିଲେ ଅପଦସ୍ଥ ହୋଇପାରନ୍ତି । ଅନ୍ୟମାନଙ୍କ କାନକୁହା କଥାକୁ ବିଶ୍ଵାସ କରିଲେ, ପାରିବାରିକ ସମସ୍ୟା ବଢିବ ସିନା କମିବା ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନରେ ସକାରାତ୍ମକ ଭାବନା ନେଇ କମ୍ରକ୍ଷେତ୍ରକୁ ଓହ୍ଳାଇବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ କରିବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ସହକର୍ମୀମାନଙ୍କ କାର୍ଯ୍ୟ ମନରେ ସନ୍ଦେହ ସୃଷ୍ଟି କରିବ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ । ପରିବାର ସଦସ୍ୟଙ୍କ ସହ ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବେ । ଅବିବାହିତାଙ୍କୁ ବିବାହ ନିମନ୍ତେ ନୂଆ ପ୍ରସ୍ତାବ ଆସିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣ ନୀରବ ରହି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ମଧ୍ୟ ସଫଳତା ସୁନିଶ୍ଚିତ । ଅତୀତର କଥାକୁ ସ୍ମରଣ କରି ମାନସିକ ଦୁଶ୍ଚିନ୍ତା ମଧ୍ୟରେ ମନ ବିଚଳିତ ରଖିବ । ମହତ୍ବପୂର୍ଣ୍ଣ ମାମଲାରେ ବନ୍ଧୁ ଓ ସମାଜର ବରିଷ୍ଠ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବେ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବିଭିନ୍ନ ଯୋଜନା, ଜମିଜମା କାରବାର ସକାଶେ ବ୍ୟସ୍ତତା ବଢିଯିବ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖା ଦେଇପାରେ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ପରିଚାଳନା କରନ୍ତୁ । କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିବାରୁ ମନ ଭଲ ରହିବ ନାହିଁ । ବ୍ୟବସାୟ ବାଣିଜ୍ୟରେ ଲାଭ ନ ହେଲେ ମଧ୍ୟ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଷ୍ଟକ୍ ଓ ମିଚ୍ୟୁଆଲ୍‌ଫଣ୍ତରେ ପୁଞ୍ଜି ନିବେଶ ଲାଭଦାୟକ ସାବ୍ୟସ୍ତ ହେବ । ଆଜି ରୋଜଗାର ଅନୁସାରେ ଖର୍ଚ୍ଚର ପରିମାଣ ଦୁଇଗୁଣ ହେବା ଯୋଗୁଁ ମନରେ ସରସତା ରହିବ ନାହିଁ । ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କର୍ମକ୍ଷେତ୍ରରେ କେତେକ ସମସ୍ୟାର ସମାଧାନ କରିପାରିବେ । ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଗୌରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଭାଗ୍ୟର ସହଯୋଗ ପାଇ ଉନ୍ନତିର ପଥରେ ଅଗ୍ରସର ହେବେ । ଆଜି ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଧ୍ୟାନମଗ୍ନ ରହି ନିଜର ପ୍ରତିଷ୍ଠା ବୃଦ୍ଧି କରିବେ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପାରସ୍ପରିକ ଆଲୋଚନା କରିବା ଭଲ ହେବ । ସାମାଜିକ ଜୀବନରେ ସଫଳତା ମିଳିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ ଟାଳିବାକୁ ଚେଷ୍ଟା କରିବେ । ପରିସ୍ଥିତିକୁ ଦୃଷ୍ଟିରୁ ରଖି ପାରିବାରିକ କ୍ଷେତ୍ରରେ ନିଜର ନିଷ୍ପତିକୁ ହଠାତ୍‌ ବଦଳାଇ ଦେଇପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ଦାମ୍ପତ୍ୟଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । କିନ୍ତୁ ଏକାଧିକ କାମ ହାତକୁ ନେଇଥିବା ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ମଜବୁତ ରହିବେ । ବାକି ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ କିନ୍ତୁ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀର ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆନୁଷ୍ଠାନିକ କାମରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ଜମିଜମା କାରବାର, କଳ, କାରଖାନା, ହୋଟେଲ ପ୍ରଭୃତିରୁ ବିଶେଷ ଲାଭବାନ୍‌ ହେବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ସାମୟିକ ଉନ୍ନତି ପରିଲକ୍ଷିତ ହେବ । ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ଦାମ୍ପତ୍ୟ ଜୀବନ ଖୁସିଭରା ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ମାନସିକ ସ୍ଥିରତା ରକ୍ଷା କରିବାରେ ସମର୍ଥ ହେବ । ତଥାପି ସତର୍କତାର ସହ କାମ କରନ୍ତୁ କାରଣ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ । ପୂର୍ବ ସ୍ଥିତିରୀକୃତ ଯୋଜନା ଅନୁସାରେ କାର୍ଯ୍ୟ କରିଲେ, ଉପକୃତ ମିଳିବ । ବ୍ୟବସାୟ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ସାହାଯ୍ୟ ମିଳିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବା ସଙ୍ଗେ ସଙ୍ଗେ ଆପଣଙ୍କ କାର୍ଯ୍ୟକୁ ସହକର୍ମୀଙ୍କ ବିରୋଧୀ ମନୋଭାବ ମନରେ ତିକ୍ତତା ସୃଷ୍ଟି କରିବ । ସାଂଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ସ୍ଵାସ୍ଥ୍ୟ ସମସ୍ୟାରେ ସୁଧାର ଆସିଲେ ମଧ୍ୟ ସାମୟିକ ମୁଣ୍ଡ ବ୍ୟଥା ଯୋଗୁଁ ଚିନ୍ତିତ ରହିବେ । କାଗଜପତ୍ର କାର୍ଯ୍ୟରେ ବିଶେଷ ସାବଧାନ ରୁହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ଆପଣ ନିଜ ମନ ମୁତବକ କାର୍ଯ୍ୟ କରିବେ ଓ ସଫଳତା ମଧ୍ୟ ପାଇବେ । ନୂତନ ବନ୍ଧୁତ୍ଵ ସମ୍ପର୍କ ସୃଷ୍ଟି ହେବ । ପ୍ରତ୍ୟେକ ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ କରି ପାରିବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମିତ୍ରଭଳି ଆଚରଣ କରିପାରନ୍ତି । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ପରିବାରର ସଦସ୍ୟଙ୍କ ସହ ଅଧିକାଂଶ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆର୍ଥିକ ଉର୍ନ୍ନତି ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ପାଇଁ ବେଶ ଭଲ । ଭାତୃ ବିବାଦ, ଜମିବାଡି ସଂକ୍ରାନ୍ତ ମାମଲାକୁ ନେଇ ଉପୁଜିଥିବା ଦ୍ଵନ୍ଦର ସମାଧାନ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଦୀର୍ଘ ଦିନରୁ ଅଟକିଥିବା ଅଫିସ କାମକୁ ପୂରା କରିବାରେ ସକ୍ଷମ ହେବେ । ନିରାଡମ୍ବର ଭାବରେ ଆଜିର ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ସମାହିତ ହେବ । ବାଦ-ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ନିକଟ ସମ୍ପର୍କୀୟଙ୍କ ସହିତ ସମ୍ପର୍କ ମଜବୁତ ହେବ । ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ ଯେଉଁ ଜିନିଷଟିକୁ ପାଇବାକୁ ଇଚ୍ଛା କରିଛନ୍ତି ତାହା ବିଳମ୍ବରେ ପାଇବେ । ଦ୍ୱନ୍ଦ୍ୱଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିନେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚ୍ୟାତପ କରିବେ । ବ୍ୟବସାୟ ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ନିଜର ବ୍ୟବହାର ପ୍ରତି ଟିକେ ସତର୍କ ରହନ୍ତୁ । କେତେକ ଗୁରୁତ୍ଵପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ । ଋଣରୁ ମୁକ୍ତି ହେବା ପାଇଁ ଯୋଜନା କରିବେ କିନ୍ତୁ ପରିବାରରେ ଅଯଥା ଖର୍ଚ୍ଚ ହେବା ଯୋଗୁଁ ମନରେ ସରସତା ରହିବା ନାହିଁ । ପାରିବାରିକ ସ୍ତରରେ କେତେକ ସମସ୍ୟା ଦେଖାଦେଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

Be the first to comment

Leave a Reply

Your email address will not be published.


*